ଡରିଗଲା ଚାଇନା

ମସ୍କୋ,୪।୯: ପୂର୍ବ ଲଦାଖର ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ରେ ଗତ କିଛି ମାସ ମଧ୍ୟରେ ଭାରତ ଏବଂ ଚାଇନା ସେନାବାହିନୀ ମୁହାଁମୁହିଁ ହୋଇଛନ୍ତି। ସୀମା ବିବାଦ ପ୍ରସଙ୍ଗରେ ଉଭୟ ଦେଶ ପଛକୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି। ବୁଝାମଣା ମାଧ୍ୟମରେ ଏହି ବିବାଦର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସୀମା ବିବାଦର ସମାଧାନ ପାଇଁ ଅନେକ ଥର ସାମରିକ କମାଣ୍ଡର୍‌ସ୍ତରୀୟ ଆଲୋଚନା ହୋଇଛି। କିନ୍ତୁ ଫଳାଫଳ ବାହାରି ପାରୁନାହିଁ। ଏସବୁ ଭିତରେ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଓ୍ବେ ଫେଙ୍ଗ୍‌ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରୁଷିଆର ମସ୍କୋଠାରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ଉଭୟ ନେତା ଅଂଶଗ୍ରହଣ କରୁଛନ୍ତି। ଏଠାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଭେଟିବାକୁ ଚାହୁଁଛନ୍ତି ଫେଙ୍ଗ୍‌। କୁହାଯାଉଛି ଗତ ଅଗଷ୍ଟ ୨୯-୩୦ ରାତିରେ ଚାଇନା ସୈନ୍ୟମାନେ ପେଙ୍ଗାଙ୍ଗ୍‌ ହ୍ରଦ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତୀୟ ଯବାନମାନେ ଏହାକୁ ଦୃଢତାର ସହ ସେମାନଙ୍କୁ ରୋକି ସମ୍ପୃକ୍ତ ଅଞ୍ଚଳର ସମସ୍ତ ପାହାଡକୁ ନିଜ କବ୍ଜାକୁ ନେଇଥିଲେ। ଏଥିରେ ବ୍ଲାକ ଟପ୍‌ ମଧ୍ୟ ସାମିଲ ଅଛି। ଚାଇନାର ଆକ୍ରମଣାତ୍ମକ ପଦକ୍ଷେପକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ନିଜ ରଣନୀତିରେ ପରିବର୍ତ୍ତନ କରିଛି। ଭାରତ ମଧ୍ୟ ଚାଇନା ପ୍ରତି ଆକ୍ରମଣାତ୍ମକ ପନ୍ଥା ଆପଣାଇଛି। ଏଥିରେ ଡରି ଯାଇଛି ଚାଇନା। ଫଳରେ ସେ ଭାରତ ସହ ସମାଧାନ କରିବାକୁ ଚାହୁଁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?