ପୁରାତନ ଛାତ୍ରସଂଘ ବୈଠକରେ ନିଷ୍ପତ୍ତି:ସରକାରୀ କଲେଜ ଜମିରେ ପାଚେରୀ ନିର୍ମାଣ ସ୍ଥଗିତ ରଖାଯାଉ

ସୁନ୍ଦରଗଡ଼, ୮।୧୨ (ଡି.ଏନ୍‌.ଏ)-ସୁନ୍ଦରଗଡ ସରକାରୀ କଲେଜର ମୂଲ୍ୟବାନ ଜମିକୁ ଜବରଦଖଲକାରୀଙ୍କ କବ୍‌ଜାରୁ ମୁକ୍ତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପୁରାତନ ଛାତ୍ର ସଂଘ ପକ୍ଷରୁ କଲେଜରେ ଥିବା ୧୫୪. ୦୨୬ ଏକର ପରିମିତ ଜମିକୁ ଚିହ୍ନଟ କରାଯାଇ ପାଚେରୀ ନିର୍ମାଣ ପାଇଁ ଦାବି ହେବା ପରେ ପ୍ରଶାସନ ପକ୍ଷରୁ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୪କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଥମ ପର୍ଯ୍ୟାୟ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପାଚେରୀ ନିର୍ମାଣ କାର୍ଯ୍ୟ ଭୁବନେଶ୍ୱରର ଏକ ଠିକାସଂସ୍ଥା କରୁଥିବା ବେଳେ କଲେଜ ପରିସରରେ ବନବିଭାଗ ପକ୍ଷରୁ ଲଗାଯାଇଥିବା ପ୍ଲାଣ୍ଟେସନ୍‌ ମଧ୍ୟରୁ ବେନିୟମ ଭାବେ ଅନୁମତି ନ ଥାଇ ଗଛ କାଟି ନଷ୍ଟ କରିବା ପରେ ଠିକାସଂସ୍ଥାର ଜଣେ କର୍ମଚାରୀଙ୍କୁ ବନବିଭାଗ ଗିରଫ କରି କୋର୍ଟଚାଲାଣ କରିଥିଲା। ଏବେ ପାଚେରୀ ନିର୍ମାଣ ବେଳେ ନିର୍ଦ୍ଧାରିତ କଲେଜ ଜମି ସୀମାକୁ ଛାଡି ପାଚେରୀ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପୁରାତନ ଛାତ୍ର ସଂଘର ସଭ୍ୟ ତଥା ସାମାଜିକ କର୍ମୀ ସୁରୁ ମିଶ୍ର ଏସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କିଶୋର କୁମାର ଦାଶଙ୍କୁ ଲିଖିତ ଭାବେ ଅଭିଯୋଗ କରି ମହାବିଦ୍ୟାଳୟର ନିର୍ଦ୍ଧାରିତ ଜମିକୁ ଚିହ୍ନଟ କରାଯାଇ ପାଚେରୀ ନିର୍ମାଣ କରାଯିବାକୁ ଦାବି କରିଛନ୍ତି। ଏନେଇ ସେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ସଦର ଉପଜିଲାପାଳ ଓ ସଦର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ତାଙ୍କ ଏତଲା ପତ୍ରରେ ଦର୍ଶାଇଛନ୍ତି, ଯେ ମହାବିଦ୍ୟାଳୟର ଛାତ୍ରାବାସ ନିକଟରେ ଅନୁମତି ନ ଥାଇ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କିଭଳି ପ୍ରସ୍ତାବ ରହିଛି ସେହିପରି କଲେଜ ଜମିରେ ନିର୍ମିତ ବାଇପାସ ରାସ୍ତା କୋଇଲା ଟ୍ରକ ଚଳାଚଳ ପାଇଁ ବ୍ୟବହୃତ ହେଉଛି। ପୁଣି ବର୍ତ୍ତମାନ ବାଇପାସ ରାସ୍ତାର ସମ୍ପ୍ରସାରଣ କରାଯାଉଥିବା ଯୋଗୁ କଲେଜ ଜମି ସଙ୍କୁଚିତ ହୋଇପଡୁଛି। ରାସ୍ତା ନିର୍ମାଣ, ସମ୍ପ୍ରସାରଣ ପାଇଁ ଅନୁମତି ଓ ଜମି ଅଧିଗ୍ରହଣ କରାଯାଇଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରାଯିବା ସହ ଯଦି ଅଧିଗ୍ରହଣ କରାଯାଇଛି ସେହି ପରିମାଣ ଜମିର ମୂଲ୍ୟ କିମ୍ବା ଜମି ସରକାରୀ କଲେଜକୁ ପ୍ରଦାନ ପାଇଁ ଦାବି କରିଛନ୍ତି। ଜିଲାର ଏହି ପୁରାତନ ଶିକ୍ଷାନୁଷ୍ଠାନ ଉଚ୍ଚଶିକ୍ଷା ପାଇଁ ସୁନାମ ରହିଛି। ଆଗାମୀ ଦିନରେ ଏହାକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଦାବି ହୋଇଆସୁଛି। ଭବିଷ୍ୟତରେ ଏଥିପାଇଁ ଆବଶ୍ୟକୀୟ ଜମିକୁ ସୁରକ୍ଷିତ ରଖିବା ଜରୁରୀ ହୋଇପଡିଛି। ହେଲେ ବର୍ତ୍ତମାନ ପାଚେରୀ ନିର୍ମାଣ ବେଳେ ମହାବିଦ୍ୟାଳୟର ଜମି ଉପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଯୋଜନା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଶୁକ୍ରବାର ପୁରାତନ ଛାତ୍ରସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜ ଜମିର ସୁରକ୍ଷା ଓ ପାଚେରୀ ନିର୍ମାଣ ପାଇଁ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପୁନଃ ଜମି ଚିହ୍ନଟ ସକାଶେ ତହସିଲଦାରଙ୍କୁ ଅନୁରୋଧ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହେବା ସହ ପୁନଃ ଜମିଚିହ୍ନଟ ହେବା ପର୍ଯ୍ୟନ୍ତ ପାଚେରୀ ନିର୍ମାଣ କାର୍ଯ୍ୟ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଅପରପକ୍ଷେ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରେ ରାଜସ୍ବ ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିବା ଜମି ଉପରେ ପାଚେରୀ ନିର୍ମାଣ କରାଯାଉଛି। ଏଭଳି ଅଭିଯୋଗ ଆସିବା ପରେ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ପୁନଶ୍ଚ ଚିହ୍ନଟ ପରେ ପାଚେରୀ ନିର୍ମାଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି: ସାଢ଼େ ୧୦ଟା ସୁଦ୍ଧା ୧୦ ପ୍ରତିଶତ ଭୋଟିଂ

ସୁନ୍ଦରଗଡ,୧୬।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ସୁନ୍ଦରଗଡ଼ ଜିଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଜିଲାର ବଡଗାଁ, କୁଆରମୁଣ୍ଡା,...

ଭାରସାମ୍ୟ ହରାଇ ମହିଳା ଶ୍ରମିକଙ୍କ ଉପରେ ମାଡ଼ିଗଲା କାର୍‌, ୫ ମୃତ

ସୁନ୍ଦରଗଡ଼,୨୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରମାବାହାଲ ବସଷ୍ଟାଣ୍ଡ ନିକଟ ବିଜୁ ଏକ୍ସପ୍ରେସ୍‌ ଓ୍ବେରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜଗାଙ୍ଗପୁରରୁ ରାଉରକେଲା ପଟକୁ ଯାଉଥିବା...

ହକିମୟ ହେଲା ରାଉରକେଲା ରେଳ ଷ୍ଟେଶନ

ରାଉରକେଲା ଅଫିସ, ୧୨ା୧: ଆଉ ମାତ୍ର ଦିନକ ପରେ ରାଉରକେଲା ସହରରେ ବିଶ୍ୱକପ୍‌ ମ୍ୟାଚ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ। ବିଶ୍ୱକପ ହକି ମ୍ୟାଚକୁ...

ନୂଆ ରୂପ ପାଇବ ୫୦ ସରକାରୀ ହାଇସ୍କୁଲ

ସୁନ୍ଦରଗଡ଼, ୮।୮(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସଚିବସ୍ତରୀୟ ପ୍ରତିନିଧିଦଳ ଶନିବାର ସୁନ୍ଦରଗଡ଼ ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି...

କ୍ୱାରାଣ୍ଟାଇନ ସେଣ୍ଟରରୁ ଖସି ପଳାଇଲେ ୬ ଶ୍ରମିକ

ବଡ଼ଗାଁ,୧।୫(ଡି.ଏନ.ଏ.): କରୋନା ପାଇଁ ସାରା ବିଶ୍ୱ ଚିନ୍ତିତ। ଏହାର ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେବା ସହ କେତେକ କଟକଣା ଜାରି କରିଛନ୍ତି। ଭାରତକୁ...

ଶ୍ରୀଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳାପରିଷଦର ଲୋକ ମହୋତ୍ସବ

ବଣାଇ, ୨୭ା୯(ସ୍ବ.ପ୍ର.) : ସ୍ଥାନୀୟ ରାଜା ଧରଣୀଧର ଖେଳ ପଡିଆ ଠାରେ ଶ୍ରୀ ଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳାପରିଷଦର ନବମ ଲୋକ ମହୋତ୍ସବ ମହାସମାରୋହରେ...

ମହିଳାଙ୍କୁ ଦଳି ମାରିଦେଲା ହାତୀ

ଲହୁଣୀପଡା, ୫।୧୧ (ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ବାଙ୍କୀ ରେଞ୍ଜ କୁଚେଇତା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଦନ୍ତାହାତୀ ଦଳି ମାରି ଦେଇଛି।...

ଆର୍‌ଏସ୍‌ପି ମେନ ହୋଲରେ ପଡି ଶିଶୁ ମୃତ

ରାଉରକେଲା ଅଫିସ,୨୦।୨-ସେକ୍ଟର- ୩ ଅଞ୍ଚଳରେ ଆର୍‌ଏସ୍‌ପି ମେନ ହୋଲକୁ ଖସି ପଡି ଜଣେ ଶିଶୁର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେକ୍ଟର- ୩ ଅଟୋ କଲୋନୀ ବାସିନ୍ଦା...

Advertisement
Archives

Model This Week