ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ମୃତ୍ୟୁସଂଖ୍ୟା ୪୪,୦୦୦ ଟପିଲା

ଡେଇର ଅଲ୍‌-ବଲାହ,୨୧ା୧୧:ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ୧୩ ମାସ ହେଲା ଯୁଦ୍ଧ ଲାଗିରହିଥିବାବେଳେ ଗାଜାଷ୍ଟ୍ରିପ୍‌ରେ ମୃତ୍ୟୁସଂଖ୍ୟା ୪୪,୦୦୦ ଟପିଲାଣି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ କେତେଜଣ ହମାସ୍‌ ଆତଙ୍କବାଦୀ ଏବଂ କେତେ ସାଧାରଣ ନାଗରିକ ଅଛନ୍ତି, ତାହା ଜଣାପଡ଼ି ନାହିଁ। ତେବେ ମୃତ ମହିଳା ଓ ଛୋଟ ପିଲାଙ୍କ ସଂଖ୍ୟା ଅର୍ଦ୍ଧାଧିକ ରହିଛି। ଅନ୍ୟପକ୍ଷରେ ଇସ୍ରାଏଲ୍‌ ୧୭,୦୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଦାବି କରିଥିବାବେଳେ ଏନେଇ କୌଣସି ପ୍ରମାଣ ଦେଖାଇପାରି ନାହିଁ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଯୁଦ୍ଧରେ ୪୪,୦୫୬ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୦୪,୨୬୮ ଆହତ ହୋଇଛନ୍ତି। ତେବେ ଭଗ୍ନାବଶେଷ ତଳେ ବହୁ ମୃତଦେହ ରହିଯାଇଥିବାବେଳେ କେତେକ ଆକ୍ରମଣ ସ୍ଥଳରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ପହଞ୍ଚତ୍ପାରି ନ ଥିବାରୁ ପ୍ରକୃତ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ହୋଇଥିବା କୁହାଯାଉଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀ ଇସ୍ରାଏଲ୍‌ ଉପରେ ଅଚାନକ ଆକ୍ରମଣ କରି ୧,୨୦୦ ଲୋକଙ୍କୁ ହତ୍ୟା କରିବା ସହ ୨୫୦ ଜଣଙ୍କୁ ପଣବନ୍ଦୀ କରିନେବା ପରେ ଇସ୍ରାଏଲ୍‌ ଯୁଦ୍ଧ ଘୋଷଣା କରିଥିଲା। ଏବେ ବି ଗାଜାରେ ପ୍ରାୟ ୧୦୦ ପଣବନ୍ଦୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri