ଖୁବ୍‌ଶୀଘ୍ର ଦ୍ୱିଗୁଣିତ ହେବ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୬ା୫: ଭାରତରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ରେକର୍ଡ ଭାଙ୍ଗି ଚାଲିଛି। ଯଦି ଏହି କ୍ରମାଗତ ଜାରି ରୁହେ ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ ଦେଶରେ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣ ହୋଇପାରେ ବୋଲି ବାଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସର ଏକ ବିଶେଷଜ୍ଞ ଟିମ୍‌ ଚେତାବନୀ ଦେଇଛନ୍ତି। ଜୁନ ୧୧ ସୁଦ୍ଧା ଭାରତରେ ୪,୦୪,୦୦୦ ନିକଟତର ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଭାରତକୁ ସବୁଠୁ ବଡ ସ୍ବାସ୍ଥ୍ୟ ସଙ୍କଟରେ ପକାଇଥିବା କୋଭିଡ୍‌ର ଦ୍ୱିତୀୟ ଲହର ଆସନ୍ତା ସପ୍ତାହରେ ସ୍ଥିତି ଆହୁରି ଖରାପ କରିପାରେ। ଏପରିକି ଜୁଲାଇ ମାସ ଶେଷ ସୁଦ୍ଧା ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ପାର୍‌ କରିବାରେ ବୋଲି ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଏଶନ ପ୍ରତିଷ୍ଠାନ ପକ୍ଷରୁ ଆକଳନ କରାଯାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅଧା ଭାରତରେ

ଗତ ସପ୍ତାହରେ ବିଶ୍ୱରେ ରିପୋର୍ଟ ହୋଇଥିବା ନୂଆ କୋଭିଡ-୧୯ ମାମଲା ମଧ୍ୟରୁ ଅଧା କେବଳ ଭାରତରେ ବୋଲି ବୁଧବାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) କହିଛି। ସାପ୍ତାହିକ ମହାମାରୀ ସମ୍ବନ୍ଧୀୟ ରିପୋର୍ଟରେ ଡବ୍ଲ୍ୟୁଏଚ୍‌ଓ କହିଛି, ବିଶ୍ୱର ନୂଆ ମୋଟ ମାମଲା ମଧ୍ୟରୁ ୪୬ ପ୍ରତିଶତ ଏବଂ ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ୨୫ ପ୍ରତିଶତ କେବଳ ଭାରତର ନାଗରିକ। କ୍ରମାଗତ ୧୪ ଦିନ ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁଥିବାବେଳେ ବୁଧବାର ମୃତୁସଂଖ୍ୟା (୩,୭୮୦) ସର୍ବକାଳୀନ ରେକର୍ଡ କରିଛି।

ବେଙ୍ଗାଲୁରୁ: ୨ ନମୁନାରୁ ଗୋଟିଏ ପଜିଟିଭ୍‌

କର୍ନାଟକର ବେଙ୍ଗାଲୁରୁରେ କୋଭିଡ୍‌-୧୯ ସ୍ଥିତି ଚିନ୍ତାଜନକ ହୋଇଛି। କରୋନା ଟେଷ୍ଟ କରାଉଥିବା ପ୍ରତି ୨ ଜଣରେ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସୁଛି। ସୋମବାର ଏହି ସହରରେ ପଜିଟିଭ ଚିହ୍ନଟ ହାର ସର୍ବକାଳୀନ ରେକର୍ଡ କରି ୫୫ ପ୍ରତିଶତରେ ପହଞ୍ଚିଥିଲା। ତେବେ ମଙ୍ଗଳବାର ଏଥିରେ ସାମାନ୍ୟ ସୁଧାର ଆସି ୩୩ ପ୍ରତିଶତ ହୋଇଥିଲା। ଏଠାରେ ସକ୍ରିୟ ମାମଲା ୩ ଲକ୍ଷ ଟପିଛି। ମଙ୍ଗଳବାର ବେଙ୍ଗାଲୁରୁରୁ ୨୦,୮୭୦ ସଂକ୍ରମିତ ଚିହ୍ନଟ ହୋଇଥିଲା। କର୍ନାଟକରେ ମୋଟ ୨୯୨ ମୃତକଙ୍କ ମଧ୍ୟରୁ ୧୩୨ ଜଣ କେବଳ ବେଙ୍ଗାଲୁରର ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?