ରେକର୍ଡ ସ୍ତର ଛୁଇଁଲା ପୁଞ୍ଜିବଜାର

ନୂଆଦିଲ୍ଲୀ: ଦେଶର ପୁଞ୍ଜିବଜାର କାରବାର ସୋମବାର ରେକର୍ଡ ସ୍ତରରେ ରହିଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଉଚ୍ଚ ରେକର୍ଡ ସ୍ତରରେ ବନ୍ଦ ହୋଇଛି। ଘରୋଇ ପୁଞ୍ଜିବଜାରକୁ ବିଦେଶୀ ପୁଞ୍ଜି ପ୍ରବାହ ଉନ୍ନତ ହେବାରୁ ଷ୍ଟକ୍‌ ବଜାରରେ ଏହାର ଉତ୍ସାହ ପରିଲକ୍ଷିତ ହୋଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୪୫,୪୫୯ ପଏଣ୍ଟ ସ୍ତର ଛୁଇଁଥିଲା। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ୩୪୭ ପଏଣ୍ଟ ବା ୦.୭୭% ଊର୍ଦ୍ଧ୍ୱରେ ରହି ୪୫,୨୨୭ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୯୭ ପଏଣ୍ଟ ବା ୦.୭୩% ଉଚ୍ଚରେ ରହିବା ଯୋଗୁ ୧୩,୩୫୫ ସ୍ତରରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଭଲ କାରବାର କରିଥିବା କମ୍ପାନୀ ମଧ୍ୟରେ ଓଏନ୍‌ଜିସି, ଭାରତୀ ଏୟାରଟେଲ, ହିନ୍ଦୁସ୍ଥାନ ୟୁନିଲିଭର, ଆଇଟିସି, ଏଚ୍‌ଡିଏଫସି ଏବଂ ଏସ୍‌ବିଆଇ ରହିଛି। ଏମାନଙ୍କ ଶେୟାର କାରବାର ପ୍ରାୟ ୩.୨୮% ବଢିଛି। ଅପରପକ୍ଷରେ କୋଟାକ ବ୍ୟାଙ୍କ, ନେସ୍‌ଲେ ଇଣ୍ଡିଆ, ବଜାଜ ଫାଇନାନ୍ସ, ମାରୁତି ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଶେୟାର କାରବାର ୧.୩୯% ଖସିଛି।
ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମରେ ପିଏସ୍‌ୟୁ ବ୍ୟାଙ୍କ, ଫାର୍ମା, ମିଡିଆ ଏବଂ ଏଫ୍‌ଏମ୍‌ସିଜି ଶେୟାର ୨.୭୯% ବଢିଛି। ବଜାରର ଅଭିବୃଦ୍ଧି ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏହା ନିବେଶକଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ସେହିଭଳି ଅଭିବୃଦ୍ଧିକୁ ଫେରାଇ ଆଣିବା ଲାଗି ରିଜର୍ଭ ବ୍ୟାଙ୍କର ପଦକ୍ଷେପ ଉପରେ ନିବେଶ ବେଶ ଆଶାବାଦୀ ରହିଛନ୍ତି। ବଜାରରେ ନକାରାତ୍ମକ ପ୍ରଭାବ କମ୍‌ ରହିବା ଯୋଗୁ ନିବେଶକମାନେ ନିବେଶ ନେଇ ବେଶ୍‌ ଆଗଭର ହେଉଛନ୍ତି। ବିଦେଶୀ ନିବେଶକମାନେ ବଜାରରେ ନେଟ୍‌ ନିବେଶରେ ଉନ୍ନତ ସ୍ଥାନରେ ରହିଛନ୍ତି। ଏମାନେ ଶୁକ୍ରବାର ୨,୯୬୯ କୋଟି ଟଙ୍କା ନିବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହଯୋଗର ହାତ ବଢାଇଲା ରିଲାଏନ୍ସ ଫାଉଣ୍ଡେଶନ

ଭୁବନେଶ୍ୱର,୧୨-୫: ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସୁଧାରିବା ଲାଗି ରିଲାଏନ୍ସ ଫାଉଣ୍ଡେଶନ ସହାୟତାର ହାତ ବଢାଇଛି। ପୁନଃ ଥଇଥାନ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବାତ୍ୟା ପରର ଚାଷ,...

ମୂହୁର୍ତ୍ତ ଟ୍ରେଡିଂରେ ୧୯୫ ପଏଣ୍ଟ ବଢିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଦିଓ୍ବାଲି ଅବସରରେ ଏକ ଘଣ୍ଟିଆ ସ୍ବତନ୍ତ୍ର ମୂହୁର୍ତ୍ତ ଟ୍ରେଡିଂରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୯୫ ପଏଣ୍ଟ ବୃଦ୍ଧି ପାଇଛି। ଏହି ସମୟରେ ସୂଚକାଙ୍କ...

ଆଧାରରେ ରିଟର୍ନ ଫାଇଲ କଲେ ସିଧାସଳଖ ମିଳିଯିବ ପାନ୍‌

ନୂଆଦିଲ୍ଲୀ, ୩-୯: ଆଧାରରେ ଆୟକର ରିଟର୍ନ ପୈଠ କଲେ ଟିକସଦାତାଙ୍କୁ ସିଧାସଳଖ ପାନ୍‌ ଜାରି କରାଯିବ। ଆୟକର ବିଭାଗ ଏଭଳି ଟିକସଦାତାଙ୍କ ଲାଗି ନୂଆ ପଦକ୍ଷେପ...

୧୪% ବଢ଼ିଲା ସ୍ପାଇସ୍‌ ଜେଟ୍‌ ଶେୟାର

ନୂଆଦିଲ୍ଲୀ: ଗୁରୁବାର ସ୍ପାଇସ୍‌ ଜେଟ କମ୍ପାନୀର ଶେୟାର କାରବାର ୧୪% ବଢ଼ିଥିବା ନଜରକୁ ଆସିଛି। ଆମେରିକାର ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ(ଏଫ୍‌ଏଏ) ବୋଇଂ ୭୩୭ ମାକ୍ସ ବିମାନର...

ଭାରତରେ ହୋଣ୍ଡା ସିଟିର ୨୫ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍‌ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ଅଗ୍ରଣୀ ମଡେଲ ହୋଣ୍ଡା ସିଟି ଭାରତ ବଜାରରେ ସଫଳତାର ସହ...

ନାଲ୍‌କୋରେ ଯୋଗଦେଲେ ପଙ୍କଜ କୁମାର

ଭୁବନେଶ୍ୱର,୨।୨: ନବରତ୍ନ ଉଦ୍ୟୋଗ ନାଲ୍‌କୋର ନୂତନ ନିର୍ଦ୍ଦେଶକ (ଉତ୍ପାଦନ) ଭାବେ ପଙ୍କଜ କୁମାର ଶର୍ମା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶର୍ମା ଏନ୍‌ଏମ୍‌ଡିସିର...

ସମୁଦ୍ରରେ କେବୁଲ ବିଛାଇବାରେ ଆତ୍ମନିର୍ଭରଶୀଳ ହେଲା ଭାରତ

ନୂଆଦିଲ୍ଲୀ, ୧୦।୮: ସମୁଦ୍ରରେ କେବୁଲ ବିଛାଇବାରେ ଭାରତ ଆତ୍ମନିର୍ଭରଶୀଳ ହୋଇଛି। ଏହା ଅର୍ନ୍ତଗତ ଚେନ୍ନାଇଠାରୁ ପୋର୍ଟବ୍ଲେୟାର ପର୍ଯ୍ୟନ୍ତ ୨୩୦୦ କିଲୋମିଟରର କେବୁଲ ବିଛାଯାଇଛି। ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ...

ନୀଳାଞ୍ଜନା କେଏଚ୍‌ଏଲ୍‌ର ନୂତନ ଏମ୍‌ଡି

ଭୁବନେଶ୍ୱର,୧୬।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌(କେଏଚ୍‌ଏଲ୍‌)ର ନୂତନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ଅଭିଜ୍ଞ ପ୍ରଶାସିକା ନୀଳାଞ୍ଜନା ମୁଖାର୍ଜୀ ଦାୟିତ୍ୱ ଗ୍ରହଣ...

Advertisement
Archives

Model This Week