ଖୁବଶୀଘ୍ର ମାତା-ପିତା ହେବାକୁ ଯାଉଛନ୍ତି ଦୀପିକା-ରଣବୀର!

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ କପଲ ଦୀପିକା ପଦୁକୋନ ଓ ରଣବୀର ସିଂ ଖୁବଶୀଘ୍ର ମାତାପିତା ହେବାକୁ ଯାଉଥିବା ଖବର ଏବେ ଭାଇରାଲ ହେବାରେ ଲାଗିଛି । ଏନେଇ ବି ମୁହଁ ଖୋଲିଛନ୍ତି ରଣବୀର । ରଣବୀର ଏବେ ପ୍ରଥମଥର ଲାଗି ଛୋଟ ପରଦାରେ ଦେଖାଦେବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କଲର୍ସ ଚ୍ୟାନେଲରେ ଆସନ୍ତା ୧୬ ତାରିଖରୁ ଏକ ନୂଆ ରିୟଲିଟି ଶୋ’ ପ୍ରସାରଣ ହେବାକୁ ଯାଉଛି ଯାହାର ହୋଷ୍ଟ ରହିଛନ୍ତି ରଣବୀର ସିଂ । ଏହି ଶୋ’ର ଲଞ୍ଚ ସମୟରେ ରଣବୀଙ୍କୁ ଅନେକ ଗୁଡିଏ ପ୍ରଶ୍ନ ପଚରା ଯାଇଥିଲା । ଯାହାର ଉତ୍ତର ରଣବୀର ତାଙ୍କ ନିଜ ଅନ୍ଦାଜରେ ଦେଇଥିଲେ । ଗୋଟିଏ ପ୍ରଶ୍ନ ଥିଲା ତାଙ୍କ ଜୀବନର ସବୁଠାରୁ ବଡ ପିକଚର କ’ଣ । ଏହାର ଉତ୍ତରରେ ରଣବୀର କହିଥିଲେ, ଏକ ଛୋଟିଆ ସୁନ୍ଦର ଘର ଯେଉଁଠାରେ ମୋ ପତ୍ନୀ ଦୀପିକା ପାଦୁକୋନ ଓ ମୋ ପିଲା ମୋ ପରିବାର ସମସ୍ତେ ଖୁସିରେ ରହୁଥିବେ ଓ ସୁସ୍ଥ ଥିବେ । ଏହା ମୋର ବିଗ ପିକ୍‌ଚର । ମୋତେ ଜଣାନାହିଁ ଏହା ଉପରକୁ ମୁଁ ଈଶ୍ୱରଙ୍କୁ ଆଉ କ’ଣ ମାଗି ପାରିବି । ହେଲେ ମୋର ଈଶ୍ୱରଙ୍କ ପାଖରେ ଏତିକି ପ୍ରାର୍ଥନା ବଞ୍ଚିିବା ପର୍ଯ୍ୟନ୍ତ ଦର୍ଶକଙ୍କର ମନୋରଞ୍ଜନ କରୁଥାଏ ବୋଲି ରଣବୀର କହିଛନ୍ତି । ବାସ୍ ଏହା ହେଉି ମୋ ଲାଇଫର ସବୁଠାରୁ ବଡ ପିକଚର । ସୂଚନାଯୋଗ୍ୟ, ରଣବୀରଙ୍କ ଏହି ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୁହାଯାଉଛି କି ଦୀପିକା-ରଣବୀର ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି । ପ୍ରଥମଥର ଲାଗି ରଣବୀର ଏକ ରିୟଲିଟି ଶୋ’ ହୋଷ୍ଟ କରିବାକୁ ଯାଉଛନ୍ତି । ଏହି ଶୋ’ର ପ୍ରମୋଶନ ପାଇଁ ସେ ବିଗବସ୍ ୧୫ର ପ୍ରିମିୟର ଏପିସୋଡକୁ ଯାଇଥିଲେ । ଯେଉଁଠି ସେ ସଲମାନଙ୍କ ସହ ଖୁବ୍ ମଜାମସ୍ତି କରିଥିଲେ । ଦୁଇଜଣଙ୍କ ଅନ୍ଦାଜ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?