ପୁରୀ ହେପାଜତରେ ମୃତ୍ୟୁ ମାମଲା: ହତ୍ୟା ମାମଲା ରୁଜୁ ଦାବି କଲା ଭାଜପା

ପୁରୀ ଅଫିସ,୨୨।୧୧: ପୋଲିସ ହେପାଜତରେ କେ. ରମେଶଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଛି। ପୋଲିସର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଉଛି। ଏଭଳି ସ୍ଥିତିରେ ଶନିବାର ମୃତକଙ୍କ ପରିବାରକୁ ଭେଟିଛନ୍ତି ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର। ମୋଚିସାହିସ୍ଥିତ କେ. ରମେଶଙ୍କ ଘରକୁ ଯାଇ ତାଙ୍କ ଦାଦା ଏବଂ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସାନ୍ତ୍ୱନା ଦେଇଛନ୍ତି । କିଭଳି ଏବଂ କେଉଁ ପରିସ୍ଥିତିରେ ଏସବୁ ଘଟିଲା ତାହା ମଧ୍ୟ ପଚାରି ବୁଝିଛନ୍ତି। ଏହା ହାଜତ ମୃତ୍ୟୁ ନୁହେଁ, ହାଜତରେ ହତ୍ୟା ବୋଲି କହିବା ସହିତ ତୁରନ୍ତ ଏହି ଘଟଣା ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟାମାମଲା ରୁଜୁ କରିବାକୁ ସମ୍ବିତ ଦାବି କରିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମ୍ବିତ୍‌ କହିଛନ୍ତି, ଏହା ନିଶ୍ଚିତ ଏକ ହୃଦୟବିଦାରକ ଘଟଣା । ଏନେଇ ସେ ଶୁକ୍ରବାର ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆରସି)ଙ୍କୁ ଭେଟିଥିଲେ। ଏନ୍‌ଏଚ୍‌ଆର୍‌ସି ମଧ୍ୟ ନୋଟିସ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରମେଶଙ୍କ ମୃତଦେହକୁ ହସ୍ପିଟାଲ ପଛ ଦ୍ୱାରରେ ନେଇ ତରବରିଆ ଭାବେ ଦାହ କରାଯାଇଛି। ହିନ୍ଦୁ ପରମ୍ପରାରେ ଦାହ ପୂର୍ବରୁ ଯାହାସବୁ କରାଯିବା କଥା ତାହା କରାଯାଇ ନାହିଁ। ମୃତଦେହକୁ ମଧ୍ୟ ସମ୍ମାନ ଦିଆଗଲାନି, ଏହା ଅଧର୍ମ। ଗରିବ ଲୋକଙ୍କ ସହିତ ଏଭଳି ଅନ୍ୟାୟ ଉଚିତ୍‌ ନୁହେଁ। କେ. ରମେଶ ଆତଙ୍କବାଦୀ ନ ଥିଲେ ଯେ ତାଙ୍କୁ ଏମିତି ବାଡ଼େଇ ମାରିଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ। ଏନ୍‌ଏଚ୍‌ଆର୍‌ସି ନିଶ୍ଚିତ ଏହାର ସତ୍ୟତା ବାହାର କରିବେ। ତେବେ ପୋଲିସର ଏଭଳି ବର୍ବରତା ଉଚିତ ନୁହେଁ। ଏଥିରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ୩୦୨ ଦଫା ଲଗାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୧ କୋଟି ଟଙ୍କା ପ୍ରଦାନ କରନ୍ତୁ ବୋଲି ସମ୍ବିତ କହିଛନ୍ତି।
ଅପରପକ୍ଷରେ କେ. ରମେଶଙ୍କ ମା, ବାପା ଓ ଦାଦାଙ୍କୁ ପୋଲିସ ନେଇ କେଉଁଠି ରଖିଛି ତାହା ସେମାନେ ଜାଣି ନ ଥିବା ତାଙ୍କ ସମ୍ପର୍କୀୟମାନେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ। ପୋଲିସର ଏଭଳି କାର୍ଯ୍ୟକୁ ସମସ୍ତେ ତୀବ୍ର ବିରୋଧ କରୁଥିବାବେଳେ ଶୁକ୍ରବାର ରାତିରେ ଘରକୁ ଫେରିଛନ୍ତି କେ. ରମେଶଙ୍କ ଦାଦା କେ. ଆରିୟା। ପୋଲିସ ତାଙ୍କ ଭାଇ ଓ ଭାଉଜଙ୍କୁ ଛାଡ଼ିଛି, ମାତ୍ର ସେ କେଉଁଠି ଅଛନ୍ତି ଜଣାପଡ଼ିନି ବୋଲି ଗଣମାଧ୍ୟମକୁ ଆରିୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri