ପ୍ରାର୍ଥୀ ଚୟନ ବିଳମ୍ବ: କଂଗ୍ରେସ, ଭାଜପା କର୍ମୀ ନିରାଶ

ଦାରିଙ୍ଗବାଡ଼ି,୩୧ା୩ (ଅରୁଣ ସାହୁ)କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ଭାଜପା ଉପରେ। ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଏକ ପ୍ରକାର ଆଶା ବୃଦ୍ଧି ପାଇଛି। ଦଳ ପୁଣି ସାଲୁଗା ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାରୁ ତାଙ୍କୁ ଟକ୍କର ଦେଲାଭଳି ପ୍ରାର୍ଥୀ କଂଗ୍ରେସ ଓ ଭାଜପାର ହେବା ଆବଶ୍ୟକ। ତେବେ ଯାଇ ତ୍ରିମୁଖୀ ଲଢେଇ ହେବ ବୋଲି ଆଶା କରାଯାଉଛି। ତେବେ କଂଗ୍ରେସ ଓ ଭାଜପାର ଏକାଧିକ ଆଶାୟୀ ରହିଥିବାରୁ ପ୍ରାର୍ଥୀ ଚୟନରେ ବିଳମ୍ବ ଘଟୁଥିବା କୁହାଯାଇଛି। ହେଲେ ଏହାର କୁପ୍ରଭାବ ସିଧା ସେମାନଙ୍କ କର୍ମୀଙ୍କ ଉପରେ ପଡୁଛି। କଂଗ୍ରେସ ଓ ଭାଜପା କର୍ମୀଙ୍କ ମନରେ ନିରାଶାଭାବ ଦେଖିବାକୁ ମିଳୁଛି। ଏପଟେ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଯେତିକି ଉତ୍ସାହ ଦେଖାଯାଇଛି, କର୍ମୀ ସମ୍ମିଳନୀ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ଦଳ ସେହିଭଳି ଅଣ୍ଟା ଭିଡ଼ିଛି। ସେପଟେ କଂଗ୍ରେସ ଓ ଭାଜପାର ଗ୍ୟାରେଣ୍ଟି ଓ ବିଭିନ୍ନ ଘୋଷଣାକୁ ନେଇ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯିବାକୁ ରହିଥିବାରୁ ବିଜେଡି ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଜଣାଇ ଭୋଟ ଭିକ୍ଷା କରିବ।
ପ୍ରକାଶ ଯେ, କଂଗ୍ରେସର ଗଡ଼ କୁହାଯାଉଥିବା ଜି. ଉଦୟଗିରି ନିର୍ବାଚନମଣ୍ଡଳୀର ଦାରିଙ୍ଗବାଡ଼ି ଏବେ ବିଜେଡିମୟ ହୋଇଛି। ଅଞ୍ଚଳର ୨୫ ପଞ୍ଚାୟତରେ ଅଧିକାଂଶ ଲୋକ ପ୍ରତିନିଧି ବିଜେଡି ହାତରେ। ସେହିପରି ଦୁଇଟି ଜିଲା ପରିଷଦ ଆସନରୁ ଗୋଟିଏ ବିଜେଡି ଅନ୍ୟଟି କଂଗ୍ରେସ ହାତରେ ରହିଛି। ଏହି ନିର୍ବାଚନମଣ୍ଡଳୀରେ ୪ଟି ବ୍ଲକ ତଥା ଟିକାବାଲି, ଜି.ଉଦୟଗିରି, ରାଇକିଆ ଓ ଦାରିଙ୍ଗବାଡି ରହିଛି। ତେବେ ବୃହତ୍‌ ବ୍ଲକ ଭାବେ ଦାରିଙ୍ଗବାଡି ଭୋଟର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ଚଳିତ ଥର କଂଗ୍ରେସ ଓ ଭାଜପାକୁ ପଛରେ ପକାଇ ଏଠାରେ ବିଜେଡି ଆଗୁଆ ରହିବ ବୋଲି ସମସ୍ତଙ୍କ ଆଶା। ସୂଚନାଯୋଗ୍ୟ, ଏହି ନିର୍ବାଚନମଣ୍ଡଳୀରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଜେଡି ହାତରେ ରହିଥିବା ବେଳେ ୨୦୦୪ରୁ ୨୦୦୯ କଂଗ୍ରେସ, ୨୦୦୯ରୁ ୨୦୧୪ ଭାଜପା, ୨୦୧୪ରୁ ୨୦୧୯ ପୁଣି ଥରେ କଂଗ୍ରେସ, ୨୦୧୯ରୁ ୨୦୨୪ପୁଣି ବିଜେଡି ଶାସନ କରୁଛି। ତେଣୁ ପୁଣି ଦଳ ସାଲୁଗାଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେଡି ମହଲରେ ବିଜୟର ଆଶା ସଂଚାର ହେଉଛି। ସେପଟେ କଂଗ୍ରେସ ଓ ଭାଜପା ପକ୍ଷରୁ ପ୍ରାର୍ଥୀ କିଏ ହେବ, ସେନେଇ ଉଭୟ ଦଳର ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri