କୋଭିଡିଅଟ୍‌ ଶବ୍ଦର ସଂଜ୍ଞା ଅକ୍ସଫୋର୍ଡ ଡିକ୍ସନାରୀରେ ପ୍ରକାଶ

ଓ୍ବାଶିଂଟନ, ୩୦।୯: କରୋନା ମହାମାରୀ ସଙ୍କଟ ସମୟରେ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ କୋଭିଡିଅଟ୍‌ ଶବ୍ଦର ସଜ୍ଞା ପ୍ରକାଶ ପାଇଛି। ଏହି ଶବ୍ଦକୁ ‘ନିର୍ଦ୍ଦେଶ ମାନୁ ନ ଥିବା ବ୍ୟକ୍ତି ବିଶେଷ’ ଭାବେ ଉଲ୍ଲେଖ କରାଯାଇଛି। କୋଭିଡ୍‌ ଏବଂ ଇଡିଅଟ୍‌ ଦୁଇ ଶବ୍ଦର ମିଳନରେ କୋଭିଡିଅଟ୍‌ ଶବ୍ଦ ସୃଷ୍ଟି ହୋଇଥିବା ଅକ୍ସଫୋର୍ଡ ଡିକ୍ସନାରୀରେ ଦର୍ଶାଯାଇଛି। କରୋନା ମହାମାରୀ ସମୟରେ କେତେକ ନୂଆ ଶବ୍ଦ ସୃଷ୍ଟି ହୋଇଛି। ସେସବୁ ଶବ୍ଦକୁ ଅକ୍ସଫୋର୍ଡ଼ ୟୁନିଭରସିଟି ପ୍ରେସ୍‌ ପକ୍ଷରୁ ଡିକ୍ସନାରୀରେ ସାମିଲ୍‌ କରାଯାଇଛି। ସେଥିମଧ୍ୟରେ ସୋସିଆଲ୍‌ ଡିଷ୍ଟାନ୍ସିଂ, କଣ୍ଟ୍ରାକ୍ଟ ଟ୍ରେସିଂ, କମ୍ୟୁନିଟି ସ୍ପ୍ରେଡ୍‌, କମ୍ୟୁନିଟି ଟ୍ରାନ୍ସମିଶନ, ହର୍ଡ ଇମ୍ୟୁନିଟି, ହ୍ୟାଣ୍ଡ୍‌ ଜେଲ୍‌, ହ୍ୟାଣ୍ଡ୍‌ ସାନିଟାଇଜର, ହଟ୍‌ ଜୋନ୍‌, କ୍ୱାରାଣ୍ଟାଇନ୍‌, ଓ୍ବାର୍କ ଫ୍ରମ୍‌ ହୋମ୍‌, ପେସେଣ୍ଟ ଜିରୋ ଆଦି ଶବ୍ଦ ରହିଛି। ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ ଗତ ୨୦ ବର୍ଷ ଧରି ଲଗାତାର ପ୍ରତି ୩ ମାସରେ ନୂଆନୂଆ ଶବ୍ଦକୁ ସାମିଲ୍‌ କରାଯାଇ ଆସୁଛି। ଏହା ଅନ୍ତର୍ଗତ କୋଭିଡିଅଟ୍‌ ଶବ୍ଦକୁ ଏବେ ଏଥିରେ ସ୍ଥାନୀତ କରାଯାଇଛି। ସାଧରଣତଃ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ ମାର୍ଚ୍ଚ, ଜୁନ୍‌, ସେପ୍ଟମ୍ବର ଏବଂ ଡିସେମ୍ବରରେ ନୂଆ ଶବ୍ଦର ଘୋଷଣା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସ୍ତ୍ରୀ ମେଲାନିଆଙ୍କୁ କରୋନା

ଓ୍ବାଶିଂଟନ,୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ...

ରାମସେତୁ ନିର୍ମାଣର ରହସ୍ୟ ଜଣାପଡ଼ିବ

ନୂଆଦିଲ୍ଲୀ,୧୪।୧: ରାମସେତୁର ନିର୍ମାଣର ରହସ୍ୟ ସମ୍ପର୍କରେ ଏବେ ଜଣାପଡ଼ିବ। ଏହା କେବେ ନିର୍ମିତ ହୋଇଥିଲା ଏବଂ ଏହା ସହିତ ଜଡ଼ିତ ରହିଥିବା ଅନ୍ୟ ତଥ୍ୟ ସମ୍ପର୍କରେ...

ବାରମ୍ବାର ହାତ ଧୋଇଲେ ଦୂରେଇବ କରୋନା!

ଓ୍ବାଶିଂଟନ,୨୩।୩: କରୋନା ଭାଇରସ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ କିଛିଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା ବାରମ୍ବାର ହାତ ଧୋଇଲେ...

୨୦୧୬ରେ ଆକାଶରୁ ଅଦୃଶ୍ୟ ହୋଇଥିଲା ଏହି ଯାତ୍ରୀବାହୀ ବିମାନ, ଆଜିପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ

ବିଶ୍ୱରେ ଅନେକଥର ଏପରି କିଛି ଘଟଣା ଘଟିଛି, ଯାହାକୁ ବିଶ୍ୱାସ କରିବା କେବେ ସହଜ ନୁହେଁ। ୨୦୧୬ ମସିହାରେ ଠିକ୍‌ ଏମିତି ଏକ ଘଟଣା ଘଟିଥିଲା।...

ଦାଢିରେ ଉଠାଉଛନ୍ତି ଯୁବତୀ

ସାଧାରଣତଃ ଶିଖ୍‌ମାନଙ୍କ ପାଇଁ ନିଶ ଦାଢି ହେଉଛି ଗର୍ବ ଓ ଗୌରବର ପ୍ରତୀକ।ତେବେ ପାବ, ଲୁଧିଆନାର ରଞ୍ଜିତ ସିଂଙ୍କ ପାଇଁ ତାଙ୍କ ଦାଢି ପାଲଟିଛି ଏକ...

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ଉପରେ ଆସିଛି କରୋନା ସଙ୍କଟ: ଜାତିସଂଘ

ଜେନେଭା,୧।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବେ ପୃଥିବୀ ଉପରେ କରୋନା ସଙ୍କଟ ଦେଖାଦେଇଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ ଭେଦଭାବ ଭୁଲି ଏକ ଜୁଟ ହୋଇ ଏହାର ମୁକାବିଲା...

ଡ୍ରାଇଭର ନ ମିଳିବାରୁ ସୈନିକ ଚଲାଇବେ ତେଲ ଟ୍ୟାଙ୍କର

ଲଣ୍ଡନ, ୨୯ା୯: ଟ୍ରକ୍‌ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍ଗଟ ଦୂର କରିବା ପାଇଁ...

‘୩୧ରେ ବ୍ରେକ୍‌ଜିଟ୍‌ ପାଇଁ ପ୍ରସ୍ତୁତ’

ଲଣ୍ଡନ,୩ା୧୦(ପି.ଟି.): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ନୂଆ ବ୍ରେକ୍‌ଜିଟ ଯୋଜନା ଆଣିବା ପୂର୍ବରୁ ୟୁରୋପୀୟ ସଂଘ (ଇୟୁ) ସହ ବୁଝାମଣା ପାଇଁ ଅନୁରୋଧ କରିଛନ୍ତି। ଏହାସହ...

Advertisement


Archives

Model This Week