ଇରାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ୍‌ କଲେ ରାଜନାଥ

ତେହେରାନ,୬।୯: ପ୍ରତିରକ୍ଷମାନ୍ତ୍ରୀ ରାଜନାଥ ସିଂ ରବିବାର ଇରାନ ପ୍ରତିରକ୍ଷାମନ୍ତ୍ରୀ ବ୍ରିଗେଡିୟର ଜେନରାଲ ଅମିର ହତାମିଙ୍କୁ ତେହରାରେ ସାକ୍ଷାତ୍‌ କରିଛନ୍ତି। ଉଭୟଙ୍କ ବୈଠକକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ରାଜନାଥ ଏହି ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଓ ଆଫଗାନିସ୍ତାନ ସମେତ ସୀମା ସୁରକ୍ଷା ସହ ଜଡିତ ଅନେକ କଥା ଉପରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ରାଜନାଥ ସିଂ ସାଂଘାଇ ସହଯୋଗ ସଙ୍ଗଠନ(ଏସ୍‌ସିଓ)ରେ ପ୍ରତିରକ୍ଷାମନ୍ତ୍ରୀଙ୍କ ବୈଠକରେ ସାମିଲ ହେବାକୁ ଯାଇଥିବା ବେଳେ ତାଙ୍କର ୩ ଦିନିଆ ମସ୍କୋ ଯାତ୍ରା ଶେଷ କରି ଶନିବାର ତେହେରାନ ପହଞ୍ଚିଥିଲେ। ସେ ମସ୍କୋରେ ରୁଷିଆ, ଚାଇନା ଓ ମଧ୍ୟ ଏସିଆ ଦେଶର ସମକକ୍ଷଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତାରେ ସାମିଲ ହୋଇଥିଲେ। ତେହେରୋନରେ ଥାଇ ପ୍ରତିରକ୍ଷା ମନ୍ତ୍ରୀ ଟୁଇଟ୍‌ କରି ଜଣାଇଛନ୍ତି, ଇରାନର ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିୟର ଜେନରାଲ ଅମିର ହତାମିଙ୍କ ସହ ସାକ୍ଷାତ୍‌କାର ଅତ୍ୟନ୍ତ ସାର୍ଥକ ଥିଲା। ଆଉ ଏକ ଟୁଇଟ୍‌ରେ ସେ କହିଛନ୍ତି, ଦୁଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ସହଯୋଗକୁ ଆଗକୁ ବଢାଇବାକୁ ନେଇ ଚର୍ଚ୍ଚା ହୋଇଛି। ତଥା ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ସହ ସୀମା ସୁରକ୍ଷା କଥା ମଧ୍ୟ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନେଲାଣି ୧୦ ଲକ୍ଷ ଜୀବନ

ୱାଶିଂଟନ,୨୯ ।୯: ସାରା ବିଶ୍ୱରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି । ଏବେସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣରେ ୧୦ ଲକ୍ଷ ଲୋକଙ୍କ...

ଭାରତ ସପକ୍ଷରେ ୫୫ ରାଷ୍ଟ୍ର

ଜାତିସଂଘ,୨୭ା୬: ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ଆସନରେ ଭାରତର ସଦସ୍ୟତାକୁ ଚାଇନା, ପାକିସ୍ତାନ ସମେତ ୫୫ଟି ରାଷ୍ଟ୍ର...

ଆମେରିକାରେ ପ୍ରତିବାଦ: ମୂଳ ଭାରତୀୟ ନ୍ୟାୟ ପାଇଁ କଲେ ଦାବି

ଓ୍ବାଶିଂଟନ,୨୬।୧୧: ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ଆମେରିକାରେ ମୂଳ ଭାରତୀୟଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। ଆମେ ନ୍ୟାୟ ଚାହୁଁଛୁ ବୋଲି...

କରୋନା ଟିକା ନେଇ ଡାକ୍ତର ଅସୁସ୍ଥ!

ବୋଷ୍ଟନ,୨୬ ।୧୨: ଆମେରିକାର ବୋଷ୍ଟନରେ ଜଣେ ଡାକ୍ତର କରୋନା ଟିକା ନେବା ପରେ ଅସୁସ୍ଥ ହୋଇଥିବା ଜଣାପଡିଛି । ତାଙ୍କ ଶରୀରରେ ଆଲର୍ଜି ହୋଇଯାଇଥିବା କୁହାଯାଉଛି...

ଝିଣ୍ଟିକା ଆକ୍ରମଣରେ ବ୍ୟତିବ୍ୟସ୍ତ ଆମେରିକା

ଓ୍ବାଶିଂଟନ,୨୮।୭: ଆମେରିକାର ଲସ୍‌ ଭେଗାସ୍‌ ଉପତ୍ୟକାରେ ଏବେ ଝିଣ୍ଟିକା ଆକ୍ରମଣରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏଠାରେ ବର୍ଷାପାଗଯୋଗୁ ପ୍ରବଳ...

ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସୂଚନା ଦେଲେ ଧନୀ ବ୍ୟକ୍ତି, ସ୍ତ୍ରୀ ଶେଷରେ କଲେ ଏପରି…

ଟୋକିଓ,୧।୫: ଜଣେ ଅବା ଦୁଇ ଜଣ ନୁହେଁ ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ନେଇ ଜଣେ ଅରବପତି ସୂଚନା ଦେଇଥିଲେ। ତେବେ...

ସେନା ଗୁଳିରେ ୯୩ ନିହତ

ୟାଙ୍ଗୁନ୍‌,୨୮।୩: ଫେବୃୟାରୀ ୧ରେ ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ କ୍ଷମତା ଅପହରଣ କରି ତାଙ୍କୁ ଜେଲରେ ପୂରାଇବା ପରଠାରୁ ଅଶାନ୍ତ ହୋଇପଡ଼ିଛି...

ସୌଦିରେ ୨ ଭାରତୀୟଙ୍କ ମୁଣ୍ଡକାଟ

ରିୟାଦ୍‌,୧୭।୪: ସୌଦିରେ ୨ ଭାରତୀୟଙ୍କ ମୁଣ୍ଡ କାଟ କରାଯାଇଛି। ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା। ବିଚାରରେ ସେମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଏଭଳି...

Advertisement


Archives

Model This Week

Why Dharitri