ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ଚାରିଧାମ ଯଥା ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଯାତ୍ରା ଏକ ଧାର୍ମିକ ଯାତ୍ରା। ଏହି ଚାରିଧାମ ଯାତ୍ରା ମୁଖ୍ୟତଃ ପାଣିିପାଗ ସ୍ଥିତିକୁ ଲକ୍ଷ୍ୟ କରି ପ୍ରତିବର୍ଷ ଏପ୍ରିଲ-ମେ’ରୁ ଆରମ୍ଭ ହୋଇ ଅକ୍ଟୋବର-ନଭେମ୍ବରରେ ଶେଷ କରାଯାଇଥାଏ। ଚଳିତ ବର୍ଷ ମେ ୧୦ ଅକ୍ଷୟ ତୃତୀୟାରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଏବେ ସୁଦ୍ଧା ୯ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଚାରିଧାମ ଦର୍ଶନ କରିସାରିଲେଣି। ଗତବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ପାଖାପାଖି ୬୦ ପ୍ରତିଶତ ବୃଦ୍ଧି ପର୍ବତାଞ୍ଚଳ ପାଇଁ ସମସ୍ୟା ହୋଇଛି। ଯାତ୍ରାର ୧୬ ଦିନ ମଧ୍ୟରେ ମୋଟ ୫୮ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇସାରିଲାଣି। ଏମାନଙ୍କ ମଧ୍ୟରୁ ୪୦ ଜଣଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ ଏବଂ ସବୁଠୁ ଅଧିକ ୪୭ ତୀର୍ଥଯାତ୍ରୀଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏଠାରେ ମନେ ରଖିବାକୁ ହେବ ଯେ, ଭାରତର ସରକାରୀ ତଥ୍ୟ ସବୁବେଳେ ଏହିଭଳି ଆକଳନକୁ କମ୍‌ କରି ଦେଖାଇଥାଏ। ଏହା ଏକ ପରାଧୀନ ଦେଶର ପରିଚାଳକମାନଙ୍କର ମାନସିକତା । ଚାରିଧାମ ଯାତ୍ରାରେ ଯାଇଥିବା ଭକ୍ତମାନଙ୍କ ମୃତ୍ୟୁ ସଂଖ୍ୟାକୁ ଦେଖି ଉତ୍ତରାଖଣ୍ଡ ରାଜ୍ୟ ସରକାର ଶ୍ରଦ୍ଧାଳୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ଅଧିକ ଜୋର୍‌ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଭଳି ୨୦୨୩ରେ ଚାରିଧାମ ଯାତ୍ରାରେ ୨୫୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୨ରେ ଏହି ସଂଖ୍ୟା ଥିଲା ୩୦୦। ବିଶେଷକରି ହିମାଳୟ ଅଞ୍ଚଳରେ ସମୁଦ୍ରପତ୍ତନର ପ୍ରାୟ ୩୦୦୦ରୁ ୪୦୦୦ ମିଟର ଉଚ୍ଚରେ ଯାତ୍ରା କରିବା ଦ୍ୱାରା ଏଭଳି ମୃତ୍ୟୁ ହେଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। କାରଣ ଏହି ଉଚ୍ଚତାରେ ଅମ୍ଳଜାନ ପରିମାଣ କମ୍‌ ଥାଏ। ସେଥିପାଇଁ ହୃଦ୍‌ରୋଗ, ଫୁସ୍‌ଫୁସ୍‌ ସମସ୍ୟା ଥିବା ବ୍ୟକ୍ତି, ନିଶ୍ୱାସ ପ୍ରଶ୍ୱାସ ସମସ୍ୟାରେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହିଭଳି ପାହାଡ଼ ଚଢା ମୃତ୍ୟୁମୁଖକୁ ଗଲାଭଳି ହୋଇପାରେ।
ଚାରିଧାମ ଯାତ୍ରା ପୂର୍ବରୁ ନାମ ପଞ୍ଜୀକରଣ ଓ ସ୍ବାସ୍ଥ୍ୟ ପରୀକ୍ଷା ହେଉଥିଲେ ମଧ୍ୟ ପ୍ରାରମ୍ଭରୁ ୧୬ ଦିନର ଯାତ୍ରାରେ ପ୍ରତିଦିନ ହାରାହାରି ୩ ଜଣଙ୍କ ମୃତ୍ୟୁ ଘଟିବା ସ୍ବାସ୍ଥ୍ୟ ଯାଞ୍ଚର ମାନ ଉପରେ ପ୍ରଶ୍ନ ଉଠାଇଛି। ଏହାବ୍ୟତୀତ ଚାରିଧାମ ଯାତ୍ରା ପାଇଁ ମଧ୍ୟପ୍ରଦେଶରୁ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ୫୦ ଜଣଙ୍କର ନକଲି ପଞ୍ଜୀକରଣ ହୋଇଥିବା ଜଣାପଡ଼ିବା ସହ ଏହି କାର୍ଯ୍ୟରେ ଲିପ୍ତ ଏଜେଣ୍ଟଙ୍କୁ ହରିଦ୍ୱାରରୁ ଗିରଫ କରାଯାଇଛି। ଏଥିରୁ ବୁଝାପଡ଼ୁଛି ଯେ, ଚାରିଧାମ ଯାତ୍ରାରେ ସ୍ବଚ୍ଛତା ବଜାୟ ରଖିବା ସମ୍ଭବ ହେଉନାହିଁ। ତୀର୍ଥଯାତ୍ରୀମାନେ ନକଲି ସ୍ବାସ୍ଥ୍ୟ ସାର୍ଟିଫିକେଟ ଦେଇ ଏହି ଯାତ୍ରାରେ ଯାଇଥିବାର ସନ୍ଦେହ କରାଯାଇପାରେ। ଗୋଟିଏ ପକ୍ଷରେ ଯାତ୍ରା ପ୍ରକିୟାରେ ତ୍ରୁଟିକୁ ମୃତ୍ୟୁ ପାଇଁ ଦାୟୀ କରାଯାଇପାରେ, କିନ୍ତୁ ଏହା ପଛରେ ଆଉ ଏକ ବଡ଼ କାରଣ ହେଉଛି ହିନ୍ଦୁ ଧର୍ମାବଲମ୍ବୀଙ୍କ ଧର୍ମୀୟ ବିଶ୍ୱାସ। ଧର୍ମ ବିଶ୍ୱାସ ସାଧାରଣ ଲୋକଙ୍କୁ ଅନ୍ଧ କରିଦିଏ। ନିକଟ ଅତୀତକୁ ଦେଖିଲେ ଅଧିକାଂଶ ବଡ଼ ଧରଣର ଦୁର୍ଘଟଣା, ଯେଉଁଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ଘଟୁଛି, ସାଧାରଣତଃ ଧାର୍ମିକ ଅଭିଯାନ ସମୟରେ ଘଟିଥାଏ। ୨୦୦୫ରେ ମହାରାଷ୍ଟ୍ର ମନ୍ଧେର ଦେବୀ ମନ୍ଦିରରେ ଦଳାଚକଟାରେ ୨୯୧ ଶ୍ରଦ୍ଧାଳୁ, ଜାନୁଆରୀ ୨୦୧୭ରେ ଘଟିଥିବା ଗଙ୍ଗାସାଗର ମେଳା ଦଳାଚକଟାରେ ୬ ଜଣଙ୍କର ଏବଂ ୧୯୯୯ର କେରଳ ସାବରିମାଳା ମନ୍ଦିର ଦଳାଚକଟାରେ ୫୩ ଜଣଙ୍କ ମୃତ୍ୟୁ ଭଳି ଅନେକ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ। ଭକ୍ତମାନଙ୍କ ମନରେ ଧର୍ମୀୟ ଅବଧାରଣା ଏମିତି ବସା ବାନ୍ଧିଛି ଯେ, କିଛି ଆଶା ପୂରଣ ଲାଗି ନିଜର ସ୍ବାସ୍ଥ୍ୟ ବିଷୟକୁ ଅଣଦେଖା କରୁଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଅବଗତ ଥାଇ ମଧ୍ୟ ବହୁ ତୀର୍ଥଯାତ୍ରୀ ହିମାଳୟର ଉଚ୍ଚ ଅଞ୍ଚଳରେ ଯାତ୍ରା କରିବାକୁ ପଛାଉନାହାନ୍ତି। ଏଭଳି ପ୍ରଚ୍ଛଦପଟରେ ଦେଶ ସମ୍ମୁଖରେ ଦୁଇଟି ପନ୍ଥା ରହିଛି। ପ୍ରଥମଟି ହେଉଛି ବିଧିବଦ୍ଧ ସରକାରୀ ଅନୁମତି ଲୋଡ଼ି ଏହିଭଳି କଷ୍ଟକର ଏବଂ ଭିଡ଼ ଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଉ। ଦ୍ୱିତୀୟଟି ହେଉଛି, ଯିଏ ଯିବ ସିଏ ନିଜେ ତାହାର ସମଗ୍ର ବନ୍ଦୋବସ୍ତ କରି ଏହି ଯାତ୍ରା ପୂରଣ କରିବ। ଚିନ୍ତା କଲେ, ଦ୍ୱିତୀୟଟି ସବୁଠାରୁ ଗ୍ରହଣୀୟ ମନେହେଉଛି।

ଏଭଳି ପ୍ରଚ୍ଛଦପଟରେ ଦେଶ ସମ୍ମୁଖରେ ଦୁଇଟି ପନ୍ଥା ରହିଛି। ପ୍ରଥମଟି ହେଉଛି ବିଧିବଦ୍ଧ ସରକାରୀ ଅନୁମତି ଲୋଡ଼ି ଏହିଭଳି କଷ୍ଟକର ଏବଂ ଭିଡ଼ ଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଉ। ଦ୍ୱିତୀୟଟି ହେଉଛି, ଯିଏ ଯିବ ସିଏ ନିଜେ ତାହାର ସମଗ୍ର ବନ୍ଦୋବସ୍ତ କରି ଏହି ଯାତ୍ରା ପୂରଣ କରିବ। ଚିନ୍ତା କଲେ, ଦ୍ୱିତୀୟଟି ସବୁଠାରୁ ଗ୍ରହଣୀୟ ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri