ବିଶ୍ୱତାପନର ମୁକାବିଲା

ସିମନ ଜାଡେକ

 

ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତା ଓ ବୁଝାମଣାକାରୀମାନେ ଦୁବାଇରେ ହେବାକୁଥିବା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୮) ରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲଭାବେ ଜାଣନ୍ତି ଯେ, ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ କରିବାର କୌଣସି ବାସ୍ତବ ସୁଯୋଗ ନାହିଁ। ହେଲେ ଜଳବାୟୁ ପରିସରରେ ଥିବା ରହସ୍ୟକୁ ଅଧିକ ବ୍ୟାପକ ଭାବେ ଶେୟାର କରାଯିବା ଉଚିତ। ବିଡ଼ମ୍ବନାର ବିଷୟ, ବିଶ୍ୱତାପନକୁ ରୋକିବାରେ ବାଧା ଦେଉଥିବା କାର୍ଯ୍ୟ ସପକ୍ଷରେ ବଢୁଥିବା ମନୋଭାବକୁ ଏଡ଼ାଇବା ପାଇଁ ଆବଶ୍ୟକ ରାଜନୈତିକ ଇଚ୍ଛାଶକ୍ତି ଜୁଟାଇବାର ଏହା ଏକମାତ୍ର ଉପାୟ ହୋଇପାରେ ଓ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରାଯାଇପାରେ। ୨୦୧୫ ପ୍ୟାରିସ୍‌ ଜଳବାୟୁ ଚୁକ୍ତି ଦ୍ୱାରା ଧାର୍ଯ୍ୟ ହୋଇଥିବା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଲକ୍ଷ୍ୟ ଏପର୍ଯ୍ୟନ୍ତ ହାସଲ ହୋଇପାରିବ ବୋଲି ଲକ୍ଷ୍ୟ ରହିଛି। କିନ୍ତୁ ଯଦି ଆମେ ତ୍ୱରିତ ନିର୍ଣ୍ଣାୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ତେବେ ଏହା ସମ୍ଭବ ହେବ। ହେଲେ ଆମେ କେବଳ କଥାରେ ସୀମିତ ରହିଛୁ, ଆବଶ୍ୟକ ସଂସ୍କାର ବା ପରିବର୍ତ୍ତନ ରାଜନୈତିକ ଦୃଷ୍ଟିରୁ ପରିଲକ୍ଷିତ ହେଉନାହିଁ। ଉଦାହରଣ ସ୍ବରୂପ, ବିଶ୍ୱର କୋଇଲା ଉପଯୋଗ ୨୦୨୨ ମସିହାରେ ୮.୩ ବିଲିୟନ ଟନ୍‌ରେ ପହଞ୍ଚତ୍ଛି, ଯାହା ଏକ ସର୍ବକାଳୀନ ସର୍ବୋଚ୍ଚସ୍ତର। ଚେଭ୍ରନ ଏବଂ ଏକ୍ସନ ମୋବିଲ ଅତିରିକ୍ତ ତୈଳ ଏବଂ ଗ୍ୟାସ୍‌ଭଣ୍ଡାର ପାଇଁ ୧୧୩ ବିଲିୟନ ଡଲାର୍‌ ନିବେଶ କରିଛନ୍ତି। ଜୀବାଶ୍ମ ଇନ୍ଧନର ଦୀର୍ଘମିଆଦୀ ଲାଭ ପାଇଁ ଏହା କରାଯାଇଥିବା ଜଣାପଡ଼ୁଛି। ଏହା ଅତ୍ୟନ୍ତ ସ୍ପଷ୍ଟ ଯେ, ଆମେ ବିଶ୍ୱର ତାପମାତ୍ରା ଶିଳ୍ପ ବିପ୍ଳବ ପୂର୍ବ ସ୍ତରରୁ ଅତିକମ୍‌ରେ ୨ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ପହଞ୍ଚତ୍ବାକୁ ଦ୍ରୁତଗତିରେ ଆଗଉଛୁ। ଏହି ଆକଳନ ଏବକାର ଜଳବାୟୁ ନୀତିକୁ ଆଧାରକରି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଦ୍ୱାରା ନିଆଯାଇଥିବା ସିଦ୍ଧାନ୍ତ ସହିତ ଏକମତ, ଯାହା ସ୍ପଷ୍ଟ କରିଛି ଯେ ବୈଶ୍ୱିକ ନିର୍ଗମନ ଏହି ଶତାବ୍ଦୀରେ ହାରାହାରି ତାପମାତ୍ରା ୨.୪ ଡିଗ୍ରୀ ସେଲ୍‌ସିୟସ୍‌କୁ ବୃଦ୍ଧି କରିପାରେ।
ଭବିଷ୍ୟତରେ ବିଶ୍ୱତାପନ ୧.୫ ଡିଗ୍ରୀ ସେଲ୍‌ସିୟସ୍‌କୁ ଟପିଗଲେ ତାହା ଏବକାର ସ୍ଥିତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ ପରିଲକ୍ଷିତ ହେବ। ତାପମାତ୍ରା ୧ ଡିଗ୍ରୀର ଏକ ଦଶମାଂଶ ବୃଦ୍ଧି ହେଲେ ତାହାର ପରିଣାମ ଗମ୍ଭୀର ହେବ। ଯଦି ବିଶ୍ୱତାପନ ୨ ଡିଗ୍ରୀ ସେଲ୍‌ସିୟସ୍‌ ହୁଏ, ତେବେ ବିଶ୍ୱ ଜନସଂଖ୍ୟାର ୪୦% ଗୁରୁତର ହିଟ୍‌ଓ୍ବେଭ୍‌ର ଶିକାର ହେବେ ଏବଂ ଏକ ତୃତୀୟାଂଶ ଗମ୍ଭୀର ଜଳସଙ୍କଟ ସାମ୍ନାକରିବେ। ମାନବୀୟ କ୍ଷତି ମଧ୍ୟ ହେବ। ଅନେକେ ବିସ୍ଥାପିତ ହେବେ, ଜୀବିକା ହରାଇବେ ଏବଂ ଅକାଳ ମୃତ୍ୟୁର ଶିକାର ହେବା ନିଶ୍ଚିତ। ଗରିବ ଦେଶଗୁଡ଼ିକରେ ବିଶେଷକରି ବିପଦରେ ଥିବା ଜନସମୁଦାୟ ସବୁଠୁ ଅଧିକ କ୍ଷତିର ସମ୍ମୁଖୀନ ହେବେ। ଏହି ପରିଣାମକୁ ରୋକିବା ପାଇଁ ଆମ ଶକ୍ତି ମଧ୍ୟରେ ସବୁକିଛି କରିବା ଜରୁରୀ। କିନ୍ତୁ ବିଡ଼ମ୍ବନାର ବିଷୟ, ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଲକ୍ଷ୍ୟ ହାସଲ କରିବାର ମିଥ୍ୟା ଆଶା ଜଳବାୟୁ କାର୍ଯ୍ୟକ୍ରମର ଅଗ୍ରଗତିରେ ବାଧକ ହୋଇଛି। ଏବେ କପ୍‌୨୮ ସମ୍ମିଳନୀ ପରିପ୍ରେକ୍ଷୀରେ ‘୧.୫ ଡିଗ୍ରୀ ପରେ କ’ଣ ହେବ ତାହା ଲାଗି ଭବିଷ୍ୟତ ପାଇଁ ଯୋଜନା କରିବାର ସମୟ ଉପଗତ’ ଶୀର୍ଷକ ନେଚର ଫାଇନାନ୍ସ ପ୍ରକାଶ କରିଛି। ଏହି ଲକ୍ଷ୍ୟ ଆମର ଅଭିଳାଷକୁ ପ୍ରତିଫଳିତ କରେ, କିନ୍ତୁ ବିପରୀତ ଭାବରେ ଏକ ପରିବର୍ତ୍ତନର କଳ୍ପନା ଅର୍ଥାତ୍‌ ବିନା କାର୍ବନ ନିର୍ଗମନରେ ଏକ ଭବିଷ୍ୟତ ଦୁନିଆକୁ ସନ୍ନିବେଶ କରିଛି। ଏହି ଅବଧାରଣା ଅନେକ ରାଜନୈତିକ, ବ୍ୟବସାୟ ଏବଂ ନାଗରିକ-ସମାଜ ନେତୃତ୍ୱଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଉଛି। ଏହା ଆମକୁ ପାରମ୍ପରିକ ଜ୍ଞାନର ସୀମା ମଧ୍ୟରେ ଜଳବାୟୁ ସମ୍ପର୍କିତ କାର୍ଯ୍ୟ କରିବାକୁ ବାଧ୍ୟକରେ।
ଧୀରେ ଧୀରେ ଆଗକୁ ବଢୁଥିବା ସଙ୍କଟର ମୁକାବିଲା କରିବାକୁ ମଣିଷ ସଂଘର୍ଷ କରେ। ଏହି ଧାରାକୁ ଏଡ଼ାଇବା ପାଇଁ ସାଧାରଣତଃ ଏକ ନୂତନ ବାସ୍ତବତା ବା ଅଭିନବତ୍ୱର ଆବଶ୍ୟକ ହୁଏ, ଯାହା ହଠାତ୍‌ ଏକ ପରିବର୍ତ୍ତନ ଆଣେ ଏବଂ ସମ୍ଭାବ୍ୟ କ୍ଷେତ୍ରକୁ ବିସ୍ତାର କରିଥାଏ। ଉଦାହରଣ ସ୍ବରୂପ, ୨୦୦୮ ବିଶ୍ୱ ଆର୍ଥିକ ସଙ୍କଟ ପରେ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରମାନେ ‘ମୁଦ୍ରାସ୍ଫୀତି ଭୟରେ ସମସ୍ତ ଖର୍ଚ୍ଚରେ ମୁଦ୍ରା ବିସ୍ତାରକୁ ଏଡ଼ାଇବାକୁ ହେବ’- ଏଭଳି ଦୀର୍ଘଦିନର ବିଶ୍ୱାସକୁ ତ୍ୟାଗ କରିଥିଲେ। ଏହା ପରିବର୍ତ୍ତେ ପୁନରୁଦ୍ଧାରକୁ ଉତ୍ସାହିତ କରିବା ପାଇଁ ସେମାନେ ସହଜ ଉପାୟ ଗ୍ରହଣକରି ଟଙ୍କା ଛାପିଲେ। ସେହିଭଳି କୋଭିଡ୍‌-୧୯ ମହାମାରୀ ପରେ ଅଗ୍ରଣୀ ଜି-୨୦ ଦେଶଗୁଡ଼ିକ ଆର୍ଥିକ ସମ୍ଭାବ୍ୟତା ପ୍ରତି ପ୍ରତିବଦ୍ଧତା ତ୍ୟାଗ କରିଥିଲେ ଏବଂ ବହୁମୂଲ୍ୟ ବିଶ୍ୱସ୍ତରୀୟ ଆୟ ଦେୟ ଗ୍ରହଣ କରିଥିଲେ, ଯାହାକୁ ପୂର୍ବରୁ ୟୁଟୋପିଆନ କଳ୍ପନା ଭାବରେ ବିଦ୍ରୂପ କରାଯାଇଥିଲା।
୧.୫ ଡିଗ୍ରୀ ସେଲ୍‌ସିୟସ୍‌ କଥା ଯାହା କୁହାଯାଉଛି ତାହାକୁ ସମ୍ପୂର୍ଣ୍ଣ ବଦଳାଇ ଗୃହୀତ ନୀତି ଓ ଏବକାର ବାଧା ସୃଷ୍ଟି କରୁଥିବା ସ୍ଥିତିକୁ ଭାଙ୍ଗିବା ଲଗି ନିଆଯାଉଥିବା ପଦକ୍ଷେପ ସପକ୍ଷରେ ରହିବାକୁ ହେଲେ ବ୍ୟବସାୟିକ ଢାଞ୍ଚା ଭାଙ୍ଗିବା ଆବଶ୍ୟକ ହୋଇପାରେ। ଉଦାହରଣ ସ୍ବରୂପ, ଖାଦ୍ୟ ନିରାପତ୍ତା ସମ୍ବନ୍ଧୀୟ ସମସ୍ୟାକୁ ବିଚାର କରନ୍ତୁ। ଦୁର୍ବଳ, କ୍ଷୁଦ୍ର କୃଷକମାନଙ୍କ ପୁନଃନିର୍ମାଣ ଅଭ୍ୟାସକୁ ପରିବର୍ତ୍ତନ କଲେ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରହିବ। କିନ୍ତୁ ସେମାନେ ଚାଷ ପ୍ରଣାଳୀକୁ ଛାଡ଼ିବା କଷ୍ଟକର ହୋଇଯିିବ ଏବଂ ତାପମାତ୍ରା ସେହି ଲକ୍ଷ୍ୟଠାରୁ ଅଧିକ ହେଲେ ସେମାନେ ଜୀବିକା ହରାଇବେ। ଏଥିସହିତ ଉତ୍ତାପ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ଠାରୁ ଅଧିକ ହେଲେ ବିଶ୍ୱ ଖାଦ୍ୟଶୃଙ୍ଖଳ ଗୁରୁତ୍ୱ ହରାଇବ। କାରଣ ଉତ୍ପାଦନକାରୀ ଦେଶ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବେ ଏବଂ ଚାଇନା ପରି ପ୍ରମୁଖ ସାର୍ବଭୌମ ଆମଦାନୀକାରୀମାନେ ଆତ୍ମନିର୍ଭରଶୀଳତା ଉପରେ ଧ୍ୟାନହେବେ। ଏହିପରି ସ୍ଥିତିରେ ଖାଦ୍ୟ ଉତ୍ପାଦନରେ ନିବେଶ ବଢ଼ିପାରେ, ଯାହା ଜଳବାୟୁ ଉପଯୋଗୀ ହେବା ସହ କମ୍‌ ପ୍ରକୃତି ଉପରେ ନିର୍ଭରଶୀଳ ରହିବ। ଭର୍ଟିକାଲ ଫାର୍ମିଂ ଓ ପରୀକ୍ଷାଗାରରେ ଖାଦ୍ୟ ପ୍ରସ୍ତୁତିକୁ ଉତ୍ସାହିତ କରିବ। ଅକ୍ଷୟ-ଶକ୍ତି ପ୍ରଯୁକ୍ତିବିଦ୍ୟାର ଭୂମିକାକୁ ବିଚାରକଲେ ଗରିବ ଦେଶରେ ପରିବେଶ ଉପଯୋଗୀ ଖାଦ୍ୟ ପ୍ରଣାଳୀକୁ ନିୟୋଜିତ କରିବା ଏକ ଆହ୍ବାନ ହୋଇଯିବ। ଆର୍ଥିକ କ୍ଷେତ୍ର ମଧ୍ୟ ବାଧାପ୍ରାପ୍ତ ହେବ। ନିବେଶଗୁଡ଼ିକ ତୁରନ୍ତ କାର୍ବନକୈନ୍ଦ୍ରିକ ସମ୍ପତ୍ତିରୁ ଦୂରେଇ ରହିବା ଆବଶ୍ୟକ। ତଥାପି ଜଳବାୟୁ ସମ୍ବନ୍ଧୀୟ ବିପଦକୁ ରୋକିବା ଲାଗି ଏବକାର ପଦକ୍ଷେପଗୁଡ଼ିକ ସମ୍ପତ୍ତି ମୂଲ୍ୟ ଏବଂ ଆବଣ୍ଟନକୁ ବିଚାରକୁ ନେବାରେ ବିଫଳ ହୋଇଛି। ଏଭଳି ସ୍ଥିତିରେ ଜାତୀୟ ଓ ଅନ୍ତର୍ଜାତୀୟ ଜଳବାୟୁ ନୀତି ଏବଂ ପ୍ରତିବଦ୍ଧତା ସହିତ ଆର୍ଥିକ ପ୍ରବାହକୁ ସମାନ କରିବା ପାଇଁ ବହୁ ଦୃଢ଼ ପଦକ୍ଷେପ ଆବଶ୍ୟକ। କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସୁପରଭାଇଜରମାନେ ଆର୍ଥିକ ବିପଦକୁ ଅତିକ୍ରମ କରିବାକୁ ପଡ଼ିବ ଏବଂ ସେମାନଙ୍କର ପ୍ରିୟ ନୀତି କୁହାଯାଉଥିବା ସ୍ବାଧୀନତାକୁ ପରିତ୍ୟାଗ କରିବାକୁ ପଡିବ, ଯାହା ସେମାନେ ପୂର୍ବରୁ ସଙ୍କଟ ସମୟରେ କରିଥିଲେ। ଏପରି ପରିସ୍ଥିତିରେ ନିୟାମକମାନେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶୂନ୍ୟ ନିର୍ଗମନ, ପ୍ରକୃତି-ସକାରାତ୍ମକ କାର୍ଯ୍ୟସୂଚୀ ପାଇଁ ଆର୍ଥିକ ପ୍ରତିଷ୍ଠାନ ଉପରେ ବାଧ୍ୟତାମୂଳକ ଆବଶ୍ୟକତା ଲାଗୁ କରିବାରେ ଅନ୍ତର୍ଜାତୀୟ ପ୍ରତିବଦ୍ଧତା ସହ ଏକମତ ହେବା ଦରକାର।
ବାସ୍ତବରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବା ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ବଡ଼ ଚିନ୍ତା କରିବା ଆରମ୍ଭ କରିବାକୁ ହେବ। ପ୍ରକୃତରେ ଅଭିନବ ଜଳବାୟୁ କାର୍ଯ୍ୟକ୍ରମ ବହୁ ପ୍ରତ୍ୟାଶିତ ଲକ୍ଷ୍ୟ ଏବଂ ଏହା ସହିତ ଭ୍ରମାତ୍ମକ ଭବିଷ୍ୟତର ସାନ୍ତ୍ୱନାମୂଳକ ଦୃଷ୍ଟିକୋଣକୁ ନ ଛାଡ଼ିଲେ ଅସମ୍ଭବ ହୋଇଯିବ। ଯଦିଓ ଏହିପରି ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ ସଫଳତାର ଗ୍ୟାରେଣ୍ଟି ଦେବ ନାହିଁ। ଏହା ତାପମାତ୍ରାକୁ ସୀମିତ ରଖିବା ଏବଂ ଏକ ଉଷ୍ମ ଦୁନିଆ ପାଇଁ ପ୍ରସ୍ତୁତ ହେବାକୁ ଅଣପାରମ୍ପରିକ ପଦକ୍ଷେପଗୁଡ଼ିକ ସକାଶେ ଦ୍ୱାର ଉନ୍ମୁକ୍ତ ରଖିପାରେ।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ନେଚର ଫାଇନାନ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

ପଶ୍ଚିମବଙ୍ଗର ନୂଆ ଅଧିକାରୀ

ପଶ୍ଚିମବଙ୍ଗ ରାଜନୈତିକ ଇତିହାସରେ ୯ ମେ’ ୨୦୨୬ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ସେଠାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା…

ଉଜୁଡ଼ା ବଣ ଓ ଅସୁରକ୍ଷିତ ପ୍ରାଣୀ

ପ୍ରାକୃତିକ ପରିସଂସ୍ଥାକୁ ପରିପୁଷ୍ଟ, ପ୍ରାଣବନ୍ତ ଓ ପ୍ରଭାବଶାଳୀ କରିବା ଦିଗରେ ବନ୍ୟପ୍ରାଣୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ବିଶ୍ବଖାଦ୍ୟ ଓ ଜଳ ନିରାପତ୍ତା ଏବଂ ଜୈବବିବିଧତାର ପ୍ରାଚୁର୍ଯ୍ୟକୁ ଋଦ୍ଧିମନ୍ତ…

ଅନାଲୋ ସଜନୀ

ଜୋତା ଦୋକାନର ପିଲାଟିକୁ ମୋ ପାଇଁ ଜୋତା ଦେଖେଇବାକୁ କହିଛି କି ନାହିଁ ମତେ ସାମାନ୍ୟ ଠେଲିଦେଇ ଜଣେ ଯୁବତୀ ଏବଂ ତାଙ୍କ ମାଆ ଭିତରକୁ ପଶିଆସିଲେ।…

ଭଗବାନ୍‌ ଆମ ଅନ୍ତରରେ

ନିର୍ଜୀବରୁ ଜୀବ ସୃଷ୍ଟି – ଏ ଏକ ନିୟମ ା ମଣିଷର ଦେହକୁ ଅଣୁ ପରମାଣୁ ଭଳି ଟିକି ଟିକି କରିପାରିଲେ ଆମ ଚକ୍ଷୁରେ ସେଗୁଡିକ ନିର୍ଜୀବ…

ମହତ୍ତ୍ୱାକାଂକ୍ଷୀ ଗତିଶୀଳତା

ନିୟମିତ ଭାବେ କିଛି ବର୍ଷ ବ୍ୟବଧାନରେ ବାସ୍ତବ ସ୍ଥିତିକୁ ସ୍ବୀକାର କରି ତଦନୁଯାୟୀ କାର୍ଯ୍ୟ କରିବା ପାଇଁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଆହ୍ବାନ ଦିଏ। ସମ୍ପ୍ରତି ରାଷ୍ଟ୍ରଦୂତ…

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri