Posted inଜାତୀୟ

ଗୁପ୍ତତଥ୍ୟ ପ୍ରଭାବିତ ହେଲେ ହ୍ବାଟସ୍‌ଆପ୍‌କୁ ଡିଲିଟ୍‌ କର: ହାଇକୋର୍ଟ

ନୂଆଦିଲ୍ଲୀ,୧୮।୧: ହ୍ବାଟସ୍‌ଆପ୍‌ ଦ୍ୱାରା ଯଦି ବ୍ୟବହାରକାରୀଙ୍କ ଗୁପ୍ତତଥ୍ୟ ପ୍ରଭାବିତ ହେଉଛି, ତେବେ ଏହାକୁ ସେମାନେ ଡିଲିଟ୍‌ କରିବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟ ସୋମବାର ପ୍ରକାଶ କରିଛନ୍ତି। ଏହା ଏକ ପ୍ରାଇଭେଟ୍‌ ଆପ୍‌ । ମ୍ୟାପ୍‌ ଏବଂ ବ୍ରାଉଜରରେ ମଧ୍ୟ ବ୍ୟକ୍ତିଗତ ତଥ୍ୟ ଶେୟାର ହୋଇଥାଏ ବୋଲି କୋର୍ଟ କହିଛନ୍ତି। ଏଭଳି ଆପ୍‌ର ବ୍ୟବହାର କରିବେ କି ନାହିଁ ତାହାର ନିଷ୍ପତ୍ତି ବ୍ୟବହାରକାରୀ ହିଁ ନେବେ। ଏଭଳି ମନ୍ତବ୍ୟ ଦେଇ ହାଇକୋର୍ଟ ଆବେଦନକାରୀଙ୍କୁ କଡ଼ା ଟିପ୍ପଣୀ ଦେଇଛନ୍ତି। ହ୍ବାଟସ୍‌ଆପ୍‌ ପକ୍ଷରୁ ଅଣାଯାଇଥିବା ପ୍ରିଭେସି ପଲିସି ବିରୋଧରେ ଦାଖଲ ହୋଇଥିବା ମାମଲାର ଶୁଣାଣି ସମୟରେ କୋର୍ଟ ଏଭଳି କହିଛନ୍ତି। ଏଭଳି ଆପ୍‌ର ବ୍ୟବହାର ପୂର୍ବରୁ ଟର୍ମସ୍‌ ଏବଂ କଣ୍ଡିଶନ ଠିକ୍‌ ଭାବେ ପଢ଼ିନେବା ଆବଶ୍ୟକ ବୋଲି କୋର୍ଟ ଆବେଦନକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସରକାରଙ୍କ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଏହା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ଗୁପ୍ତତଥ୍ୟ ସୁରକ୍ଷାର ଉଲ୍ଲଂଘନ ବୋଲି ବୋଲି ଦାଖଲ ହୋଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି। ହ୍ବାଟସ୍‌ଆପ୍‌ ପକ୍ଷରୁ ଆଇନଜୀବୀ ମୁକୁଲ ରୋହତୋଗୀ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ବ୍ୟବହାରକାରୀଙ୍କ ଗୁପ୍ତତଥ୍ୟ ଯେଭଳି ଲିକ୍‌ ନ ହେବ ସେ ନେଇ ହ୍ବାଟସ୍‌ଆପ୍‌ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥାଏ। ସେହିପରି ହ୍ବାଟସ୍‌ଆପ୍‌ ପକ୍ଷରୁ ନିଯୁକ୍ତ ହୋଇଥିବା ଅନ୍ୟ ଆଇନଜୀବୀ କପିଲ ସିବଲ୍‌ ଏହି ଆବେଦନକୁ ଖାରଜ କରାଯିବା ଉଚିତ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସୋଲିସିଟର ଜେନେରାଲ ଚେତନ ଶର୍ମା ଏହି ମାମଲାରେ ତରବରିଆ ଭାବେ ନିଷ୍ପତ୍ତି ନ ନେବାକୁ କୋର୍ଟରେ କହିଥିଲେ। କୋର୍ଟ ମାମଲା ଉପରେ କୌଣସି ନୋଟିସ୍‌ ଜାରି ନ କରି ଏହା ଉପରେ ବିସ୍ତୃତ ଆଲୋଚନା ଜରୁରୀ ଥିବା କହିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୨୫ରେ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri