Posted inଜାତୀୟ

ଡିପ ଫେକ ପାଲଟିଛି ଏକ ବଡ ବିଶ୍ୱସ୍ତରୀୟ ଆହ୍ବାନ: ପ୍ରଧାନମନ୍ତ୍ରୀ…

gନୂଆଦିଲ୍ଲୀ,୧୨।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ମଙ୍ଗଳବାର ଦିନ କୃତ୍ରିମ ଇଣ୍ଟେଲିଜେନ୍ସ ସମ୍ମିଳନୀ (ଜିପିଏଆଇ) ଗ୍ଲୋବାଲ ପାର୍ଟନରଶିପକୁ ସମ୍ବୋଧିତ କରିଛନ୍ତି। ଦିଲ୍ଲୀର ପ୍ରଗତି ମୈଦାନରେ ନବ ନିର୍ମିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କୃତ୍ରିମ ଇଣ୍ଟେଲିଜେନ୍ସ କାରଣରୁ ଡିପ ଫେକ ତଥା ଅନ୍ୟାନ୍ୟ ଆହ୍ବାନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ମୋଦି କହିଛନ୍ତି ଡିପ ଫେକ ଏକ ବଡ ବିଶ୍ୱସ୍ତରୀୟ ଆହ୍ବାନ ପାଲଟିଛି । ଏହା ଦ୍ୱାରା ଭୁଲ ତଥ୍ୟ ବିସ୍ତାର କିମ୍ବା ଖରାପ ଉଦ୍ଦେଶ୍ୟରେ ଜାଣିଶୁଣି ବ୍ୟବହାର କରାଯାଇପାରିବ। ଯଦି ଏଆଇ ଉପକରଣଗୁଡ଼ିକ ଆତଙ୍କବାଦୀ ସଂଗଠନଗୁଡ଼ିକର ହାତକୁ ଆସେ, ତେବେ ଏହାର ଭୟଙ୍କର ପରିଣାମ ହୋଇପାରେ। ସମଗ୍ର ବିଶ୍ୱ ଏହି ପ୍ରସଙ୍ଗ ଉପରେ ବିଚାର କରିବା ଏବଂ ଏହାର ସମାଧାନ ଖୋଜିବା ଆବଶ୍ୟକ ।

ଏହା ସହିତ ସେ ଭାରତକୁ ଏଆଇ କ୍ଷେତ୍ରରେ ଅଗ୍ରଣୀ ରନର୍‌ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଆମେ ଏହାକୁ ବ୍ୟବହାର କରି ସାମାଜିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛୁ । ଆମେ ନିକଟରେ କୃଷି କ୍ଷେତ୍ରରେ ଏକ ଏଆଇ ଯାଞ୍ଚ ପୋର୍ଟାଲ ଲଞ୍ଚ କରିଛୁ। ଏହା କୃଷକମାନଙ୍କୁ ସେମାନଙ୍କର ଆବେଦନ ସ୍ଥିତି, ଦେୟ ଏବଂ ସହଜରେ ସୂଚନା ପାଇବାକୁ ତଥା ସରକାରୀ ଯୋଜନା ବିଷୟରେ ସଚେତନ ରହିବାକୁ ସୁବିଧା ଯୋଗାଇଥାଏ ।

ଭାରତରେ ଆମର ବିକାଶ ମନ୍ତ୍ର ହେଉଛି ସବ୍‌ କ ସାଥ୍‌, ସବକା ବିକାଶ। ଆମେ ସମସ୍ତଙ୍କ ପାଇଁ ଏଆଇ ଦ୍ୱାରା ଅନୁପ୍ରାଣିତ ସରକାରୀ ନୀତି ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ। ଆମର ବିକାଶ ହେଉଛି ସାମାଜିକ ବିକାଶ ଏବଂ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପାଇଁ ଏହାର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବା । କୃତ୍ରିମ ଇଣ୍ଟେଲିଜେନ୍ସର ଦାୟିତ୍ୱ ଏବଂ ନୈତିକ ବ୍ୟବହାର ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୂଚିବଦ୍ଧ।

ଆମେ ଭାରତରେ ଏଆଇ ମିଶନ ଆରମ୍ଭ କରିବାକୁ ପ୍ରସ୍ତୁତ। ଏଥିରେ କୃଷି,ସ୍ବାସ୍ଥ୍ୟସେବା ଏବଂ ଶିକ୍ଷା ପରି କ୍ଷେତ୍ରରେ ଏଆଇର ବ୍ୟବହାରକୁ ଉତ୍ସାହିତ କରିବା ଉପରେ ଆମର ଧ୍ୟାନ ରହିଛି। ଆମର ଜାତୀୟ ଏଆଇ ପୋର୍ଟାଲ ଏଭଳି ପଦକ୍ଷେପକୁ ସମର୍ଥନ ତଥା ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?