ଖୁବ୍‌ଶୀଘ୍ର ଦ୍ୱିଗୁଣିତ ହେବ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୬ା୫: ଭାରତରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ରେକର୍ଡ ଭାଙ୍ଗି ଚାଲିଛି। ଯଦି ଏହି କ୍ରମାଗତ ଜାରି ରୁହେ ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ ଦେଶରେ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣ ହୋଇପାରେ ବୋଲି ବାଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସର ଏକ ବିଶେଷଜ୍ଞ ଟିମ୍‌ ଚେତାବନୀ ଦେଇଛନ୍ତି। ଜୁନ ୧୧ ସୁଦ୍ଧା ଭାରତରେ ୪,୦୪,୦୦୦ ନିକଟତର ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଭାରତକୁ ସବୁଠୁ ବଡ ସ୍ବାସ୍ଥ୍ୟ ସଙ୍କଟରେ ପକାଇଥିବା କୋଭିଡ୍‌ର ଦ୍ୱିତୀୟ ଲହର ଆସନ୍ତା ସପ୍ତାହରେ ସ୍ଥିତି ଆହୁରି ଖରାପ କରିପାରେ। ଏପରିକି ଜୁଲାଇ ମାସ ଶେଷ ସୁଦ୍ଧା ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ପାର୍‌ କରିବାରେ ବୋଲି ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଏଶନ ପ୍ରତିଷ୍ଠାନ ପକ୍ଷରୁ ଆକଳନ କରାଯାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅଧା ଭାରତରେ

ଗତ ସପ୍ତାହରେ ବିଶ୍ୱରେ ରିପୋର୍ଟ ହୋଇଥିବା ନୂଆ କୋଭିଡ-୧୯ ମାମଲା ମଧ୍ୟରୁ ଅଧା କେବଳ ଭାରତରେ ବୋଲି ବୁଧବାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) କହିଛି। ସାପ୍ତାହିକ ମହାମାରୀ ସମ୍ବନ୍ଧୀୟ ରିପୋର୍ଟରେ ଡବ୍ଲ୍ୟୁଏଚ୍‌ଓ କହିଛି, ବିଶ୍ୱର ନୂଆ ମୋଟ ମାମଲା ମଧ୍ୟରୁ ୪୬ ପ୍ରତିଶତ ଏବଂ ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ୨୫ ପ୍ରତିଶତ କେବଳ ଭାରତର ନାଗରିକ। କ୍ରମାଗତ ୧୪ ଦିନ ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁଥିବାବେଳେ ବୁଧବାର ମୃତୁସଂଖ୍ୟା (୩,୭୮୦) ସର୍ବକାଳୀନ ରେକର୍ଡ କରିଛି।

ବେଙ୍ଗାଲୁରୁ: ୨ ନମୁନାରୁ ଗୋଟିଏ ପଜିଟିଭ୍‌

କର୍ନାଟକର ବେଙ୍ଗାଲୁରୁରେ କୋଭିଡ୍‌-୧୯ ସ୍ଥିତି ଚିନ୍ତାଜନକ ହୋଇଛି। କରୋନା ଟେଷ୍ଟ କରାଉଥିବା ପ୍ରତି ୨ ଜଣରେ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସୁଛି। ସୋମବାର ଏହି ସହରରେ ପଜିଟିଭ ଚିହ୍ନଟ ହାର ସର୍ବକାଳୀନ ରେକର୍ଡ କରି ୫୫ ପ୍ରତିଶତରେ ପହଞ୍ଚିଥିଲା। ତେବେ ମଙ୍ଗଳବାର ଏଥିରେ ସାମାନ୍ୟ ସୁଧାର ଆସି ୩୩ ପ୍ରତିଶତ ହୋଇଥିଲା। ଏଠାରେ ସକ୍ରିୟ ମାମଲା ୩ ଲକ୍ଷ ଟପିଛି। ମଙ୍ଗଳବାର ବେଙ୍ଗାଲୁରୁରୁ ୨୦,୮୭୦ ସଂକ୍ରମିତ ଚିହ୍ନଟ ହୋଇଥିଲା। କର୍ନାଟକରେ ମୋଟ ୨୯୨ ମୃତକଙ୍କ ମଧ୍ୟରୁ ୧୩୨ ଜଣ କେବଳ ବେଙ୍ଗାଲୁରର ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri