ଗଣତନ୍ତ୍ରର ସଂଜ୍ଞା ଓ ସ୍ବରୂପ

ଆମର ପ୍ରାଥମିକ ଶିକ୍ଷା ସମୟରେ ଗଣତନ୍ତ୍ରର ସଂଜ୍ଞାରେ କୁହାଯାଇଥାଏ ଯେ ଏହା ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଶାସନ। ଏହା ମଧ୍ୟ କୁହାଯାଏ ଯେ ସୁଶାସନଠାରୁ ସ୍ବଶାସନ ଭଲ। ସ୍କୁଲଗୁଡ଼ିକରେ ସ୍ବାଧୀନତା ଓ ଗଣତନ୍ତ୍ର ଦିବସରେ ଯେଉଁମାନଙ୍କ ବଳିଦାନ ଏବଂ ନେତୃତ୍ୱ ଦେଶକୁ ପରାଧୀନ ଶୃଙ୍ଖଳାରୁ ମୁକ୍ତ କରିବାରେ ସହାୟକ ହୋଇଥିଲା ତାଙ୍କର ସ୍ମୃତିଚାରଣ କରାଯାଏ। କିନ୍ତୁ ଉଚ୍ଚ ଶିକ୍ଷା ପରେ ସେଇ ଛାତ୍ରୀଛାତ୍ରମାନେ ଜାଣନ୍ତି ଯେ ଭାରତର ସ୍ବାଧୀନତା ସଂଗ୍ରାମ ଏବଂ ସ୍ବାଧୀନୋତ୍ତର ବିଖଣ୍ଡିତ ଭାରତ ସମ୍ପର୍କରେ ଇତିହାସ ସ୍ପଷ୍ଟ ଏବଂ ନିରପେକ୍ଷ ନୁହେଁ। ଏବେ ବି ଦେଶର ସ୍ବାଧୀନତା ଆନ୍ଦୋଳନ ସମ୍ପର୍କରେ ଅନେକ ଘଟଣା ଅନାଲୋଚିତ ଏବଂ ରହସ୍ୟମୟ ତଥା ବିବାଦୀୟ ହୋଇ ରହିଛି। ସାଧୀନୋତ୍ତର ଭାରତ ଓ ସାମ୍ପ୍ରତିକ ସ୍ଥିତିକୁ ଗଭୀର ଭାବେ ଅନୁଶୀଳନ କଲେ ଆମ ଦେଶର ଗଣତାନ୍ତ୍ରିକ ସ୍ଥିତି ଓ ଉପଯୋଗ ସମସ୍ତ ଲୋକ ପରିବର୍ତ୍ତେ କିଛି ଲୋକଙ୍କ ଦ୍ୱାରା କିଛି ଲୋକଙ୍କ ପାଇଁ ଏବଂ କିଛି ଲୋକଙ୍କର ବେଶ୍‌ ଉପଭୋଗ୍ୟ ହୋଇଥିବା ଜଣାଯାଏ।
ଦେଶ ସ୍ବାଧୀନତା ପ୍ରାପ୍ତିର ଦୀର୍ଘ ବର୍ଷ ପରେ ମଧ୍ୟ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ କୌଣସି ବ୍ୟକ୍ତି ବା ରାଜନୈତିକ ଦଳର ଆଭିମୁଖ୍ୟ ଏବେ ଅବୋଧ୍ୟ। ସେମାନଙ୍କ ପାଇଁ ଗଣତନ୍ତ୍ରର ସ୍ବାଦ ଖଟା ବା ମିଠା ତାହା ଜାଣିବାର ଅବକାଶ ବା ଆବଶ୍ୟକତା ନ ଥାଏ। ସେମାନେ ଅନୁଭବ କରନ୍ତି ଯେ କ୍ଷମତା ଧନ ପ୍ରତିପତ୍ତିରେ କିଛି ଲୋକ ନିଶ୍ଚିତ ସ୍ବତନ୍ତ୍ର। ଦେଶର ଅମୃତ ମହୋତ୍ସବ ପାଳନ ସମ୍ପର୍କରେ ଜାଣିବା ସେମାନଙ୍କ ପାଖରେ ମୂଲ୍ୟହୀନ। କିଛି ଲୋକ ମଧ୍ୟ ପାଉଥିବା ସମସ୍ତ ସରକାରୀ ସୁବିଧାର ଶ୍ରେୟ ସାମୂହିକ ବା ସରକାର ପରିବର୍ତ୍ତେ କୌଣସି ବ୍ୟକ୍ତିଙ୍କୁ ଦେଇଥାନ୍ତି ଏବଂ ମାନସିକ ସ୍ତରରେ ତାଙ୍କୁ ସରକାର ବୋଲି ସ୍ବୀକାର କରନ୍ତି। ଗଣତନ୍ତ୍ର ଶାସନରେ କୌଣସି ନିର୍ଦ୍ଦିଷ୍ଟ ଶାସକ ନ ଥିବାରୁ ଯିଏ ଲୋକଙ୍କ ପାଖରେ ଗ୍ରହଣୀୟ ସେ ହିଁ ସରକାର କିନ୍ତୁ ତାଙ୍କ ଉପରେ ଉତ୍ତର ଦାୟିିତ୍ୱ ନଥାଏ। ସେଥିପାଇଁ ଗଣତନ୍ତ୍ର ଶାସନରେ ସମସ୍ତଙ୍କ ଅଧିକାର ସମାନ ବୋଲି କେବଳ ପାଠ୍ୟପୁସ୍ତକ ଓ ରାଜନୈତିକ ନେତାଙ୍କ ଭାଷଣରେ ସୀମିତ ରହିଥିବା ବେଳେ ଆମ ଦେଶର ନାଗରିକ କେବଳ ଭୋଟ ଦାନ ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ସମାନ ଅଧିକାର ପ୍ରାପ୍ତ ନୁହନ୍ତି। ଗଣତନ୍ତ୍ର ଶାସନରେ ଏଇ ଅନୁଭବ ମଧ୍ୟ ଆସେ ଯେ ରାଜନୈତିକ ପୃଷ୍ଠଭୂମି ବା ଆର୍ଥିକ ସ୍ଥିତିରେ ଦୃଢ଼ ଥିବା ନତୁବା ଶାସନକୁ ଯେକୌଣସି ଭାବରେ ପ୍ରଭାବିତ କରିପାରୁଥିବା ବିବିଧ କ୍ଷମତାପ୍ରାପ୍ତ ଗୋଷ୍ଠୀର ଅଧିକାର ସତନ୍ତ୍ର ଏବଂ ଉପଭୋଗ୍ୟ। ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରତ୍ୟେକ ନାଗରିକ ରାଷ୍ଟ୍ର ସ୍ବାର୍ଥ ପ୍ରତି ସମର୍ପିତ ହେବା ଜରୁରୀ। କିନ୍ତୁ ଏପର୍ଯ୍ୟନ୍ତ ଦେଶକୁ ଶାସନ କରିଥିବା କୌଣସି ରାଜନୈତିକ ଦଳ ଲୋକଙ୍କ ମନରେ ଏହା ସୃଷ୍ଟି କରି ପାରିନାହାନ୍ତି ବା କରିବା ସେମାନଙ୍କ କର୍ତ୍ତବ୍ୟ ବୋଲି ମନେ କରିନାହାନ୍ତି। ବରଂ ସେମାନେ ଲୋକଙ୍କ ପ୍ରଦତ୍ତ ରାଜସ୍ବର କିୟଦଂଶ ସେମାନଙ୍କ ପାଇଁ ବିନିମୟରେ ନିରଙ୍କୁଶ କ୍ଷମତା ଭୋଗ ଲକ୍ଷ୍ୟ ରଖନ୍ତି। ସେମାନେ ଜାଣନ୍ତି ଯେ ରାଷ୍ଟ୍ରର ପ୍ରତ୍ୟେକ ନାଗରିକ ସେମାନଙ୍କ ଦାୟିତ୍ୱ ଓ ଅଧିକାର ପ୍ରତି ସଚେତନ ହୋଇଗଲେ ରାଷ୍ଟ୍ର ବା ରାଜ୍ୟର ପ୍ରତ୍ୟେକ ନିର୍ବାଚନ ନିଶ୍ଚିତ ଗୋଟିଏ ଗୋଟିଏ ନୀରବ ସଂଗ୍ରାମରେ ରୂପାନ୍ତର ହୋଇଯିବ। ଦେଶ ସ୍ବାଧୀନ ହେବା ସମୟରେ କ୍ଷମତାପ୍ରାପ୍ତ ବ୍ୟକ୍ତି ବିଶେଷ ଏହାକୁ ଦୃଷ୍ଟିରେ ରଖି ବୋଧହୁଏ ନିର୍ବାଚନରେ ପ୍ରାର୍ଥୀ, ଦଳର ଆଭିମୁଖ୍ୟ ପରିବର୍ତ୍ତେ ନିର୍ବାଚନରେ ଚିହ୍ନକୁ ଗୁରୁତ୍ୱ ଦେଇଥିଲେ।
ଗଣତନ୍ତ୍ର ଶାସନରେ ସମସ୍ତ ତଥ୍ୟ ଜାଣିବା ବା ନୀତି ନିର୍ଣ୍ଣୟରେ ସଂଶ୍ଳିଷ୍ଟ ହେବାର ଅଧିକାର ସଭିଙ୍କର ଥାଏ। କିନ୍ତୁ ଆମ ଦେଶରେ ସ୍ବାଧୀନତା ଏପରି ବଣ୍ଟନ ହୋଇଛି ଯେ ପ୍ରତିନିଧି ଭାବରେ ନିର୍ବାଚିତ ସାଂସଦ ଓ ବିଧାୟକଙ୍କ ପ୍ରାପ୍ୟ ଏବଂ ସମସ୍ତ ଆଚରଣ ବ୍ୟବସ୍ଥା ବା ମାନ୍ୟକ୍ରମ ଓ ଦାପ୍ତରିକ ସୁଯୋଗ ସହ ପେନସନ ପାଇଁ ନିୟମ ସେଇମାନେ ପ୍ରଣୟନ କରନ୍ତି। ପ୍ରଶାସନର ମୁଖ୍ୟ ଭାଗରେ ଥିବା ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ନିଜର ପ୍ରାପ୍ୟ ସହ ସମସ୍ତ ସରକାରୀ ସୁଯୋଗ ଏବଂ ଦାପ୍ତରିକ ଆଦବ କାଇଦା ନିର୍ଣ୍ଣୟ କରନ୍ତି। ଗଣତନ୍ତ୍ରର ଅନ୍ୟ ସ୍ତମ୍ଭ କୁହାଯାଉଥିବା ବିଚାର ବିଭାଗ ମଧ୍ୟ ସେମାନଙ୍କ ମାସିକ ବେତନ ସହ ଅନ୍ୟାନ୍ୟ ପ୍ରାପ୍ୟ ଏବଂ ନିଜ ପାଇଁ ମାନ୍ୟକ୍ରମ ତଥା ସାମାଜିକ ଓ ଦାପ୍ତରିକ ନିରାପତ୍ତା ନିଜେ ନିର୍ଣ୍ଣୟ କରିପାରନ୍ତି ଏବଂ ଦେଶର ସାଧାରଣ ନାଗରିକ ନ୍ୟାୟ ପାଇଁ ଡହଳବିକଳ ହେଉଥିବା ବେଳେ ମାମଲାର ଗୁରୁତ୍ୱ ପରିବର୍ତ୍ତେ ସେମାନେ ନିଜ ପାଇଁ ଶକ୍ତ ସୁରକ୍ଷା ବଳୟ ସୃଷ୍ଟିକୁ ନିଜର ମର୍ଯ୍ୟାଦା ଭାବରେ ବିବେଚନା କରନ୍ତି। ଏଥିରେ ପ୍ରତିବାଦ ବା ଅସନ୍ତୋଷକୁ ବ୍ୟବସ୍ଥାର ଅବମାନନା ଭାବରେ ବିଚାର ହୁଏ। ବେଳେ ବେଳେ ଏଇ ତିନି ବର୍ଗ ମଧ୍ୟରେ କ୍ଷମତାର ମାତ୍ରାକୁ ନେଇ ଏଭଳି ପ୍ରତିଯୋଗିତା ଚାଲିଥାଏ ଯେ ସେମାନେ ନିଜ ଉପରେ ନ୍ୟସ୍ତ ସମସ୍ତ ନୈତିକ ଦାୟିତ୍ୱର ହିତାଧିକାରୀ ସ୍ବୟଂ ଜନସାଧାରଣ ବୋଲି ଭୁଲିଯାଆନ୍ତି। ବରଂ ଉତ୍ତରଦାୟୀ ହୋଇ ନିଜର ମର୍ଯ୍ୟାଦା ହାନି ଭାବରେ ଗ୍ରହଣ କରନ୍ତି। ସେଥିପାଇଁ ଦେଶକୁ ସ୍ବାଧୀନ କରିବାକୁ ଜୀବନ ବାଜିରେ ଲଗାଇଥିବା ସେଇ ଦିବଂଗତ ବା ବିଦ୍ୟମାନ ବ୍ୟକ୍ତି ବିଶେଷ କେବେ ବି ଦେଶର ଏପରି ଭବିଷ୍ୟତ ଆଶା କରିନଥିବେ।
ଏହା ସତ୍ୟ ଯେ ଏଯାବତ ଆମର ସଂସ୍କୃତି ସମ୍ପନ୍ନ ସାଧୀନ ରାଷ୍ଟ୍ର ଗଠନର ସ୍ବାଦ ଅନୁଭ ବା ଫଳପ୍ରଦ ହୋଇନାହିଁ। ବରଂ ଶାସନ ତନ୍ତ୍ରଠାରୁ ବିଚାର ବ୍ୟବସ୍ଥାରେ ସାହେବୀ ଢାଞ୍ଚା ଏବେ ବି ପୂର୍ଣ୍ଣ ମାତ୍ରାରେ ପରିସ୍ଫୁଟ ହେଉଛି। ଦେଶ ସ୍ବାଧୀନ ହେବାପରେ ବହୁ ଦେଶର ଶାସନ ଖସଡ଼ା ଅନୁକରଣରେ ପ୍ରସ୍ତୁତ ସମ୍ବିଧାନ ୭୫ ବର୍ଷରେ ୧୨୪ ଥର ସଂଶୋଧନ ହୋଇସାରିଛି ଏବଂ ଭବିଷ୍ୟତରେ ମଧ୍ୟ ଏକାଧିକବାର ସଂଶୋଧନ ହୋଇପାରେ। ସାଧୀନତା ପରେ ଆମ ଦେଶ ନିଜସ୍ବ ଜ୍ଞାନ କୌଶଳ ଉଦ୍ଭାବନ ଓ ଉପଯୋଗରେ ଯଥେଷ୍ଟ ଉନ୍ନତି କରିଛି। ଖାଦ୍ୟ ଉତ୍ପାଦନ ସହ ଅନେକ କ୍ଷେତ୍ରରେ ସ୍ବାବଲମ୍ବୀ ହେବାସହ ପୃଥିବୀରେ ଏକ ଉନ୍ନତ ଦେଶ ଓ ବିକଶିତ ଶକ୍ତି ଭାବରେ ନିଜର ସ୍ଥିତି ଜାହିର କରିପାରିଛି। କିନ୍ତୁ ଯେଉଁମାନେ ଦେଶର ଉନ୍ନତି ଓ ନୂତନ ଜ୍ଞାନ କୌଶଳକୁ ପରିବର୍ଦ୍ଧିତ କରିଛନ୍ତି ସେମାନଙ୍କ ସଫଳତାର ଶ୍ରେୟ ଶାସନ ଖସଡ଼ା ଧରିଥିବା ବ୍ୟକ୍ତିଙ୍କ ଦ୍ୱାରା ଅପହୃତ ହୋଇ ଚାଲିଛି। ଦେଶର ନାଗରିକଙ୍କ କର୍ତ୍ତବ୍ୟ ଓ ଅଧିକାର କେବଳ ନିର୍ବାଚନ ସମୟରେ ଖଣ୍ଡିଏ ଭୋଟରେ ସୀମିତ ରହୁଛି।
ଆମ ଗଣତନ୍ତ୍ରର ପରିଭାଷା ଏପରି ନିର୍ଣ୍ଣିତ ହୋଇଛି ଯେ ମାତ୍ର ୩୦ ଶତାଂଶ ନାଗରିକଙ୍କ ସମର୍ଥନ ପାଇ ୭୦ ଶତାଂଶ ନାଗରିକଙ୍କ ବିରୋଧ ସତ୍ତ୍ୱେ କୌଣସି ରାଜନୈତିକ ଦଳ ସଂଖ୍ୟାଗରିଷ୍ଠ ହୋଇ ଶାସନ ତନ୍ତ୍ରକୁ ନିୟନ୍ତ୍ରଣ କରିପାରୁଛି। ଲୋକଙ୍କ ଟିକସ ଦେୟ ଓ ପ୍ରାକୃତିକ ସମ୍ପଦର ସୁପରିଚାଳନା ପରିବର୍ତ୍ତେ ଦୁର୍ନୀତି ଓ ରାଜସ୍ବ ଲୁଣ୍ଠନ ପାଇଁ ଖସଡ଼ା ପ୍ରସ୍ତୁତ ହେଉଛି। ଅର୍ଥ ଓ କ୍ଷମତାର ବଳ ମାଧ୍ୟାକର୍ଷଣ ଶକ୍ତିଠାରୁ ଅଧିକ ବଳଶାଳୀ ସାବ୍ୟସ୍ତ ହେଉଛି। ବୈଦେଶିକ ଋଣ ଭାରରୁ ରାଜ୍ୟରେ ଜନ୍ମ ନେଉଥିବା ପ୍ରତ୍ୟେକ ଶିଶୁ ମୁଣ୍ଡରେ ତିନି ହଜାର ଟଙ୍କା ବୈଦେଶିକ ଋଣ ରହୁଛି। ଏସବୁ କେବଳ ଗଣତାନ୍ତ୍ରିକ ରାଷ୍ଟ୍ର ଯୋଗୁସମ୍ଭବ ହୋଇ ପାରିଥିବାରୁ ଗଣତନ୍ତ୍ରର ଜୟଗାନ ତଥାକଥିତ ଜନ ସେବକଙ୍କଠାରୁ ପ୍ରଶାସନିକ ବା ଆଇନ ରକ୍ଷକଙ୍କ ପାଇଁ ରକ୍ଷା କବଚ ହୋଇଛି। ଦେଶ ସ୍ବାଧୀନ ହେବାପରେ ଯେଉଁମାନେ ଗଣତନ୍ତ୍ରର ସ୍ବାଦ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦାାୟିତ୍ୱ ନେଲେ ସେମାନେ ଗଣତନ୍ତ୍ର ରୁପୀ ଡଙ୍ଗାର ମଙ୍ଗକୁ ଏଭଳି ମୋଡ଼ି ଦେଇଛନ୍ତି ଯେ ତାହା ନିର୍ବାଚନକୁ ବ୍ୟୟବହୁଳ କରିବା ସହ ଦାପ୍ତରିକ ବା ନ୍ୟାୟାଳୟ ପରିସର ଜନସାଧାରଣଙ୍କ ପାଇଁ ଦୟାର କ୍ଷେତ୍ର ପରିବେଶକୁ ସୁସ୍ପଷ୍ଟ କରୁଛି। ପ୍ରତ୍ୟେକ ସମସ୍ୟାର ସରଳ ସମାଧାନ ପରିବର୍ତ୍ତେ ତାକୁ ଜଟିଳତା ମଧ୍ୟକୁ ନେବା ମଧ୍ୟ ଆମ ଗଣତନ୍ତ୍ର ଅନ୍ୟତମ ସଫଳତା ହୋଇସାରିଛି।
୧୧୩-ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri