ଅଜା ଘରକୁ ଯାଇଥିଲେ ବୁଲି: ନାଳରେ ବୁଡ଼ି ଚାଲିଗଲା ନାତିଙ୍କ ଜୀବନ

ଦିଗପହଣ୍ଡି,୨ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ଖୁଲୁଡି ଗ୍ରାମରେ ଗୁରୁବାର ଜଣେ ୧୧ବର୍ଷର ନାବାଳକ ଶୁଳିଆ ନାଳରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଗ୍ରାମର ସନାତନ ସାହୁଙ୍କ ପୁଅ ଶ୍ରୀତମ୍‌ ଖୁଲୁଡ଼ି ଗ୍ରାମ ଅଜା ଧାବା ସାହୁଙ୍କ ଘରକୁ ଆସିଥିଲେ। ୩ ଜଣ ନାବାଳକ ଶୁଳିଆ ନାଳ ଅତିକ୍ରମ କରି ଅଜାଙ୍କୁ ଡାକିବାକୁ ଯାଉଥିବା ବେଳେ ଶ୍ରୀତମଙ୍କ ଗୋଡ଼ ଖସିଯିବାରୁ ନାଳରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ। ଅନ୍ୟପକ୍ଷେ ପାଟପୁର ରାଜସ୍ବ କର୍ମଚାରୀ ରତ୍ନାକର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜରି ପଞ୍ଚାୟତର ୩ ସରକାରୀ ଅଧିକାରୀ ନିଲମ୍ବିତ

ଯାଜପୁର ଅଫିସ,୮।୮: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର (ଏମ୍‌ଜିଏନ୍‌ଆର୍‌ଜିଏ) ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା...

ମହାମାରୀରୁ ମୁକ୍ତି ପାଇଁ ଦେବଦେବୀଙ୍କ ଶରଣ ପଶିଲେ ଗ୍ରାମବାସୀ

କୋକସରା/ଭବାନୀପାଟଣା:୧୩।୫: କରୋନା ଏବେ ଗାଁ ମୁହାଁ। ଗାଁର ଭୟ, ଆତଙ୍କର ବାତାବରଣ। ଦିନେ ଗାଁ ଦାଣ୍ଡ ସକାଳୁ ଗୋଧୂଳି ସହ ସନ୍ଧ୍ୟାରେ ମନ୍ଦିର ଘଣ୍ଟ ଶବ୍ଦରେ...

ଦ୍ୱିତୀୟ ବିବାହ ଅଭିଯୋଗ: ବରଙ୍କୁ ଉଠାଇନେଲା ପୋଲିସ

ଭଞ୍ଜନଗର,୧୨।୧୨(ଡି.ଏନ.ଏ.)-ଭଞ୍ଜନଗର ପୋଲିସ ବୁଧବାର ଅପରାହ୍ନରେ ସୋରାଦେବୀ ମନ୍ଦିରରେ ଚାଲିଥିବା ଏକ ବିବାହ ବେଦୀରୁ ବରଙ୍କୁ ଉଠାଇ ଆଣିଛି। ସମ୍ପୃକ୍ତ ଯୁବକ ଜଣକ ଦ୍ୱିତୀୟ ବିବାହ କରୁଥିବା...

ଶିକ୍ଷୟିତ୍ରୀଙ୍କ ଗହଣା ଲୁଟିନେବା ପରେ ବଳାତ୍କାର ଉଦ୍ୟମ

ଦିଗପହଣ୍ଡି,୧୬ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ବୋମା ମାଡ଼, ହତ୍ୟା ଉଦ୍ୟମ, ଲୁଟ, ଛିନ୍‌ତାଇ ଭଳି ଘଟଣା ସମ୍ପୃକ୍ତ...

ପୋଲିସ ହାବୁଡରେ ଅମାନିଆ ବାଇକ ଚାଳକ

ସମ୍ବଲପୁର, ୯।୪ (ବ୍ୟୁରୋ): କରୋନା କଟକଣା ନେଇ ଜିଲା ପ୍ରଶାସନ ଓ ପୋଲିସ ଗୁରୁବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱିତୀୟ ଦିନରେ ପହଞ୍ଚତ୍ଛି ।...

ଫାଟିଲା ବସ୍‌ ଚକା, ୧୫ ଗୁରୁତର

ଫୁଲବାଣୀ ଅଫିସ,୧୪।୨: ମୁନିଗୁଡାରୁ ଫୁଲବାଣୀ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ମୁଣ୍ଡାସାହିରେ ଏହି...

ଅସହାୟ ଅବସ୍ଥାରେ ମା’,ପୁଅ: ବିଛଣାରେ ବିତିଲାଣି ୨୦ ଦିନ

ବନ୍ତଳା,୫।୧(ଡି.ଏନ.ଏ.) – ପୁଅ ମାନସିକ ରୋଗୀ। ୫୦ ବର୍ଷ ହେଲା ପୁଅର ସେବା କରୁଥିବା ମା’ ବି ଏବେ ଶଯ୍ୟାଶାୟୀ। ଶରୀରର ଗୋଟିଏ ପାର୍ଶ୍ୱ ଅଚଳ...

ଡାଇଭର୍ସନ ରାସ୍ତା ଧୋଇଗଲା; ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଢେଙ୍କାନାଳ ଅଫିସ, ୧୯ା୮: ଢେଙ୍କାନାଳ-ବଣସିଂହ ପୂର୍ତ୍ତ ବିଭାଗ ରାସ୍ତାର ଖମାର ନିକଟରେ ପ୍ରବାହିତ ଧୋବଣିଗାଡ଼ିଆ ନାଳ ଉପରେ ନିର୍ମାଣାଧୀନ ପୋଲ ସଂଲଗ୍ନ ଡାଇଭର୍ସନ ରାସ୍ତା ଲଗାଣ ବର୍ଷାରେ...

Advertisement
Archives

Model This Week