ଆଜିଠୁ କରୋନା ସହ ନିର୍ଣ୍ଣାୟକ ଲଢ଼େଇ

ଭୁବନେଶ୍ୱର, ୧୬।୧(ବ୍ୟୁରୋ): ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ। ବଡ଼ଧରଣର ପ୍ରସ୍ତୁତି ପରେ ଶନିବାରଠାରୁ ଓଡ଼ିଶା ସମେତ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ରାଜ୍ୟରେ ପୂର୍ବରୁ ସରକାରୀ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଘରୋଇ ଡାକ୍ତରଖାନାକୁ ମିଶାଇ ମୋଟ ୧୬୦ ସ୍ଥାନରେ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଥିଲା। ଏବେ ଭୁବନେଶ୍ୱର ଏମ୍ସକୁ ଏଥିରେ ସାମିଲ୍‌ କରାଯାଇଛି। ଫଳରେ ରାଜ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟା ୧୬୧ ହୋଇଛି। ଏଥିମଧ୍ୟରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ସୁନ୍ଦରଗଡ଼ ଜିଲା ସଦର ମହକୁମା ହସ୍ପିଟାଲ ମଧ୍ୟରେ ତଥ୍ୟ ସରବରାହ ପାଇଁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବା ପରେ ରାଜ୍ୟରେ ଟିକାକରଣର ଶୁଭାରମ୍ଭ ହେବ। ଟିକାକରଣ ସମୟରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଡ୍‌ବ୍ୟାକ୍‌ ନେବେ। ଅପରାହ୍ନ ୧୨ଟାରେ ଜୁମ୍‌ ଲିଙ୍କ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ଯୋଡ଼ିହେବେ। ସମସ୍ତ ଜିଲାରୁ ଟିକା ନେବାକୁ ରହିଥିବା ସ୍ବାସ୍ଥ୍ୟକର୍ମୀଙ୍କ ଆଲୋଚନା କରିବେ।
ଓଡ଼ିଶାରେ ଟିକାକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ୧୬୧ କେନ୍ଦ୍ରରେ ଅବଜରଭେଶନ, ୱେଟିଂ ରୁମ୍‌ ଓ ଭ୍ୟାକସିନ ରୁମ୍‌ ପ୍ରସ୍ତୁତ ରଖାଯାଇଛି। ଟିକାକରଣ ପାଇଁ ୫ଜଣିଆ ଟିମ୍‌କୁ ତାଲିମ ଦିଆଯାଇଛି। ଟିକାକରଣକୁ ନେଇ ଦ୍ୱନ୍ଦ୍ୱ ରହିଥିଲେ ସ୍ବାସ୍ଥ୍ୟ ବିଭାଗର ୧୦୪ ଓ ୧୦୭୫ ନମ୍ବରକୁ ଫୋନ୍‌ କରି ବୁଝିପାରିବେ। ସେପଟେ କେଉଁମାନଙ୍କୁ କରୋନା ଟିକା ଦିଆଯିବ, କେଉଁମାନଙ୍କୁ ଦିଆଯିବ ନାହିଁ ସେ ନେଇ କେନ୍ଦ୍ର ସରକାର ନୂଆ ଗାଇଡ୍‌ଲାଇନ କରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ଜିଲା ଚିକିତ୍ସାଧିକାରୀ, ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଜଣାଇଛନ୍ତି। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ଦିଆଯିବ ନାହିଁ। ସେହିଭଳି ଅସୁସ୍ଥ ବ୍ୟକ୍ତି ଓ ଚିକିତ୍ସାଧୀନ ଲୋକଙ୍କୁ ମଧ୍ୟ ଟିକା ମିଳିବ ନାହିଁ। ଯଦି ଜଣେ ବ୍ୟକ୍ତି ୧୪ ଦିନ ଭିତରେ କୌଣସି ଟିକା ନେଇଥିବେ, ତା’ହେଲେ ତାଙ୍କୁ କୋଭିଡ୍‌ ଟିକା ମନା। ସେହିଭଳି କୋଭିଡ୍‌ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ମଧ୍ୟରେ ଟିକା ନେଇପାରିବେ।
ଟିକାକରଣକୁ ନେଇ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ଟିକାକରଣ ପ୍ରକ୍ରିୟା ନୂଆ କଥା ନୁହେଁ। ଆମେ ୧୯୮୫ରୁ ଟିକାକରଣ କରିଆସୁଛୁ। କରୋନା ଟିକାକରଣ ହେଉଛି ସେହି ପ୍ରକ୍ରିୟାର ଅନ୍ୟ ଏକ ଫର୍ମାଟ। ଟିକା କଲେକ୍ସନ ହେବ। ଟ୍ରାନ୍ସପୋର୍ଟଟେଶନ ପରେ ଟିକା ଦିଆଯିବ। ଏହି ମାଧ୍ୟମରେ ପୂର୍ବରୁ ମଧ୍ୟ ଟିକାକରଣ ହୋଇଛି। ଏହା କେବଳ ନୂଆ ଏଥି ପାଇଁ କୁହାଯାଇପାରିବ ଯେ, ପଞ୍ଜିକରଣ କୋ-ୱିନ୍‌ ମାଧ୍ୟମରେ ହୋଇଛି।
ଏହି ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ‘କୋଭିଶିଲ୍ଡ’ ଓ ‘କୋଭାକ୍ସିନ’ ଦୁଇଟି ଟିକା ପ୍ରସ୍ତୁତ ରହିଛି। ରାଜ୍ୟକୁ କୋଭିଶିଲ୍ଡର ୪ ଲକ୍ଷ ୮ ହଜାର ଡୋଜ୍‌ ଏବଂ କୋଭାକ୍ସିନର ୨୦ ହଜାର ଡୋଜ୍‌ ଆସିଛି। ଭୁବନେଶ୍ୱରରେ କୋଭାକ୍ସିନ ଓ ଅନ୍ୟ ସବୁଠି ‘କୋଭିଶିଲ୍ଡ’ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ଆସିଥିବା ଟିକାକୁ ୧,୯୨,୫୫୫ଜଣ ନେଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri