ମାନହାନି ଅଡ଼ୁଆ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏମ୍‌ପି ଭାବେ ଅଯୋଗ୍ୟ ଘୋଷଣା କରାଯିବା ପରେ ପାର୍ଲାମେଣ୍ଟରେ ତାଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି। ଏହି ଘଟଣା ଏବେ ସମଗ୍ର ଦେଶରେ ପ୍ରମୁଖ ଚର୍ଚ୍ଚିତ ଖବର ପାଲଟିଛି। ବିରୋଧୀମାନେ କୋର୍ଟଙ୍କ ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଥିବା ବେଳେ ଶାସକ ବର୍ଗ ରାହୁଲ ଗାନ୍ଧୀଙ୍କ ‘ମୋଦି ସାଜ୍ଞାଧାରୀ କିଭଳି ଚୋର ହେଲେ’ ମନ୍ତବ୍ୟ ପାଇଁ ଦଣ୍ଡିତ ହେବା ଠିକ୍‌ ବୋଲି କହିଛନ୍ତି। ଏଭଳି ସ୍ଥଳେ ସମ୍ବିଧାନ ବିଶେଷଜ୍ଞଙ୍କଠାରୁ ଆରମ୍ଭକରି ସାଧାରଣ ନାଗରିକ ରାହୁଲଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ନିଜସ୍ବ ମତ ଦେବାରେ ଲାଗିଛନ୍ତି। ଭାରତୀୟ ସମ୍ବିଧାନ ତା’ର ମୌଳିକ ଅଧିକାରରେ ବାକ୍‌ ସ୍ବାଧୀନତାକୁ ଗୁରୁତ୍ୱ ଦେଇଆସିଛି। ରାହୁଲଙ୍କୁ ତାଙ୍କ ମନ୍ତବ୍ୟ ଯୋଗୁ ଭାରତୀୟ ପିଙ୍ଗଳ କୋଡ୍‌ ୪୯୯ ଓ ୫୦୦ ଦଫା ଅନୁଯାୟୀ ସର୍ବୋଚ୍ଚ ଦୁଇବର୍ଷ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଅର୍ଥାତ୍‌ ଆପରାଧିକ ମାନହାନିରେ ୨ ବର୍ଷରୁ ଅଧିକ ଦଣ୍ଡିତ କରାଯାଇପାରିବ ନାହିଁ। ଉପା ସରକାର ସମୟରେ ପ୍ରଣୟନ କରାଯାଇଥିବା ଆଇନରେ କୁହାଯାଇଥିଲା ଯେ, ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡିତ ହେଲେ ଜଣେ ଜନପ୍ରତିନିଧିଙ୍କର ସଭ୍ୟପଦ ରଦ୍ଦ ହୋଇଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଆଇନ ବ୍ୟବସ୍ଥାରେ ବିଭିନ୍ନ ସ୍ତରରେ ନ୍ୟାୟାଳୟ ରହିଛି। ହତ୍ୟା କରିଥିବା ଅଭିଯୁକ୍ତ ମଧ୍ୟ ଦୀର୍ଘକାଳ ପର୍ଯ୍ୟନ୍ତ ଗୋଟିଏ ନ୍ୟାୟାଳୟରୁ ଆଉ ଗୋଟିଏ ନ୍ୟାୟାଳୟକୁ ଯିବାର ସୁଯୋଗ ପାଇଥାଆନ୍ତି। ଏପରି କି ସୁପ୍ରିମକୋର୍ଟରେ ଦଣ୍ଡିତ ହେବା ପରେ ମଧ୍ୟ ରାଷ୍ଟ୍ରପତିଙ୍କୁ ‘ମର୍ସି ପ୍ଲି’ର ସୁବିଧା ଦିଆଯାଇଥାଏ। ତେବେ ଗଣତାନ୍ତ୍ରିକ ଭାରତରେ, ଅଜଣା କାରଣରୁ, ଲୋକ ପ୍ରତିନିଧିଙ୍କ ପଦବୀ ଛଡ଼ାଇନେବା ପାଇଁ ସର୍ବନିମ୍ନ ନ୍ୟାୟାଳୟର ରାୟ ଯଥେଷ୍ଟ ହୋଇଥାଏ। ଏଥିରୁ ମନେହେଉଛି ଯେପରି ମତଦାତାଙ୍କଠାରୁ ଆଇନ, ନ୍ୟାୟାଳୟ ଏବଂ ବ୍ୟବସ୍ଥା ଅଧିକ ଶକ୍ତିଶାଳୀ। ଗୋଟିଏ ଗଣତନ୍ତ୍ରରେ ଜନସାଧାରଣଙ୍କ ମତ ହେଉଛି ସର୍ବୋଚ୍ଚ। ଯେତେବେଳେ ଜନସାଧାରଣ ମତ ପରିବର୍ତ୍ତନ କରିବେ ସେତେବେଳେ ଶାସନରେ ପରିବର୍ତ୍ତନ ଘଟିବ। କିନ୍ତୁ ତାହାର ଅର୍ଥ ନୁହେଁ ଯେ, ୫ ବର୍ଷ ପାଇଁ ଯିଏ ଆସିବେ ସିଏ ନିଜକୁ ସର୍ବୋଚ୍ଚ ବୋଲି ଭାବି ଅନ୍ୟ କାହାରି ମତ ଶୁଣିବେ ନାହିଁ। ଗଣତନ୍ତ୍ରରେ ବିରୋଧୀଙ୍କ ପଛରେ ମଧ୍ୟ ଲୋକ ସମର୍ଥନ ରହିଛି। ରାହୁଲ ଗାନ୍ଧୀଙ୍କୁ ଏହି ଦେଶର ଏକ ଅଂଶର ଜନସାଧାରଣ ଭୋଟ ଦେଇ ଲୋକ ସଭା ପଠାଇଥିଲେ। ତାଙ୍କର ସଦସ୍ୟ ପଦ ରଦ୍ଦ ହେବାର ଅର୍ଥ ହେଲା ତାଙ୍କୁ ଭୋଟ ଦେଇଥିବା ସାଧାରଣ ନାଗରିକଙ୍କୁ ଶକ୍ତ ଚାପୁଡ଼ା। କାରଣ ଅନେକ ଉଦାହରଣ ରହିଛି, ଯେଉଁଥିରେ ସ୍ପଷ୍ଟ ଜଣାପଡ଼େ ଯେ, ଜଣେ ନିର୍ବାଚିତ ପ୍ରତିନିଧି ପୁନର୍ବାର ସେହି ଆସନକୁ ଯାଇ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି। ଅର୍ଥାତ୍‌ ସଦସ୍ୟ ପଦ ରଦ୍ଦ କରିବାର କ୍ଷମତା କେବଳ ସାଧାରଣ ଭୋଟରଙ୍କ ଅଛି।
ଏଠାରେ ରାହୁଲଙ୍କୁ ସମର୍ଥନ ଜଣାଇବାର କୌଣସି ଉଦ୍ଦେଶ୍ୟ ନାହିଁ। ତଥାପି ସଦସ୍ୟ ପଦ ରଦ୍ଦ କରିବା ପାଇଁ ନ୍ୟାୟାଳୟର ଅଧିକାର ନାହିଁ। ଏହି ଅଧିକାର କେବଳ ବାଚସ୍ପତିଙ୍କ ହାତରେ ରହିଛି। ନିକଟ ଅତୀତରେ ଏହାର ଉଦାହରଣ ଓଡ଼ିଶା ବିଧାନସଭାର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ କ୍ଷେତ୍ରରେ ଦେଖାଯାଇଥିଲା। ତାଙ୍କୁ ଋଣ ଠକେଇ ମାମଲାରେ ୩ ବର୍ଷ ଜେଲଦଣ୍ଡ ହୋଇଥିବା ସତ୍ତ୍ୱେ ଓଡ଼ିଶା ବିଧାନସଭା ବାଚସ୍ପତି ତାଙ୍କୁ ଅଯୋଗ୍ୟ ଘୋଷଣା କରି ନ ଥିଲେ। ବିଶେଷକରି ମନେରଖିବାକୁ ହେବ ଯେ, ନିମ୍ନ ଅଦାଲତର ରାୟ ଉପରେ ଲୋକ ସଭା ବାଚସ୍ପତି ଯଦି ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥାଆନ୍ତେ, ତେବେ ତାହା ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି କରିପାରିଥାନ୍ତା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ ମାନହାନି ମାମଲାର ଆପରାଧିକ ଦିଗ ଏକ ବ୍ରିଟିଶ ଉପନିବେଶ ଯୁଗର ଆଇନ। ପୃଥିବୀର ଅନ୍ୟ ଶିକ୍ଷିତ ଓ ଗଣତାନ୍ତ୍ରିକ ଦେଶରେ କେବଳ ସିଭିଲ୍‌ ବା ଦଓ୍ବୋନି ମାନହାନି ମାମଲା ରୁଜୁ କରାଯାଇଥାଏ। ଅର୍ଥାତ୍‌ ଭାରତରେ ଏହି ଆଇନର ଦୁରୁପଯୋଗ ହୋଇପାରୁଛି, କାରଣ ସେଥିରେ ଅପରାଧ ଦିଗ ରହୁଛି।
ଏପର୍ଯ୍ୟନ୍ତ ଥିଲା ଆଇନ ଓ ଲୋକ ସଭା ବାଚସ୍ପତିଙ୍କ ଭୂମିକା ସମ୍ପର୍କରେ ଆଲୋଚନା। ଏବେ ଦେଖିବା କଥା ରାହୁଲଙ୍କ ନିଜ ଦଳର ଚରିତ୍ର ଓ ବ୍ୟବହାର। ଏଠାରେ କୁହାଯାଇପାରେ ଯେ, ରାହୁଲଙ୍କ ସମର୍ଥନରେ ତାଙ୍କ ଦଳ କଂଗ୍ରେସ ଥିଲା ଭଳି ମନେହୁଏ ନାହିଁ। ସେହି ଦଳର ଅନେକ ବୁଢ଼ା ନେତା ଅଛନ୍ତି, ଯେଉଁମାନେ ଭାବୁଥାଇପାରନ୍ତି ଯେ ପି. ଭି. ନରସିଂହ ରାଓଙ୍କ ଭଳି ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ତାଙ୍କୁ ମିଳିପାରେ। ହୁଏତ ସେଥିପାଇଁ ରାହୁଲଙ୍କୁ ସମର୍ଥନ ଜଣାଇ କଂଗ୍ରେସର ସାଂସଦମାନେ ସମୂହ ଇସ୍ତଫା ଦେଲେ ନାହିଁ। ଯଦି ତାହା ତତ୍‌କ୍ଷଣାତ୍‌ ଘଟିଥାଆନ୍ତା, ତେବେ ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କ ପାଇଁ ଏକ ଭିନ୍ନ ପ୍ରକାରର ଅଡ଼ୁଆ ସୃଷ୍ଟି ହୋଇଥାଆନ୍ତା। ତତ୍‌ସହିତ ଆଦାନୀ ଭଳି ବିରାଟକାୟ ସମସ୍ୟା ସମ୍ପର୍କରେ ଦେଶବ୍ୟାପୀ ଆଲୋଚନା ହୋଇଥାଆନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri