ଧାନ ବିକ୍ରି ପାଇଁ ଟୋକନ୍‌ ତାରିଖରେ ବିଳମ୍ବ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୯ରେ ଖୋଲିଛି ଧାନ ମଣ୍ଡି। ହେଲେ ଏବେଯାଏ ଆରମ୍ଭ ହୋଇପାରିନି ଧାନ ସଂଗ୍ରହ ପ୍ରକ୍ରିୟା। ଚଳିତବର୍ଷ ପ୍ରଥମଥର ପାଇଁ ଚାଷୀ କୁଇଣ୍ଟାଲ ୩୧୦୦ ଟଙ୍କାରେ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକିବେ। ଏଥିପାଇଁ ସେମାନେ ବେଶ ଉତ୍ସାହିତ ରହିଛନ୍ତି। ଏପରି ସମୟରେ ଦେଖାଦେଇଛି ଟୋକନ ସମସ୍ୟା। ଚାଷୀମାନେ ଗତ ନଭେମ୍ବରରୁ ଧାନ ଅମଳ କରି ଖଳାରେ ଗଦା କରି ରଖିଛନ୍ତି। ଧାନ ବିକିବା ପାଇଁ ସେମାନେ ସଜବାଜ ହେଉଥିବା ସମୟରେ ଟୋକନ ସମସ୍ୟା ଚିନ୍ତାରେ ପକାଇଛି। ଖରିଫ ଧାନ ବିକ୍ରି କରିବା ପାଇଁ ଗତ ମେ’ ମାସରେ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତିରେ ପଞ୍ଜିକରଣ କରିଥିଲେ। ଏହି ସମୟରେ ଯେଉଁ ତାରିଖ ମଧ୍ୟରେ ଧାନ ବିକ୍ରି କରିବାକ ସେମାନେ ଲେଖିଥିଲେ ଏବେ ମୋବାଇଲକୁ ମେସେଜ ଆସିଲା ବେଳକୁ ସେହି ତାରିଖ କିମ୍ବା ମାସ ଆସି ନ ଥିବା ଦେଖିବାକୁ ମିଳିଛି। ଧାନ ବିକ୍ରି ଟୋକନ ତାରିଖ ସବୁ ବହୁ ଦୂରକୁ ଚାଲିଯାଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି। ଚାଷୀମାନେ ଡିସେମ୍ବର ପ୍ରଥମ ସପ୍ତାହରେ ଧାନ ବିକ୍ରି କରିବା ପାଇଁ ଫର୍ମ ପୂରଣ କରିଥିବାବେଳେ ଏବେ ସେମାନଙ୍କ ଟୋକନ ଜାନୁଆରୀ,ଫେବୃଆରୀ ଓ ମାର୍ଚ୍ଚ ମାସରେ ବିକ୍ରି ପାଇଁ ଟୋକନରେ ତାରିଖ ଉଲ୍ଲେଖ ରହିଛି। ଫଳରେ ଚାଷୀ ଧାନ ବିକିବା ସମ୍ଭବ ହୋଇପାରୁ ନାହିଁ। ବର୍ତ୍ତମାନ ଅମଳ ଧାନକୁ କେତେଦିନ ଖଳାରେ ରଖି ରାତି ଅନିଦ୍ରା ହୋଇ ଜଗିବସିବେ ସେହି ଚିନ୍ତା ଘାରିଛି। ଏାହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

ଗଞ୍ଜାମ ଜିଲାରେ ବର୍ଦ୍ଧିତ ଭତ୍ତା ପାଇଲେ ୨୬୧୩୪ ଜଣ ହିତାଧିକାରୀ

ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ସରକାର ଲୋକଙ୍କ ହିତ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପେନ୍‌ସନ୍‌ ଯୋଜନା ଅନ୍ୟତମ। ଯୋଗ୍ୟ ହିତାଧିକାରୀ ତଥା ଦିବ୍ୟାଙ୍ଗ, ବିଧବା,...

୩ ବ୍ୟବସାୟୀଙ୍କୁ ଲହୁଲୁହାଣ କରି ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଉମରକୋଟ,୧୫ା୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଥମୁନି ଲୁଟେରାଙ୍କ ଆତଙ୍କରାଜ। ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଦୁଇ ଦିନ ତଳେ...

୧୯, ୧୦୬ ଜଣ ହିତାଧିକାରୀ ପାଇଲେ ବର୍ଦ୍ଧିତ ଭତ୍ତା

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ): ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା। ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ଅଧୀନରେ ବୃଦ୍ଧାବୃଦ୍ଧଙ୍କୁ ମିଳିବ...

ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ବାର୍‌କୋଡ୍‌

କଟକ,୧୫ା୧:(କାର୍ତ୍ତିକ ସାହୁ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ନୂତନ ପଦକ୍ଷେପ ନିଆଯାଇଛି। ଏଥର ମାଟ୍ରିକ୍‌ ପରୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri