ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ଚାରିଧାମ ଯଥା ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଯାତ୍ରା ଏକ ଧାର୍ମିକ ଯାତ୍ରା। ଏହି ଚାରିଧାମ ଯାତ୍ରା ମୁଖ୍ୟତଃ ପାଣିିପାଗ ସ୍ଥିତିକୁ ଲକ୍ଷ୍ୟ କରି ପ୍ରତିବର୍ଷ ଏପ୍ରିଲ-ମେ’ରୁ ଆରମ୍ଭ ହୋଇ ଅକ୍ଟୋବର-ନଭେମ୍ବରରେ ଶେଷ କରାଯାଇଥାଏ। ଚଳିତ ବର୍ଷ ମେ ୧୦ ଅକ୍ଷୟ ତୃତୀୟାରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଏବେ ସୁଦ୍ଧା ୯ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଚାରିଧାମ ଦର୍ଶନ କରିସାରିଲେଣି। ଗତବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ପାଖାପାଖି ୬୦ ପ୍ରତିଶତ ବୃଦ୍ଧି ପର୍ବତାଞ୍ଚଳ ପାଇଁ ସମସ୍ୟା ହୋଇଛି। ଯାତ୍ରାର ୧୬ ଦିନ ମଧ୍ୟରେ ମୋଟ ୫୮ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇସାରିଲାଣି। ଏମାନଙ୍କ ମଧ୍ୟରୁ ୪୦ ଜଣଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ ଏବଂ ସବୁଠୁ ଅଧିକ ୪୭ ତୀର୍ଥଯାତ୍ରୀଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏଠାରେ ମନେ ରଖିବାକୁ ହେବ ଯେ, ଭାରତର ସରକାରୀ ତଥ୍ୟ ସବୁବେଳେ ଏହିଭଳି ଆକଳନକୁ କମ୍‌ କରି ଦେଖାଇଥାଏ। ଏହା ଏକ ପରାଧୀନ ଦେଶର ପରିଚାଳକମାନଙ୍କର ମାନସିକତା । ଚାରିଧାମ ଯାତ୍ରାରେ ଯାଇଥିବା ଭକ୍ତମାନଙ୍କ ମୃତ୍ୟୁ ସଂଖ୍ୟାକୁ ଦେଖି ଉତ୍ତରାଖଣ୍ଡ ରାଜ୍ୟ ସରକାର ଶ୍ରଦ୍ଧାଳୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ଅଧିକ ଜୋର୍‌ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଭଳି ୨୦୨୩ରେ ଚାରିଧାମ ଯାତ୍ରାରେ ୨୫୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୨ରେ ଏହି ସଂଖ୍ୟା ଥିଲା ୩୦୦। ବିଶେଷକରି ହିମାଳୟ ଅଞ୍ଚଳରେ ସମୁଦ୍ରପତ୍ତନର ପ୍ରାୟ ୩୦୦୦ରୁ ୪୦୦୦ ମିଟର ଉଚ୍ଚରେ ଯାତ୍ରା କରିବା ଦ୍ୱାରା ଏଭଳି ମୃତ୍ୟୁ ହେଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। କାରଣ ଏହି ଉଚ୍ଚତାରେ ଅମ୍ଳଜାନ ପରିମାଣ କମ୍‌ ଥାଏ। ସେଥିପାଇଁ ହୃଦ୍‌ରୋଗ, ଫୁସ୍‌ଫୁସ୍‌ ସମସ୍ୟା ଥିବା ବ୍ୟକ୍ତି, ନିଶ୍ୱାସ ପ୍ରଶ୍ୱାସ ସମସ୍ୟାରେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହିଭଳି ପାହାଡ଼ ଚଢା ମୃତ୍ୟୁମୁଖକୁ ଗଲାଭଳି ହୋଇପାରେ।
ଚାରିଧାମ ଯାତ୍ରା ପୂର୍ବରୁ ନାମ ପଞ୍ଜୀକରଣ ଓ ସ୍ବାସ୍ଥ୍ୟ ପରୀକ୍ଷା ହେଉଥିଲେ ମଧ୍ୟ ପ୍ରାରମ୍ଭରୁ ୧୬ ଦିନର ଯାତ୍ରାରେ ପ୍ରତିଦିନ ହାରାହାରି ୩ ଜଣଙ୍କ ମୃତ୍ୟୁ ଘଟିବା ସ୍ବାସ୍ଥ୍ୟ ଯାଞ୍ଚର ମାନ ଉପରେ ପ୍ରଶ୍ନ ଉଠାଇଛି। ଏହାବ୍ୟତୀତ ଚାରିଧାମ ଯାତ୍ରା ପାଇଁ ମଧ୍ୟପ୍ରଦେଶରୁ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ୫୦ ଜଣଙ୍କର ନକଲି ପଞ୍ଜୀକରଣ ହୋଇଥିବା ଜଣାପଡ଼ିବା ସହ ଏହି କାର୍ଯ୍ୟରେ ଲିପ୍ତ ଏଜେଣ୍ଟଙ୍କୁ ହରିଦ୍ୱାରରୁ ଗିରଫ କରାଯାଇଛି। ଏଥିରୁ ବୁଝାପଡ଼ୁଛି ଯେ, ଚାରିଧାମ ଯାତ୍ରାରେ ସ୍ବଚ୍ଛତା ବଜାୟ ରଖିବା ସମ୍ଭବ ହେଉନାହିଁ। ତୀର୍ଥଯାତ୍ରୀମାନେ ନକଲି ସ୍ବାସ୍ଥ୍ୟ ସାର୍ଟିଫିକେଟ ଦେଇ ଏହି ଯାତ୍ରାରେ ଯାଇଥିବାର ସନ୍ଦେହ କରାଯାଇପାରେ। ଗୋଟିଏ ପକ୍ଷରେ ଯାତ୍ରା ପ୍ରକିୟାରେ ତ୍ରୁଟିକୁ ମୃତ୍ୟୁ ପାଇଁ ଦାୟୀ କରାଯାଇପାରେ, କିନ୍ତୁ ଏହା ପଛରେ ଆଉ ଏକ ବଡ଼ କାରଣ ହେଉଛି ହିନ୍ଦୁ ଧର୍ମାବଲମ୍ବୀଙ୍କ ଧର୍ମୀୟ ବିଶ୍ୱାସ। ଧର୍ମ ବିଶ୍ୱାସ ସାଧାରଣ ଲୋକଙ୍କୁ ଅନ୍ଧ କରିଦିଏ। ନିକଟ ଅତୀତକୁ ଦେଖିଲେ ଅଧିକାଂଶ ବଡ଼ ଧରଣର ଦୁର୍ଘଟଣା, ଯେଉଁଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ଘଟୁଛି, ସାଧାରଣତଃ ଧାର୍ମିକ ଅଭିଯାନ ସମୟରେ ଘଟିଥାଏ। ୨୦୦୫ରେ ମହାରାଷ୍ଟ୍ର ମନ୍ଧେର ଦେବୀ ମନ୍ଦିରରେ ଦଳାଚକଟାରେ ୨୯୧ ଶ୍ରଦ୍ଧାଳୁ, ଜାନୁଆରୀ ୨୦୧୭ରେ ଘଟିଥିବା ଗଙ୍ଗାସାଗର ମେଳା ଦଳାଚକଟାରେ ୬ ଜଣଙ୍କର ଏବଂ ୧୯୯୯ର କେରଳ ସାବରିମାଳା ମନ୍ଦିର ଦଳାଚକଟାରେ ୫୩ ଜଣଙ୍କ ମୃତ୍ୟୁ ଭଳି ଅନେକ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ। ଭକ୍ତମାନଙ୍କ ମନରେ ଧର୍ମୀୟ ଅବଧାରଣା ଏମିତି ବସା ବାନ୍ଧିଛି ଯେ, କିଛି ଆଶା ପୂରଣ ଲାଗି ନିଜର ସ୍ବାସ୍ଥ୍ୟ ବିଷୟକୁ ଅଣଦେଖା କରୁଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଅବଗତ ଥାଇ ମଧ୍ୟ ବହୁ ତୀର୍ଥଯାତ୍ରୀ ହିମାଳୟର ଉଚ୍ଚ ଅଞ୍ଚଳରେ ଯାତ୍ରା କରିବାକୁ ପଛାଉନାହାନ୍ତି। ଏଭଳି ପ୍ରଚ୍ଛଦପଟରେ ଦେଶ ସମ୍ମୁଖରେ ଦୁଇଟି ପନ୍ଥା ରହିଛି। ପ୍ରଥମଟି ହେଉଛି ବିଧିବଦ୍ଧ ସରକାରୀ ଅନୁମତି ଲୋଡ଼ି ଏହିଭଳି କଷ୍ଟକର ଏବଂ ଭିଡ଼ ଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଉ। ଦ୍ୱିତୀୟଟି ହେଉଛି, ଯିଏ ଯିବ ସିଏ ନିଜେ ତାହାର ସମଗ୍ର ବନ୍ଦୋବସ୍ତ କରି ଏହି ଯାତ୍ରା ପୂରଣ କରିବ। ଚିନ୍ତା କଲେ, ଦ୍ୱିତୀୟଟି ସବୁଠାରୁ ଗ୍ରହଣୀୟ ମନେହେଉଛି।

ଏଭଳି ପ୍ରଚ୍ଛଦପଟରେ ଦେଶ ସମ୍ମୁଖରେ ଦୁଇଟି ପନ୍ଥା ରହିଛି। ପ୍ରଥମଟି ହେଉଛି ବିଧିବଦ୍ଧ ସରକାରୀ ଅନୁମତି ଲୋଡ଼ି ଏହିଭଳି କଷ୍ଟକର ଏବଂ ଭିଡ଼ ଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଉ। ଦ୍ୱିତୀୟଟି ହେଉଛି, ଯିଏ ଯିବ ସିଏ ନିଜେ ତାହାର ସମଗ୍ର ବନ୍ଦୋବସ୍ତ କରି ଏହି ଯାତ୍ରା ପୂରଣ କରିବ। ଚିନ୍ତା କଲେ, ଦ୍ୱିତୀୟଟି ସବୁଠାରୁ ଗ୍ରହଣୀୟ ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?