ସୁନ୍ଦରଗଡ଼, ୮।୧୨ (ଡି.ଏନ୍.ଏ)-ସୁନ୍ଦରଗଡ ସରକାରୀ କଲେଜର ମୂଲ୍ୟବାନ ଜମିକୁ ଜବରଦଖଲକାରୀଙ୍କ କବ୍ଜାରୁ ମୁକ୍ତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପୁରାତନ ଛାତ୍ର ସଂଘ ପକ୍ଷରୁ କଲେଜରେ ଥିବା ୧୫୪. ୦୨୬ ଏକର ପରିମିତ ଜମିକୁ ଚିହ୍ନଟ କରାଯାଇ ପାଚେରୀ ନିର୍ମାଣ ପାଇଁ ଦାବି ହେବା ପରେ ପ୍ରଶାସନ ପକ୍ଷରୁ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୪କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଥମ ପର୍ଯ୍ୟାୟ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପାଚେରୀ ନିର୍ମାଣ କାର୍ଯ୍ୟ ଭୁବନେଶ୍ୱରର ଏକ ଠିକାସଂସ୍ଥା କରୁଥିବା ବେଳେ କଲେଜ ପରିସରରେ ବନବିଭାଗ ପକ୍ଷରୁ ଲଗାଯାଇଥିବା ପ୍ଲାଣ୍ଟେସନ୍ ମଧ୍ୟରୁ ବେନିୟମ ଭାବେ ଅନୁମତି ନ ଥାଇ ଗଛ କାଟି ନଷ୍ଟ କରିବା ପରେ ଠିକାସଂସ୍ଥାର ଜଣେ କର୍ମଚାରୀଙ୍କୁ ବନବିଭାଗ ଗିରଫ କରି କୋର୍ଟଚାଲାଣ କରିଥିଲା। ଏବେ ପାଚେରୀ ନିର୍ମାଣ ବେଳେ ନିର୍ଦ୍ଧାରିତ କଲେଜ ଜମି ସୀମାକୁ ଛାଡି ପାଚେରୀ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପୁରାତନ ଛାତ୍ର ସଂଘର ସଭ୍ୟ ତଥା ସାମାଜିକ କର୍ମୀ ସୁରୁ ମିଶ୍ର ଏସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କିଶୋର କୁମାର ଦାଶଙ୍କୁ ଲିଖିତ ଭାବେ ଅଭିଯୋଗ କରି ମହାବିଦ୍ୟାଳୟର ନିର୍ଦ୍ଧାରିତ ଜମିକୁ ଚିହ୍ନଟ କରାଯାଇ ପାଚେରୀ ନିର୍ମାଣ କରାଯିବାକୁ ଦାବି କରିଛନ୍ତି। ଏନେଇ ସେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ସଦର ଉପଜିଲାପାଳ ଓ ସଦର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ତାଙ୍କ ଏତଲା ପତ୍ରରେ ଦର୍ଶାଇଛନ୍ତି, ଯେ ମହାବିଦ୍ୟାଳୟର ଛାତ୍ରାବାସ ନିକଟରେ ଅନୁମତି ନ ଥାଇ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କିଭଳି ପ୍ରସ୍ତାବ ରହିଛି ସେହିପରି କଲେଜ ଜମିରେ ନିର୍ମିତ ବାଇପାସ ରାସ୍ତା କୋଇଲା ଟ୍ରକ ଚଳାଚଳ ପାଇଁ ବ୍ୟବହୃତ ହେଉଛି। ପୁଣି ବର୍ତ୍ତମାନ ବାଇପାସ ରାସ୍ତାର ସମ୍ପ୍ରସାରଣ କରାଯାଉଥିବା ଯୋଗୁ କଲେଜ ଜମି ସଙ୍କୁଚିତ ହୋଇପଡୁଛି। ରାସ୍ତା ନିର୍ମାଣ, ସମ୍ପ୍ରସାରଣ ପାଇଁ ଅନୁମତି ଓ ଜମି ଅଧିଗ୍ରହଣ କରାଯାଇଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରାଯିବା ସହ ଯଦି ଅଧିଗ୍ରହଣ କରାଯାଇଛି ସେହି ପରିମାଣ ଜମିର ମୂଲ୍ୟ କିମ୍ବା ଜମି ସରକାରୀ କଲେଜକୁ ପ୍ରଦାନ ପାଇଁ ଦାବି କରିଛନ୍ତି। ଜିଲାର ଏହି ପୁରାତନ ଶିକ୍ଷାନୁଷ୍ଠାନ ଉଚ୍ଚଶିକ୍ଷା ପାଇଁ ସୁନାମ ରହିଛି। ଆଗାମୀ ଦିନରେ ଏହାକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଦାବି ହୋଇଆସୁଛି। ଭବିଷ୍ୟତରେ ଏଥିପାଇଁ ଆବଶ୍ୟକୀୟ ଜମିକୁ ସୁରକ୍ଷିତ ରଖିବା ଜରୁରୀ ହୋଇପଡିଛି। ହେଲେ ବର୍ତ୍ତମାନ ପାଚେରୀ ନିର୍ମାଣ ବେଳେ ମହାବିଦ୍ୟାଳୟର ଜମି ଉପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଯୋଜନା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଶୁକ୍ରବାର ପୁରାତନ ଛାତ୍ରସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜ ଜମିର ସୁରକ୍ଷା ଓ ପାଚେରୀ ନିର୍ମାଣ ପାଇଁ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପୁନଃ ଜମି ଚିହ୍ନଟ ସକାଶେ ତହସିଲଦାରଙ୍କୁ ଅନୁରୋଧ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହେବା ସହ ପୁନଃ ଜମିଚିହ୍ନଟ ହେବା ପର୍ଯ୍ୟନ୍ତ ପାଚେରୀ ନିର୍ମାଣ କାର୍ଯ୍ୟ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଅପରପକ୍ଷେ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରେ ରାଜସ୍ବ ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିବା ଜମି ଉପରେ ପାଚେରୀ ନିର୍ମାଣ କରାଯାଉଛି। ଏଭଳି ଅଭିଯୋଗ ଆସିବା ପରେ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ପୁନଶ୍ଚ ଚିହ୍ନଟ ପରେ ପାଚେରୀ ନିର୍ମାଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।
ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର
ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...
ଜାଲ୍ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ
ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ କରିଛି। ଜାଲ୍...
୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ
ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...
ବସ୍ କାଚ ଭାଙ୍ଗି ଜାଳିଦେଲେ …
ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍ର କାଚ ଭାଙ୍ଗି ଜାଳି...
ଜେଲ୍ରେ କଏଦୀଙ୍କ ଆନ୍ଦୋଳନ
ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...
ବନ୍ଧାହେଲେ ଜୁନିୟର ଆକାଉଣ୍ଟାଣ୍ଟ, ୪ ଦାମୀ ପ୍ଲଟ୍ ସହ ରହିଛି…
ସୁନ୍ଦରଗଡ଼,୨୩ା୧୨: ସୁନ୍ଦରଗଡ଼ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର...
ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...
ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ
ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...
Archives


