Posted inଜାତୀୟ

ପୂରଣ ହେଲା ଆତ୍ମନିର୍ଭର ଭାରତର ସଂକଳ୍ପ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨ ।୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ଏଚ୍‌ଏଏଲ୍‌)ର ଦ୍ୱିତୀୟ ଏଲ୍‌ସିଏ(ଲାଇଟ୍ କମ୍ବାଟ୍ ଏୟାରକ୍ରାପ୍ଟ)ର ପ୍ରଡକ୍ସନ ଲାଇନର ଉଦ୍‌ଘାଟନ କରିଛନ୍ତି । ଚୁକ୍ତି ଅନୁଯାୟୀ ବାୟୁସେନାକୁ ତେଜସ ଏଲ୍‌ସିଏର ଡେଲିଭରି ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ । ଏହି ସୂଚନା ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଟୁଇଟର ହ୍ୟାଣ୍ଡେଲ ଯୋଗେ ଦେଇଛନ୍ତି । ଏହାସହ ୩ ଫେବୃୟାରୀରେ ଏଠାରେ ଆୟୋଜିତ ହେବାକୁ ଯାଉଥିବା ଏୟରୋ ଇଣ୍ଡିଆ ଶୋ’ରେ ବି ସାମିଲ ହେବ ଯାହାର ଅଭ୍ୟାସ ବେଙ୍ଗାଲରୁରେ ୨ ଫେବୃୟାରୀରୁ ଆରମ୍ଭ ହୋଇଛି । ଏଥିରେ ଆମେରିକାର ଏୟାରକ୍ରାପ୍ଟ ବି-୧ ଲାନସର ବି ସାମିଲ ହେବ । ଭାରତରେ ଆମେରିକା ସର୍ମ୍ପକରେ ବୁଝୁଥିବା ଡନ୍ ହେଲଫିନ୍ କହିଛନ୍ତି ଚଳିତ ବାୟୁସେନାର ପ୍ରଦର୍ଶନରେ ଆମେରିକାର ପ୍ରମୁଖ ଏୟାରକ୍ରାପ୍ଟ ବି-୧ ଲାନସରକୁ ଫିଚର କରାଯିବ ଯାହା ପ୍ରଥମଥର ଲାଗି ଏୟରୋ ଇଣ୍ଡିଆରେ ଭାଗ ନେବ । ଏଲ୍‌ସିଏର ଦ୍ୱିତୀୟ ପ୍ରଡକ୍ସନ ଲାଇନ ଉଦ୍‌ଘାଟରେ ଯୋଗ ଦେଇ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ଆମର ଆତ୍ମନିର୍ଭର ଭାରତର ସଂକଳ୍ପ ପୂରଣ ହୋଇଛି । ଏହାଦ୍ୱାରା ବିଶ୍ୱର ଅନ୍ୟ ଦେଶକୁ ଏହି ବାର୍ତ୍ତା ଯିବ ଯେ ଯାନ୍ତ୍ରୀକ ଓ ଉତ୍ପାଦନ କ୍ଷେତ୍ରରେ ଆମେ ଆତ୍ମନିର୍ଭର ହେବାକୁ ଚାହୁଁଛୁ । ଆଉ ଏଥିପାଇଁ ଭାରତ ସରକାର ଚିନ୍ତା କରୁଛନ୍ତି । ରାଜନାଥ କହିଛନ୍ତି ତେଜସ କେବଳ ସ୍ୱେଦେଶୀ ନୁହେଁ ଏହାର ଗୁରବତ୍ତା ବି ବିଦେଶୀ ଯୁଦ୍ଧ ବିମାନଠାରୁ ଉତ୍ତମ । ଏହି ଗୁଣବତ୍ତାରେ ଇଞ୍ଜିନ କ୍ଷମତା, ରାଡାର ସିଷ୍ଟମ ସହ ଦାମ ବି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri