ସନ୍ଦେହ ଘେରରେ ନାବାଳିକାଙ୍କ ମୃତ୍ୟୁ, ୫ ଦିନ ପରେ ଥାନାର ଦ୍ୱାରସ୍ଥ ହେଲେ ଦୁଇ ଗୋଷ୍ଠୀ

କୋରୁକୋଣ୍ଡା,୩ା୫(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ୫ ଦିନ ପରେ ଦୁଇ ଗୋଷ୍ଠୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଆଦର୍ଶ ଥାନା ପରିସରରେ।
ସୂଚନାନୁଯାୟୀ, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍‌ଭି-୪୯ ଗ୍ରାମର ହର କର୍ମକାରଙ୍କ ସାନ ଝିଅ ୫ ଦିନ ପୂର୍ବେ  ଆମ୍ବଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ଏମ୍‌ଭି-୪୯ ଗ୍ରାମର ଗ୍ରାମବାସୀ ଝିଅର ମୃତଦେହକୁ ଘରକୁ ଆଣିବା ସହ ରାତାରାତି ଶେଷକୃତ୍ୟ ସମ୍ପନ୍ନ କରିଦେଇଥିଲେ। ଗ୍ରାମବାସୀ ଝିଅର ମୃତଦେହ ସତ୍କାର କରିଥିବା ବେଳେ ଝିଅଙ୍କ ବାପାକୁ ଏସମ୍ପର୍କରେ ଜଣାଇ ନ ଥିବା ବାପା ହର କରମାର ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ କୌଣସି ଏକ ସୂତ୍ରରୁ ଖବର ପାଇ ଜିଲାର ମାନବ ଅଧିକାର କର୍ମୀମାନେ ଏମ୍‌ଭି ୪୯ ଗ୍ରାମରେ ପହଞ୍ଚି ପରିବାରବର୍ଗଙ୍କ ସହ କଥା ହୋଇଥିଲେ। ଗ୍ରାମବାସୀ ମିଶି ଝିଅଟିକୁ ହତ୍ୟା କରିଥିବା ନେଇ ମାନବାଧିକାର କର୍ମୀଙ୍କ ପାଖରେ ମୃତ ସ୍ବପ୍ନାଙ୍କ ମା’ କହିଥିଲେ। ଏହାପରେ ମାନବ ଅଧିକାର କର୍ମୀମାନେ ପୋଲିସକୁ ନ ଜଣାଇ କାହିଁକି ମୃତ ଝିଅଟିର ମୃତଦେହକୁ ଅନ୍ତିମ ସଂସ୍କାର କଲ ବୋଲି ଗ୍ରାମବାସୀଙ୍କୁ ପ୍ରଶ୍ନ କରିବା ସହ ମାନବ ଅଧିକାରକର୍ମୀମାନଙ୍କ ସହାୟତାରେ ମୃତ ସ୍ବପ୍ନାଙ୍କ ପରିବାର ବୁଧବାର ଏମ୍‌ଭି ୪୯ ଗ୍ରାମର ଗ୍ରାମବାସୀଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ତେବେ ଗ୍ରାମବାସୀ ମୃତ ସ୍ବପ୍ନାଙ୍କ ପରିବାର ଗରିବ ହୋଇଥିବା ବେଳେ ଆମେ ସମସ୍ତ ଗ୍ରାମବାସୀ ମିଳିତ ଭାବେ ଝିଅଟି ଅନ୍ତିମ କ୍ରିୟା ସମ୍ପାଦନା କରିଥିଲୁ କିନ୍ତୁ ମାନବ ଅଧିକାର କର୍ମୀମାନେ ଆମକୁ ଭୟଭୀତ କରାଇବା ସହ ୨ ଲକ୍ଷ ଟଙ୍କା ଚାନ୍ଦା ନ ଦେଲେ ସମସ୍ତ ଗ୍ରାମବାସୀଙ୍କୁ ମିଛ କେସ୍‌ରେ ଫସାଇ ଦିଆଯିବ ବୋଲି ଧମକ ଦେଇଥିବାରୁ ଆମେ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ସତ୍ୟ ସାମ୍ନାକୁ ଆସୁ ବୋଲି ଚିନ୍ତା କରିବା ସହ ମାନବଅଧିକାର କର୍ମୀଙ୍କ ନାମରେ ଅଭିଯୋଗ କରିଛୁ। ଅଙ୍ଗନଓ୍ବାଡି କର୍ମୀଙ୍କ ରିପୋର୍ଟରେ ଝିଅକୁ ସାପ କାମୁଡିଥିବା ବେଳେ ମୃତ ଝିଅର ବେକରେ ଦଉଡ଼ି ଚିହ୍ନ ଆସିଲା କେମିତି..? ଯାହା ଏବେ ସମ୍ପୂର୍ଣ୍ଣ ଘଟଣାକୁ ସନ୍ଦେହଘେରକୁ ଟାଣିନେଇଛି। ଏପଟେ ମାଲକାନଗିରି ଆଦର୍ଶ ଥାନାରେ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରାଯାଇ ଉଭୟଙ୍କ ନାମରେ କେସ୍‌ ରୁଜୁ କରାଯାଇଛି। ଏହା ସହ ଘଟଣାର ତଦନ୍ତ କରାଯାଉଛି। ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri