ନିଷ୍କ୍ରିୟ ଜମାଖାତାର ଅର୍ଥରାଶି

ଭାରତର ଅର୍ଥନୀତିକୁ ସୁଦୃଢ଼ କରିବାରେ ବ୍ୟାଙ୍କଗୁଡ଼ିକର ଗୁରୁ୍‌ତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ବ୍ୟାଙ୍କିଙ୍ଗ ସେବା ଦିନକୁ ଦିନ ଏପରି ବ୍ୟବସ୍ଥିତ ହେଉଛି ଯେ ଯାହାଦ୍ୱାରା ଲୋକମାନେ ହାତପାହାନ୍ତାରେ ନିଜ ମୋବାଇଲ ଦ୍ୱାରା ସମସ୍ତ ଦେଣନେଣ କରିପାରୁଛନ୍ତି। ତେବେ ବ୍ୟାଙ୍କରେ ଅର୍ଥ କାରବାର ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କେବଳ ଗ୍ରାହକମାନଙ୍କ ଭିତରେ ନୁହେଁ ପ୍ରାୟ ସମସ୍ତଙ୍କ ଭିତରେ ସୃଷ୍ଟି ହୋଇଥାଏ, ତାହା ହେଉଛି ଦୀର୍ଘ ଦିନ ଧରି ବ୍ୟାଙ୍କରେ ପଡ଼ିରହିଥିବା ନିଷ୍କ୍ରିୟ ଇନ୍‌ଅପରେଟିଭ ଓ ବେୱାରିସ ଜମାଖାତାଗୁଡ଼ିକର ପଇସା ଯାଏ କୁଆଡ଼େ? ଏହାକୁ କିଏ ହଡ଼ପ କରି ନେଇଯାଏ ନାହିଁ ତ? ବହୁ ବର୍ଷ ପରେ ଯଦି ଉତ୍ତରାଧିକାରୀମାନେ ମୃତକଙ୍କର ବ୍ୟାଙ୍କ ଜମାଖାତାରେ ଥିବା ଟଙ୍କାର ସନ୍ଧାନ ପାଆନ୍ତି ତା’ହେଲେ ତାହାକୁ ଆଦାୟ କରାଯାଇ ପାରିବ ନା ନାହିଁ?
ସାଧାରଣରେ ବ୍ୟବସ୍ଥାଟି ହେଉଛି ଏହା ଯେ ଜଣେ ବ୍ୟାଙ୍କରେ ଖାତା ଖୋଲିଥିବା ବା ଜମାକାରୀ ଜଣଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କ ନିକଟ ପରିଜନ ବିଶେଷକରି ଉତ୍ତରାଧିକାରୀମାନଙ୍କ ପାଖରେ ସୂଚନା ନ ଥିବା କାରଣ ପାଇଁ ବର୍ଷ ବର୍ଷ ଧରି ବ୍ୟାଙ୍କ ଜମାଖାତାରେ ଟଙ୍କା ଅଯଥାରେ ପଡ଼ିରହେ। ଏହା ବ୍ୟତୀତ କେତେକ କ୍ଷେତ୍ରରେ ପାସ୍‌ବୁକଧାରୀ ବା ଜମାକାରୀ ଜଣକ କୌଣସି ଅବହେଳା ବଶତଃ ଅନେକ ଦିନ ଧରି ବ୍ୟାଙ୍କରେ ରହିଥିବା ଅର୍ଥର କୌଣସି କାରବାର ଅର୍ଥାତ୍‌ ଡିପୋଜିଟ ବା ଉଠାଣ କରି ନ ଥାନ୍ତି। ଏଭଳି ଖାତା ବର୍ଷ ବର୍ଷ ଧରି ବ୍ୟାଙ୍କରେ ନିଷ୍କ୍ରିୟ ହୋଇପଡ଼ିରହେ। ମାତ୍ର ତାହା ଜମାକାରୀଙ୍କ ସମ୍ପତ୍ତି। ଏଣୁ ବ୍ୟାଙ୍କ ବା ଅନ୍ୟ କେହି ତାହାକୁ ନେଇ ଅନ୍ୟତ୍ର ବିନିଯୋଗ କରିପାରିବେ ନାହିଁ। ତେବେ ସମସ୍ତଙ୍କ ଅଜ୍ଞାତରେ ବ୍ୟାଙ୍କ ଖାତାରେ ଦୀର୍ଘଦିନ ପଡ଼ି ରହିଥିବା ଏଭଳି ଅର୍ଥ ଉପରେ କୌଣସି ହଡ଼ପକାରୀଙ୍କ ନଜର ପଡ଼ିଯିବା ଅସମ୍ଭବ ନୁହେଁ। ତେଣୁ ଏହାକୁ ସୁରକ୍ଷିତ ରଖିବା ପାଇଁ ଅଧିକ ସତର୍କତା ଅବଲମ୍ବନ ଜରୁରୀ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ନେଇ ବିଭିନ୍ନ ନିର୍ଦ୍ଦେଶନାମାକୁ ସମୀକ୍ଷା କରି ଚଳିତ ବର୍ଷ ଜାନୁଆରୀରେ ଏକ ସମନ୍ବିତ ସର୍କୁଲାର ଘୋଷଣା କରି ଏହାକୁ ବିଜ୍ଞପ୍ତି ଭାବେ ଜଣାଇଛନ୍ତି। ସେଗୁଡ଼ିକ ଭିତରେ ପ୍ରମୁଖ ହେଉଛି ଯେ ସର୍ବନିମ୍ନ ଲଗାତର ଭାବେ ଦୁଇବର୍ଷ ଧରି ବ୍ୟାଙ୍କ ଖାତାଧାରୀ ଯଦି କୌଣସି କାରଣବଶତଃ ଆର୍ଥିକ କାରବାର ବା ଦେଣନେଣ କରି ନ ଥାନ୍ତି ତେବେ ଏହି ବ୍ୟାଙ୍କ ଖାତାକୁ ନିଷ୍କ୍ରିୟ ବ୍ୟାଙ୍କ ଖାତା ଭାବେ ବିଚାର କରାଯିବ। ସେହିପରି କ୍ରମାଗତ ଭାବେ ଦଶ ବର୍ଷ ଧରି ଦେଣନେଣ କାରବାର ବା ଦେଣନେଣ ହେଉ ନ ଥିବା କିମ୍ବା ଜମାରାଶି ଉପରେ କୌଣସି ଦାବିଦାର ନ ଥିଲେ ତାହାକୁ ବେୱାରିସ ଧରିନିଆଯିବ। ବ୍ୟାଙ୍କଗୁଡ଼ିକ ଏହି ଜମାରାଶିକୁ ନିଜ ପାଖରେ ନ ରଖି ୨୦୧୪ ମେ’ ୨୪ ତାରିଖ ନିର୍ଦ୍ଦେଶନାମା ମୁତାବକ ତାହାକୁ ରିଜର୍ଭ ବ୍ୟାଙ୍କର ଜମାକାରୀ ଶିକ୍ଷା ଓ ସଚେତନତା ଫଣ୍ଡରେ ଜମା କରିବ। ପରେ କେବେ ଯଦି ଜମାକାରୀ ବା ନ୍ୟାଯ୍ୟ ଦାବିଦାର ଆସନ୍ତି, ତେବେ ବ୍ୟାଙ୍କ ବିଧି ମୁତାବକ କେୱାଇସି ତନଖି କରି ସୁଧ ସମେତ ଏହି ଅର୍ଥରାଶି ଫେରସ୍ତ କରିବେ ଏବଂ ରିଜର୍ଭ ବ୍ୟାଙ୍କରୁ ସେତିକି ଅର୍ଥ ଫେରାଇ ଆଣିପାରିବେ। ସମସ୍ତ ନିଷ୍କ୍ରିୟ ସଞ୍ଚୟ ଜମା ଅର୍ଥର ବ୍ୟାଙ୍କିଙ୍ଗ ନିୟମ ଅନୁଯାୟୀ ଯାହା ସୁଧରାଶି ରହିଛି ଏହାକୁ ବ୍ୟାଙ୍କଗୁଡ଼ିକ ପ୍ରଦାନ କରିବେ ଓ ଏ ନେଇ ଏହାକୁ ସକ୍ରିୟ କରାଇଥିବାରୁ କୌଣସି ଅର୍ଥରାଶି ଫି’ବା ଶୁଳ୍କ ଭାବେ ଗ୍ରହଣ କରିବେ ନାହିଁ। ସେହିପରି ୧ ବର୍ଷରୁ ଊର୍ଦ୍ଧ୍ୱ କାଳ କୌଣସି ବ୍ୟାଙ୍କର ଜମାଖାତାରେ କାରବାର ନ ହୋଇଥିଲେ ବ୍ୟାଙ୍କ ପକ୍ଷରୁ ଉକ୍ତ ଜମାକାରୀଙ୍କୁ ଚିଠି କିମ୍ବା ଇ-ମେଲ୍‌ କିମ୍ବା ମୋବାଇଲ ବାର୍ତ୍ତା ଦ୍ୱାରା ସୂଚନା ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସମସ୍ତ ସରକାରୀ ସାହାଯ୍ୟପ୍ରାପ୍ତ ଅର୍ଥରାଶିର କାରବାର ପାଇଁ ବ୍ୟାଙ୍କରେ ଖାତା ବ୍ୟବସ୍ଥା ବାଧ୍ୟତାମୂଳକ ରହିବା ସହ ଏହି ଜମାଖାତାର ନିଷ୍କ୍ରିୟ ଘୋଷଣା ପାଇଁ ଦୁଇବର୍ଷ ଉପରୋକ୍ତ ନେଣଦେଣର ନିୟମ ଲାଗୁ ନ ହେବାର ବ୍ୟବସ୍ଥା ରହିଛି। ଏହା ଏକ ସ୍ବତନ୍ତ୍ର ବ୍ୟବସ୍ଥା।
ଏଠାରେ ଏକ ସ୍ବାଭାବିକ ପ୍ରଶ୍ନ ଉଠୁଛି ଆମ୍ଭେମାନେ ଦିନକୁ ଦିନ ସଚେତନ ହେଉଛେ ଏବଂ ଆମ ବ୍ୟବସ୍ଥିତ ସେବାଗୁଡ଼ିକ ମଧ୍ୟ ପ୍ରାୟତଃ ମୋବାଇଲ ଦ୍ୱାରା ହାତପାଆନ୍ତାରେ ଅତ୍ୟନ୍ତ ସୁବିଧାଜନକ ହୋଇପାରୁଛି। ଏପରି ସ୍ଥଳେ କୌଣସି ପରିସ୍ଥିତିରେ ଯେପରି ଆମର ଆକାଉଣ୍ଟ ନିଷ୍କ୍ରିୟ ଘୋଷିତ ନ ହୁଏ ଆମ୍ଭେମାନେ ଏ ଦିଗକୁ ଦେଖିବା କଥା। କାରଣ ପ୍ରଥମତଃ ଏହା ଅବହେଳା ବଶତଃ ହୋଇଥିଲେ ମଧ୍ୟ ବାସ୍ତବ ଦୃଷ୍ଟିକୋଣରୁ ନିଷ୍କ୍ରିୟ ହେବାଦ୍ୱାରା ଅଯଥା ବ୍ୟାଙ୍କ ଉପରେ ଆମ୍ଭେମାନେ ଏକ ପ୍ରକାର ଚାପ ସୃଷ୍ଟି କରିଥାଉ। ଦ୍ୱିତୀୟତଃ ଭାରତର ଅର୍ଥନୀତି ପାଇଁ ଏହା ଏକ ଖରାପ ପ୍ରସଙ୍ଗ। ଆମ୍ଭମାନଙ୍କ ପାଇଁ ଏହି ନିଷ୍କ୍ରିୟଜନିତ କାରଣରୁ ବ୍ୟାଙ୍କରେ ଯେଉଁ ଟଙ୍କା ପଡ଼ିରହେ ଏହା ଦ୍ୱାରା ବ୍ୟାଙ୍କଗୁଡ଼ିକ ଏହାକୁ ପରିଚାଳନାଗତ କ୍ଷେତ୍ର ପାଇଁ ଅଯଥାରେ ସେମାନଙ୍କ ମୂଲ୍ୟବାନ ସମୟ ନଷ୍ଟ କରିଥାନ୍ତି। ସେହିପରି ଆମ୍ଭମାନଙ୍କ ଟଙ୍କା ପଡ଼ିରହିବା ଦ୍ୱାରା କିଛି ଲୋକଙ୍କ ମତରେ କିଛି ସୁଧରାଶି ଆମେ ପାଇଥାଉ ସତ କିନ୍ତୁ ମୂଳତଃ ଏହା ଆମର ଅର୍ଥଗତ କ୍ଷେତ୍ରରେ ସେପରି ଉଦ୍‌ଯୋଗ କାମ ପାଇଁ ଲାଗିପାରି ନ ଥାଏ। ତେବେ ଯାହାହେଉନା କାହିଁକି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ କିନ୍ତୁ ଉପରୋକ୍ତ ବ୍ୟବସ୍ଥା ରହିଛି ବ୍ୟାଙ୍କରେ ପଡ଼ିରହିଥିବା ନିଷ୍କ୍ରିୟ ଖାତାର ଅର୍ଥରାଶିକୁ ନେଇ।
ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଷ୍ଟାଫ୍‌ କଲୋନୀ, ଦେଉଳ ସାହି, ତୁଳସୀପୁର, କଟକ
ମୋ: ୯୯୩୭୬୫୮୩୬୨

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?