Posted inଖେଳ

ଆମକୁ ମରିବାକୁ ଛାଡି ଦିଅନ୍ତୁ ନାହିଁ; ନିଜ ଦେଶକୁ ରକ୍ଷା କରିବାକୁ ବିଶ୍ୱ ନେତାଙ୍କୁ ଅପିଲ କଲେ ଏହି କ୍ରିକେଟର୍‌

କାବୁଲ,୧୧।୮:ଆଫଗାନିସ୍ତାନରେ ଏବେ ଅବସ୍ଥା ଆହୁରି ବିଗିଡି ଯାଇଛି। ତାଲିବାନ ଏବଂ ସରକାରୀ ସାମରିକ ବାହିନୀ ମଧ୍ୟରେ ପ୍ରବଳ ଯୁଦ୍ଧ ଯୋଗୁ ଦେଶର ସ୍ଥିତି ଖରାପ ହେବାରେ ଲାଗିଛି। ତାଲିବାନ ଦେଶର ଉପକଣ୍ଠକୁ କବଜା କରି ଏବେ ପ୍ରଦେଶ ରାଜଧାନୀ ଆଡକୁ ଗତି କରୁଛି। ପରିସ୍ଥିତି ହୋଇଛି ଯେ, ତାଲିବାନ ଆଫଗାନିସ୍ତାନର ୮୦ ପ୍ରତିଶତ କବଜା କରି ସାରିଲାଣି। ଆମେରିକା ସେନା ପ୍ରତ୍ୟାହାର ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି। ଭାରତର ଆଇପିଏଲ, ପାକିସ୍ତାନର ପିଏସଏଲ, ଅଷ୍ଟ୍ରେଲିଆର ବିବିଏଲ ସମେତ ସାରା ବିଶ୍ୱରେ ଅନେକ ଫ୍ରାଞ୍ଚାଇଜ ଲିଗ ଖେଳିଥିବା ଆଫଗାନିସ୍ତାନ ଲେଗ ସ୍ପିନର ରସିଦ ଖାନ ତାଙ୍କ ଦେଶର ଲୋକଙ୍କ ପାଇଁ ବିଶ୍ୱ ନେତାମାନଙ୍କୁ ନିବେଦନ କରିଛନ୍ତି। ୨୨ ବର୍ଷୀୟ ଷ୍ଟାର ସ୍ପିନର ରସିଦ ତାଙ୍କ ଟୁଇଟର୍‌ରେ ଏକ ସ୍ପର୍ଶକାତର ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ବିଶ୍ୱର ନେତାମାନେ, ମୋ ଦେଶ ଅସୁବିଧାରେ ଅଛନ୍ତି। ଶିଶୁ ଏବଂ ମହିଳାଙ୍କ ସମେତ ହଜାର ହଜାର ନିରୀହ ଲୋକଙ୍କୁ ପ୍ରତିଦିନ ହତ୍ୟା କରାଯାଉଛିି, ଘର ଓ ସମ୍ପତ୍ତି ନଷ୍ଟ ହୋଇଯାଉଛି। ଆକ୍ରମଣ ଯୋଗୁ ହଜାର ହଜାର ପରିବାର ବିସ୍ଥାପିତ ହୋଇଛନ୍ତି। ଆମକୁ ଅସୁବିଧାରେ ଛାଡନ୍ତୁ ନାହିଁ। ଆଫଗାନିସ୍ତାନକୁ ରକ୍ଷା କରନ୍ତୁ ଏବଂ ଦେଶକୁ ଧ୍ୱଂସ କର ନାହିଁ। ଆମେ ଶାନ୍ତି ଚାହୁଁଛୁ। ି
ଆଫଗାନିସ୍ତାନ ସରକାରୀ ବାହିନୀ ଏବଂ ତାଲିବାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅନେକ ପରିବାରକୁ ଭୂମିହୀନ କରିଦେଇଛି ଏବଂ ବହୁ ସଂଖ୍ୟାରେ ଶିଶୁ ଓ ମହିଳାଙ୍କୁ ଟାର୍ଗେଟ କରାଯାଇଛି। ଏପରିକି ପିଲାମାନଙ୍କୁ ସଶସ୍ତ୍ର ସଂଗଠନରେ ଯୋଗ ଦେବାକୁ ବାଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?