ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଲେ ଦୀପିକା

ଡଫ ଆଣ୍ଡ ଫେଲପ୍ସ ଦ୍ୱାରା ମୁକ୍ତିଲାଭ କରିଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ ଷ୍ଟଡି ୨୦୨୦’ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ ସେଲିବ୍ରିଟି’ମାନ୍ୟତା ହାସଲ କରିଛନ୍ତି। ଏହି କାରଣରୁ ଦୀପିକାଙ୍କୁ ବଲିଉଡର ରାଣୀ ଭାବରେ ବିବେଚନା କରାଯାଏ। ଦୀପିକା କେବଳ ‘ମୋଷ୍ଟ ଭାଲ୍ୟୁଡ ସେଲିବ୍ରିଟି’ରେ ପ୍ରଥମ ନୁହଁନ୍ତି, ଏହା ସହ ସେ ଏହି ରେସରେ ବହୁ ଜଣାଶୁଣା ପୁରୁଷ ଅଭିନେତାଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ଏହି ଅଧ୍ୟୟନ ପରେ ଦୀପିକା ଆଗାମୀ ଦିନରେ ଆହୁରି ଅନେକ ବ୍ରାଣ୍ଡରେ କାମ କରୁଥିବା ଦେଖିବାକୁ ମିଳିବ। ୨୦୧୭ ମସିହାରେ ଶାହରୁଖ ଖାନଙ୍କ ସହ ଫିଲ୍ମ ‘ଓମ ଶାନ୍ତି ଓମ’ ସହିତ ବଲିଉଡରେ ଡେବ୍ୟୁ କରିଥିବା ଦୀପିକା ପ୍ରତ୍ୟେକ ଫିଲ୍ମ ନୂଆ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସେ ଅନେକ ବିଶ୍ୱ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ରହିଆସିଛନ୍ତି। ଦୀପିକା ତାଙ୍କ ପ୍ରଶଂସକଙ୍କ ସହ କେତେ ଲୋକପ୍ରିୟ, ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଦେଖି ଜାଣିପାରିବେ। ଇନଷ୍ଟାଗ୍ରାମରେ ଦୀପିକାଙ୍କର ୫୨ ମିଲିୟନ ଫଲୋଅର୍ସ ଅଛନ୍ତି। ଏଥି ସହିତ, ଟୁଇଟରରେ ମଧ୍ୟ ତାଙ୍କର ପାଖାପାଖି ୩୪ ମିଲିୟନ୍‌ ଫଲୋଅର୍ସ ଅଛନ୍ତି। ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆର ୨୦୧୯ ରିପୋର୍ଟ ଅନୁଯାୟୀ ଦୀପିକା ମଧ୍ୟ ଦେଶର ବିଶ୍ୱସ୍ତ ମହିଳା ସେଲିବ୍ରିଟି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟରୀନାଙ୍କୁ ନୁହେଁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଉରି ଷ୍ଟାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ବିକି କୌଶଳ ନିଜ ପର୍ସନାଲ ଲାଇଫ୍‌କୁ ନେଇ ବିଟାଉନରେ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ହରଲୀନ ସେଟ୍ଟୀଙ୍କ ସହ ବ୍ରେକ୍‌ ଅପ୍‌ ପରେ...

ଶର୍ଟଲେସ୍‌ ହେଲେ ରଣବୀର

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ ଏବଂ ଏନର୍ଜେଟିକ୍‌ ଅଭିନେତା ରଣବୀର ସିଂହ ନୂଆବର୍ଷର ପ୍ରଥମ ଦିନଟି ବେଶ୍‌ ଭଲରେ କାଟିଛନ୍ତି। ଲେଡି ଲଭ୍‌ ଦୀପିକା ପାଦୁକୋନଙ୍କ...

ଦିନେ ବୁଲି ବୁଲି କଲମ ବିକ୍ରି କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ଜନି ଲିଭର ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୭ ମସିହା ଅଗଷ୍ଟ ୧୪ରେ ଆନ୍ଧ୍ରପ୍ରଦେଶର କାନିଗିରି ଜନ୍ମଗ୍ରହଣ କରିଥିଲେ ସେ। ଜନି...

ବିବାହ ବନ୍ଧନରେ ଅବିକା !

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅବିକା ଗୌର। ‘ବାଳିକା ବଧୁ’, ‘ସସୁରାଲ ସିମର କା’ ଧାରାବାହିକରେ କାମ କରି ଘରେ...

ଦୀର୍ଘଦିନ ପରେ କୋମୋଲିକା ଚରିତ୍ରରେ ଛୋଟ ପରଦାକୁ ଫେରିଲେ ଆମନା

ଛୋଟ ପରଦାରେ ପ୍ରସାରିତ ହେଉଥିବା ସଫଳ ଧାରାବାହିକ ‘କହିଁ ତୋ ହୋଗା’ରେ କଶିଶ ଚରିତ୍ର କଥା ପ୍ରାୟ ସମସ୍ତଙ୍କର ମନେଥିବ। ଏଥିରେ କଶିଶ ଚରିତ୍ରରେ ଆମନା...

ଆର୍ୟନଙ୍କ ସହ ମାତ୍ର ଦୁଇ ମିନିଟ୍‌ କଥା ହେଲେ ପିତା ଶାହାରୁଖ, କାନ୍ଦି ପକାଇଲେ ପୁଅ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ରେଭ୍‌ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ରବିବାର ବଲିଉଡ୍‌ କିଙ୍ଗ୍‌ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ...

ଟୁଇଟର୍‌ ଛାଡ଼ିଲେ ଦବଙ୍ଗ ଗର୍ଲ ସୋନାକ୍ଷୀ: ‘ଡିଆକ୍ଟିଭେଟ’ କଲେ ଆକାଉଣ୍ଟ

ବମ୍ବେ: ଟୁଇଟର୍‌ ଛାଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ତଥା ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା। ନିଜର ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେ ଏହାକୁ ସ୍ପଷ୍ଟ...

ପ୍ରଥମ ସ୍କ୍ରିନ୍‌ ଟେଷ୍ଟରେ ବିଫଳ ହୋଇଥିଲେ ଏହି ସଫଳ କଳାକାର

ବଲିଉଡ୍‌ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିନେତା ଅମରେଶ ପୁରୀ। ଜୁନ୍‌ ୨୨, ୧୯୩୨ରେ ପଞ୍ଜାବର...

Advertisement
Archives

Model This Week