ଏଲନ ମସ୍କଙ୍କ ଗୋଟିଏ ନିଷ୍ପତ୍ତି ପଡିଗଲା ମହଙ୍ଗା, ବୁଡିଗଲା କମ୍ପାନୀର ୧୨୨୩ ଅରବ ଟଙ୍କା

ୱାଶିଂଟନ,୧୩ ।୧୧: ବିଶ୍ୱର ସବୁଠାରୁ ବଡ ଉଦ୍ଦ୍ୟୋଗପତି ଏଲନ ମସ୍କ ଏବେ ପ୍ରାୟ ସବୁେବେଳ ରହୁଛନ୍ତି ଚର୍ଚ୍ଚାରେ । ତାଙ୍କର ଗୋଟିଏ ନିଷ୍ପତ୍ତି ଯୋଗୁ ଆମେରିକାର ଜଣାଶୁଣା ଫାର୍ମା କମ୍ପାନୀ ଏଲି ଲିଲିର ପ୍ରାୟ ୧୨୨୩ ଅରବ ଟଙ୍କା ବୁଡି ଯାଇଛି । ମସ୍କଙ୍କ ଟୁଇଟରରେ ବ୍ଲୁ ଟିକ ସବସ୍କ୍ରିପଶନ ନିଷ୍ପତ୍ତି ମହଙ୍ଗା ପଡିଯାଇଛି । ଏବେ କିନ୍ତୁ କମ୍ପାନୀ ଏହି ନିଷ୍ପତ୍ତିକୁ ଫେରାଇ ନେଇଛି ।
ସୂଚନାଯୋଗ୍ୟ, ଟୁଇଟରକୁ ୮ ଡଲାର ଦେଇ ଯେ କେହି ବ୍ଲୁ ଟିକକୁ ନିଜ ନାମରେ କରିପାରିବ । ଏହାର ଫାଇଦା ଉଠାଇ ଅନେକେ ୟୁଜର୍ସ ଅନ୍ୟ ଲୋକଙ୍କ ନାମରେ ଫେକ ଆକାଉଣ୍ଟ ଖୋଲି ଓଲଟା ସିଧା ଟୁଇଟ କରିବା ଆରମ୍ଭ କରିଥିଲେ । କେହି ୮ ଡଲାର ଦେଇ ଇନସୁଲିସ ପ୍ରସ୍ତୁତକାରୀ କମ୍ପାନୀ ନାମରେ ବ୍ଳୁ ଟିକ ନେଇ ପୁଣି ଫେକ ଆକାଉଣ୍ଟରୁ ଟୁଇଟ କରିଦେଲେ କି ‘ଏବେ ଇନସୁଲିନ ଫ୍ରି’ ରେ ମିଳିବ । ଏହାପରେ ଶୁକ୍ରବାର କମ୍ପାନୀର ଶେୟାର ହଠାତ୍ କମ ହୋଇଯାଇଥିଲା ।
ସୂଚନାଯୋଗ୍ୟ, ମସ୍କ ଟୁଇଟରର ମାଲିକ ହେବା ପରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ସହ ଆସିଥିଲେ ଚର୍ଚ୍ଚାକୁ । ତେବେ କମ୍ପାନୀ ଦେବାଳିଆ ହେବା ଆଶଙ୍କା କରି ମସ୍କ ଏପରି କରିଥିବା ସଫେଇ ଦେଇଥିଲେ । ଏବେ ସେ ଆଉ ଏକ ଚେତାବନୀ ଜାରି କରିଛନ୍ତି । ଟୁଇଟର କର୍ମଚାରୀଙ୍କୁ ସପ୍ତାହରେ ୮ ଘଣ୍ଟା କାମ କରିବାକୁ କୁହାଯାଇଛି । କେବଳ ସେତିକି ନୁହେଁ କର୍ମଚାରୀଙ୍କୁ ମିଳୁଥିବା ମାଗଣା ଭୋଜନ ଓ ଅନ୍ୟ ଭତ୍ତାକୁ କମ୍ କରିବା ସହ ୱାର୍କ ଫ୍ରମ ହୋମକୁ ବି ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri