ଦୁର୍ବଳ ନଦୀବନ୍ଧ ମରାମତି ସାରିବାକୁ ତାଗିଦ

ଖୋର୍ଦ୍ଧା ଅଫିସ,୨୫ା୫: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ବୁଧବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଲୋଚନା ହୋଇଥିଲା। ଦୁର୍ବଳ ନଦୀବନ୍ଧ ମରାମତି, ଡ୍ରେନେଜ ପୁନରୁଦ୍ଧାର, ଜଳ ନିଷ୍କାସନ, ସ୍ବାସ୍ଥ୍ୟ, ପାନୀୟଜଳ, ରିଲିଫ, ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକ ଆରମ୍ଭରୁ ଦୁର୍ବଳ ନଦୀବନ୍ଧ କଥା ଉଠାଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବିଭାଗୀୟ ଅବହେଳାକୁ ନେଇ ସେ ବର୍ଷିଥିଲେ। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ରାଜୁଆ ନଦୀବନ୍ଧ ସୁଦୃଢୀକରଣ, ଜିଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଗାଲୁଆ ଛକଠାରେ ଡ୍ରେନ ନିର୍ମାଣ, ବାଣପୁର ବାଲୁଗାଁ ମୁଖ୍ୟ ରାସ୍ତା ମେଘାମ୍ବୀ ଠାରେ ନାଳର ପୁନରୁଦ୍ଧାର, ବିଧାୟକ ରାଜେନ୍ଦ୍ର ସାହୁ ଅଟ୍ରି ଉଷ୍ଣପ୍ରସ୍ରବଣ ଭିତରକୁ ଯେପରି ବନ୍ୟାଜଳ ନ ମାଡିବ, ସେଥିଲାଗି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ।
ବନ୍ୟା, ବାତ୍ୟାର ପ୍ରତିକାର ପାଇଁ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ବାତ୍ୟା ମୁକାବିଲା ନିମନ୍ତେ ଜିଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ମେ ୧ରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଖୋଲାଯାଇଛି। ଜିଲା ନିୟନ୍ତ୍ରଣ କକ୍ଷ ଫୋନ ନମ୍ବର ୦୬୭୫୫-୨୨୦୦୦୨ ଏବଂ ଜିଲା ଜରୁରିକାଳୀନ ଉପବିଭାଗରେ ଅବସ୍ଥାପିତ ଟୋଲ୍‌ ଫ୍ରି ନମ୍ବର ୧୦୭୭କୁ ଜରୁରିକାଳୀନ ବାର୍ତ୍ତା ପ୍ରଦାନ କରାଯାଇପାରିବ। ଭୁବନେଶ୍ୱର ଉପଜିଲାପାଳଙ୍କ ନିୟନ୍ତ୍ରଣ କକ୍ଷ ନଂ-୦୬୭୪-୨୪୩୨୩୦୧, ଖୋର୍ଦ୍ଧା ୦୬୭୫୫-୨୨୦୨୨୦, କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା ନଂ ୦୬୭୫୫-୨୨୦୭୨୯, ପ୍ରାଚୀ ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନଂ ୦୬୭୪-୨୫୬୨୪୨୭, ନିମାପଡ଼ା ଜଳସେଚନ ବିଭାଗ ନଂ-୦୬୭୫୮-୨୫୦୨୪୦କୁ ଯୋଗାଯୋଗ କରାଯାଇପାରିବ। ଏଥିସହିତ ସମସ୍ତ ତହସିଲଦାର, ବିଡିଓଙ୍କ ସ୍ତରରେ ଖୋଲାଯାଇଥିବା ଅଂଶୁଘାତ ନିୟନ୍ତ୍ରଣ କକ୍ଷକୁ ଆଗାମୀ ବର୍ଷାଋତୁରେ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୈନିକ ବୃଷ୍ଟିପାତ ରେକର୍ଡ କରାଯିବ। ଦୁର୍ବଳ ନଦୀ ଓ କେନାଲ ବନ୍ଧଗୁଡିକ ତୁରନ୍ତ ମରାମତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜଳସେଚନ ଏବଂ ଡ୍ରେନେଜ ଅବରୋଧମୁକ୍ତ ହେବ। ଖୋର୍ଦ୍ଧା ଜିଲାରେ ୪୮୦ ଅସ୍ଥାୟୀ ଆଶ୍ରୟସ୍ଥଳୀ ଏବଂ ୫୦ଟି ବହମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିିକୁ ଆବଶ୍ୟକ ମରାମତି କରାଯିବ। ପ୍ରତ୍ୟେକ ବାତ୍ୟାଶ୍ରୟସ୍ଥଳୀରେ ଜଣେ ନୋଡାଲ ଅଫିସର ଦାୟିତ୍ୱରେ ରହିବେ। ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଓ ଛତୁଆ ରଖାଯିବ। ସମ୍ଭାବ୍ୟ ବନ୍ୟା ବାତ୍ୟା ପରିସ୍ଥିତିରେ ଡଙ୍ଗା ମୁତୟନ ଲାଗି ଟାଙ୍ଗୀ ଓ ଚିଲିକା ବିଡିଓ ଡଙ୍ଗା ମାଲିକମାନଙ୍କ ସହ ଯୋଗସୂତ୍ର ରକ୍ଷା କରି ବ୍ୟବସ୍ଥା କରିବେ। ଯାନବାହନ ଚଳାଚଳ ଦୃଷ୍ଟିରୁ ଭୁବନେଶ୍ୱର ଉପଜିଲାପାଳ ଆର୍‌ଟିଓଙ୍କ ସହ ଯୋଗସୂତ୍ର ରଖି ଆବଶ୍ୟକ ଟ୍ରକ ବାଲୁଗାଁ ଓ ମଙ୍ଗଳାଯୋଡିକୁ ପଠାଇବେ। ଏସଂକ୍ରାନ୍ତରେ ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲାପାଳ ସବିଶେଷ ରିପୋର୍ଟ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବେ। ସ୍ବତନ୍ତ୍ର ରିଲିଫ କମିଶନଙ୍କ ୮ଟି ବୋଟ ମଧ୍ୟରୁ ୩ଟି ବାଲିପାଟଣା, ୨ଟି ଲେଖାଏଁ ବାଲିଅନ୍ତା ଓ ଖୋର୍ଦ୍ଧା ଏବଂ ଗୋଟିଏ ଜଟଣୀ ବ୍ଳକ କାଯ୍ୟାଳୟରେ ରହିବ। ଏହି ପାୱାର ବୋଟ ଚଳାଇବା ପାଇଁ ଡ୍ରାଇଭରମାନଙ୍କୁ ଜୁନରୁ ନିଯୁକ୍ତି ଦିଆଯିବ। ବର୍ଷାଋତୁ ପୂର୍ବରୁ ନାଳ, କେନାଲ, ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ ୧ ଓ ୨, ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ଭୁବନେଶ୍ୱର ଉପଜିଲାପାଳ ଜଳ ନିଷ୍କାସନ ଓ ନାଳ ପରିଷ୍କାର ସଂକ୍ରାନ୍ତୀୟ ତଦନ୍ତ କରି ଜୁନ ମାସ ପ୍ରଥମ ସପ୍ତାହ ସୁଦ୍ଧା ଜିଲାପାଳଙ୍କୁ ଦେବେ। ବନ୍ୟା, ବାତ୍ୟା ସମୟରେ ଲୋକଙ୍କୁ ଜରୁରିକାଳୀନ ସାହାଯ୍ୟ ଯୋଗାଇବା ପାଇଁ ବନ୍ୟା ପୂର୍ବରୁ ଚୁଡ଼ା, ଚାଉଳ, ଗୁଡ ଓ କିରୋସିନ ପ୍ରଭୃତି ମହଜୁଦ ରଖିବା ଲାଗି ଜିଲା ଯୋଗାଣ ଅଧିକାରୀଙ୍କୁ ଜିଲାପାଳ ତାଗିଦ୍‌ କରିଥିଲେ। ବିଡିଓ, ପୌର ନିର୍ବାହୀ ଅଧିକାରୀମାନେ ନିଜ ଅଞ୍ଚଳର ଆବଶ୍ୟକତା ଅନୁସାରେ ରିପୋର୍ଟ ପ୍ରଦାନ କରିବେ।
ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଅନ୍ତର୍ଭୁକ୍ତ ଡିଲରଙ୍କ ନିକଟରେ ଗଚ୍ଛିତ ଖାଦ୍ୟ ତାଲିକା ପ୍ରଦାନ କରିବେ। ଜିଲା ଯୋଗାଣ ଅଧିକାରୀ ସମସ୍ତ ଚୁଡ଼ା ମାଲିକଙ୍କ ସହ ଯୋଗସୂତ୍ର ରଖି ବିପର୍ଯ୍ୟୟ ସମୟରେ ସାମଗ୍ରୀ ଶୀଘ୍ର ପହଞ୍ଚାଇବା ବ୍ୟବସ୍ଥା କରିବେ। ଏଥିଲାଗି ବିଭିନ୍ନ ଦଳ ଗଠନ କରି ସାମଗ୍ରୀ ଗୁଣବତ୍ତା ଯାଞ୍ଚ ସହ କଳାବଜାରୀ ରୋକିବା ଦିଗରେ ଯତ୍ନବାନ ହେବେ। ବନ୍ୟା, ବାତ୍ୟା ସମୟରେ ବ୍ୟାପକ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ବନ୍ୟାଞ୍ଚଳରେ କୃଷିକାର୍ଯ୍ୟ ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ସହ ସବିଶେଷ ରିପୋର୍ଟ ପ୍ରଦାନ କରିବେ। ବନ୍ୟା, ବାତ୍ୟା ସମୟରେ ଜନସାଧାରଣ ଏବଂ ପଶୁସମ୍ପଦଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନଦେବା ଆବଶ୍ୟକ। ଆଶ୍ରୟସ୍ଥଳୀରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ମେଡିସିନ ମହଜୁଦ ଓ ମେଡିକାଲ ଟିମ୍‌ ପ୍ରସ୍ତୁତ ରଖିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବ୍ୟବସ୍ଥା କରିବେ। ପଶୁ ଖାଦ୍ୟ, ସ୍ବାସ୍ଥ୍ୟଯତ୍ନ ଲାଗି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଗୁରୁତ୍ୱ ଦେବେ। ପ୍ରତ୍ୟେକ ବ୍ଲକ, ଏନ୍‌ଏସି, ପୌର ପରିଷଦକୁ ଗୋଟିଏ ଲେଖାଏ ସର୍କଲରେ ବିଭକ୍ତ କରାଯାଇଛି। ସମ୍ପୃକ୍ତ ଅଧିକାରୀ ଏହି ସର୍କଲ ଦାୟିତ୍ୱରେ ରହିବେ। ନରାଜଠାରେ ୬ଲକ୍ଷ ଘନଫୁଟ କ୍ୟୁସେକ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେବା ମାତ୍ରେ ଜଳସେଚନ ବିଭାଗ ସମ୍ପୃୃକ୍ତ ଅଧିକାରୀମାନେ ସମ୍ପୃକ୍ତ କାର୍ଯ୍ୟାଳୟକୁ ପ୍ରତି ଘଣ୍ଟାରେ ବିବରଣୀ ଦେବେ। ରିଲିଫ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟରେ ସହାୟତ ପାଇଁ ସମ୍ପୃକ୍ତ ଅଧିକାରୀ ନିଜ ସର୍କଲରେ ସହକାରୀ ଓ ଅଣଅନୁଷ୍ଠାନ ସଂସ୍ଥା ସହ ଯୋଗାଯୋଗ ରଖି ରିଲିଫ୍‌ ଦଳ ଗଠନ କରିବେ। ବନ୍ୟା,ବାତ୍ୟା ସମୟରେ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ପହଞ୍ଚାଇବା ବ୍ୟବସ୍ଥା କରିବା ଲାଗି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ଉପଜିଲାପାଳ ଭୁବନେଶ୍ୱର ଦେବବ୍ରତ ସାହୁ, ଦୀପ୍ତିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri