ଦୀପିକାଙ୍କ କୋଡ୍‌ ଓ୍ବାର୍ଡ: ମାଲ୍‌, ହାଶ୍‌ ସମେତ ପନିର, କୁଇକ୍‌ ଆଣ୍ଡ ମ୍ୟାରେଜର ଅର୍ଥ କ’ଣ ଜାଣନ୍ତୁ…

ବଲିଉଡ୍‌ର ବଡ଼ ବଡ଼ କଳାକାରଙ୍କ ନାମ ଡ୍ରଗ୍ସ ମାମଲାରେ ଯୋଡିହେବା ପରେ ଏହା ଏକ ଭିନ୍ନ ରୂପ ନେଇଛି। ଏହାର ତଦନ୍ତ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଅଧିକାରୀମାନେ ଜଣେ ପରେ ଜଣେ ବଲିଉଡ୍‌ ବ୍ୟକ୍ତିତ୍ୱଙ୍କୁ ଜେରା କରି ଚାଲିଛନ୍ତି। ଏନ୍‌ସିବି ଜାଲରେ ଛନ୍ଦି ହୋଇଥିବା ଅନେକ ବଲିଉଡ୍‌ କଳାକାରଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ୍‌, ଦୀପିକା ପାଦୁକୋନ, ରକୁଲ ପ୍ରୀତି ସିଂ ଏବଂ ଫ୍ୟାଶନ ଡିଜାଇନର ସିମୋନ ଖମ୍ବଟାଙ୍କୁ ଏହି ମାମଲାରେ ଏନ୍‌ସିବି ପଚରାଉଚରା କରୁଛି।
ତେବେ ଏହି ମାମଲାରେ ଏନ୍‌ସିପି ଦୀପିକାଙ୍କୁ ଅନେକ ପ୍ରଶ୍ନ କରିଥିଲେ ଏବଂ ସତ ଜାଣିବାକୁ ଚାହିଁଥିଲେ। ହେଲେ ଉତ୍ତରରେ ଦୀପିକା ଯାହା କହିଥିଲେ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଏନ୍‌ସିବିର ପ୍ରଶ୍ନର ଉତ୍ତରରେ ଦୀପିକା କହିଥିଲେ: ହଁ ମୁଁ ପଚାରିଥିଲି ମାଲ ଅଛି କି। ହେଲେ ଆପଣମାନେ ଯାହା ଭାବୁଛନ୍ତି ତାର ଅର୍ଥ ସେଇଆ ନୁହେଁ। ମାଲ ଅର୍ଥ ସିଗାରେଟ। ସିଗାରେଟ ପାଇଁ ଆମେ କୋଡ୍‌ ଓ୍ବାର୍ଡ ମାଲ ବ୍ୟବହାର କରିଥାଉ ବୋଲି ଦୀପିକା କହିଥିଲେ। ଆଉ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ହାଶ ଏବଂ ଭିଡର ଅର୍ଥ ସିଗାରେଟର ବିଭିନ୍ନ ବ୍ରାଣ୍ଡକୁ ବୁଝାଏ। ହାଶ ପତଳା ସିଗାରେଟ ଏବଂ ଭିଡ ମୋଟା ସିଗାରେଟକୁ ବୁଝାଏ। ଆମେ ସିଗାରେଟ ଟାଣୁ କିନ୍ତୁ ତାହା ଡ୍ରଗ୍ସ ନୁହେଁ ବୋଲି ଦୀପିକା କହିଥିଲେ। କାହିଁକି ଏପରି କୋଡ୍‌ ଓ୍ବାର୍ଡ ବ୍ୟବହାର କରୁଥିଲ ବୋଲି ଏନ୍‌ସିବି ପ୍ରଶ୍ନ କରିଥିଲା। ଉତ୍ତରରେ ଦୀପିକା କହିଥିଲେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଆମେ କୋଡ୍‌ ଓ୍ବାର୍ଡରେ କଥା ହୋଇଥାଉ। ଏମିତି ଆହୁରି ଅନେକ ଓ୍ବାଡ୍‌ ରହିଛି , ଯେମିତି ପନିର ଏବଂ କୁଇକ୍‌ ଆଣ୍ଡ୍‌ ମ୍ୟାରେଜ। ପତଳା ଲୋକଙ୍କ ପାଇଁ ପନିର ଶବ୍ଦ ବ୍ୟବହାର କରୁଥିବା ବେଳେ କୁଇକ୍‌-କ୍ଷୁଦ୍ର ସମ୍ପର୍କ ଏବଂ ବିବାହ-ଦୀର୍ଘ ସମ୍ପର୍କକୁ ବୁଝାଉଥିବା ସେ କହିଥିଲେ।

ଦୀପିକା ଡ୍ରଗ୍ସ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ଅସ୍ବିକାର କରିଛନ୍ତି। ତେବେ ଦୀପିକାଙ୍କ ଏହି କୋଡ୍‌ ଶୁଣି ଏନ୍‌ସିବି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି। ଏହି ମାମଲାର ପରିଣାଣ କ’ଣ ହେବ ତାହା ସମୟ ଆସିଲେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା

ଚେନ୍ନାଇ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ସେମାନଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦିଓ ଉଭୟ ନିଜ ରିଲେସନଶିପକୁ ନିଶ୍ଚିତ...

ରିଲିଜ ହେଲା ଫିଲ୍ମ ‘କ୍ରୁ’: ଦମ୍‌ ଦେଖାଇଲେ ଏହି ୩ ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ହେଲା ବଲିଉଡ୍‌ ଅଭିନେତ୍ରୀମାନେ ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଏବେ ଫିଲ୍ମଗୁଡ଼ିକରେ ଆକ୍ସନ କେବଳ ହିରୋଙ୍କ କାନ୍ଧରେ ନୁହେଁ ବରଂ ଏହାର...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri