ପଦୋନ୍ନତିରେ ବିଳମ୍ବ

Dillip Cherian

ୟୁପିଏସ୍‌ସି ଦ୍ୱାରା ଡିଏଏନ୍‌ଆଇସିଏସ୍‌ (ଦିଲ୍ଲୀ, ଆଣ୍ଡାମାନ ଆଣ୍ଡ୍‌ ନିକୋବର ଆଇଲାଣ୍ଡ୍‌ସ ସିଭିଲ ସର୍ଭିସ)କ୍ୟାଡର ଅଧିକାରୀଙ୍କ ପାଇଁ ବିଭାଗୀୟ ପଦୋନ୍ନତି କମିଟିର ଶେଷ ବୈଠକ ଡିସେମ୍ବର ୨୦୧୯ରେ ଅନୁଷ୍ଠିତ ହୋଇଥିଲା। ଫଳସ୍ବରୂପ ଜାନୁୟାରୀ ୨୦୨୦ରେ ୧୯ ଜଣ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି ଦିଆଯାଇଥିଲା। ସେବେଠାରୁ ଚାରି ବର୍ଷ ମଧ୍ୟରେ ଆଉ ପଦୋନ୍ନତି ଦେବା କଷ୍ଟକର ହୋଇପଡ଼ିଛି। ଡିଏଏନ୍‌ଆଇସିଏସ୍‌ କ୍ୟାଡର ପାଇଁ ମଞ୍ଜୁରୀପ୍ରାପ୍ତ ଆଇଏଏସ୍‌ ପଦବୀଗୁଡ଼ିକର ସଂଖ୍ୟା ପାଖାପାଖି ୨୦ରେ ପହଞ୍ଚିଗଲାଣି। ସୂତ୍ରରୁ ପ୍ରକାଶ ଯେ ୩୦ରୁ ଅଧିକ ଅଧିକାରୀଙ୍କ କ୍ୟାରିୟର ବର୍ତ୍ତମାନ ଆଗକୁ ବଢ଼ିପାରୁନାହିଁ। ଉଲ୍ଲେଖନୀୟ ଯେ, ଟି.ଫିଲିପ ସବୁ ଯୋଗ୍ୟ ମାନଦଣ୍ଡ ପୂରଣ କରୁଥିଲେ ବି ପଦୋନ୍ନତି ଗ୍ରହଣ ନ କରି ଆସନ୍ତା ମାସରେ ଅବସର ଗ୍ରହଣ କରିବେ। ଆନୁଆଲ ପର୍‌ଫର୍‌ମାନ୍ସ ଆପ୍ରାଇଜାଲ ରିପୋର୍ଟସ(ଏପିଏଆର୍‌) ତପତ୍ରତା ତଥା ଶୃଙ୍ଖଳାଗତ ବିଷୟର ଅଭାବ ଅଗ୍ରଗତିରେ ବାଧା ସୃଷ୍ଟି କରିଛି। ପ୍ରକ୍ରିୟାଗତ ବିଳମ୍ବ ହିଁ ଜେ.କେ. ଜୈନ, ରାଜ କୁମାର ଏବଂ ଓ.ପି. ମିଶ୍ରଙ୍କ ପରି ଅଧିକାରୀମାନଙ୍କ ବ୍ୟାଚ୍‌(୧୯୯୫)କୁ ନକାରାତ୍ମକ ଭାବେ ପ୍ରଭାବିତ କରିଛି। ଏହି ସମୟରେ ୨୦୦୨-୨୦୦୩ ଜୁନିୟର ଡିଏଏନ୍‌ଆଇସିଏସ୍‌ କ୍ୟାଡର ବ୍ୟାଚଗୁଡ଼ିକ ଆଇପିଏସ୍‌କୁ ପଦୋନ୍ନତି ପାଇସାରିଛନ୍ତି। ୧୯୯୫ ଡିଏଏନ୍‌ଆଇସିଏସ୍‌ ବ୍ୟାଚ୍‌ର ବିବାଦୀୟ ମାମଲା କ୍ରମାଗତ ଭାବେ ବ୍ୟାଚ୍‌ ଉପରେ ନକାରାତ୍ମକ ପ୍ରଭାବ ପକାଇଆସୁଛି। କ୍ୟାଡର ନିୟନ୍ତ୍ରଣ କର୍ତ୍ତୃପକ୍ଷ ଯୁକ୍ତି ବାଢ଼ିଛନ୍ତି ଯେ, ବିବାଦୀୟ ମାମଲାଗୁଡ଼ିକର ଚୂଡ଼ାନ୍ତ ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରକ୍ରିୟାରେ ବିଳମ୍ବ ଘଟିବ। ଡିଏଏନ୍‌ଆଇସିଏସ୍‌ ଅଧିକାରୀମାନେ ଆଇଏଏସ୍‌କୁ ପଦୋନ୍ନତି ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ପଦୋନ୍ନତି ପାଇଁ ହାରାହାରି ସମୟ ୨୭-୨୮ ବର୍ଷକୁ ବୃଦ୍ଧି ପାଇଛି । କିନ୍ତୁ କର୍ନାଟକ, ତାମିଲନାଡୁ, ହରିୟାଣା ଏବଂ ପଞ୍ଜାବ ଭଳି ରାଜ୍ୟରେ ଏହି ଆଇନ ପୂରା ଭିନ୍ନ। ସେଠାରେ ରାଜ୍ୟ ପ୍ରଶାସନିକ ସେବାର ଅଧିକାରୀମାନେ ୮ରୁ ୧୦ ବର୍ଷ ମଧ୍ୟରେ ଆଇଏଏସ୍‌ ପଦୋନ୍ନତି ପାଇଥାନ୍ତି।
ସମାଧାନର ଆଶା
କର୍ନାଟକର ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀ ଏବଂ ଆଇପିଏସ୍‌ ଅଧିକାରୀ ଡି. ରୁପାଙ୍କ ମଧ୍ୟରେ ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି। ସେମାନଙ୍କୁ ସମାଧାନ କରିବାକୁ କୋର୍ଟ ଏକ ନୂତନ ସୁଯୋଗ ପ୍ରଦାନ କରିଛନ୍ତି। ରୁପାଙ୍କ ବିରୋଧରେ ସିନ୍ଧୁରୀ ଆପରାଧିକ ମାନହାନି ମକଦ୍ଦମା ଦାଏର କରିଥିଲେ। ଏହା ଉପରେ ବିଚାରକରି କୋର୍ଟ ଗତ ମାସରେ ମଧ୍ୟବର୍ତ୍ତିକାଳୀନ ସ୍ଥଗିତାଦେଶ ଜାରି କରିବା ସହ ଏହି ମାମଲାରେ ସର୍ବସାଧାରଣରେ କୌଣସି ବିବୃତି ଦେବାକୁ ବାରଣ କରିଥିଲେ। ସୋସିଆଲ ମିଡ଼ିଆରୁ ବିବାଦୀୟ ପୋଷ୍ଟଗୁଡ଼ିକୁ ହଟାଇ ଦେବାକୁ କିମ୍ବା ସମ୍ଭାବ୍ୟ ସମାଧାନ ପାଇଁ ଦୁଃଖ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ରୁପାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିନ୍ଧୁରୀଙ୍କ ସମ୍ପର୍କରେ ସମସ୍ତ ପୋଷ୍ଟକୁ ରୁପା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ହଟାଇବାକୁ ନିଶ୍ଚିତ କରିଥିଲେ। ଗତ ବର୍ଷ ଅଗଷ୍ଟରେ କର୍ନାଟକ ହାଇକୋର୍ଟ କହିଥିଲେ ଯେ, ସିନ୍ଧୁରୀଙ୍କୁ ବଦନାମ କରାଯାଇଥିବା ଅଭିଯୋଗକୁ ଆଧାରକରି ରୁପାଙ୍କ ଆପରାଧିକ ମାମଲାର ବିଚାର କରାଯିବା ଉଚିତ। ୨୦୨୩ର ପ୍ରାରମ୍ଭରେ ଉଭୟ ଅଧିକାରୀଙ୍କ ମଧ୍ୟରେ ବିବାଦ ସାର୍ବଜନୀନ ହୋଇଥିଲା, ଯାହାଦ୍ୱାରା ଉଭୟେ କୌଣସି ପଦବୀରେ ରହିପାରି ନ ଥିଲେ। ପରେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିଥିଲେ। ଏକ ସକାରାତ୍ମକ ପଦକ୍ଷେପ ହେତୁ ଉଭୟ ଅଧିକାରୀମାନଙ୍କୁ ସେପ୍ଟେମ୍ବର ୨୦୨୩ରେ ନୂତନ ଦାୟିତ୍ୱ ଦିଆଯାଇଥିଲା। ସିନ୍ଧୁରୀଙ୍କୁ କର୍ନାଟକ ଗେଜେଟିୟର ବିଭାଗରେ ମୁଖ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ରୁପା ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗରେ ଇନ୍ସପେକ୍ଟର ଜେନେରାଲ ହୋଇଥିଲେ। ଯେହେତୁ ଆଇନଗତ ପ୍ରକ୍ରିୟା ଜାରି ରହିଛି, ଅଦାଲତର ହସ୍ତକ୍ଷେପ ଏହି ହାଇପ୍ରୋଫାଇଲ ବିବାଦରେ ସମାଧାନର ଆଶା ସୃଷ୍ଟି କରିଛି।
ଇଡି ମୁଖ୍ୟ ନିଯୁକ୍ତିରେ ଦ୍ୱନ୍ଦ୍ୱ
ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ଜଣେ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏବେ କାର୍ଯ୍ୟରତ ମଧ୍ୟବର୍ତ୍ତିକାଳୀନ ମୁଖ୍ୟ ରାହୁଲ ନବୀନ ନିୟମିତ ହୋଇପାରନ୍ତି କିମ୍ବା ଜଣେ ନୂତନ ଅଧିକାରୀଙ୍କୁ ଅଣାଯାଇପାରେ। କିଛି ସପ୍ତାହ ହେଲା ରାହୁଲ ନବୀନଙ୍କ ନାମ ସିରିୟସ ଫ୍ରଡ୍‌ ଇନ୍‌ଭେଷ୍ଟିଗେଶନ ଅଫିସ(ଏସ୍‌ଏଫ୍‌ଆଇଓ)ର ନିୟମିତ ନିର୍ଦ୍ଦେଶକ ହେବା ସମ୍ଭାବନା ଥିବା ବିଷୟ ପ୍ରଚାର କରାଯାଇଥିବା ଦେଖାଯାଇଛି। ଏହି ପ୍ରମୁଖ ତଦନ୍ତକାରୀ ସଂସ୍ଥା ଜୁଲାଇ ୨୦୨୨ଠାରୁ ଜଣେ କାମଚଳା ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। କେତେଜଣ ପର୍ଯ୍ୟବେକ୍ଷକ ବାବୁ ବିଶ୍ୱାସ କରନ୍ତି ଯେ ନିର୍ବାଚନ ପୂର୍ବରୁ ମୋଦି ସରକାର ଖାଲିଥିବା ପ୍ରମୁଖ ପଦବୀକୁ ପୂରଣ କରିପାରନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ ଏସ୍‌. କେ. ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏବେ କାର୍ଯ୍ୟରତ ସିବିଡିଟି ଅଧ୍ୟକ୍ଷ ନୀତିନ ଗୁପ୍ତା ଓ ସଦସ୍ୟ ପ୍ରବୀଣ କୁମାରଙ୍କ ନାମ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ଉଲ୍ଲେଖ କରାଯାଇଥିଲା। କୌତୂହଳର ବିଷୟ, ନୀତିନ ଗୁପ୍ତା ଯେତେବେଳେ ସିବିଡିଟି ଚେୟାରମ୍ୟାନ ଭାବରେ ଜୁନ୍‌ ୨୦୨୪ରେ ସମାପ୍ତ ହେଉଥିବା ଏକ ନଅ ମାସିଆ କାର୍ଯ୍ୟକାଳ ପାଇଁ ଚୁକ୍ତି କରିଥିଲେ, ସେତେବେଳେ ୨୦୨୪ ଲୋକ ସଭା ନିର୍ବାଚନ ସହିତ ଏହାର ସମ୍ପର୍କ ଥିଲା ବୋଲି ଆଲୋଚନା ହୋଇଥିଲା। ସୂତ୍ରରୁ ପ୍ରକାଶ, ନିର୍ବାଚନ ଘୋଷଣା ପୂର୍ବରୁ ଇଡିରେ ଜଣେ ନିୟମିତ ମୁଖ୍ୟ ରହିବେ । ତେବେ ମୋଦି ତୃତୀୟ ଥର ପାଇଁ ଲଗାତର କ୍ଷମତା ହାସଲ କରିବାକୁ ଚାହଁୁଥିବାରୁ ସେ ଇଡିରେ ମଧ୍ୟବର୍ତ୍ତିକାଳୀନ ବ୍ୟବସ୍ଥା କରିବେ କିମ୍ବା ଜଣେ ନିୟମିତ ଅଧିକାରୀ ନିଯୁକ୍ତ କରିବେ ତାହା ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?