ବିଭିନ୍ନ ସମସ୍ୟାକୁ ନେଇ ତାତିଲେ ଲୋକେ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତରେ ମଙ୍ଗଳବାର ଜଣେ ବୃଦ୍ଧା ନାଳରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଉକ୍ତ ଅଞ୍ଚଳର ଶାନ୍ତି ବଳିୟାର ସିଂ। ସ୍ଥାନୀୟ ଲୋକେ ତାଙ୍କୁ ନାଳରୁ ଉଦ୍ଧାର କରି ଗଦାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ତେବେ ସେଠାରେ ଫର୍ମାସିଷ୍ଟ କିମ୍ବା ଡାକ୍ତର କେହି ନଥିଲେ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ତାଲା ଝୁଲୁଥିଲା। ଫଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ ବୃଦ୍ଧାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇପାରି ନ ଥିଲା। ଫଳରେ ମୃତଦେହ ଗଦାପୁରରୁ ବ୍ରାହ୍ମଣୀଗାଁ ଓ ସେଠାରୁ ପୁଣି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ମଧ୍ୟାହ୍ନରେ ଅଣାଯାଇଛି। ଏହାକୁ ନେଇ ଗଦାପୁର ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହ ଡାକ୍ତର ନିୟମିତ ଡ୍ୟୁଟି କରୁ ନ ଥିବା ଅଭିଯୋଗ ହେବା ସହ ଗଦାପୁର ଅଞ୍ଚଳରେ ପାଣି ସମସ୍ୟା ମଧ୍ୟ ଲାଗିରହିଛି। ଯଦି ପାଣି ଥାଆନ୍ତା ତେବେ ବୃଦ୍ଧା ଜଣକ କାହିଁକି ନାଳକୁ ଗାଧୋଇବାକୁ ଯାଇ ମୃତ୍ୟୁବରଣ କରିଥାନ୍ତେ ବୋଲି ଅଭିଯୋଗ ହୋଇଛି।

ସେହିପରି ଅଞ୍ଚଳରେ ମୋବାଇଲ ନେଟ୍‌ଓ୍ବର୍କ ସେବା ବାରମ୍ବାର ଅଚଳ ଏବଂ ଦୀର୍ଘଦିନ ହେଲା ଡାକ୍ତର ପଦବୀ ଖାଲି ଯୋଗୁ ବୁଧବାର ଶହ ଶହ ଲୋକ ଗଦାପୁର ବଜାର ଛକରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମସ୍ତ ଚଳାଚଳ କରୁଥିବା ଗାଡ଼ିମୋଟରକୁ ଅଟକ ରଖିଛନ୍ତି। ବିଭିନ୍ନ ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏମିତିକି ଗଦାପୁରଠାରୁ ଯାଉଥିବା ସମସ୍ତ ପ୍ରକାର ସରକାରୀ ଏବଂ ବେସରକାରୀ ବସ୍‌କୁ ଯିବାକୁ ଦେଉନାହାନ୍ତି। ସେମାନଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି।

ପ୍ରକାଶ ଯେ, ଦାରିଙ୍ଗବାଡ଼ି ବ୍ଲକ ହେଡ୍‌କ୍ୱାର୍ଟରଠାରୁ ଗଦାପୁରର ଦୂରତା ପ୍ରାୟ ୪୦ କିମି। ସେଠାରେ ଏକମାତ୍ର ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ସେବା ରହିଥିବା ବେଳେ ନିୟମିତ ଏହି ସେବା ଲୋକଙ୍କୁ ମିଳୁନି। ଫଳରେ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଡକାଇବା ସମ୍ଭବ ହେଉନାହିଁ। ସେହିପରି କ୍ଷୁଦ୍ର ବ୍ୟାଙ୍କ ସେବା ସହ ଅନଲାଇନ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ଭୋଗୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ତାଙ୍କୁ ପଡ଼ୋଶୀ ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଯାଇଛି। ଫାର୍ମାସିଷ୍ଟ ଅଛନ୍ତି କିନ୍ତୁ ସେ ନିୟମିତ ଗଦାପୁରରେ ରହୁନାହାନ୍ତି ଆସି ଡ୍ୟୁଟି କରି ସେ ବ୍ରାହ୍ମଣୀଗାଁରେ ରହିଛନ୍ତି। ଫଳରେ ସେଠାରେ ରୋଗୀ ସେବା ବ୍ୟାହତ ହୋଇଛି। ପୋଲିସ ବୃଦ୍ଧାଙ୍କ ନାଳରେ ବୁଡି ମୃତ୍ୟୁ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା (୬/୨୫)ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ, ବ୍ରାହ୍ମଣୀଗାଁ ଆଇଆଇସି ବିଜୟ କୁମାର ହାଇବୁରୁ, ସବଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ସଦଳବଳ ଗଦାପୁରରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଖବର ଲେଖାହେବା ସୁଦ୍ଧା ଆନ୍ଦୋଳନ ଅବ୍ୟାହତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

NEET ପେପର ଲିକ୍ ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରାହୁଲ, ଶିକ୍ଷାମନ୍ତ୍ରୀଙ୍କୁ କାହିଁକି….

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ NEET ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ଉଠାଇ ସେ…

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

ନିଆରା ପ୍ରେମ… ଚତୁର୍ଥ ଥର ପାଇଁ ବର ହେଲେ ୬୫ ବର୍ଷୀୟ ବୃଦ୍ଧ, ୬୨ ବର୍ଷୀୟ ବୃଦ୍ଧାଙ୍କୁ କଲେ ବିବାହ

ପାଟନା,୧୭ା୫: କୁହାଯାଏଯେ ପ୍ରେମ ଏବଂ ସାଥିର କୌଣସି ବୟସ ନଥାଏ । ଏହି ଭାବନାର ଏକ ହୃଦୟସ୍ପର୍ଶୀ ଉଦାହରଣ ବିହାରର ଜାମୁଇ ଜିଲାରୁ ସାମ୍ନାକୁ ଆସିଛି ।…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

‘ମୋ ସ୍ତର ଏତେ ତଳକୁ ଖସିନାହିଁ..’, ବିଜୟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୧୭ା୫: ସାଉଥ ସୁପରଷ୍ଟାର ରଜନୀକାନ୍ତ ରବିବାର (୧୭ ମଇ) ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ, ସେ ତାମିଲନାଡୁ ବିଧାନସଭା ନିର୍ବାଚନ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

TMC କାର୍ଯ୍ୟାଳୟରୁ ୧୦୦ରୁ ଅଧିକ ଆଧାର କାର୍ଡ ଜବତ; ସରକାରୀ ଜମିର ଅବୈଧ କ୍ରୟ-ବିକ୍ରୟ ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ

କୋଲକାତା,୧୭।୫: ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ, ଏକ ଟିଏମସି କାର୍ଯ୍ୟାଳୟରୁ ସରକାରୀ ଜମିର ଅବୈଧ କିଣାବିକା ସହିତ ଜଡିତ କାଗଜପତ୍ର ସହିତ ୧୦୦…

ମଦ ଉପରେ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କଲେ ସରକାର, କମିବ ଦର!

ବେଙ୍ଗାଲୁରୁ,୧୭।୫: ମଦକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକ ସରକାର ମଦ ଉପରେ ଟିକସ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri