ନିର୍ଣ୍ଣାୟକ ହେବେ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧ା୧୦: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ୯ ଝୁଲା ରାଜ୍ୟ ଉପରେ ନିର୍ଭର କରେ। ତେଣୁ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ ଜୋ ବିଡେନଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣରେ ରାଜ୍ୟଗୁଡ଼ିକରେ ବସବାସ କରୁଥିବା ୧.୪ ନିୟୁତ ଭାରତୀୟ ବଂଶୋଦ୍ଭବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ‘ଦି ଅବ୍‌ଜର୍ଭର ରିସର୍ଚ୍ଚ ଫାଉଣ୍ଡେଶନ’ (ଓଆର୍‌ଏଫ୍‌) ପକ୍ଷରୁ ଜାରି ଏକ ସଦ୍ୟ ରିପୋର୍ଟରୁ ଏହି ବିଷୟ ଜଣାପଡ଼ିଛି।
‘ୟୁଏସ୍‌ ଇଲେକ୍ସନ ୨୦୨୦: ଦି ବ୍ୟାଟେଲଗ୍ରାଉଣ୍ଡ ଷ୍ଟେଟ୍ସ’ ଶୀର୍ଷକ ରିପୋର୍ଟରେ ଥିଙ୍କଟ୍ୟାଙ୍କ ଓଆର୍‌ଏଫ୍‌ ଉଲ୍ଲେଖ କରିଛି ଯେ, ଆମେରିକାରେ ରଣକ୍ଷେତ୍ର ରାଜ୍ୟଗୁଡ଼ିକ ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ନିର୍ଦ୍ଧାରଣ କରିବେ। ଏହି ରାଜ୍ୟଗୁଡ଼ିକ ଡେମୋକ୍ରାଟ୍ସ କିମ୍ବା ରିପବ୍ଲିକାନ୍‌ଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ନ ଥାଆନ୍ତି କି କୌଣସି ପକ୍ଷ ଆଡ଼କୁ ଢଳନ୍ତି ନାହିଁ। ଏହି ୯ ରାଜ୍ୟ ହେଲା ଆରିଜୋନା, ଫ୍ଲୋରିଡା, ଜର୍ଜିଆ, ମିଶିଗାନ, ନର୍ଥ କାରୋଲିନା, ଓହିଓ, ପେନ୍‌ସିଲଭାନିଆ, ଟେକ୍ସାସ୍‌ ଓ ଓ୍ବିସ୍କୋନ୍‌ସିନ। ଏଗୁଡ଼ିକ ହାତରେ ୧୭୩ଟି ଇଲେକ୍ଟୋରାଲ ଭୋଟ ରହିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ରହିଥିବାବେଳେ ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବା ପାଇଁ ୨୭୦ ଖଣ୍ଡ ଭୋଟ ଆବଶ୍ୟକ ହୋଇଥାଏ। ତେଣୁ ଏହି ରାଜ୍ୟଗୁଡ଼ିକ ଉପରେ ଉଭୟ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ ନୋମିନି ଜୋ ବିଡେନ୍‌ ଗୁରୁତ୍ୱ ଦେଉଛନ୍ତି।
ରିପୋର୍ଟରେ ବିଶେଷକରି ରଣକ୍ଷେତ୍ର ରାଜ୍ୟ ଓ ସେଗୁଡ଼ିକର ଅର୍ଥନୀତି ଉପରେ କୋଭିଡ୍‌-୧୯ ଭୂତାଣୁର ପ୍ରଭାବ ଏବଂ ମହାମାରୀ ସମୟରେ ରାଜନୈତିକ ବିବାଦ ସମ୍ପର୍କରେ ଅବତାରଣା କରାଯାଇଛି। ଏହାବାଦ ଉପରୋକ୍ତ ରାଜ୍ୟଗୁଡ଼ିକରେ ଭାରତୀୟ-ଆମେରିକୀୟ ସମୁଦାୟର ପ୍ରଭାବ ସମ୍ପର୍କରେ କୁହାଯାଇଛି। ଆମେରିକାର ଅନେକ ଭାଗରେ ଭାରତୀୟ ବଂଶୋଦ୍ଭବ ସମୁଦାୟର ଉପସ୍ଥିତି ଓ ବ୍ୟାପକ ପ୍ରଭାବ ସେମାନଙ୍କୁ ଏକ ନିର୍ଣ୍ଣାୟକ ରାଜନୈତିକ ଶକ୍ତିରେ ପରିଣତ କରିଛି। ଭାରତୀୟ ସମୁଦାୟ ଆମେରିକା ଜନସଂଖ୍ୟାର ମାତ୍ର ୨% ହୋଇଥିଲେ ସୁଦ୍ଧା ସେମାନେ ଉଚ୍ଚଶିକ୍ଷିତ, ଦକ୍ଷତାସମ୍ପନ୍ନ ଓ ସମୃଦ୍ଧ। ଏହି ସମୁଦାୟ ଏକଦା ଡେମୋକ୍ରାଟିକ୍‌ ପାର୍ଟି ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବାବେଳେ ବର୍ତ୍ତମାନ ରିପବ୍ଲିକାନ୍‌ ପାର୍ଟି ଆଡ଼କୁ ମୁହଁାଉଥିବା ଏଥିରେ ଦର୍ଶାଇଛି। ୯ ରଣକ୍ଷେତ୍ର ରାଜ୍ୟରେ ପ୍ରାୟ ୧.୪ ନିୟୁତ ଭାରତୀୟ ବଂଶୋଦ୍ଭବ ଭୋଟର ଅଛନ୍ତି। ତନ୍ମଧ୍ୟରୁ ଓ୍ବିସ୍କୋନ୍‌ସିନରେ ରିପବ୍ଲିକାନ୍‌ ୨୦୧୬ ନିର୍ବାଚନ ବେଳେ ମାତ୍ର ୨୧,୦୦୦ ଭୋଟ ବ୍ୟବଧାନରେ ଜିତିଥିଲେ। ଏହି ରାଜ୍ୟରେ ୩୭,୦୦୦ ଭାରତୀୟ-ଆମେରିକାୟ ବସବାସ କରନ୍ତି। ମହାମାରୀ କରୋନା ଚଳିତବର୍ଷ ଆମେରିକୀୟ ନିର୍ବାଚନରେ ଅନିଶ୍ଚିତତା ସୃଷ୍ଟି କରିଛି। ଏପ୍ରିଲ୍‌ରେ ଓ୍ବିସ୍କୋନ୍‌ସିନ ପ୍ରାଇମେରିଜ୍‌ରେ ହୋଇଥିତ୍ବା ବିଶୃଙ୍ଖଳା ନଭେମ୍ବର ନିର୍ବାଚନ ବେଳେ ମଧ୍ୟ ବଳବତ୍ତର ରହିପାରେ। ବିଶ୍ଳେଷକଙ୍କ ମତରେ ମତଦାନ କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡ଼ି ଲାଗିରହିବା ସହ ଫଳାଫଳ ଆସିବାରେ ବିଳମ୍ବ ହୋଇପାରେ। ରଣକ୍ଷେତ୍ର ରାଜ୍ୟଗୁଡ଼ିକରେ କରୋନା ଭାଇରସ୍‌ ସଂକ୍ରମଣ ସର୍ବାଧିକ ବୃଦ୍ଧି ପାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଦେଶର ସବୁଠୁ ଅଧିକ ମୃତ୍ୟୁ ଘଟିଥିବା ୧୦ଟି ରାଜ୍ୟ ମଧ୍ୟରେ ଟେକ୍ସାସ୍‌ (୧୬,୧୩୨), ଫ୍ଲୋରିଡା (୧୪,୩୧୭), ପେନ୍‌ସିଲଭାନିଆ (୮,୨୨୪), ମିଶିଗାନ (୭,୦୮୩) ଓ ଜର୍ଜିଆ (୭,୦୨୧) ରହିଥିଲା। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ବର୍ତ୍ତମାନ ମାତ୍ର ୩୮% ନାଗରିକ କରୋନା ମୁକାବିଲା କ୍ଷେତ୍ରରେ ଟ୍ରମ୍ପ୍‌ଙ୍କ ଉଦ୍ୟମକୁ ଉଚିତ ବୋଲି ସମର୍ଥନ କରିଛନ୍ତି, ଯାହାକି ମାର୍ଚ୍ଚ ତୁଳନାରେ ବହୁତ କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ଚାଇନାର ପ୍ରାଧାନ୍ୟ, ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ଜିନପିଙ୍ଗ

ବେଜିଂ,୧୬।୭: ଏକ ସର୍ଭେରେ ଚାଇନା ଆମେରିକା ତୁଳନାରେ ଭଲ ସ୍ଥିତିରେ ଥିବା ଦର୍ଶାଯାଇଛି। ସମ୍ପ୍ରତି, ପିଉ ରିସର୍ଚ୍ଚ ସେଣ୍ଟର 2026 ଆରମ୍ଭରେ ୩୬ଟି ଦେଶରେ ଏକ ସର୍ଭେ…

ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ଉପରେ ଟିକସ ଲଗାଇପାରିବେ କି? ଜାଣନ୍ତୁ କ’ଣ କହୁଛି ଅନ୍ତର୍ଜାତୀୟ ଆଇନ

ତେହରାନ,୧୬।୭: ବିଶ୍ୱ ରାଜନୈତିକ ଏବଂ ରଣନୈତିକ ମୋର୍ଚ୍ଚାରେ ଆମେରିକା ଏବଂ ଇରାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ପୁଣିଥରେ ସଂଘର୍ଷର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହି ଗୁରୁତ୍ୱପୂର୍ଣ୍ଣ…

ମାତ୍ର ୧ ଟଙ୍କାରେ ୧ ଲକ୍ଷ କୋଟି ଟଙ୍କା ବିବାଦର ସମାଧାନ କରିବେ ସୁପ୍ରିମକୋର୍ଟ: ଜାଣନ୍ତୁ ଚର୍ଚ୍ଚିତ ମାମଲା ବିଷୟରେ

ନୂଆଦିଲ୍ଲୀ,୧୬।୭: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ କଲ୍ୟାଣୀ ପରିବାର ସହିତ ଜଡିତ ପାରିବାରିକ ବିବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମୋଡ଼ରେ ପହଞ୍ଚିଛି। ପ୍ରାୟ ୧…

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ, କହିଲେ ପୁଣି ସେମିତି କରିବାକୁ ଯାଉଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସମୟରେ, କେନ୍ଦ୍ରର ମୋଦି ସରକାର ପୁଣି ଥରେ ସୀମା ନିର୍ଦ୍ଧାରଣ ବିଲ…

ଡାକ୍ତର ସ୍ବାମୀଙ୍କୁ ହତ୍ୟା, ପୁଅକୁ ଛୁରାମାଡ଼; ପାଖରେ ବସି ଫୋନ୍‌ ଦେଖୁଥିଲେ ସ୍ତ୍ରୀ

ବେଙ୍ଗାଲୁରୁ,୧୬ା୭: କର୍ନାଟକର ହୁବାଲିରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତରଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ ଭିତରୁ ମିଳିଛି। ତାଙ୍କ ଆଠ…

ଜୁଲାଇ ୧୯ରୁ ଏହି ୪ ରାଶିଙ୍କ ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ: ଶନି-ମଙ୍ଗଳ ଆଣିବେ ବମ୍ପର ରୋଜଗାର

ଜୁଲାଇ ମାସର ଅବଶିଷ୍ଟ ଦିନଗୁଡ଼ିକ ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୯ ଜୁଲାଇରେ ଏକ ଶୁଭ ଯୋଗ ସୃଷ୍ଟି ହେଉଛି। ପ୍ରାୟ ରାତି…

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ଚାଲିଗଲା ଭକ୍ତଙ୍କ ପ୍ରାଣ!

ପୁରୀ,୧୬।୭: ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଅଘଟଣ ଘଟିଯାଇଛି । ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି…

ସି ଜିନପିଙ୍ଗଙ୍କ ଶୟନ କକ୍ଷକୁ କରାଗଲା ଟାର୍ଗେଟ, ୮୦ ବର୍ଷ ପର୍ଯ୍ୟନ୍ତ ଅନୁତାପ କଲା ଜାପାନ, ଏବେ ସେହି କାମ କରିବାକୁ ଯାଉଛି…

ନୂଆଦିଲ୍ଲୀ/ବେଜିଂ,୧୬।୭: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଜାପାନ ଏକ ନିଷ୍ପତ୍ତି ନେଇଥିଲା: ଏହା ବିଶ୍ୱର ଏକ ପ୍ରମୁଖ ସାମରିକ ଶକ୍ତି ହେବ ନାହିଁ, ଆକ୍ରମଣାତ୍ମକ ଗୁପ୍ତଚର କାର୍ଯ୍ୟ କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri