Posted inଜାତୀୟ

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ,୯ ।୨: ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ବ୍ୟାପକ ହିଂସା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଳିସର ସ୍ପେଶାଲ ସେଲ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି । ତେବେ ପୋଲିସ ତାଙ୍କୁ କେଉଁଠୁ ଓ କେତେବେଳେ ଗିରଫ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗିରଫ ପରେ ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯିବ । ଏହାପରେ ପୋଲିସ ତାଙ୍କୁ ରିମାଣ୍ଡରରେ ନେଇପାରେ । ଅନୁମାନ କରାଯାଉଛି କି ପଚରା ଉଚରା ସମୟରେ ଦିଲ୍ଲୀ ଲାଲ କିଲାରେ ଘଟିଥିବା ହିଂସା ସମ୍ପର୍କରେ ସେ ହୁଏତ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିପାରନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଦିଲ୍ଲୀ ପୋଲିସ ସିଦ୍ଧୁଙ୍କ ଉପରେ ତଥ୍ୟ ଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବ ବୋଲି ଘୋଷଣା କରିଥିଲା । ଦିଲ୍ଲୀ ହିଂସାକୁ ନେଇ ପୋଲିସ କିଛିଦିନ ହେବ ଟିମ୍ ଗଠନ କରି ଦିଲ୍ଲୀ-ଏନ୍‌ସିଆର୍‌, ହରିୟାଣା ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରଖିଛି । ରବିବାର ହିଂସାର ଅନ୍ୟଜଣେ ଅଭିଯୁକ୍ତ ଅରୋପିତ ସୁଖଦେବ ସିଂଙ୍କୁ କରନାଲରୁ ଗିରଫ କରିଛି । ତାଙ୍କ ନାଁରେ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲ ।


Enter your email to get our daily news in your inbox.

All Right Reserved By Dharitri.Com

ହାତପାଣ୍ଠିରୁ ପିଏମ୍‌-କେୟାର୍ସକୁ ଦେଲେ ୩୫ ଏମ୍‌ପି

ନୂଆଦିଲ୍ଲୀ,୩୧ା୩(ପି.ଟି.): କରୋନା ମୁକାବିଲା ଲାଗି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅନୁରୋଧକ୍ରମେ ୩୫ ଜଣ ଏମ୍‌ପି ସେମାନଙ୍କ ହାତପାଣ୍ଠି (ଏମ୍‌ପି ଲାଡ୍ସ)ରୁ ୧ କୋଟି...

ପୋଲିସ-ପ୍ରବାସୀ ଶ୍ରମିକ ମୁହାଁମୁହିଁ

ଅହମଦାବାଦ,୧୮।୫: ଥମୁନି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା। ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟରେ ପହଞ୍ଚିଥିବା ବେଳେ ଏବେବି ଆହୁରି ଅନେକ ବାହାର ରାଜ୍ୟରେ...

ଟ୍ରାକ୍ଟରରେ ଭୋଟ ଦେବାକୁ ପହଞ୍ଚିଲେ ନେତା

ମୁମ୍ବାଇ,୨୧।୧୦: ସୋମବାର ମହାରାଷ୍ଟ୍ର ଏବଂ ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ହରିଆଣାରେ ୯୦ଟି ଆସନରେ ୧,୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ରାଜ୍ୟରେ...

ସ୍କୋର୍ପିଓରୁ ୮୯ ଖଣ୍ଡା ଜବତ, ରାଜସ୍ଥାନରୁ ଆସୁଥିଲା ମହାରାଷ୍ଟ୍ର…

ଧୁଲେ, ୨୮।୪ : ମହାରାଷ୍ଟ୍ରର ଧୁଲେ ଜିଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଧୁଲେରେ ଏକ ସ୍କୋର୍ପିଓରୁ ୮୯ଟି ଖଣ୍ଡା ଏବଂ ଗୋଟିଏ ଛୁରୀ...

କାର୍‌ ଅଟକାଇ ନେଇଥିଲେ ୧.୨ କୋଟି : ପଡ଼ିଲେ ଧରା

ଗ୍ବାଲିଅର,୨୨।୧୧: ମଧ୍ୟପ୍ରଦେଶ ଗ୍ବାଲିଅରରେ ଦୁଇଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୧.୨ କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ସିସିଟିଭି ଫୁଟେଜ୍‌...

ନିୟନ୍ତ୍ରଣ ହରାଇଲା ହେଲିକପ୍ଟର: ଲାଣ୍ଡିଂ ନ କରି ଦିଲ୍ଲୀ ଫେରିଗଲେ ବାଲକ୍‌ ନାଥ୍‌

ଅଲଓ୍ବର,୩୦।୬: ରାଜସ୍ଥାନ ଅଲଓ୍ବର ଲୋକ ସଭା ଆସନର ଭାଜପା ଏମ୍‌ପି ବାବା ବାଲକ୍‌ ନାଥ୍‌ଙ୍କ ହେଲିକପ୍ଟର ନିୟନ୍ତ୍ରଣ ହରାଇବାରୁ ଏହା ଲାଣ୍ଡିଂ ନ କରି ପାରି...

ସ୍ୱାସ୍ଥ୍ୟ ସେବାରେ ସବୁଠୁ ଆଗରେ କେରଳ

ନୂଆଦିଲ୍ଲୀ,୨୭ ।୧୨: ନୀତି ଆୟୋଗ ଦ୍ୱାରା ସୋମବାର ହେଲ୍‌ଥ ଇଣ୍ଡେକ୍ସ ଜାରି କରାଯାଇଛି । ଏଥିରେ ଦକ୍ଷିଣ ରାଜ୍ୟ ବାଜି ମାରି ନେଇଥିବା ବେଳେ ଉତ୍ତର...

୨ରୁ ଅଧିକ ସନ୍ତାନ ଥିଲେ ଆଉ ମିଳିବନି ସରକାରୀ ସୁବିଧା: ମୁଖ୍ୟମନ୍ତ୍ରୀ…

ଗୁଆହାଟି,୨୦।୬: ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି।...

Advertisement
Archives

Model This Week