ଅବକ୍ଷୟମୁଖୀ ଜଙ୍ଗଲ, ଅସୁରକ୍ଷିତ ବନ୍ୟପ୍ରାଣୀ

ଜଗତ୍‌ସିଂହପୁର ଅଫିସ, ୫।୬: ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି। ବର୍ଯ୍ୟବସ୍ତୁ, ଯାନବାହାନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା ସହ ପ୍ରତି ଦେଶ ଦାୟିତ୍ୱବାନ ହେବାକୁ ପରାମର୍ଶ ଦିଆଯାଉଛି। ଏହିକ୍ରମରେ ଭାରତ ସରକାର ବୃକ୍ଷରୋପଣଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଉଥିବା କୁହାଯାଉଛି। ଅନୁରୂପ ଭାବେ ପ୍ରତି ରାଜ୍ୟ ସରକାର ମଧ୍ୟ ପରିବେଶ ସୁରକ୍ଷା ଉପରେ ଦାୟିତ୍ୱବାନ ଥିବା କହୁଛନ୍ତି। ବିଶ୍ୱ ପରିବେଶ ଦିବସରେ ଏସବୁ ଉପରେ ବିସ୍ତୃତ ଆଲୋଚନା ସହ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଉଛି। କିନ୍ତୁ ଏହି ଦିବସର ମାହାତ୍ମ୍ୟ ଦିନକୁ ଦିନ କମିବାରେ ଲାଗିଛି। ରବିବାର ବିଶ୍ୱ ପରିବେଶ ଦିବସ ହୋଇଥିଲେ ସୁଦ୍ଧା ଜିଲାରେ ସେଭଳି କିଛି କାର୍ଯ୍ୟକ୍ରମ ହେବାକୁ ଥିବା ନଜରକୁ ଆସିନି। ଯଦି ବି ହେବ ତାହା କେବଳ ଉପର ଠାଉରିଆ। ପ୍ରତିବର୍ଷ ବୃକ୍ଷରୋପଣ ନଁାରେ କୋଟି କୋଟି ଟଙ୍କା ଖର୍ଚ୍ଚ ଦର୍ଶାଯାଉଛି। ହେଲେ ଯେତିକି ଗଛ ଲାଗୁଛି ତାହା ଠାରୁ ଯଥେଷ୍ଟ କଟା ଚାଲିଛି। ଯାହାଦ୍ୱାରା ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ।
ଜଗତ୍‌ସିଂହପୁର ଜିଲାରେ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଚାରା ରୋପଣ କରାଯାଉଥିବା ଦର୍ଶାଯାଉଛି। କିନ୍ତୁ ବାସ୍ତବରେ ଏହା କେବଳ କାଗଜପତ୍ରରେ ସୀମିତ। ଅତୀତରେ ରେଢୁଆରୁ ପୁରୁଣାବସନ୍ତ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱରେ ବୃକ୍ଷରୋପଣ ହୋଇଥିଲା। ବିଶେଷକରି ଆକାଶିଆ, ରାଧାଚୂଡା, କୃଷ୍ଣ ଚୂଡା, ଶିଶୁ, କଦମ୍ବ ଓ ନିମ୍ବ ଆଦି ଗଛ ଲାଗିଥିଲା। ଉଦ୍ଦେଶ୍ୟ ଥିଲା ମୂର୍ତ୍ତିକା ସଂରକ୍ଷଣ ସହ ସୁନ୍ଦର ପରିବେଶ ସୃଷ୍ଟି କରିବା। ଏଥିସହ ବାଟୋଇଙ୍କୁ ପ୍ରବଳ ଖରା ସମୟରେ ଛାଇ ପ୍ରଦାନ କରିବା। କିନ୍ତୁ ଲାଗିଥିବା ଗଛଗୁଡିକ ମଧ୍ୟରୁ ଶତାଧିକ ଆବଶ୍ୟକ ଯତ୍ନ ଅଭାବରୁ ମରିଯାଇଥିଲା। ଅବଶିଷ୍ଟ ସହସ୍ରାଧିକ ଗଛ ବହୁ କଷ୍ଟରେ ବଡ ହେବା ସହ ମୋଟା ହୋଇଯାଇଥିଲା। ଦୁଃଖର କଥା ହେଲା କିଛି ମାସ ଭିତରେ ଏହି ଗଛଗୁଡିକ ଉପରେ ଜଙ୍ଗଲ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଥିଲା। ସେମାନେ କେତେଜଣ ଅସାଧୁ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଅନେକ ଗଛ ଚୋରା ଚାଲାଣ କରିବାରେ ସଫଳ ହୋଇଥିଲେ। ତା’ ପରେ ବାତ୍ୟା ପ୍ରଭାବରେ କେତେକ ଗଛ କ୍ଷତିଗ୍ରସ୍ତ ହୋଇଥିଲା। ଏହିପରି ବିଭିନ୍ନ ମାଧ୍ୟମରେ ପାଖାପାଖି ୭୦% ଗଛ ଏହି ରାସ୍ତାପାର୍ଶ୍ୱରୁ ଉଭ୍ଭାନ ହୋଇଯାଇଛି। ନିକଟରେ ପୁରୁଣାବସନ୍ତଠାରୁ ନାଲିବର ୨ କି.ମି. ପର୍ଯ୍ୟନ୍ତ ନୂଆ ଗଛ ଲାଗିଛି। ସେଥିମଧ୍ୟରୁ କେତୋଟି ବଞ୍ଚତ୍କି ରହିବ ତାହା ସମୟ କହିବ।
ଅନ୍ୟପକ୍ଷେ ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲ ଦିନକୁଦିନ ଅସୁରକ୍ଷିତ ହୋଇପଡୁଛି। ଏହି ଜଙ୍ଗଲ ବିଶେଷକରି ହରିଣମାନଙ୍କ ପାଇଁ ପରିଚିତ। ଏଠାରେ ଥିବା ଶତାଧିକ ହରିଣ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାନ୍ତି। କେବଳ ଏତିକି ନୁହେଁ ଏହି ଜଙ୍ଗଲରେ ବହୁ ସଂଖ୍ୟକ ଠେକୁଆ, ହେଟା ବାଘ, ଝିଙ୍କ, ସାଳିଆପତନି, କଟାସ, ବିଲୁଆ ଏବଂ ସରୀସୃପ ଆଦି ଥିବା ଜାଣିବାକୁ ମିଳେ। ହେଲେ ପ୍ରତ୍ୟେକ ଅସୁରକ୍ଷିତ। ବନ ବିଭାଗ ପକ୍ଷରୁ ତା’ର ବାଡ ଏବଂ ଅନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ଏହି ପ୍ରାଣୀଗୁଡିକ ପ୍ରତି ବିପଦ ବଢିଚାଲିଛି। ବିଶେଷକରି ହରିଣମାନଙ୍କ ନିରାପଦ ଖାଦ୍ୟ ସଂଗ୍ରହ ପାଇଁ ଏକ ମିଡୋ (ଘାସ ଚାଷ) କରାଯିବା ଜରୁରୀ ଥିବାବେଳେ ତାହା ଏଯାଏ କରାଯାଇ ପାରିନାହିଁ। ହଂସୁଆର ଉତ୍ତର ପାର୍ଶ୍ୱରେ ଟ୍ରେନ୍‌ ଲାଇନ୍‌ ଯାଇଛି। ଅନେକ ସମୟରେ ହରିଣମାନେ ଏହି ଟ୍ରେନ୍‌ ଲାଇନ ଆଡକୁ ଖାଦ୍ୟ ଅନ୍ବେଷଣରେ ଯାଇ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଏହି ପାର୍ଶ୍ୱରେ ତାର ବାଡ ପାଇଁ ବିଭିନ୍ନ ସମୟରେ ପରିବେଶପ୍ରେମୀ ଦାବି କରି ଆସୁଛନ୍ତି। ଏଥିସହ ଜଙ୍ଗଲରେ ଶୁଖିଲା ରହୁଥିବା ପୋଖରୀ ସବୁବେଳେ ଯେପରି ଜଳପୂର୍ଣ୍ଣ ରହିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି। ଜଙ୍ଗଲରେ ବିଟ୍‌ ହାଉସ୍‌ ଥିବା ସତ୍ତ୍ୱେ ବହୁ ମୂଲ୍ୟବାନ ବୃକ୍ଷ ଚୋରା ଚାଲାଣ ଚାଲିଛି। ଫଳରେ ବନ୍ୟପ୍ରାଣୀ ପ୍ରଭାବିତ ହେଉଛନ୍ତି। ଜଙ୍ଗଲ ଭିତରେ ଖରାଦିନେ ନିଆଁ ଲାଗି ପ୍ରଭୃତ କ୍ଷତି ହେଉଛି। ମେ ୨୭ରେ ଅଗ୍ନିକାଣ୍ଡରେ ବହୁ ସଂଖ୍ୟକ ଔଷଧୀୟ ସାଙ୍ଗକୁ ଅନ୍ୟ କମ୍‌ ଉଚ୍ଚର କଣ୍ଟା ବାଉଁଶ, କେନ୍ଦୁ, କୋଚିଲା ଆଦି ଗଛ ପୋଡି ଯାଇଥିଲା। ସିଗାରେଟ୍‌ କିମ୍ବା ବିଡି ଟାଣୁଥିବା ଲୋକ ଏହା ପକାଇ ଦେଇଥିବାରୁ ଏଭଳି ଅଘଟଣ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ତେଣୁ ପରିବେଶ ସୁରକ୍ଷା ନେଇ ପ୍ରତ୍ୟେକ ମିଳିତ ଭାବେ ଉଦ୍ୟମ କରିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ଧଳତଙ୍ଗଗଡ଼ ରେଞ୍ଜ ଅଫିସର ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ପଚାରିବାରୁ ହରିଣ ସୁରକ୍ଷା ନେଇ ପଦକ୍ଷେପ ନିଆଯାଇଛି। ୧୨ ଜଣ ପିଲା ଟ୍ରେନ ଲାଇନ୍‌ ଜଗୁଛନ୍ତି। ନିଆଁରୁ ରକ୍ଷା ପାଇଁ ଫାୟାର ଲାଇନ୍‌ କରାଯାଇଛି। ଗଛ ଚୋରା ଚାଲାଣ ରୋକିବାକୁ ମଧ୍ୟ ପାଟ୍ରୋଲିଂ କଡାକଡି କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri