Posted inରାଜ୍ୟ

ଫାଷ୍ଟ୍‌ଟ୍ରାକ୍‌ କୋର୍ଟରେ ବିଳମ୍ବିତ ବିଚାର: ରାଜ୍ୟରେ ପଡ଼ି ରହିଛି ୩ହଜାର ୨୪୪ ମାମଲା

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ଦେଶରେ ବଢି ଚାଲିଥିବା ଆପରାଧିକ ମାମଲା ଉପରେ ନଜର ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଫାଷ୍ଟ-ଟ୍ରାକ୍‌ କୋର୍ଟ (ଏଫ୍‌ଟିସି) ସ୍ଥାପନ କରାଯାଇଛି। ୨୦୦୦ ମସିହାରେ ଦେଶରେ ପ୍ରାୟ ୩କୋଟି ମାମଲା ବିଚାରାଧୀନ ରହିଥିବାବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୧ତମ ଅର୍ଥ କମିଶନଙ୍କ ଜରିଆରେ ଏହି କୋର୍ଟଗୁଡ଼ିକ ସ୍ଥାପନ କରାଯାଇଥିଲା।

ବିଭିନ୍ନ ଜଘନ୍ୟ ଅପରାଧ ଏବଂ ମହିଳା, ଶିଶୁ ଓ ବୟସ୍କଙ୍କ ବିରୋଧରେ ହେଉଥିବା ଅପରାଧଗୁଡ଼ିିକର ତୁରନ୍ତ ବିଚାର ପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ମୋଟ୍‌ ୮୯୮ଟି ଫାଷ୍ଟ ଟ୍ରାକ୍‌ କୋର୍ଟ କାର୍ଯ୍ୟ କରୁଛି। ଓଡ଼ିଶାରେ ୪୫ଟି ଫାଷ୍ଟଟ୍ରାକ୍‌ କୋର୍ଟ ରହିଥିବାବେଳେ ବର୍ତ୍ତମାନ ୧୯ଟି ଫାଷ୍ଟଟ୍ରାକ୍‌ ସ୍ପେଶାଲ କୋର୍ଟ କାର୍ଯ୍ୟ କରୁଛି। ୨୦୨୧ ଜୁନ୍‌ରେ କଟକ, ବଲାଙ୍ଗୀର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ରାୟଗଡା ଏବଂ ସମ୍ବଲପୁର ଜିଲାରେ ଏକକାଳୀନ ୧୫ଟି ଫାଷ୍ଟ ଟ୍ରାକ୍‌ ସ୍ପେଶାଲ କୋର୍ଟ ଆରମ୍ଭ କରାଯାଇଥିଲା। ରାଜ୍ୟରେ ପୋକ୍‌ସୋ ଆକ୍ଟ ସମ୍ପର୍କିତ ମାମଲା ଏବଂ ବଳାତ୍କାର ମାମଲାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ଏହି କୋର୍ଟଗୁଡ଼ିକ ପ୍ରତିଷ୍ଠା ହୋଇଥିଲା।

ସମ୍ପ୍ରତି ସମସ୍ତ ରାଜ୍ୟର ହାଇକୋର୍ଟଗୁଡିକ ପକ୍ଷରୁ କେନ୍ଦ୍ର ଆଇନ୍‌ ମନ୍ତ୍ରଣାଳୟକୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଦେଶର ଫାଷ୍ଟ ଟ୍ରାକ୍‌ କୋର୍ଟଗୁଡ଼ିକରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ଅବସ୍ଥାରେ ପଡ଼ିରହିଛି। ସେଥିମଧ୍ୟରୁ ଓଡ଼ିିଶାରେ ଥିବା ଏହି କୋର୍ଟଗୁଡିକରେ ୩ହଜାର ୨୪୪ଟି ମାମଲା ବିଚାରାଧୀନ ରହିଛି।

ସମ୍ପର୍କରେ ଭୁବନେଶ୍ୱରର ଆଇନଜୀବୀ ପ୍ରଭାତ କୁମାର ସାମନ୍ତରାୟ କହିଛନ୍ତି, ଫାଷ୍ଟଟ୍ରାକ୍‌ କୋର୍ଟଗୁଡ଼ିକର ପରିଚାଳନା ପାଇଁ ଅଧିକ ପାଣ୍ଠି ଯୋଗାଇବା ସହିତ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି କରାଯିବାର ଆବଶ୍ୟକତା ରହିଛି। ଏଥିସହ ସବୁ ଜିଲାରେ ଫାଷ୍ଟ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ସେହିପରି ବରିଷ୍ଠ ଆଇନ୍‌ଜୀବୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ଭିତ୍ତିଭୂମି ଅଭାବ ସମେତ ବିଭିନ୍ନ କାରଣରୁ ଏହି କୋର୍ଟଗୁଡ଼ିକ ଠିକ୍‌ ଭାବେ ପରିଚାଳିତ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?