ମାଛ, ଚିଙ୍ଗୁଡ଼ି ଚାଷରେ ମାରାତ୍ମକ ଆଣ୍ଟିବାୟୋଟିକ୍ସ

ପାରାଦୀପ, ୨୩ା୨(ସ୍ବ.ପ୍ର.): ସମ୍ପ୍ରତି ଉପକୂଳବର୍ତ୍ତୀ ଓଡ଼ିଶାର ଅନେକ ସ୍ଥାନରେ ମାଛ ଓ ଭେନାମି ଚିଙ୍ଗୁଡ଼ି ଚାଷ ଅଧିକ ମାତ୍ରାରେ ହେଉଛି। ସ୍ବଳ୍ପ ସମୟ ମଧ୍ୟରେ ଅଧିକ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନ ପାଇଁ କେତେଜଣ ଚାଷୀ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ପୋଖରୀରେ ଚାଷ ବେଳେ ବ୍ୟବହାର କରୁଛନ୍ତି। ଏପରି ଆଣ୍ଟିବାୟୋଟିକ୍ସ ଔଷଧ ମିଶୁଥିବା ମାଛ ଓ ଚିଙ୍ଗୁଡ଼ି ବିଦେଶକୁ ରପ୍ତାନି କରାଯାଉଛି। ସେହି ରପ୍ତାନିଯୋଗ୍ୟ ମାଛ ଓ ଚିଙ୍ଗୁଡ଼ିକୁ ୟୁରୋପୀୟ ଦେଶଗୁଡ଼ିକ ବ୍ୟାନ୍‌ କଲେଣି। ସେଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମ୍‌ପିଇଡିଏ) ୨୦ ପ୍ରକାର ଆଣ୍ଟିବାୟୋଟିକ୍ସ ଔଷଧ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି। ସେଗୁଡ଼ିକ ହେଲା ୧-କ୍ଲୋରାମ୍‌ଫେନିକଲ, ୨-ନାଇଟ୍ରୋଫୁରାନ୍ସ ଏବଂ ଏହାର ଅନ୍ତର୍ଗତ ଫୁରାଜାଲିଡନ, ଫୁରାଲାଟଜୋନ୍‌, ଫୁରିଲଫଉରାମାଇଡ୍‌, ନାଇଟ୍ରୋଫ୍ୟୁରାଣ୍ଟନ, ନିଫଉରାଟେଲ୍‌, ନିଫୁରୋଜାଇମ୍‌, ନିଫୁପ୍ରଜାଇନ୍‌, ନାଇଟ୍ରୋ ଫୁରାଇନ୍‌, ୩- ନିୟୋମାଇସିନ୍‌, ୪-ନାଲିଡିକଶିକ୍‌ ଏସିଡ୍‌, ୫- ସାଇଫା ମିଥୋସ୍କାଜୋଲ, ୬- ଆରିଷ୍ଟୋଲେଚିଆ ଓ ତାର ଉପାଦାନ, ୭- କ୍ଲୋରୋଫର୍ମ, ୮- କ୍ଲୋରୋପ୍ରୋମାଜିନ, ୯- କଲଚିସାଇନ୍‌, ୧୦-ଡାପସନ୍‌, ୧୧-ଡିମିଟ୍ରିଇଡାଜଲ୍‌, ୧୨-ମେଟ୍ରୋନିଡାଜୋଲ୍‌, ୧୩- ରନିଡ଼ାଜୋଲ, ୧୪- ଆଇପ୍ରନିଡାଜୋଲ, ୧୫-ଅନ୍ୟାନ୍ୟ ନାଇଟ୍ରୋମିଡ଼ାଜୋଲ, ୧୬-କ୍ଲେନବୁଟେରାଲ, ୧୭-ଡାଇ ଇଥାଇଲ ଷ୍ଟିଲ ବେଷ୍ଟରୋଲ, ୧୮-ସାଲଫୋନାମାଇଡ ଔଷଧ(ସ୍ବୀକୃତିପ୍ରାପ୍ତ ଡାଇମିଥେଶକସିନ, ସଲଫାବ୍ରୋମୋ ମିଥଶଜିନ ଓ ସଲ୍‌ଫସ ଇକୋକ୍ସି ପାଇରାଇଡଶଜିନ୍‌ ବ୍ୟତୀତ), ୧୯-ଫ୍ଲୋରୋ କୁଇନୋଲୋନ୍ସ ଓ ୨୦-ଗ୍ଲାଇକୋ ପେପ୍‌ ଟାଇଡସ୍‌।

ଏହାକୁ ବ୍ୟବହାର କଲେ ଏବଂ ଖାଇଲେ ତା’ର କୁପ୍ରଭାବ ସମ୍ପର୍କରେ ସିଫା (ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ରେଶ୍‌ୱାଟର ଆକ୍ୱାକଲ୍‌ଚର)ର ବୈଜ୍ଞାନିକ ଡା, ଅମ୍ବିକା ପ୍ରସାଦ ରାୟ କୁହନ୍ତି, ଅନେକ ସମୟରେ ରୋଗ ପ୍ରତିଶେଧକ କିମ୍ବା ଉପଚାର ପାଇଁ ବ୍ୟବହୃତ ଆଣ୍ଟିବାୟୋଟିକ ଔଷଧ ଅବଶିଷ୍ଟାଂଶ ଚାଷ ହେଉଥିବା ଭେନାମି ଚିଙ୍ଗୁଡ଼ିର ଜୀବକୋଷରେ ରହିଥାଏ। ଏହି ଚିଙ୍ଗୁଡ଼ି ଖାଇଲେ ମନୁଷ୍ୟ ଶରୀରରେ ଆଲର୍ଜି, ଆନ୍ତ୍ରିକ ରୋଗ ହେଲା ଭଳି ସମସ୍ୟା ସୃଷ୍ଟି ହୁଏ। ଖାଦ୍ୟରେ କ୍ଲୋରାମଫେନିକଲ ପ୍ରଭାବରେ ରକ୍ତହୀନତା, ଅସ୍ଥିମଜାଗତ ଦୂରାରୋଗର କାରଣ ପାଲଟିଥାଏ। ନାଇଟ୍ରୋଫୁରାନ୍ସ ଆଣ୍ଟିବାୟୋଟିକ୍ସ ପାଇଁ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେଥିପାଇଁ ନିରାପଦ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନ ଲାଗି ଉପରୋକ୍ତ ୨୦ ପ୍ରକାର ଆଣ୍ଟିବାୟୋଟିକ୍ସ ଔଷଧକୁ ନିଷେଧ କରାଯାଇଛି।
ଓଡ଼ିଶାର ମାଛ ଚାଷୀମାନେ କିନ୍ତୁ କେତେକ ସ୍ଥାନରେ ଏଭଳି ଆଣ୍ଟିବାୟୋଟିକ ଔଷଧ ବ୍ୟବହାର କରୁଥିବା ଅଭିଯୋଗ ହୁଏ। କାରଣ ମାଛଘେରିରୁ ରପ୍ତାନି ହୋଇଥିବା ଚିଙ୍ଗୁଡ଼ି ଜାହାଜ ୨୦୨୨ ମସିହାରେ ବିଦେଶରୁ ଫେରିଥିଲା ବୋଲି ଏମ୍‌ପିଇଡିଏ ସଂଯୋଜକ ଗୟାଧର ଜେନା କହିଛନ୍ତି। କିନ୍ତୁ ଆମ ଦେଶରେ ଏହା ଅବାଧରେ ଚାଲିଛି, ବିଶେଷକରି ଭୋଜିରେ ଏଭଳି ଚିଙ୍ଗୁଡ଼ି ଅଧିକ ଲୋକ ଖାଉଛନ୍ତି। ଏହାର ବଜାର ମୂଲ୍ୟ କିଲୋ ପିଛା ୨୫୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ବୋଲି ଅଠରବାଙ୍କୀ ବାଲିପ୍ଲଟ ଅଞ୍ଚଳର ମାଛ ବ୍ୟବସାୟୀ ପରେଶ ମଣ୍ଡଳ କହିଛନ୍ତି। ଏପରି ଭେନାମି ଚିଙ୍ଗୁଡ଼ି ଖାଇବା ଦ୍ୱାରା ଆମେ ଅଜାଣତରେ ଅନେକ ରୋଗକୁ ଆମନ୍ତ୍ରଣ କରୁଛେ। ଏହାକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri