ଅବକ୍ଷୟମୁଖୀ ଜଙ୍ଗଲ, ଅସୁରକ୍ଷିତ ବନ୍ୟପ୍ରାଣୀ

ଜଗତ୍‌ସିଂହପୁର ଅଫିସ, ୫।୬: ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି। ବର୍ଯ୍ୟବସ୍ତୁ, ଯାନବାହାନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା ସହ ପ୍ରତି ଦେଶ ଦାୟିତ୍ୱବାନ ହେବାକୁ ପରାମର୍ଶ ଦିଆଯାଉଛି। ଏହିକ୍ରମରେ ଭାରତ ସରକାର ବୃକ୍ଷରୋପଣଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଉଥିବା କୁହାଯାଉଛି। ଅନୁରୂପ ଭାବେ ପ୍ରତି ରାଜ୍ୟ ସରକାର ମଧ୍ୟ ପରିବେଶ ସୁରକ୍ଷା ଉପରେ ଦାୟିତ୍ୱବାନ ଥିବା କହୁଛନ୍ତି। ବିଶ୍ୱ ପରିବେଶ ଦିବସରେ ଏସବୁ ଉପରେ ବିସ୍ତୃତ ଆଲୋଚନା ସହ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଉଛି। କିନ୍ତୁ ଏହି ଦିବସର ମାହାତ୍ମ୍ୟ ଦିନକୁ ଦିନ କମିବାରେ ଲାଗିଛି। ରବିବାର ବିଶ୍ୱ ପରିବେଶ ଦିବସ ହୋଇଥିଲେ ସୁଦ୍ଧା ଜିଲାରେ ସେଭଳି କିଛି କାର୍ଯ୍ୟକ୍ରମ ହେବାକୁ ଥିବା ନଜରକୁ ଆସିନି। ଯଦି ବି ହେବ ତାହା କେବଳ ଉପର ଠାଉରିଆ। ପ୍ରତିବର୍ଷ ବୃକ୍ଷରୋପଣ ନଁାରେ କୋଟି କୋଟି ଟଙ୍କା ଖର୍ଚ୍ଚ ଦର୍ଶାଯାଉଛି। ହେଲେ ଯେତିକି ଗଛ ଲାଗୁଛି ତାହା ଠାରୁ ଯଥେଷ୍ଟ କଟା ଚାଲିଛି। ଯାହାଦ୍ୱାରା ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ।
ଜଗତ୍‌ସିଂହପୁର ଜିଲାରେ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଚାରା ରୋପଣ କରାଯାଉଥିବା ଦର୍ଶାଯାଉଛି। କିନ୍ତୁ ବାସ୍ତବରେ ଏହା କେବଳ କାଗଜପତ୍ରରେ ସୀମିତ। ଅତୀତରେ ରେଢୁଆରୁ ପୁରୁଣାବସନ୍ତ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱରେ ବୃକ୍ଷରୋପଣ ହୋଇଥିଲା। ବିଶେଷକରି ଆକାଶିଆ, ରାଧାଚୂଡା, କୃଷ୍ଣ ଚୂଡା, ଶିଶୁ, କଦମ୍ବ ଓ ନିମ୍ବ ଆଦି ଗଛ ଲାଗିଥିଲା। ଉଦ୍ଦେଶ୍ୟ ଥିଲା ମୂର୍ତ୍ତିକା ସଂରକ୍ଷଣ ସହ ସୁନ୍ଦର ପରିବେଶ ସୃଷ୍ଟି କରିବା। ଏଥିସହ ବାଟୋଇଙ୍କୁ ପ୍ରବଳ ଖରା ସମୟରେ ଛାଇ ପ୍ରଦାନ କରିବା। କିନ୍ତୁ ଲାଗିଥିବା ଗଛଗୁଡିକ ମଧ୍ୟରୁ ଶତାଧିକ ଆବଶ୍ୟକ ଯତ୍ନ ଅଭାବରୁ ମରିଯାଇଥିଲା। ଅବଶିଷ୍ଟ ସହସ୍ରାଧିକ ଗଛ ବହୁ କଷ୍ଟରେ ବଡ ହେବା ସହ ମୋଟା ହୋଇଯାଇଥିଲା। ଦୁଃଖର କଥା ହେଲା କିଛି ମାସ ଭିତରେ ଏହି ଗଛଗୁଡିକ ଉପରେ ଜଙ୍ଗଲ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଥିଲା। ସେମାନେ କେତେଜଣ ଅସାଧୁ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଅନେକ ଗଛ ଚୋରା ଚାଲାଣ କରିବାରେ ସଫଳ ହୋଇଥିଲେ। ତା’ ପରେ ବାତ୍ୟା ପ୍ରଭାବରେ କେତେକ ଗଛ କ୍ଷତିଗ୍ରସ୍ତ ହୋଇଥିଲା। ଏହିପରି ବିଭିନ୍ନ ମାଧ୍ୟମରେ ପାଖାପାଖି ୭୦% ଗଛ ଏହି ରାସ୍ତାପାର୍ଶ୍ୱରୁ ଉଭ୍ଭାନ ହୋଇଯାଇଛି। ନିକଟରେ ପୁରୁଣାବସନ୍ତଠାରୁ ନାଲିବର ୨ କି.ମି. ପର୍ଯ୍ୟନ୍ତ ନୂଆ ଗଛ ଲାଗିଛି। ସେଥିମଧ୍ୟରୁ କେତୋଟି ବଞ୍ଚତ୍କି ରହିବ ତାହା ସମୟ କହିବ।
ଅନ୍ୟପକ୍ଷେ ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲ ଦିନକୁଦିନ ଅସୁରକ୍ଷିତ ହୋଇପଡୁଛି। ଏହି ଜଙ୍ଗଲ ବିଶେଷକରି ହରିଣମାନଙ୍କ ପାଇଁ ପରିଚିତ। ଏଠାରେ ଥିବା ଶତାଧିକ ହରିଣ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାନ୍ତି। କେବଳ ଏତିକି ନୁହେଁ ଏହି ଜଙ୍ଗଲରେ ବହୁ ସଂଖ୍ୟକ ଠେକୁଆ, ହେଟା ବାଘ, ଝିଙ୍କ, ସାଳିଆପତନି, କଟାସ, ବିଲୁଆ ଏବଂ ସରୀସୃପ ଆଦି ଥିବା ଜାଣିବାକୁ ମିଳେ। ହେଲେ ପ୍ରତ୍ୟେକ ଅସୁରକ୍ଷିତ। ବନ ବିଭାଗ ପକ୍ଷରୁ ତା’ର ବାଡ ଏବଂ ଅନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ଏହି ପ୍ରାଣୀଗୁଡିକ ପ୍ରତି ବିପଦ ବଢିଚାଲିଛି। ବିଶେଷକରି ହରିଣମାନଙ୍କ ନିରାପଦ ଖାଦ୍ୟ ସଂଗ୍ରହ ପାଇଁ ଏକ ମିଡୋ (ଘାସ ଚାଷ) କରାଯିବା ଜରୁରୀ ଥିବାବେଳେ ତାହା ଏଯାଏ କରାଯାଇ ପାରିନାହିଁ। ହଂସୁଆର ଉତ୍ତର ପାର୍ଶ୍ୱରେ ଟ୍ରେନ୍‌ ଲାଇନ୍‌ ଯାଇଛି। ଅନେକ ସମୟରେ ହରିଣମାନେ ଏହି ଟ୍ରେନ୍‌ ଲାଇନ ଆଡକୁ ଖାଦ୍ୟ ଅନ୍ବେଷଣରେ ଯାଇ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଏହି ପାର୍ଶ୍ୱରେ ତାର ବାଡ ପାଇଁ ବିଭିନ୍ନ ସମୟରେ ପରିବେଶପ୍ରେମୀ ଦାବି କରି ଆସୁଛନ୍ତି। ଏଥିସହ ଜଙ୍ଗଲରେ ଶୁଖିଲା ରହୁଥିବା ପୋଖରୀ ସବୁବେଳେ ଯେପରି ଜଳପୂର୍ଣ୍ଣ ରହିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି। ଜଙ୍ଗଲରେ ବିଟ୍‌ ହାଉସ୍‌ ଥିବା ସତ୍ତ୍ୱେ ବହୁ ମୂଲ୍ୟବାନ ବୃକ୍ଷ ଚୋରା ଚାଲାଣ ଚାଲିଛି। ଫଳରେ ବନ୍ୟପ୍ରାଣୀ ପ୍ରଭାବିତ ହେଉଛନ୍ତି। ଜଙ୍ଗଲ ଭିତରେ ଖରାଦିନେ ନିଆଁ ଲାଗି ପ୍ରଭୃତ କ୍ଷତି ହେଉଛି। ମେ ୨୭ରେ ଅଗ୍ନିକାଣ୍ଡରେ ବହୁ ସଂଖ୍ୟକ ଔଷଧୀୟ ସାଙ୍ଗକୁ ଅନ୍ୟ କମ୍‌ ଉଚ୍ଚର କଣ୍ଟା ବାଉଁଶ, କେନ୍ଦୁ, କୋଚିଲା ଆଦି ଗଛ ପୋଡି ଯାଇଥିଲା। ସିଗାରେଟ୍‌ କିମ୍ବା ବିଡି ଟାଣୁଥିବା ଲୋକ ଏହା ପକାଇ ଦେଇଥିବାରୁ ଏଭଳି ଅଘଟଣ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ତେଣୁ ପରିବେଶ ସୁରକ୍ଷା ନେଇ ପ୍ରତ୍ୟେକ ମିଳିତ ଭାବେ ଉଦ୍ୟମ କରିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ଧଳତଙ୍ଗଗଡ଼ ରେଞ୍ଜ ଅଫିସର ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ପଚାରିବାରୁ ହରିଣ ସୁରକ୍ଷା ନେଇ ପଦକ୍ଷେପ ନିଆଯାଇଛି। ୧୨ ଜଣ ପିଲା ଟ୍ରେନ ଲାଇନ୍‌ ଜଗୁଛନ୍ତି। ନିଆଁରୁ ରକ୍ଷା ପାଇଁ ଫାୟାର ଲାଇନ୍‌ କରାଯାଇଛି। ଗଛ ଚୋରା ଚାଲାଣ ରୋକିବାକୁ ମଧ୍ୟ ପାଟ୍ରୋଲିଂ କଡାକଡି କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଆକ୍ରମଣରେ ୨ ଗୁରୁତର

ଲଖନପୁର,୧୦।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତବର୍ତ୍ତୀ ୧୯ଖଣ୍ଡ ମୌଜା କନକତୋର ପଞ୍ଚାୟତର ଲୁହାବଗା ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି ।...

ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲୁଛି ତାଲା: ସିଡିପିଓଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ

ପାଟଣା,୨୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାରଠାରୁ ବ୍ଲକରେ କାର୍ଯ୍ୟରତ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ଓ...

ଜନଶୁଣାଣିକୁ ବିରୋଧ, କର୍ମଚାରୀଙ୍କୁ ମାର୍‌ପିଟ୍‌

ଝାରସୁଗୁଡ଼ା ଅଫିସ,୧୦।୬: ରାମ୍‌କୀ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପ୍ରକଳ୍ପ ନିର୍ମାଣ ପାଇଁ ଝାରସୁଗୁଡ଼ା ଜିଲା ଲଖନପୁର ସମଲେଇ ପଡ଼ିଆରେ ଶୁକ୍ରବାର ହେବାକୁ ଥିବା ଜନଶୁଣାଣିକୁ...

ଖଣି ଅଞ୍ଚଳରେ ଓଭରଲୋଡିଂ

ଯାଜପୁର ଅଫିସ,୨୦ା୧୨: ଯାଜପୁର ଜିଲାରେ ପଥରକ୍ବାରି ଓ କ୍ରଶର ସମେତ ବାଲି ଖାଦାନଗୁଡ଼ିକରୁ ଓଭରଲୋଡିଂ ଗାଡ଼ି ଚଳାଚଳ ଅଣାୟତ୍ତ ହୋଇଛି। ବିଶେଷକରି ସୁକିନ୍ଦା ଅଞ୍ଚଳକୁ ଢେଙ୍କାନାଳ...

ଜଗନ୍ନାଥ ଲେଙ୍କା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ସଦସ୍ୟ

କଟକ ଅଫିସ,୨୧।୮: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌ ସଦସ୍ୟ ଭାବେ ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ନିଯୁକ୍ତି ଦିଆଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି...

ବିଛାଖଣ୍ଡିରେ ଚାଲିଥିବା ବେଆଇନ କ୍ରଶର ଉଚ୍ଛେଦ: ପ୍ରଶାସନ ନିକଟରେ ପୈଠ କରିପାରିଲେନି ଗୁରୁତ୍ୱପୂର୍ଣ୍ଣ କାଗଜ

ଜେନାପୁର,୪।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡିଠାରେ ବେଆଇନ ଭାବେ ଚାଲୁଥିବା କ୍ରଶରକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ତେବେ ପୂର୍ବରୁ...

କଟାଗଲା ୪୫୦୦୦ ଗଞ୍ଜେଇ ଗଛ

ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ,ପାପରମେଟେଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଡିଭିଏଫ୍‌ ସହଯୋଗରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା...

ବ୍ୟାଙ୍କ ଜରିଆରେ ବାର୍ଦ୍ଧକ୍ୟ ଭତ୍ତା ଏକ ପ୍ରହସନ

ବୈପାରିଗୁଡା,୨୩।୫ (ଡି.ଏନ୍‌.ଏ.): ସାମାଜିକ ସୁରକ୍ଷା ଯୋଜନାରେ ଅସହାୟ ଗରିବ ବୃଦ୍ଧାବୃଦ୍ଧଙ୍କୁ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ମାସିକ ୫୦୦ ଟଙ୍କା ମିଳିଥାଏ ା ଉକ୍ତ ସହାୟତା ରାଶି...

Advertisement
Archives

Model This Week