ମାତୃ, ଶିଶୁମଙ୍ଗଳ ହସ୍ପିଟାଲ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ, ୨୮।୧୦: କେନ୍ଦ୍ରାପଡ଼ା ଜିଲାରେ ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ଥିବା ୨୨୪ ଡାକ୍ତରଙ୍କ ମଧ୍ୟରୁ ୧୩୪ ପଦବୀ ଫାଙ୍କା ଅଛି। ଏଥିସହ ଭିତ୍ତିଭୂମି ସୁଦୃଢ଼ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ୨୦୧୮ ଡିସେମ୍ବରରୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ୫ କି.ମି. ଦୂର ଶାମଗୁଡିଆଠାରେ ନିର୍ମାଣାଧୀନ ମାତୃ ଓ ଶିଶୁମଙ୍ଗଳ ହସ୍ପିଟାଲ ପ୍ରକଳ୍ପ ଶେଷ ହୋଇପାରୁନି। ଏପରି କି ଗତ ୨୦୧୯ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ କେନ୍ଦ୍ରାପଡ଼ା ଗସ୍ତ କରି ୪ ମାସ ମଧ୍ୟରେ ପ୍ରକଳ୍ପ ନିର୍ମାଣ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ସମୀକ୍ଷା ହେଉ ନ ଥିବା ଜିଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ବହୁ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ରଶ୍ମିରଞ୍ଜନ ମହାପାତ୍ର କୁହନ୍ତି, କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ବିଭାଗ ଚିକିତ୍ସା ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ଏଠାରେ ବିପଦପୂର୍ଣ୍ଣ ଭାବେ ମାଆ ଓ ଶିଶୁଙ୍କ ଚିକିତ୍ସା ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶାମଗୁଡିଆଠାରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେଉଛି। ଏହି ପ୍ରକଳ୍ପ ୨୦୧୬ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ନିର୍ମାଣ ଅବଧି ମାତ୍ର ୨ ବର୍ଷ ଥିଲା। ତେବେ ୨୦୧୮ରେ ଏକ କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଆରମ୍ଭକୁ ଇତିମଧ୍ୟରେ ୫ ବର୍ଷ ବିତିଛି। ଫଳରେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଯେଉଁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ଥିଲା, ସେଥିରେ ବିଚ୍ୟୁତି ହୋଇଛି। ବୁଦ୍ଧିଜୀବୀ ତଥା ମହାକାଳପଡା ୟୁଥ କ୍ଲବର କର୍ମକର୍ତ୍ତା ବିଭୂତି ଭୂଷଣ ରାଉତ କହିଛନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ଓ ନବଜାତକଙ୍କୁ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ବାଧ୍ୟ ହୋଇ ଦଲାଲଙ୍କ ପ୍ରରୋଚନାରେ ଘରୋଇ ଚିକିତ୍ସାଳୟ ଆଡକୁ ରୋଗୀମାନେ ମୁହଁାଉଛନ୍ତି। ସମ୍ପୃକ୍ତ ଘରୋଇ ଚିକିତ୍ସାଳୟ କର୍ତ୍ତୃପକ୍ଷ ଚିକିତ୍ସା ବଦଳରେ ଆର୍ଥିକ ଶୋଷଣ କରୁଛନ୍ତି। ଏପରି କି ଏହି ଘରୋଇ ଚିକିତ୍ସାଳୟରେ କେତେକ ସମୟରେ ପ୍ରସୂତି ଓ ଶିଶୁଙ୍କ ମୃତ୍ୟୁ ହେଉଥିବା ଗଣମାଧ୍ୟମରେ ଜାଣିବାକୁ ମିଳୁଛି। ଜିଲା ପ୍ରଶାସନ ପକ୍ଷରୁ ଶାମଗୁଡିଆ ଚିକିତ୍ସାଳୟ ନିର୍ମାଣକୁ ନେଇ କୌଣସି ସମୀକ୍ଷା ହେଉ ନ ଥିବାରୁ ପ୍ରକଳ୍ପ ଶେଷ ହେଉନାହିଁ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ବୁଦ୍ଧିଜୀବୀ ଅମରବର ବିଶ୍ୱାଳ କହିଛନ୍ତି, ପ୍ରକଳ୍ପ ନିର୍ମାଣ ବିଳମ୍ବର କାରଣ ଶ୍ରମିକ ଅଶାନ୍ତି। ଏଥିସହ ଏହାର ଠିକାଦାର ଏବେ ଜିଲା ସ୍ବାସ୍ଥ୍ୟ ବିଭାଗର ପ୍ରତ୍ୟେକ ନିର୍ମାଣ କାର୍ଯ୍ୟକୁ ଠିକାରେ ନେଉଛନ୍ତି। ଏକ ସଙ୍ଗରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ଶ୍ରମିକଙ୍କ ଅଭାବ ଥିବାରୁ ସବ୍‌ଲିଜରେ ଠିକା କାର୍ଯ୍ୟ ହେଉଛି। ବିଭିନ୍ନ ସମୟରେ ଶ୍ରମିକଙ୍କୁ ଉପଯୁକ୍ତ ସମୟରେ ପ୍ରାପ୍ୟ ମିଳୁ ନ ଥିବାରୁ କାର୍ଯ୍ୟ ବିଳମ୍ବ ହେଉଥିବା ଲକ୍ଷ୍ୟ କରାଯାଉଛି। ସାମାଜିକ କର୍ମୀ ସୌମ୍ୟରଞ୍ଜନ ବିଶ୍ୱାଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ଆର୍ଥିକ ବିକାଶ ଦିଗରେ ଅନୁନ୍ନତ। ଆର୍ଥିକ ସ୍ବାବଲମ୍ବୀ ନ ଥିବା ପ୍ରସୂତିଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ଜିଲାବାସୀ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା କ୍ଷୋଭର ବିଷୟ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି ଯେ, ଶ୍ରମିକ ଅଶାନ୍ତି ସହ କରୋନା ସଂକ୍ରମଣ ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି କରିଥିଲା। ତେବେ ଠିକାସଂସ୍ଥାକୁ ତାଗିଦ୍‌ ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ଗତ ସୋମବାର ଏ ସମ୍ପର୍କରେ ତଦାରଖ ପାଇଁ ସେଠାକୁ ଯାଇଥିଲି। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଉପଜିଲାପାଳ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ...

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ...

ଶ୍ରୀଜିଉଙ୍କ ବନକଲାଗି ନୀତି: ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୨୯।୧୧: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଖାର କରିବେ । ଏ ନେଇ ସା ୫ଟାରୁ ରାତି...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ରସୁଲଗଡ଼ରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚଢ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।...

ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି 

ଭୁବନେଶ୍ବର,୨୯।୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri