ଦ୍ୱିତୀୟ ଡୋଜ ବିଳମ୍ବ ହେବା ଦ୍ୱାରା ବଞ୍ଚାଇ ହେବ ଅଧିକ ଜୀବନ

ମୁମ୍ବାଇ,୧୩।୫: କରୋନା ଭାଇରସ ଟିକାର ଦ୍ୱିତୀୟ ଡୋଜ ବିଳମ୍ବ ହେବା ଦ୍ୱାରା ବଞ୍ଚାଇ ହେବ ଅଧିକ ଜୀବନ। ଏହା ଏକ ଅଧ୍ୟୟନରୁ ଜଣାପଡ଼ିଛି। ମଡର୍ନା, ଫାଇଜର-ବାୟୋଏନ୍‌ଟେକ ଓ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ପ୍ରସ୍ତୁତ ହେବାର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ ଡୋଜ ନେବାର ୩ରୁ ୪ ସପ୍ତାହରେ ଦ୍ୱିତୀୟ ଡୋଜ ନେବାକୁ କୁହାଯାଇଥିଲା।

କିନ୍ତୁ ଦୁଇ ଡୋଜ ମଧ୍ୟରେ ୧୨ ସପ୍ତାହ ଅର୍ଥାତ ୩ ମାସର ବ୍ୟବଧାନ ରଖିବାକୁ ନିଷ୍ପତ୍ତି ନେଇଥିଲା ୟୁକେ। ଯାହା ଫଳରେ ଅଧିକରୁ ଅଧିକ ଲୋକମାନେ ପ୍ରଥମ ଡୋଜ ନେଇପାରିଛନ୍ତି। ଉକ୍ତ ପଦ୍ଧଥିକୁ ଅଧ୍ୟୟନ ପରେ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତିି ପ୍ରଥମ ଡୋଜ ନେଇଥିବା ଲୋକେ ଅଧିକ ସୁରକ୍ଷିତ। ଏହାର ଇମୁନୋଲୋଜିକାଲ ପ୍ରମାଣ ମିଳିଛି। ଫାଇଜର ଓ ମଡର୍ନା ଟିକାର ପ୍ରଥମ ଡୋଜ ଗ୍ରହଣ କରିଥିବା ଲୋକମାନେ ପ୍ରାୟ ୮୦ ପ୍ରତିଶତ ସୁରକ୍ଷିତ ଅଛନ୍ତି।

ରୋଚେଷ୍ଟର ସ୍ଥିତ ମାୟୋ କ୍ଲିନିକଠାରେ ବୈଜ୍ଞାନିକମାନେ ୟୁକେ ଓ ବିଳମ୍ବରେ ଦ୍ୱିତୀୟ ଡୋଜ ଦେଇଥିବା ଅନ୍ୟ ଦେଶର ପଦ୍ଧଥି ଉପରେ ପରୀକ୍ଷା କରିଥିଲେ। ଏହାଦ୍ୱାରା କେବଳ ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିଛି ତା ନୁହେଁ, ବରଂ ପ୍ରଥମ ଡୋଜ ଦ୍ୱାରା ଅଧିକ ଜୀବନ ବଞ୍ଚି ପାରଥିବା ଜଣାପଡ଼ିଛି। ତେବେ ଏହି ପଦ୍ଧଥି ୬୫ ବର୍ଷରୁ କମ୍‌ ବୟସ୍କଙ୍କଠାରେ ଅଧିକ ଫଳପ୍ରଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେମ୍ପୋ ମିଶନ: ପ୍ରଦୂଷଣର ମନିଟରିଂ ଉପକରଣରୁ ଫଟୋ ଶେୟାର କଲା ନାସା

ଓ୍ବାଶିଂଟନ୍‌,୨୫।୮: ଆମେରିକାର ସ୍ପେସ ଏଜେନ୍ସି ନାସା ଚଳିତ ବର୍ଷ ଆରମ୍ଭରେ ନୂତନ ପ୍ରଦୂଷଣ-ମନିଟରିଂ ଉପକରଣରୁ ପ୍ରଥମ ଡାଟା ମ୍ୟାପ ପ୍ରକାଶ କରିଛି। ଭୂମଧ୍ୟ ରେଖାରୁ ୨୨ହଜାର...

ବୋରିସ୍‌ ସରକାର: କେଳେଙ୍କାରୀରୁ ପତନ

ତିନିବର୍ଷ ପୂର୍ବେ ବ୍ରିଟେନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବୋରିସ୍‌ ଜନ୍‌ସନଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍‌ ପାର୍ଟି ବିପୁଳ ବିଜୟ ହାସଲ କରିଥିଲା। ୧୯୮୭ ପରେ ଏହା ଥିଲା...

ଭାରତର ପ୍ରଭାବ: ବାଂଲାଦେଶରେ ପିଆଜ ଦାମ୍‌ ଶହେ ଶ୍ରୀଲଙ୍କାରେ ୧୧୭

ଢ଼ାକା/କଲମ୍ବୋ,୩।୧୦: ଭାରତରେ ପିଆଜ ଦାମ୍‌ ନେଇ ଲୋକେ ହନ୍ତସନ୍ତ ହେବା ପରେ ଏବେ ଏହାର ପ୍ରଭାବ ପଡ଼ୋଶୀ ଦେଶଗୁଡ଼ିକ ଉପରେ ପଡ଼ିବା ଆରମ୍ଭ କରିଛି। ଭାରତ...

ଖୁସି ଖବର: ଆମେରିକାରେ କମିଲା କରୋନା ମୃତ୍ୟୁ ସଂଖ୍ୟା

ଓ୍ବାଶିଂଟନ,୧୯।୬: କରୋନା ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ, ଆମେରିକା ଓ ଭାରତର ସ୍ଥିତି ଉଦ୍‌ବେଗଜନକ ରହିଛି। ପ୍ରତିଦିନ ସଂକ୍ରମିତଙ୍କ ତାଲିକାରେ ଭାରତ ୩ ନମ୍ବରରେ ଥିବା ବେଳେ...

ୟୁରୋପକୁ ତୈଳ ଯୋଗାଇବ ନାହିଁ ରୁଷିଆ

ମସ୍କୋ,୬।୧: ରୁଷିଆ ଓ ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଭାରତ ସହିତ ରୁଷିଆ ତୈଳ ବ୍ୟବସାୟ କ୍ରମାଗତ ଭାବେ ଶୀର୍ଷରେ ପହଞ୍ଚିଛି। ଇତିମଧ୍ୟରେ ଏକ ଖବର ସାମ୍ନାକୁ...

ଭାରତକୁ ପୁଣି ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ୍‌,୩୧।୩: ଭାରତ ସୀମାରେ ଚାଇନା ଉତ୍ତେଜନାମୂଳକ ପଦକ୍ଷେପ ନେଇଛି ବୋଲି ଶୁକ୍ରବାର ଆମେରିକା କହିଛି। ଭବିଷ୍ୟତରେ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆମେରିକା...

ମୋଦିଙ୍କୁ କୁଣ୍ଢାଇ ଧରିଲେ ବାଇଡେନ…

ଟୋକିଓ,୨୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୩ ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜାପାନରେ ପହଞ୍ଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଦେଶର...

ଆମେରିକାରେ ଲଖିମପୁର ବିରୋଧୀ ସ୍ବର, ଚାଷୀ ହତ୍ୟାକୁ ନିନ୍ଦା କଲେ ଅର୍ଥମନ୍ତ୍ରୀ…

ବୋଷ୍ଟନ,୧୩।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ବିରୋଧରେ ସ୍ବର ଉଠିବା ଆରମ୍ଭ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତରେ ହାଭାର୍ଡ କେନେଡ଼ି ସ୍କୁଲରେ ଏକ...

Advertisement
Archives

Model This Week