ଲେଡି ଡନ୍‌ ପୂଜା ସାଇନି କିଏ? କର୍‌ନି ସେନା ଅଧ୍ୟକ୍ଷ ସୁଖଦେବଙ୍କ ହତ୍ୟା ମାମଲାରେ ହୋଇଛନ୍ତି ଗିରଫ, ଜାଣନ୍ତୁ…

ଜୟପୁର,୧୨।୧୨: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କର୍‌ନି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗମେଦିଙ୍କୁ ଘରେ ପଶି ଗୁଳି କରି ହତ୍ୟା କରିବା ମାମଲାରେ ମଙ୍ଗଳବାର ପୋଲିସ ପୂଜା ସାଇନି ନାମକ ମହିଳାଙ୍କୁ ଗିରଫ କରିଛି। ଏହି ଲେଡି ଡନ୍‌ଙ୍କ ଘରେ ଶୁଟ୍‌ର ନୀତିନ ଫୌଜି ଲୁଚି ରହିଥିଲେ। ଏଣୁ ତାଙ୍କ ଗୋଚରରେ ଅଭିଯୁକ୍ତମାନେ ଏହି ଜଘନ୍ୟ କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଅଭିଯୋଗ ହେଉଛି।

ସାଇନି ମୂଳତଃ କୋଟାର ବାସିନ୍ଦା। ତାଙ୍କ ସ୍ବାମୀ ମହେନ୍ଦ୍ର କୁମାର ମୋଘଓ୍ବାଲ ଓରଫ ସମୀର ସହରର ଜଣେ ହିଷ୍ଟ୍ରିସିଟର। ତାଙ୍କ ନାମରେ ମାରପିଟ୍‌, ହତ୍ୟା ଏବଂ ଅବୈଧ ଭାବେ ହତିଆର ଚାଲାଣ କରିବାର ଅନେକ ମାମଲା ରୁଜୁ ହୋଇଛି। ଦୀର୍ଘ ଦେଢ଼ ବର୍ଷ ଧରି ପୂଜା ଏବଂ ମହେନ୍ଦ୍ର ଜୟପୁରର ଜଗତପୁରାରେ ଏକ ଫ୍ଲାଟ ଭଡ଼ାରେ ନେଇ ରହୁଥିଲେ। ପୂଜା ସାଇନି ନୁହନ୍ତି ବରଂ ନିଜ ନାମ ପୂଜା ବତ୍ରା କହି ସେ ଜୟପୁରରେ ରହୁଥିଲେ। ନଭେମ୍ବର ୨୮ରେ ଶୁଟର ନୀତିନ ଦିଲ୍ଲୀରୁ ଜୟପୁର ଯାଇଥିଲେ। ସେଠାରେ ପ୍ରତାପ ନଗର ଛକରେ ପହଞ୍ଚିବା ପରେ ମହେନ୍ଦ୍ର ଏବଂ ପୂଜା ତାଙ୍କୁ ନିଜ କାର୍‌ରେ ବସାଇଥିଲେ। ସେଠାରୁ ତାଙ୍କୁ ନିଜ ଫ୍ଲାଟକୁ ନେଇ ଯାଇଥିଲେ। ଦୀର୍ଘ ୭ ଦିନ ଧରି ଅଭିଯୁକ୍ତଜଣଙ୍କ ସେଠାରେ ହିଁ ଥିଲେ।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ପୂଜାଙ୍କ ସ୍ବାମୀ ମହେନ୍ଦ୍ର ଅବୈଧ ହତିଆରର ବଡ଼ ଚାଲାଣକାରୀ। ସେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଲାଗି କାମ କରନ୍ତି। ୭ ଦିନ ରହିବା ସମୟରେ ମହେନ୍ଦ୍ର ନିଜ ମୋବାଇଲରୁ ରୋହିତ ଗୌଦାରା ଏବଂ ବିରେନ୍ଦ୍ର ଚାରଣଙ୍କ ସହ ନୀତିନଙ୍କ କଥା କରାଇଥିଲେ। ଡିସେମ୍ବର ୫ ସକାଳେ ନୀତିନଙ୍କୁ ସେ ଦୁଇଟି ବନ୍ଧୁକ ଏବଂ ଦୁଇଟି ମାଗାଜିନ ଦେଇଥିଲେ। ଏଥିସହ ୫୦ ହଜାର ଟଙ୍କା ମଧ୍ୟ ଦେଇଥିଲେ। ହତ୍ୟାକାଣ୍ଡ ଦିନ ମହେନ୍ଦ୍ର ନିଜ କାର୍‌ରେ ଶୁଟର୍‌ ନୀତିନଙ୍କୁ ଡିସିଏମ୍‌ ଯାଏ ନେଇଥିଲେ। ସେଠାରେ ରୋହିତ ପୂର୍ବରୁ ଛିଡ଼ା ହୋଇଥିଲେ। ପରେ ରୋହିତଙ୍କୁ ମନ୍ଦ୍ରେ ଏକ ବନ୍ଧୁକ ଏବଂ ମାଗାଜିନ ଦେଇଥିଲେ। ଏପରିକି ତାଙ୍କୁ ମଧ୍ୟ ୫୦ ହଜାର ଟଙ୍କା ନୋଟବିଡ଼ା ଦେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ସୁଖଦେବ ଘରେ ଥିବା ବେଳେ ୩ଜଣ ଅଭିଯୁକ୍ତ ତାଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ନବୀନ ଶେଖାଓ୍ବତ ଥିଲା। ତେବେ ପାଲଟା ଗୁଳି ଚାଳନାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା। ଅଭିଯୁକ୍ତମାନେ ସୁଖଦେବଙ୍କୁ ୧୭ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ସେମାନେ ବନ୍ଧୁକ ଲୁଚାଇ ଦେଇଥିଲେ। ରାସ୍ତାରେ ତାଙ୍କ ପାଖରେ କେବଳ ଟଙ୍କା ଏବଂ ମୋବାଇଲ ଥିଲା। ଏହାଦ୍ୱାରା କେହି ତାଙ୍କୁ ସନ୍ଦେହ କରିବେ ନାହିଁ ବୋଲି ସେମାନେ ଭାବିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?