ବିଶ୍ୱତାପନର ମୁକାବିଲା

ସିମନ ଜାଡେକ

 

ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତା ଓ ବୁଝାମଣାକାରୀମାନେ ଦୁବାଇରେ ହେବାକୁଥିବା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୮) ରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲଭାବେ ଜାଣନ୍ତି ଯେ, ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ କରିବାର କୌଣସି ବାସ୍ତବ ସୁଯୋଗ ନାହିଁ। ହେଲେ ଜଳବାୟୁ ପରିସରରେ ଥିବା ରହସ୍ୟକୁ ଅଧିକ ବ୍ୟାପକ ଭାବେ ଶେୟାର କରାଯିବା ଉଚିତ। ବିଡ଼ମ୍ବନାର ବିଷୟ, ବିଶ୍ୱତାପନକୁ ରୋକିବାରେ ବାଧା ଦେଉଥିବା କାର୍ଯ୍ୟ ସପକ୍ଷରେ ବଢୁଥିବା ମନୋଭାବକୁ ଏଡ଼ାଇବା ପାଇଁ ଆବଶ୍ୟକ ରାଜନୈତିକ ଇଚ୍ଛାଶକ୍ତି ଜୁଟାଇବାର ଏହା ଏକମାତ୍ର ଉପାୟ ହୋଇପାରେ ଓ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରାଯାଇପାରେ। ୨୦୧୫ ପ୍ୟାରିସ୍‌ ଜଳବାୟୁ ଚୁକ୍ତି ଦ୍ୱାରା ଧାର୍ଯ୍ୟ ହୋଇଥିବା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଲକ୍ଷ୍ୟ ଏପର୍ଯ୍ୟନ୍ତ ହାସଲ ହୋଇପାରିବ ବୋଲି ଲକ୍ଷ୍ୟ ରହିଛି। କିନ୍ତୁ ଯଦି ଆମେ ତ୍ୱରିତ ନିର୍ଣ୍ଣାୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ତେବେ ଏହା ସମ୍ଭବ ହେବ। ହେଲେ ଆମେ କେବଳ କଥାରେ ସୀମିତ ରହିଛୁ, ଆବଶ୍ୟକ ସଂସ୍କାର ବା ପରିବର୍ତ୍ତନ ରାଜନୈତିକ ଦୃଷ୍ଟିରୁ ପରିଲକ୍ଷିତ ହେଉନାହିଁ। ଉଦାହରଣ ସ୍ବରୂପ, ବିଶ୍ୱର କୋଇଲା ଉପଯୋଗ ୨୦୨୨ ମସିହାରେ ୮.୩ ବିଲିୟନ ଟନ୍‌ରେ ପହଞ୍ଚତ୍ଛି, ଯାହା ଏକ ସର୍ବକାଳୀନ ସର୍ବୋଚ୍ଚସ୍ତର। ଚେଭ୍ରନ ଏବଂ ଏକ୍ସନ ମୋବିଲ ଅତିରିକ୍ତ ତୈଳ ଏବଂ ଗ୍ୟାସ୍‌ଭଣ୍ଡାର ପାଇଁ ୧୧୩ ବିଲିୟନ ଡଲାର୍‌ ନିବେଶ କରିଛନ୍ତି। ଜୀବାଶ୍ମ ଇନ୍ଧନର ଦୀର୍ଘମିଆଦୀ ଲାଭ ପାଇଁ ଏହା କରାଯାଇଥିବା ଜଣାପଡ଼ୁଛି। ଏହା ଅତ୍ୟନ୍ତ ସ୍ପଷ୍ଟ ଯେ, ଆମେ ବିଶ୍ୱର ତାପମାତ୍ରା ଶିଳ୍ପ ବିପ୍ଳବ ପୂର୍ବ ସ୍ତରରୁ ଅତିକମ୍‌ରେ ୨ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ପହଞ୍ଚତ୍ବାକୁ ଦ୍ରୁତଗତିରେ ଆଗଉଛୁ। ଏହି ଆକଳନ ଏବକାର ଜଳବାୟୁ ନୀତିକୁ ଆଧାରକରି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଦ୍ୱାରା ନିଆଯାଇଥିବା ସିଦ୍ଧାନ୍ତ ସହିତ ଏକମତ, ଯାହା ସ୍ପଷ୍ଟ କରିଛି ଯେ ବୈଶ୍ୱିକ ନିର୍ଗମନ ଏହି ଶତାବ୍ଦୀରେ ହାରାହାରି ତାପମାତ୍ରା ୨.୪ ଡିଗ୍ରୀ ସେଲ୍‌ସିୟସ୍‌କୁ ବୃଦ୍ଧି କରିପାରେ।
ଭବିଷ୍ୟତରେ ବିଶ୍ୱତାପନ ୧.୫ ଡିଗ୍ରୀ ସେଲ୍‌ସିୟସ୍‌କୁ ଟପିଗଲେ ତାହା ଏବକାର ସ୍ଥିତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ ପରିଲକ୍ଷିତ ହେବ। ତାପମାତ୍ରା ୧ ଡିଗ୍ରୀର ଏକ ଦଶମାଂଶ ବୃଦ୍ଧି ହେଲେ ତାହାର ପରିଣାମ ଗମ୍ଭୀର ହେବ। ଯଦି ବିଶ୍ୱତାପନ ୨ ଡିଗ୍ରୀ ସେଲ୍‌ସିୟସ୍‌ ହୁଏ, ତେବେ ବିଶ୍ୱ ଜନସଂଖ୍ୟାର ୪୦% ଗୁରୁତର ହିଟ୍‌ଓ୍ବେଭ୍‌ର ଶିକାର ହେବେ ଏବଂ ଏକ ତୃତୀୟାଂଶ ଗମ୍ଭୀର ଜଳସଙ୍କଟ ସାମ୍ନାକରିବେ। ମାନବୀୟ କ୍ଷତି ମଧ୍ୟ ହେବ। ଅନେକେ ବିସ୍ଥାପିତ ହେବେ, ଜୀବିକା ହରାଇବେ ଏବଂ ଅକାଳ ମୃତ୍ୟୁର ଶିକାର ହେବା ନିଶ୍ଚିତ। ଗରିବ ଦେଶଗୁଡ଼ିକରେ ବିଶେଷକରି ବିପଦରେ ଥିବା ଜନସମୁଦାୟ ସବୁଠୁ ଅଧିକ କ୍ଷତିର ସମ୍ମୁଖୀନ ହେବେ। ଏହି ପରିଣାମକୁ ରୋକିବା ପାଇଁ ଆମ ଶକ୍ତି ମଧ୍ୟରେ ସବୁକିଛି କରିବା ଜରୁରୀ। କିନ୍ତୁ ବିଡ଼ମ୍ବନାର ବିଷୟ, ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଲକ୍ଷ୍ୟ ହାସଲ କରିବାର ମିଥ୍ୟା ଆଶା ଜଳବାୟୁ କାର୍ଯ୍ୟକ୍ରମର ଅଗ୍ରଗତିରେ ବାଧକ ହୋଇଛି। ଏବେ କପ୍‌୨୮ ସମ୍ମିଳନୀ ପରିପ୍ରେକ୍ଷୀରେ ‘୧.୫ ଡିଗ୍ରୀ ପରେ କ’ଣ ହେବ ତାହା ଲାଗି ଭବିଷ୍ୟତ ପାଇଁ ଯୋଜନା କରିବାର ସମୟ ଉପଗତ’ ଶୀର୍ଷକ ନେଚର ଫାଇନାନ୍ସ ପ୍ରକାଶ କରିଛି। ଏହି ଲକ୍ଷ୍ୟ ଆମର ଅଭିଳାଷକୁ ପ୍ରତିଫଳିତ କରେ, କିନ୍ତୁ ବିପରୀତ ଭାବରେ ଏକ ପରିବର୍ତ୍ତନର କଳ୍ପନା ଅର୍ଥାତ୍‌ ବିନା କାର୍ବନ ନିର୍ଗମନରେ ଏକ ଭବିଷ୍ୟତ ଦୁନିଆକୁ ସନ୍ନିବେଶ କରିଛି। ଏହି ଅବଧାରଣା ଅନେକ ରାଜନୈତିକ, ବ୍ୟବସାୟ ଏବଂ ନାଗରିକ-ସମାଜ ନେତୃତ୍ୱଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଉଛି। ଏହା ଆମକୁ ପାରମ୍ପରିକ ଜ୍ଞାନର ସୀମା ମଧ୍ୟରେ ଜଳବାୟୁ ସମ୍ପର୍କିତ କାର୍ଯ୍ୟ କରିବାକୁ ବାଧ୍ୟକରେ।
ଧୀରେ ଧୀରେ ଆଗକୁ ବଢୁଥିବା ସଙ୍କଟର ମୁକାବିଲା କରିବାକୁ ମଣିଷ ସଂଘର୍ଷ କରେ। ଏହି ଧାରାକୁ ଏଡ଼ାଇବା ପାଇଁ ସାଧାରଣତଃ ଏକ ନୂତନ ବାସ୍ତବତା ବା ଅଭିନବତ୍ୱର ଆବଶ୍ୟକ ହୁଏ, ଯାହା ହଠାତ୍‌ ଏକ ପରିବର୍ତ୍ତନ ଆଣେ ଏବଂ ସମ୍ଭାବ୍ୟ କ୍ଷେତ୍ରକୁ ବିସ୍ତାର କରିଥାଏ। ଉଦାହରଣ ସ୍ବରୂପ, ୨୦୦୮ ବିଶ୍ୱ ଆର୍ଥିକ ସଙ୍କଟ ପରେ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରମାନେ ‘ମୁଦ୍ରାସ୍ଫୀତି ଭୟରେ ସମସ୍ତ ଖର୍ଚ୍ଚରେ ମୁଦ୍ରା ବିସ୍ତାରକୁ ଏଡ଼ାଇବାକୁ ହେବ’- ଏଭଳି ଦୀର୍ଘଦିନର ବିଶ୍ୱାସକୁ ତ୍ୟାଗ କରିଥିଲେ। ଏହା ପରିବର୍ତ୍ତେ ପୁନରୁଦ୍ଧାରକୁ ଉତ୍ସାହିତ କରିବା ପାଇଁ ସେମାନେ ସହଜ ଉପାୟ ଗ୍ରହଣକରି ଟଙ୍କା ଛାପିଲେ। ସେହିଭଳି କୋଭିଡ୍‌-୧୯ ମହାମାରୀ ପରେ ଅଗ୍ରଣୀ ଜି-୨୦ ଦେଶଗୁଡ଼ିକ ଆର୍ଥିକ ସମ୍ଭାବ୍ୟତା ପ୍ରତି ପ୍ରତିବଦ୍ଧତା ତ୍ୟାଗ କରିଥିଲେ ଏବଂ ବହୁମୂଲ୍ୟ ବିଶ୍ୱସ୍ତରୀୟ ଆୟ ଦେୟ ଗ୍ରହଣ କରିଥିଲେ, ଯାହାକୁ ପୂର୍ବରୁ ୟୁଟୋପିଆନ କଳ୍ପନା ଭାବରେ ବିଦ୍ରୂପ କରାଯାଇଥିଲା।
୧.୫ ଡିଗ୍ରୀ ସେଲ୍‌ସିୟସ୍‌ କଥା ଯାହା କୁହାଯାଉଛି ତାହାକୁ ସମ୍ପୂର୍ଣ୍ଣ ବଦଳାଇ ଗୃହୀତ ନୀତି ଓ ଏବକାର ବାଧା ସୃଷ୍ଟି କରୁଥିବା ସ୍ଥିତିକୁ ଭାଙ୍ଗିବା ଲଗି ନିଆଯାଉଥିବା ପଦକ୍ଷେପ ସପକ୍ଷରେ ରହିବାକୁ ହେଲେ ବ୍ୟବସାୟିକ ଢାଞ୍ଚା ଭାଙ୍ଗିବା ଆବଶ୍ୟକ ହୋଇପାରେ। ଉଦାହରଣ ସ୍ବରୂପ, ଖାଦ୍ୟ ନିରାପତ୍ତା ସମ୍ବନ୍ଧୀୟ ସମସ୍ୟାକୁ ବିଚାର କରନ୍ତୁ। ଦୁର୍ବଳ, କ୍ଷୁଦ୍ର କୃଷକମାନଙ୍କ ପୁନଃନିର୍ମାଣ ଅଭ୍ୟାସକୁ ପରିବର୍ତ୍ତନ କଲେ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରହିବ। କିନ୍ତୁ ସେମାନେ ଚାଷ ପ୍ରଣାଳୀକୁ ଛାଡ଼ିବା କଷ୍ଟକର ହୋଇଯିିବ ଏବଂ ତାପମାତ୍ରା ସେହି ଲକ୍ଷ୍ୟଠାରୁ ଅଧିକ ହେଲେ ସେମାନେ ଜୀବିକା ହରାଇବେ। ଏଥିସହିତ ଉତ୍ତାପ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ଠାରୁ ଅଧିକ ହେଲେ ବିଶ୍ୱ ଖାଦ୍ୟଶୃଙ୍ଖଳ ଗୁରୁତ୍ୱ ହରାଇବ। କାରଣ ଉତ୍ପାଦନକାରୀ ଦେଶ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବେ ଏବଂ ଚାଇନା ପରି ପ୍ରମୁଖ ସାର୍ବଭୌମ ଆମଦାନୀକାରୀମାନେ ଆତ୍ମନିର୍ଭରଶୀଳତା ଉପରେ ଧ୍ୟାନହେବେ। ଏହିପରି ସ୍ଥିତିରେ ଖାଦ୍ୟ ଉତ୍ପାଦନରେ ନିବେଶ ବଢ଼ିପାରେ, ଯାହା ଜଳବାୟୁ ଉପଯୋଗୀ ହେବା ସହ କମ୍‌ ପ୍ରକୃତି ଉପରେ ନିର୍ଭରଶୀଳ ରହିବ। ଭର୍ଟିକାଲ ଫାର୍ମିଂ ଓ ପରୀକ୍ଷାଗାରରେ ଖାଦ୍ୟ ପ୍ରସ୍ତୁତିକୁ ଉତ୍ସାହିତ କରିବ। ଅକ୍ଷୟ-ଶକ୍ତି ପ୍ରଯୁକ୍ତିବିଦ୍ୟାର ଭୂମିକାକୁ ବିଚାରକଲେ ଗରିବ ଦେଶରେ ପରିବେଶ ଉପଯୋଗୀ ଖାଦ୍ୟ ପ୍ରଣାଳୀକୁ ନିୟୋଜିତ କରିବା ଏକ ଆହ୍ବାନ ହୋଇଯିବ। ଆର୍ଥିକ କ୍ଷେତ୍ର ମଧ୍ୟ ବାଧାପ୍ରାପ୍ତ ହେବ। ନିବେଶଗୁଡ଼ିକ ତୁରନ୍ତ କାର୍ବନକୈନ୍ଦ୍ରିକ ସମ୍ପତ୍ତିରୁ ଦୂରେଇ ରହିବା ଆବଶ୍ୟକ। ତଥାପି ଜଳବାୟୁ ସମ୍ବନ୍ଧୀୟ ବିପଦକୁ ରୋକିବା ଲାଗି ଏବକାର ପଦକ୍ଷେପଗୁଡ଼ିକ ସମ୍ପତ୍ତି ମୂଲ୍ୟ ଏବଂ ଆବଣ୍ଟନକୁ ବିଚାରକୁ ନେବାରେ ବିଫଳ ହୋଇଛି। ଏଭଳି ସ୍ଥିତିରେ ଜାତୀୟ ଓ ଅନ୍ତର୍ଜାତୀୟ ଜଳବାୟୁ ନୀତି ଏବଂ ପ୍ରତିବଦ୍ଧତା ସହିତ ଆର୍ଥିକ ପ୍ରବାହକୁ ସମାନ କରିବା ପାଇଁ ବହୁ ଦୃଢ଼ ପଦକ୍ଷେପ ଆବଶ୍ୟକ। କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସୁପରଭାଇଜରମାନେ ଆର୍ଥିକ ବିପଦକୁ ଅତିକ୍ରମ କରିବାକୁ ପଡ଼ିବ ଏବଂ ସେମାନଙ୍କର ପ୍ରିୟ ନୀତି କୁହାଯାଉଥିବା ସ୍ବାଧୀନତାକୁ ପରିତ୍ୟାଗ କରିବାକୁ ପଡିବ, ଯାହା ସେମାନେ ପୂର୍ବରୁ ସଙ୍କଟ ସମୟରେ କରିଥିଲେ। ଏପରି ପରିସ୍ଥିତିରେ ନିୟାମକମାନେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶୂନ୍ୟ ନିର୍ଗମନ, ପ୍ରକୃତି-ସକାରାତ୍ମକ କାର୍ଯ୍ୟସୂଚୀ ପାଇଁ ଆର୍ଥିକ ପ୍ରତିଷ୍ଠାନ ଉପରେ ବାଧ୍ୟତାମୂଳକ ଆବଶ୍ୟକତା ଲାଗୁ କରିବାରେ ଅନ୍ତର୍ଜାତୀୟ ପ୍ରତିବଦ୍ଧତା ସହ ଏକମତ ହେବା ଦରକାର।
ବାସ୍ତବରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବା ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ବଡ଼ ଚିନ୍ତା କରିବା ଆରମ୍ଭ କରିବାକୁ ହେବ। ପ୍ରକୃତରେ ଅଭିନବ ଜଳବାୟୁ କାର୍ଯ୍ୟକ୍ରମ ବହୁ ପ୍ରତ୍ୟାଶିତ ଲକ୍ଷ୍ୟ ଏବଂ ଏହା ସହିତ ଭ୍ରମାତ୍ମକ ଭବିଷ୍ୟତର ସାନ୍ତ୍ୱନାମୂଳକ ଦୃଷ୍ଟିକୋଣକୁ ନ ଛାଡ଼ିଲେ ଅସମ୍ଭବ ହୋଇଯିବ। ଯଦିଓ ଏହିପରି ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ ସଫଳତାର ଗ୍ୟାରେଣ୍ଟି ଦେବ ନାହିଁ। ଏହା ତାପମାତ୍ରାକୁ ସୀମିତ ରଖିବା ଏବଂ ଏକ ଉଷ୍ମ ଦୁନିଆ ପାଇଁ ପ୍ରସ୍ତୁତ ହେବାକୁ ଅଣପାରମ୍ପରିକ ପଦକ୍ଷେପଗୁଡ଼ିକ ସକାଶେ ଦ୍ୱାର ଉନ୍ମୁକ୍ତ ରଖିପାରେ।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ନେଚର ଫାଇନାନ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?