ମାତୃ, ଶିଶୁମଙ୍ଗଳ ହସ୍ପିଟାଲ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ, ୨୮।୧୦: କେନ୍ଦ୍ରାପଡ଼ା ଜିଲାରେ ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ଥିବା ୨୨୪ ଡାକ୍ତରଙ୍କ ମଧ୍ୟରୁ ୧୩୪ ପଦବୀ ଫାଙ୍କା ଅଛି। ଏଥିସହ ଭିତ୍ତିଭୂମି ସୁଦୃଢ଼ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ୨୦୧୮ ଡିସେମ୍ବରରୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ୫ କି.ମି. ଦୂର ଶାମଗୁଡିଆଠାରେ ନିର୍ମାଣାଧୀନ ମାତୃ ଓ ଶିଶୁମଙ୍ଗଳ ହସ୍ପିଟାଲ ପ୍ରକଳ୍ପ ଶେଷ ହୋଇପାରୁନି। ଏପରି କି ଗତ ୨୦୧୯ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ କେନ୍ଦ୍ରାପଡ଼ା ଗସ୍ତ କରି ୪ ମାସ ମଧ୍ୟରେ ପ୍ରକଳ୍ପ ନିର୍ମାଣ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ସମୀକ୍ଷା ହେଉ ନ ଥିବା ଜିଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ବହୁ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ରଶ୍ମିରଞ୍ଜନ ମହାପାତ୍ର କୁହନ୍ତି, କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ବିଭାଗ ଚିକିତ୍ସା ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ଏଠାରେ ବିପଦପୂର୍ଣ୍ଣ ଭାବେ ମାଆ ଓ ଶିଶୁଙ୍କ ଚିକିତ୍ସା ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶାମଗୁଡିଆଠାରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେଉଛି। ଏହି ପ୍ରକଳ୍ପ ୨୦୧୬ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ନିର୍ମାଣ ଅବଧି ମାତ୍ର ୨ ବର୍ଷ ଥିଲା। ତେବେ ୨୦୧୮ରେ ଏକ କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଆରମ୍ଭକୁ ଇତିମଧ୍ୟରେ ୫ ବର୍ଷ ବିତିଛି। ଫଳରେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଯେଉଁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ଥିଲା, ସେଥିରେ ବିଚ୍ୟୁତି ହୋଇଛି। ବୁଦ୍ଧିଜୀବୀ ତଥା ମହାକାଳପଡା ୟୁଥ କ୍ଲବର କର୍ମକର୍ତ୍ତା ବିଭୂତି ଭୂଷଣ ରାଉତ କହିଛନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ଓ ନବଜାତକଙ୍କୁ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ବାଧ୍ୟ ହୋଇ ଦଲାଲଙ୍କ ପ୍ରରୋଚନାରେ ଘରୋଇ ଚିକିତ୍ସାଳୟ ଆଡକୁ ରୋଗୀମାନେ ମୁହଁାଉଛନ୍ତି। ସମ୍ପୃକ୍ତ ଘରୋଇ ଚିକିତ୍ସାଳୟ କର୍ତ୍ତୃପକ୍ଷ ଚିକିତ୍ସା ବଦଳରେ ଆର୍ଥିକ ଶୋଷଣ କରୁଛନ୍ତି। ଏପରି କି ଏହି ଘରୋଇ ଚିକିତ୍ସାଳୟରେ କେତେକ ସମୟରେ ପ୍ରସୂତି ଓ ଶିଶୁଙ୍କ ମୃତ୍ୟୁ ହେଉଥିବା ଗଣମାଧ୍ୟମରେ ଜାଣିବାକୁ ମିଳୁଛି। ଜିଲା ପ୍ରଶାସନ ପକ୍ଷରୁ ଶାମଗୁଡିଆ ଚିକିତ୍ସାଳୟ ନିର୍ମାଣକୁ ନେଇ କୌଣସି ସମୀକ୍ଷା ହେଉ ନ ଥିବାରୁ ପ୍ରକଳ୍ପ ଶେଷ ହେଉନାହିଁ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ବୁଦ୍ଧିଜୀବୀ ଅମରବର ବିଶ୍ୱାଳ କହିଛନ୍ତି, ପ୍ରକଳ୍ପ ନିର୍ମାଣ ବିଳମ୍ବର କାରଣ ଶ୍ରମିକ ଅଶାନ୍ତି। ଏଥିସହ ଏହାର ଠିକାଦାର ଏବେ ଜିଲା ସ୍ବାସ୍ଥ୍ୟ ବିଭାଗର ପ୍ରତ୍ୟେକ ନିର୍ମାଣ କାର୍ଯ୍ୟକୁ ଠିକାରେ ନେଉଛନ୍ତି। ଏକ ସଙ୍ଗରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ଶ୍ରମିକଙ୍କ ଅଭାବ ଥିବାରୁ ସବ୍‌ଲିଜରେ ଠିକା କାର୍ଯ୍ୟ ହେଉଛି। ବିଭିନ୍ନ ସମୟରେ ଶ୍ରମିକଙ୍କୁ ଉପଯୁକ୍ତ ସମୟରେ ପ୍ରାପ୍ୟ ମିଳୁ ନ ଥିବାରୁ କାର୍ଯ୍ୟ ବିଳମ୍ବ ହେଉଥିବା ଲକ୍ଷ୍ୟ କରାଯାଉଛି। ସାମାଜିକ କର୍ମୀ ସୌମ୍ୟରଞ୍ଜନ ବିଶ୍ୱାଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ଆର୍ଥିକ ବିକାଶ ଦିଗରେ ଅନୁନ୍ନତ। ଆର୍ଥିକ ସ୍ବାବଲମ୍ବୀ ନ ଥିବା ପ୍ରସୂତିଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ଜିଲାବାସୀ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା କ୍ଷୋଭର ବିଷୟ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି ଯେ, ଶ୍ରମିକ ଅଶାନ୍ତି ସହ କରୋନା ସଂକ୍ରମଣ ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି କରିଥିଲା। ତେବେ ଠିକାସଂସ୍ଥାକୁ ତାଗିଦ୍‌ ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ଗତ ସୋମବାର ଏ ସମ୍ପର୍କରେ ତଦାରଖ ପାଇଁ ସେଠାକୁ ଯାଇଥିଲି। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଉପଜିଲାପାଳ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri