ପୁରୀ ହେପାଜତରେ ମୃତ୍ୟୁ ମାମଲା: ହତ୍ୟା ମାମଲା ରୁଜୁ ଦାବି କଲା ଭାଜପା

ପୁରୀ ଅଫିସ,୨୨।୧୧: ପୋଲିସ ହେପାଜତରେ କେ. ରମେଶଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଛି। ପୋଲିସର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଉଛି। ଏଭଳି ସ୍ଥିତିରେ ଶନିବାର ମୃତକଙ୍କ ପରିବାରକୁ ଭେଟିଛନ୍ତି ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର। ମୋଚିସାହିସ୍ଥିତ କେ. ରମେଶଙ୍କ ଘରକୁ ଯାଇ ତାଙ୍କ ଦାଦା ଏବଂ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସାନ୍ତ୍ୱନା ଦେଇଛନ୍ତି । କିଭଳି ଏବଂ କେଉଁ ପରିସ୍ଥିତିରେ ଏସବୁ ଘଟିଲା ତାହା ମଧ୍ୟ ପଚାରି ବୁଝିଛନ୍ତି। ଏହା ହାଜତ ମୃତ୍ୟୁ ନୁହେଁ, ହାଜତରେ ହତ୍ୟା ବୋଲି କହିବା ସହିତ ତୁରନ୍ତ ଏହି ଘଟଣା ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟାମାମଲା ରୁଜୁ କରିବାକୁ ସମ୍ବିତ ଦାବି କରିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମ୍ବିତ୍‌ କହିଛନ୍ତି, ଏହା ନିଶ୍ଚିତ ଏକ ହୃଦୟବିଦାରକ ଘଟଣା । ଏନେଇ ସେ ଶୁକ୍ରବାର ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆରସି)ଙ୍କୁ ଭେଟିଥିଲେ। ଏନ୍‌ଏଚ୍‌ଆର୍‌ସି ମଧ୍ୟ ନୋଟିସ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରମେଶଙ୍କ ମୃତଦେହକୁ ହସ୍ପିଟାଲ ପଛ ଦ୍ୱାରରେ ନେଇ ତରବରିଆ ଭାବେ ଦାହ କରାଯାଇଛି। ହିନ୍ଦୁ ପରମ୍ପରାରେ ଦାହ ପୂର୍ବରୁ ଯାହାସବୁ କରାଯିବା କଥା ତାହା କରାଯାଇ ନାହିଁ। ମୃତଦେହକୁ ମଧ୍ୟ ସମ୍ମାନ ଦିଆଗଲାନି, ଏହା ଅଧର୍ମ। ଗରିବ ଲୋକଙ୍କ ସହିତ ଏଭଳି ଅନ୍ୟାୟ ଉଚିତ୍‌ ନୁହେଁ। କେ. ରମେଶ ଆତଙ୍କବାଦୀ ନ ଥିଲେ ଯେ ତାଙ୍କୁ ଏମିତି ବାଡ଼େଇ ମାରିଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ। ଏନ୍‌ଏଚ୍‌ଆର୍‌ସି ନିଶ୍ଚିତ ଏହାର ସତ୍ୟତା ବାହାର କରିବେ। ତେବେ ପୋଲିସର ଏଭଳି ବର୍ବରତା ଉଚିତ ନୁହେଁ। ଏଥିରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ୩୦୨ ଦଫା ଲଗାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୧ କୋଟି ଟଙ୍କା ପ୍ରଦାନ କରନ୍ତୁ ବୋଲି ସମ୍ବିତ କହିଛନ୍ତି।
ଅପରପକ୍ଷରେ କେ. ରମେଶଙ୍କ ମା, ବାପା ଓ ଦାଦାଙ୍କୁ ପୋଲିସ ନେଇ କେଉଁଠି ରଖିଛି ତାହା ସେମାନେ ଜାଣି ନ ଥିବା ତାଙ୍କ ସମ୍ପର୍କୀୟମାନେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ। ପୋଲିସର ଏଭଳି କାର୍ଯ୍ୟକୁ ସମସ୍ତେ ତୀବ୍ର ବିରୋଧ କରୁଥିବାବେଳେ ଶୁକ୍ରବାର ରାତିରେ ଘରକୁ ଫେରିଛନ୍ତି କେ. ରମେଶଙ୍କ ଦାଦା କେ. ଆରିୟା। ପୋଲିସ ତାଙ୍କ ଭାଇ ଓ ଭାଉଜଙ୍କୁ ଛାଡ଼ିଛି, ମାତ୍ର ସେ କେଉଁଠି ଅଛନ୍ତି ଜଣାପଡ଼ିନି ବୋଲି ଗଣମାଧ୍ୟମକୁ ଆରିୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri