ପଦୋନ୍ନତିରେ ବିଳମ୍ବ

Dillip Cherian

ୟୁପିଏସ୍‌ସି ଦ୍ୱାରା ଡିଏଏନ୍‌ଆଇସିଏସ୍‌ (ଦିଲ୍ଲୀ, ଆଣ୍ଡାମାନ ଆଣ୍ଡ୍‌ ନିକୋବର ଆଇଲାଣ୍ଡ୍‌ସ ସିଭିଲ ସର୍ଭିସ)କ୍ୟାଡର ଅଧିକାରୀଙ୍କ ପାଇଁ ବିଭାଗୀୟ ପଦୋନ୍ନତି କମିଟିର ଶେଷ ବୈଠକ ଡିସେମ୍ବର ୨୦୧୯ରେ ଅନୁଷ୍ଠିତ ହୋଇଥିଲା। ଫଳସ୍ବରୂପ ଜାନୁୟାରୀ ୨୦୨୦ରେ ୧୯ ଜଣ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି ଦିଆଯାଇଥିଲା। ସେବେଠାରୁ ଚାରି ବର୍ଷ ମଧ୍ୟରେ ଆଉ ପଦୋନ୍ନତି ଦେବା କଷ୍ଟକର ହୋଇପଡ଼ିଛି। ଡିଏଏନ୍‌ଆଇସିଏସ୍‌ କ୍ୟାଡର ପାଇଁ ମଞ୍ଜୁରୀପ୍ରାପ୍ତ ଆଇଏଏସ୍‌ ପଦବୀଗୁଡ଼ିକର ସଂଖ୍ୟା ପାଖାପାଖି ୨୦ରେ ପହଞ୍ଚିଗଲାଣି। ସୂତ୍ରରୁ ପ୍ରକାଶ ଯେ ୩୦ରୁ ଅଧିକ ଅଧିକାରୀଙ୍କ କ୍ୟାରିୟର ବର୍ତ୍ତମାନ ଆଗକୁ ବଢ଼ିପାରୁନାହିଁ। ଉଲ୍ଲେଖନୀୟ ଯେ, ଟି.ଫିଲିପ ସବୁ ଯୋଗ୍ୟ ମାନଦଣ୍ଡ ପୂରଣ କରୁଥିଲେ ବି ପଦୋନ୍ନତି ଗ୍ରହଣ ନ କରି ଆସନ୍ତା ମାସରେ ଅବସର ଗ୍ରହଣ କରିବେ। ଆନୁଆଲ ପର୍‌ଫର୍‌ମାନ୍ସ ଆପ୍ରାଇଜାଲ ରିପୋର୍ଟସ(ଏପିଏଆର୍‌) ତପତ୍ରତା ତଥା ଶୃଙ୍ଖଳାଗତ ବିଷୟର ଅଭାବ ଅଗ୍ରଗତିରେ ବାଧା ସୃଷ୍ଟି କରିଛି। ପ୍ରକ୍ରିୟାଗତ ବିଳମ୍ବ ହିଁ ଜେ.କେ. ଜୈନ, ରାଜ କୁମାର ଏବଂ ଓ.ପି. ମିଶ୍ରଙ୍କ ପରି ଅଧିକାରୀମାନଙ୍କ ବ୍ୟାଚ୍‌(୧୯୯୫)କୁ ନକାରାତ୍ମକ ଭାବେ ପ୍ରଭାବିତ କରିଛି। ଏହି ସମୟରେ ୨୦୦୨-୨୦୦୩ ଜୁନିୟର ଡିଏଏନ୍‌ଆଇସିଏସ୍‌ କ୍ୟାଡର ବ୍ୟାଚଗୁଡ଼ିକ ଆଇପିଏସ୍‌କୁ ପଦୋନ୍ନତି ପାଇସାରିଛନ୍ତି। ୧୯୯୫ ଡିଏଏନ୍‌ଆଇସିଏସ୍‌ ବ୍ୟାଚ୍‌ର ବିବାଦୀୟ ମାମଲା କ୍ରମାଗତ ଭାବେ ବ୍ୟାଚ୍‌ ଉପରେ ନକାରାତ୍ମକ ପ୍ରଭାବ ପକାଇଆସୁଛି। କ୍ୟାଡର ନିୟନ୍ତ୍ରଣ କର୍ତ୍ତୃପକ୍ଷ ଯୁକ୍ତି ବାଢ଼ିଛନ୍ତି ଯେ, ବିବାଦୀୟ ମାମଲାଗୁଡ଼ିକର ଚୂଡ଼ାନ୍ତ ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରକ୍ରିୟାରେ ବିଳମ୍ବ ଘଟିବ। ଡିଏଏନ୍‌ଆଇସିଏସ୍‌ ଅଧିକାରୀମାନେ ଆଇଏଏସ୍‌କୁ ପଦୋନ୍ନତି ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ପଦୋନ୍ନତି ପାଇଁ ହାରାହାରି ସମୟ ୨୭-୨୮ ବର୍ଷକୁ ବୃଦ୍ଧି ପାଇଛି । କିନ୍ତୁ କର୍ନାଟକ, ତାମିଲନାଡୁ, ହରିୟାଣା ଏବଂ ପଞ୍ଜାବ ଭଳି ରାଜ୍ୟରେ ଏହି ଆଇନ ପୂରା ଭିନ୍ନ। ସେଠାରେ ରାଜ୍ୟ ପ୍ରଶାସନିକ ସେବାର ଅଧିକାରୀମାନେ ୮ରୁ ୧୦ ବର୍ଷ ମଧ୍ୟରେ ଆଇଏଏସ୍‌ ପଦୋନ୍ନତି ପାଇଥାନ୍ତି।
ସମାଧାନର ଆଶା
କର୍ନାଟକର ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀ ଏବଂ ଆଇପିଏସ୍‌ ଅଧିକାରୀ ଡି. ରୁପାଙ୍କ ମଧ୍ୟରେ ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି। ସେମାନଙ୍କୁ ସମାଧାନ କରିବାକୁ କୋର୍ଟ ଏକ ନୂତନ ସୁଯୋଗ ପ୍ରଦାନ କରିଛନ୍ତି। ରୁପାଙ୍କ ବିରୋଧରେ ସିନ୍ଧୁରୀ ଆପରାଧିକ ମାନହାନି ମକଦ୍ଦମା ଦାଏର କରିଥିଲେ। ଏହା ଉପରେ ବିଚାରକରି କୋର୍ଟ ଗତ ମାସରେ ମଧ୍ୟବର୍ତ୍ତିକାଳୀନ ସ୍ଥଗିତାଦେଶ ଜାରି କରିବା ସହ ଏହି ମାମଲାରେ ସର୍ବସାଧାରଣରେ କୌଣସି ବିବୃତି ଦେବାକୁ ବାରଣ କରିଥିଲେ। ସୋସିଆଲ ମିଡ଼ିଆରୁ ବିବାଦୀୟ ପୋଷ୍ଟଗୁଡ଼ିକୁ ହଟାଇ ଦେବାକୁ କିମ୍ବା ସମ୍ଭାବ୍ୟ ସମାଧାନ ପାଇଁ ଦୁଃଖ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ରୁପାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିନ୍ଧୁରୀଙ୍କ ସମ୍ପର୍କରେ ସମସ୍ତ ପୋଷ୍ଟକୁ ରୁପା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ହଟାଇବାକୁ ନିଶ୍ଚିତ କରିଥିଲେ। ଗତ ବର୍ଷ ଅଗଷ୍ଟରେ କର୍ନାଟକ ହାଇକୋର୍ଟ କହିଥିଲେ ଯେ, ସିନ୍ଧୁରୀଙ୍କୁ ବଦନାମ କରାଯାଇଥିବା ଅଭିଯୋଗକୁ ଆଧାରକରି ରୁପାଙ୍କ ଆପରାଧିକ ମାମଲାର ବିଚାର କରାଯିବା ଉଚିତ। ୨୦୨୩ର ପ୍ରାରମ୍ଭରେ ଉଭୟ ଅଧିକାରୀଙ୍କ ମଧ୍ୟରେ ବିବାଦ ସାର୍ବଜନୀନ ହୋଇଥିଲା, ଯାହାଦ୍ୱାରା ଉଭୟେ କୌଣସି ପଦବୀରେ ରହିପାରି ନ ଥିଲେ। ପରେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିଥିଲେ। ଏକ ସକାରାତ୍ମକ ପଦକ୍ଷେପ ହେତୁ ଉଭୟ ଅଧିକାରୀମାନଙ୍କୁ ସେପ୍ଟେମ୍ବର ୨୦୨୩ରେ ନୂତନ ଦାୟିତ୍ୱ ଦିଆଯାଇଥିଲା। ସିନ୍ଧୁରୀଙ୍କୁ କର୍ନାଟକ ଗେଜେଟିୟର ବିଭାଗରେ ମୁଖ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ରୁପା ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗରେ ଇନ୍ସପେକ୍ଟର ଜେନେରାଲ ହୋଇଥିଲେ। ଯେହେତୁ ଆଇନଗତ ପ୍ରକ୍ରିୟା ଜାରି ରହିଛି, ଅଦାଲତର ହସ୍ତକ୍ଷେପ ଏହି ହାଇପ୍ରୋଫାଇଲ ବିବାଦରେ ସମାଧାନର ଆଶା ସୃଷ୍ଟି କରିଛି।
ଇଡି ମୁଖ୍ୟ ନିଯୁକ୍ତିରେ ଦ୍ୱନ୍ଦ୍ୱ
ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ଜଣେ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏବେ କାର୍ଯ୍ୟରତ ମଧ୍ୟବର୍ତ୍ତିକାଳୀନ ମୁଖ୍ୟ ରାହୁଲ ନବୀନ ନିୟମିତ ହୋଇପାରନ୍ତି କିମ୍ବା ଜଣେ ନୂତନ ଅଧିକାରୀଙ୍କୁ ଅଣାଯାଇପାରେ। କିଛି ସପ୍ତାହ ହେଲା ରାହୁଲ ନବୀନଙ୍କ ନାମ ସିରିୟସ ଫ୍ରଡ୍‌ ଇନ୍‌ଭେଷ୍ଟିଗେଶନ ଅଫିସ(ଏସ୍‌ଏଫ୍‌ଆଇଓ)ର ନିୟମିତ ନିର୍ଦ୍ଦେଶକ ହେବା ସମ୍ଭାବନା ଥିବା ବିଷୟ ପ୍ରଚାର କରାଯାଇଥିବା ଦେଖାଯାଇଛି। ଏହି ପ୍ରମୁଖ ତଦନ୍ତକାରୀ ସଂସ୍ଥା ଜୁଲାଇ ୨୦୨୨ଠାରୁ ଜଣେ କାମଚଳା ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। କେତେଜଣ ପର୍ଯ୍ୟବେକ୍ଷକ ବାବୁ ବିଶ୍ୱାସ କରନ୍ତି ଯେ ନିର୍ବାଚନ ପୂର୍ବରୁ ମୋଦି ସରକାର ଖାଲିଥିବା ପ୍ରମୁଖ ପଦବୀକୁ ପୂରଣ କରିପାରନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ ଏସ୍‌. କେ. ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏବେ କାର୍ଯ୍ୟରତ ସିବିଡିଟି ଅଧ୍ୟକ୍ଷ ନୀତିନ ଗୁପ୍ତା ଓ ସଦସ୍ୟ ପ୍ରବୀଣ କୁମାରଙ୍କ ନାମ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ଉଲ୍ଲେଖ କରାଯାଇଥିଲା। କୌତୂହଳର ବିଷୟ, ନୀତିନ ଗୁପ୍ତା ଯେତେବେଳେ ସିବିଡିଟି ଚେୟାରମ୍ୟାନ ଭାବରେ ଜୁନ୍‌ ୨୦୨୪ରେ ସମାପ୍ତ ହେଉଥିବା ଏକ ନଅ ମାସିଆ କାର୍ଯ୍ୟକାଳ ପାଇଁ ଚୁକ୍ତି କରିଥିଲେ, ସେତେବେଳେ ୨୦୨୪ ଲୋକ ସଭା ନିର୍ବାଚନ ସହିତ ଏହାର ସମ୍ପର୍କ ଥିଲା ବୋଲି ଆଲୋଚନା ହୋଇଥିଲା। ସୂତ୍ରରୁ ପ୍ରକାଶ, ନିର୍ବାଚନ ଘୋଷଣା ପୂର୍ବରୁ ଇଡିରେ ଜଣେ ନିୟମିତ ମୁଖ୍ୟ ରହିବେ । ତେବେ ମୋଦି ତୃତୀୟ ଥର ପାଇଁ ଲଗାତର କ୍ଷମତା ହାସଲ କରିବାକୁ ଚାହଁୁଥିବାରୁ ସେ ଇଡିରେ ମଧ୍ୟବର୍ତ୍ତିକାଳୀନ ବ୍ୟବସ୍ଥା କରିବେ କିମ୍ବା ଜଣେ ନିୟମିତ ଅଧିକାରୀ ନିଯୁକ୍ତ କରିବେ ତାହା ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri