ଯାଞ୍ଚରେ ବିଳମ୍ବ, ବାହାରିପାରୁନି ଚୂଡ଼ାନ୍ତ ତାଲିକା

ସମ୍ବଲପୁର,୩୧ା୧୧(ବ୍ୟୁରୋ): ଦୀର୍ଘ ୫ବର୍ଷ ମିଆଦି ସରିବା ପରେ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଥିଲା। ହେଲେ ଏଥିରେ ଜିଲାର ପ୍ରାୟ ୨ହଜାର ଅଯୋଗ୍ୟ ହିତଧିକାରୀଙ୍କ ନାମ ରହିଥିବା ଅଭିଯୋଗ ହୋଇଥିଲା। ଯାଞ୍ଚ ପାଇଁ ଗଠନ ହୋଇଥିବା ଟିମ୍‌ ଓ ଗ୍ରାମସଭାରେ ଅନୁମୋଦନ ହୋଇପାରି ନ ଥିବାରୁ ଜିଲାରେ ଚୂଡାନ୍ତ ତାଲିକା ପ୍ରକାଶ ପାଇ ପାରୁନାହିଁ। ନିୟମ ଅନୁସାରେ ଗ୍ରାମସଭାରେ ଅନୁମୋଦନ ହୋଇପାରୁ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଗ୍ରାମସଭା ପାଇଁ ଗତ ୨୬ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ଜିଲାର ୯ ବ୍ଲକର ୧୩୮ ପଞ୍ଚାୟତରୁ ମାତ୍ର ୯୨ ପଞ୍ଚାୟତରେ ଗ୍ରାମସଭା ହୋଇଥିବା ବେଳେ ବାକି ପଞ୍ଚାୟତରେ ହୋଇପାରି ନ ଥିଲା। ପୁଣି ସୋମବାର ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଅନେକ ପଞ୍ଚାୟତରେ ଗ୍ରାମସଭା ହୋଇପାରି ନ ଥିଲା। ସ୍ବାସ୍ଥ୍ୟମନ୍ତ୍ର ନବ କିଶୋର ଦାସଙ୍କ ମୃତ୍ୟୁକୁ ନେଇ ଶୋକ ଘୋଷଣା ଅନ୍ୟ ଏକ କାରଣ କୁହାଯାଉଛି। ସେହିପରି ପଞ୍ଚାୟତରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ମଧ୍ୟରେ ମତଭେଦ, ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପକୁ ମଧ୍ୟ ଦାୟୀ କରାଯାଉଛି। ଅନ୍ୟପଟେ ଟଙ୍କା ଦେଲେ ଘର ପାସ୍‌ କରାଯିବ ନ ହେଲେ ତାଲିକାରୁ ଅଯୋଗ୍ୟ ଦର୍ଶାଇ କାଟି ଦିଆଯିବ ବୋଲି ସମ୍ଭାବ୍ୟ ତାଲିକାରେ ଥିବା ହିତାଧିକାରୀଙ୍କୁ ସ୍ଥାନୀୟ ନେତା, ପଞ୍ଚାୟତ ସ୍ତରର ଅଧିକାରୀ, ଜନପ୍ରତିିନିଧି କହୁଥିବା ଅଭିଯୋଗ ହେଉଛି। ତାଲିକାରେ ଥିବା ହିତାଧିକାରୀ କାଳେ ତାଲିକାରୁ ବାଦ୍‌ ପଡିଯିବେ ସେ ନେଇ ସର୍ବସମ୍ମୁଖରେ ମୁହଁ ଖୋଲୁନାହାନ୍ତି। ହେଲେ ବାଦ୍‌ ପଡିଲେ ସମସ୍ତଙ୍କ ମୁଖା ଖୋଲିଦେବେ ବୋଲି ସେମାନେ କହୁଛନ୍ତି। ତେଣୁ ଚୂଡାନ୍ତ ତାଲିକା ପ୍ରକାଶ ପାଇବାରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ଜିଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଲୀପ କୁମାର ବଳଙ୍କୁ ପଚାରିବାରୁ ସେ କହିଥିଲେ, ହୋଇଥିବା ଅଭିଯୋଗ ଉପରେ ଯାଞ୍ଚ କରାଯାଉଛି। ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାଛଡା ନିୟମ ଅନୁସାରେ ଅଧିକାଂଶ ପଞ୍ଚାୟତରେ ଗ୍ରାମ ସଭାରେ ଅନୁମୋଦନ ହୋଇ ପାରି ନାହିଁ। ତେଣୁ ସୋମବାର ସମୟ ଦିଆଯାଇଥିଲା। ତାହାର ମଧ୍ୟ ଚୂଡାନ୍ତ ରିପୋର୍ଟ ହସ୍ତଗତ ହୋଇନାହିଁ। ଶୀଘ୍ର ଚୂଡାନ୍ତ ତାଲିକା ପ୍ରକାଶ କରାଯିବ। କୌଣସି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିବେ ନାହିଁ। କୌଣସି ଲୋକଙ୍କ କଥାରେ ପଡନ୍ତୁ ନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ବିଭିନ୍ନ ବ୍ଲକରେ ସମ୍ଭାବ୍ୟ ତାଲିକାରେ ଅଯୋଗ୍ୟ ହିତାଧିକାରୀ ଥିବା ନେଇ ପ୍ରାୟ ୨ ହଜାର ହିତାଧିକାରୀଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ସର୍ବାଧିକ ଯୁଯୁମୁରା ବ୍ଲକରେ ଥିବା ଅଭିଯୋଗ ହୋଇଥିଲା। ବାମରା ବ୍ଲକରେ ୨୭୭୩ ସମ୍ଭାବ୍ୟ ତାଲିକା ରହିଥିବା ବେଳେ ୨୭୮ ହିତାଧିକାରୀ ଅଯୋଗ୍ୟ ଥିବା ଅଭିଯୋଗ ହୋଇଛି। ଅନୁରୂପ ଭାବେ ନାକଟିଦେଉଳ ବ୍ଲକରେ ୧୦୬୩ ମଧ୍ୟରୁ ୨୩୩, ରେଢାଖୋଲରେ ୧୨୦୭ରୁ ୨୨୫, ରେଙ୍ଗାଲିରେ ୨୮୧୦ରୁ ୨୫୬, ଧନକଉଡାରେ ୧୮୭୫ରୁ ୧୩୩, କୁଚିଣ୍ଡାରେ ୨୦୧୩ରୁ ୧୨୨, ମାନେଶ୍ୱରରେ ୧୭୦୨ରୁ ୫୫, ଯୁଯୁମୁରାରେ ୨୪୫୩ରୁ ୬୧୨, ଜମନକିରା ବ୍ଲକରେ ୨୮୩୬ରୁ ୬୬ ଅଯୋଗ୍ୟ ଥିବା ନେଇ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri