ଗର୍ଭନାଳ କାଟିବାରେ ବିଳମ୍ବ ନବଜାତକ ମୃତ୍ୟୁ ହାରକୁ ହ୍ରାସ କରିପାରେ…

ମେଲବୋର୍ନ,୧୬।୧୧ : ଜନ୍ମ ପରେ ସଙ୍ଗେ ସଙ୍ଗେ ଗର୍ଭନାଳ କାଟିବା ସାଧାରଣ କଥା, କିନ୍ତୁ ତୁରନ୍ତ ଗର୍ଭନାଳ ନ କାଟିବା ଦ୍ୱାରା ନବଜାତକର ମୃତ୍ୟୁ ହେବାର ଆଶଙ୍କା ଅଧାକୁ ହ୍ରାସ କରିପାରେ। ଦ ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ଅଷ୍ଟ୍ରେଲିଆର ନ୍ୟାଶନାଲ ହେଲଥ ଆଣ୍ଡ ମେଡିକାଲ ରିସର୍ଚ୍ଚ କାଉନସିଲ ର ଦୁଇଜଣ ଗବେଷକ ଡାକ୍ତର ଆନ୍ନା ଲେନ ସେଡଲର ଏବଂ ପ୍ରଫେସର ଲିସା ଏସ୍କିଙ୍କ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ଯଦି ଗର୍ଭନାଳ କାଟିବାରେ ବିଳମ୍ବ ହୁଏ, ତେବେ ଏହା ଶିଶୁର ଶରୀରରେ ରକ୍ତ ପରିମାଣ ବଢ଼ାଇପାରେ। ଏହା ବ୍ୟତୀତ ରକ୍ତ ପ୍ଲାଲେଟରେ ଲୌହର ସ୍ତର ବଢ଼ିଥାଏ। କେବଳ ଏତିକି ନୁହେଁ, ଗର୍ଭନାଳ ବିଳମ୍ବରେ କାଟିବା କାରଣରୁ ଶିଶୁର ଶରୀରରେ ଥିବା ଲାଲ ରକ୍ତ କଣିକା ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।

ଆନ୍ନା ଲେନ ସେଡଲର୍‌ କହିଛନ୍ତି ବିଶ୍ୱବ୍ୟାପୀ ପ୍ରତିବର୍ଷ ପ୍ରାୟ ୧୩ ନିୟୁତ ଶିଶୁ ଅକାଳରେ ଜନ୍ମ ହୁଅନ୍ତି ଏବଂ ଜନ୍ମର କିଛି ସମୟ ପରେ ପ୍ରାୟ ୧ ନିୟୁତ ଶିଶୁଙ୍କର ମୃତ୍ୟୁ ଘଟିଥାଏ। ନୂତନ ଅନୁସନ୍ଧାନରୁ ଜଣାପଡିଛି ଗର୍ଭନାଳ କାଟିବା ପାଇଁ ୨ ମିନିଟ କିମ୍ବା ଅଧିକ ସମୟ ଅପେକ୍ଷା କରିବା ଏଭଳି ଶିଶୁମାନଙ୍କର ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ଡକ୍ଟର ସେଡଲରଙ୍କ ଦଳ ୯୦୦୦ରୁ ଅଧିକ ପିଲାଙ୍କ ୬୦ଟି କ୍ଲିନିକାଲ ପରୀକ୍ଷଣରୁ ତଥ୍ୟ ଅନ୍ତର୍ଭୁକ୍ତ କରିଥିଲେ। ଜଣାପଡିଥିଲା ଯଦି ଜନ୍ମ ପରେ ଗର୍ଭନାଳ ୩୦ ସେକେଣ୍ଡ କିମ୍ବା ତା’ଠାରୁ ଅଧିକ ସମୟ ପରେ କଟାଯାଇଥାଏ, ତେବେ ଅକାଳ ଶିଶୁମାନଙ୍କ ମୃତ୍ୟୁ ହେବାର ଆଶଙ୍କା ଏକ ତୃତୀୟାଂଶ ହ୍ରାସ ପାଇଥାଏ।

ପ୍ରଫେସର ଲିସା ଏସ୍କିଙ୍କ ଦଳ ୪୭, ୦୯୪ ପିଲାଙ୍କୁ ନେଇ ୪୭ ଟି କ୍ଲିନିକାଲ ଟ୍ରାଏଲର ତଥ୍ୟ ବିଶ୍ଳେଷଣ କରିଥିଲେ। ଏଥିରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଅତି କମରେ ଦୁଇ ମିନିଟ ଅପେକ୍ଷା କରିବା ପରେ ଗର୍ଭନାଳ କାଟିବା ଦ୍ୱାରା କେବଳ ନବଜାତ ଶିଶୁର ମୃତ୍ୟୁ ହାର କମିଯାଇଥାଏ। ଏହି ଅନୁସନ୍ଧାନ ନବଜାତ ଶିଶୁମାନଙ୍କ ବିଷୟରେ ଏକ ନୂତନ ଆଶା ସଞ୍ଚାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

ସ୍ୱାଧୀନତା ଦିବସରେ ୩୫୦ ଟଙ୍କା ତେଲ ଦର! ଦେଶରେ ପଡିଲା ଚହଳ…

ଇସଲାମାବାଦ୍‌,୧୪।୮: ପାକିସ୍ତାନରେ ଆଜି ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଖବର ଅନୁଯାୟୀ, ପାକିସ୍ତାନରେ ସ୍ୱାଧୀନତା ଦିବସ ଅବସରରେ ପେଟ୍ରୋଲ-ଡିଜେଲ ଦର…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri