Posted inଜାତୀୟ

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ,୯ ।୨: ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଳିସର ସ୍ପେଶାଲ ସେଲ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି । ତେବେ ପୋଲିସ ତାଙ୍କୁ କେଉଁଠୁ ଓ କେତେବେଳେ ଗିରଫ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗିରଫ ପରେ ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯିବ । ଏହାପରେ ପୋଲିସ ତାଙ୍କୁ ରିମାଣ୍ଡରରେ ନେଇପାରେ । ଅନୁମାନ କରାଯାଉଛି କି ପଚରା ଉଚରା ସମୟରେ ଦିଲ୍ଲୀ ଲାଲ କିଲାରେ ଘଟିଥିବା ହିଂସା ସମ୍ପର୍କରେ ସେ ହୁଏତ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିପାରନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଦିଲ୍ଲୀ ପୋଲିସ ସିଦ୍ଧୁଙ୍କ ଉପରେ ତଥ୍ୟ ଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବ ବୋଲି ଘୋଷଣା କରିଥିଲା । ଦିଲ୍ଲୀ ହିଂସାକୁ ନେଇ ପୋଲିସ କିଛିଦିନ ହେବ ଟିମ୍ ଗଠନ କରି ଦିଲ୍ଲୀ-ଏନ୍‌ସିଆର୍‌, ହରିୟାଣା ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରଖିଛି । ରବିବାର ହିଂସାର ଅନ୍ୟଜଣେ ଅଭିଯୁକ୍ତ ଅରୋପିତ ସୁଖଦେବ ସିଂଙ୍କୁ କରନାଲରୁ ଗିରଫ କରିଛି । ତାଙ୍କ ନାଁରେ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲ ।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri