କୋର୍ଟ ଆଦେଶକୁ ଅବମାନନା କରି ପଳାତକ ଘୋଷିତ ହୋଇଥିଲେ, ୨ ହତ୍ୟା ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କଲା ପୋଲିସ

ବେଗୁନିଆପଡ଼ା,୧୩ା୪(ଡି.ଏନ୍‌.ଏ.): ପୋଲିସ ହାତରେ ଧରା ଦେଲେନି, କୋର୍ଟକୁ ବି ଅବମାନନା କଲେ। ଶେଷରେ ଜବତ ହେଲା ଅପରାଧୀଙ୍କ ସମ୍ପତ୍ତି। ଏଭଳି ଏକ ଖବର ସାମ୍ନାକୁ ଆସିଛି ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ମାଟିଗଡ଼ ଗାଁରୁ।

ଖବର ଅନୁଯାୟୀ, ମାଟିଗଡ଼ ଗ୍ରାମର ୨ ହତ୍ୟା ଅଭିଯୁକ୍ତଙ୍କୁ ଖୋଜୁଥିଲା ପୋଲିସ। ଆତ୍ମସମର୍ପଣ କରିବାକୁ ବାରମ୍ବାର ସୂଚନା ଦିଆଯାଇଥିଲା। ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ନିଜ ଗ୍ରାମ ମାଟିଗଡ଼କୁ ଆସି ସେମାନଙ୍କ ଘର ଦାଣ୍ଡରେ ଲଟକା ଜାରି କରିବା ସହିତ ଅଭିଯୁକ୍ତମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୂଚନା ଦେଇଥିଲେ। ତେବେ ଅଭିଯୁକ୍ତମାନେ ଆତ୍ମସମର୍ପଣ କରି ନ ଥିଲେ। ପରେ ମାନ୍ୟବର କୋଦଳା ଜେଏମ୍‌ଏଫ୍‌ସି କୋର୍ଟ, ଉକ୍ତ ଅଭିଯୁକ୍ତମାନଙ୍କୁ ଧରିବା ନିମନ୍ତେ ଏକ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ ଏଂ ୮୨ ସିଆରପିସି ଆଇନ ଅନୁଯାୟୀ ଉକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ପଳାତକ ଘୋଷଣା ନାମା ଜାରି କରିଥିଲେ। ଏକ ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତ ଥିଲେ ବିଟୁ ଦାସ, ବିଶିକେଶନ ଦାସ ଓ କାଲା ଦାସ। ଏଥି ମଧ୍ୟରୁ ବିଟୁ ଦାସ ଆତ୍ମସମର୍ପଣ କରିଥିବା ବେଳେ କୋର୍ଟ ଅବମାନନା ପାଇଁ ୨ ଅଭିଯୁକ୍ତଙ୍କ ବିଶିକେଶନ ଓ କାଲାଙ୍କ ଘରେ ଚଢ଼ାଉ କରି ସମସ୍ତ ଆସବାବପତ୍ର ଜବତ କରାଯାଇଛି। କୋଦଳା ତହସିଲଦାର ତଥା ମାଜିଷ୍ଟ୍ରେଟ୍‌ ସସ୍ମିତା ଶତପଥୀଙ୍କ ଉପସ୍ଥିତିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ ଏବଂ କୋଦଳା ଥାନା ଆଇଆଇସି ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଉକ୍ତ ଅଭିଯୁକ୍ତଙ୍କ ବାସଭବନରୁ ଟିଭି, ଫ୍ରିଜ, ଓ୍ବାଶିଂମେଶିନ ପ୍ରଭୃତି ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ୨୦୧୭ର ଏହି ମାମଲାରେ ଅଭିଯୁକ୍ତମାନେ ଧରା ନ ଦେବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ପୋଲିସକୁ ଧରା ଦେଉ ନ ଥିବା ତଥା ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଥାନାଧିକାରୀ ଉମାକାନ୍ତ ସାହୁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri