ଯାଞ୍ଚରେ ବିଳମ୍ବ, ବାହାରିପାରୁନି ଚୂଡ଼ାନ୍ତ ତାଲିକା

ସମ୍ବଲପୁର,୩୧ା୧୧(ବ୍ୟୁରୋ): ଦୀର୍ଘ ୫ବର୍ଷ ମିଆଦି ସରିବା ପରେ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଥିଲା। ହେଲେ ଏଥିରେ ଜିଲାର ପ୍ରାୟ ୨ହଜାର ଅଯୋଗ୍ୟ ହିତଧିକାରୀଙ୍କ ନାମ ରହିଥିବା ଅଭିଯୋଗ ହୋଇଥିଲା। ଯାଞ୍ଚ ପାଇଁ ଗଠନ ହୋଇଥିବା ଟିମ୍‌ ଓ ଗ୍ରାମସଭାରେ ଅନୁମୋଦନ ହୋଇପାରି ନ ଥିବାରୁ ଜିଲାରେ ଚୂଡାନ୍ତ ତାଲିକା ପ୍ରକାଶ ପାଇ ପାରୁନାହିଁ। ନିୟମ ଅନୁସାରେ ଗ୍ରାମସଭାରେ ଅନୁମୋଦନ ହୋଇପାରୁ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଗ୍ରାମସଭା ପାଇଁ ଗତ ୨୬ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ଜିଲାର ୯ ବ୍ଲକର ୧୩୮ ପଞ୍ଚାୟତରୁ ମାତ୍ର ୯୨ ପଞ୍ଚାୟତରେ ଗ୍ରାମସଭା ହୋଇଥିବା ବେଳେ ବାକି ପଞ୍ଚାୟତରେ ହୋଇପାରି ନ ଥିଲା। ପୁଣି ସୋମବାର ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଅନେକ ପଞ୍ଚାୟତରେ ଗ୍ରାମସଭା ହୋଇପାରି ନ ଥିଲା। ସ୍ବାସ୍ଥ୍ୟମନ୍ତ୍ର ନବ କିଶୋର ଦାସଙ୍କ ମୃତ୍ୟୁକୁ ନେଇ ଶୋକ ଘୋଷଣା ଅନ୍ୟ ଏକ କାରଣ କୁହାଯାଉଛି। ସେହିପରି ପଞ୍ଚାୟତରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ମଧ୍ୟରେ ମତଭେଦ, ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପକୁ ମଧ୍ୟ ଦାୟୀ କରାଯାଉଛି। ଅନ୍ୟପଟେ ଟଙ୍କା ଦେଲେ ଘର ପାସ୍‌ କରାଯିବ ନ ହେଲେ ତାଲିକାରୁ ଅଯୋଗ୍ୟ ଦର୍ଶାଇ କାଟି ଦିଆଯିବ ବୋଲି ସମ୍ଭାବ୍ୟ ତାଲିକାରେ ଥିବା ହିତାଧିକାରୀଙ୍କୁ ସ୍ଥାନୀୟ ନେତା, ପଞ୍ଚାୟତ ସ୍ତରର ଅଧିକାରୀ, ଜନପ୍ରତିିନିଧି କହୁଥିବା ଅଭିଯୋଗ ହେଉଛି। ତାଲିକାରେ ଥିବା ହିତାଧିକାରୀ କାଳେ ତାଲିକାରୁ ବାଦ୍‌ ପଡିଯିବେ ସେ ନେଇ ସର୍ବସମ୍ମୁଖରେ ମୁହଁ ଖୋଲୁନାହାନ୍ତି। ହେଲେ ବାଦ୍‌ ପଡିଲେ ସମସ୍ତଙ୍କ ମୁଖା ଖୋଲିଦେବେ ବୋଲି ସେମାନେ କହୁଛନ୍ତି। ତେଣୁ ଚୂଡାନ୍ତ ତାଲିକା ପ୍ରକାଶ ପାଇବାରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ଜିଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଲୀପ କୁମାର ବଳଙ୍କୁ ପଚାରିବାରୁ ସେ କହିଥିଲେ, ହୋଇଥିବା ଅଭିଯୋଗ ଉପରେ ଯାଞ୍ଚ କରାଯାଉଛି। ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାଛଡା ନିୟମ ଅନୁସାରେ ଅଧିକାଂଶ ପଞ୍ଚାୟତରେ ଗ୍ରାମ ସଭାରେ ଅନୁମୋଦନ ହୋଇ ପାରି ନାହିଁ। ତେଣୁ ସୋମବାର ସମୟ ଦିଆଯାଇଥିଲା। ତାହାର ମଧ୍ୟ ଚୂଡାନ୍ତ ରିପୋର୍ଟ ହସ୍ତଗତ ହୋଇନାହିଁ। ଶୀଘ୍ର ଚୂଡାନ୍ତ ତାଲିକା ପ୍ରକାଶ କରାଯିବ। କୌଣସି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିବେ ନାହିଁ। କୌଣସି ଲୋକଙ୍କ କଥାରେ ପଡନ୍ତୁ ନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ବିଭିନ୍ନ ବ୍ଲକରେ ସମ୍ଭାବ୍ୟ ତାଲିକାରେ ଅଯୋଗ୍ୟ ହିତାଧିକାରୀ ଥିବା ନେଇ ପ୍ରାୟ ୨ ହଜାର ହିତାଧିକାରୀଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ସର୍ବାଧିକ ଯୁଯୁମୁରା ବ୍ଲକରେ ଥିବା ଅଭିଯୋଗ ହୋଇଥିଲା। ବାମରା ବ୍ଲକରେ ୨୭୭୩ ସମ୍ଭାବ୍ୟ ତାଲିକା ରହିଥିବା ବେଳେ ୨୭୮ ହିତାଧିକାରୀ ଅଯୋଗ୍ୟ ଥିବା ଅଭିଯୋଗ ହୋଇଛି। ଅନୁରୂପ ଭାବେ ନାକଟିଦେଉଳ ବ୍ଲକରେ ୧୦୬୩ ମଧ୍ୟରୁ ୨୩୩, ରେଢାଖୋଲରେ ୧୨୦୭ରୁ ୨୨୫, ରେଙ୍ଗାଲିରେ ୨୮୧୦ରୁ ୨୫୬, ଧନକଉଡାରେ ୧୮୭୫ରୁ ୧୩୩, କୁଚିଣ୍ଡାରେ ୨୦୧୩ରୁ ୧୨୨, ମାନେଶ୍ୱରରେ ୧୭୦୨ରୁ ୫୫, ଯୁଯୁମୁରାରେ ୨୪୫୩ରୁ ୬୧୨, ଜମନକିରା ବ୍ଲକରେ ୨୮୩୬ରୁ ୬୬ ଅଯୋଗ୍ୟ ଥିବା ନେଇ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?