ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ ସୋମବାର ସକାଳେ ମୃତ୍ୟୁବରଣ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଗାଁରେ ପହଞ୍ଚିଥିଲା। ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା। ସେ ସେଠାକାର ଏକ ଅଏଲ କମ୍ପାନୀର ପାଚେରୀ ନିର୍ମାଣ କାମରେ ନିୟୋଜିତ ଥିଲେ। ଲୁହା ପାଇପରେ ନିର୍ମିତ ଭାରା ଭାଙ୍ଗିଯିବା କାରଣରୁ ଅରକ୍ଷିତ ସେଠାରେ ଚାପି ହୋଇ ବିଦ୍ୟୁତ ଆଘାତରେ ଚେତାଶୂନ୍ୟ ହୋଇଯାଇଥିଲେ।
ତାଙ୍କୁ ସାଥି ଶ୍ରମିକମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫୋନ ଯୋଗେ ପରିବାର ଲୋକେ ଏହି ଖବର ପାଇବା ପରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। ତାଙ୍କ ମୃତଦେହ ଭିଟାମାଟିକୁ ଆଣିବା ପାଇଁ ଗ୍ରାମବାସୀ ଏବଂ ସରପଞ୍ଚ ପ୍ରତିନିଧି ମଙ୍ଗଳା ଗମାଙ୍ଗ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କ ନିକଟରେ ଗୁହାରି କରିଥିଲେ। ଏନେଇ ଜିଲାପାଳ ଶ୍ରମ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଶ୍ରମ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସେଠାକାର ପୋଲିସ ପ୍ରଶାସନ ସହ ଯୋଗାଯୋଗ କରାଯାଇ ତାଙ୍କ ମୃତଦେହ ଗାଁକୁ ଅଣାଯାଇଥିଲା।
ଏନେଇ ସରପଞ୍ଚ ପ୍ରତିନିଧି ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଏବଂ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଜଣାଇଥିବା କହିଛନ୍ତି। ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଯୋଗାଯୋଗ କରିବାରେ ମୃତକଙ୍କ ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଅନୁକମ୍ପା ମୂଳକ ସରକାରୀ ସହାୟତା ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି। ଅରକ୍ଷିତ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ବାପା ଅଲେଖ ନାୟକ
କିଛିବର୍ଷ ହେଲା ମୃତ୍ୟୁବରଣ କରିଥିଲେ। ଘରେ ବିଧବା ମା’ ଏବଂ ୪ ଭଉଣୀ ଅଛନ୍ତି। ସେ ଗତ ପ୍ରାୟ ୩ ମାସ ପୂର୍ବେ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ ବୋଲି ଗ୍ରାମର ସଞ୍ଜୀବ ସର୍ଦ୍ଦାର, ରୋହିତ ସର୍ଦ୍ଦାର, ତ୍ରିନାଥ ଦଳାଇ, ଧରମା ନାୟକ, ଭଗବତୀ ପାତ୍ର, ଜିତୁ ନାୟକ, ଅକୁର ପାତ୍ର,କେଞ୍ଚୁ ଦଳେଇ ପ୍ରମୁଖ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କୁ ପ୍ରାରମ୍ଭିକ ଶିକ୍ଷା

ନିଜ ରାଜ୍ୟ କ୍ୟାଡରରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯୁବ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟଧାରା ଓ ପ୍ରାଥମିକତା ସହ ପରିଚିତ କରାଇବା ପାଇଁ…

କୋଟିଆ ପ୍ରସଙ୍ଗ: ଏଇଠି ସରିଲା ନା ଆଗକୁ ଲଢ଼ିବେ

ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ କିଛିଦିନ ଧରି ଓଡ଼ିଶା-ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ନେତା ମୁହଁାମୁହିଁ ହୋଇଥିଲେ। ସୀମାନ୍ତରେ ପ୍ରତିଦିନ…

ICCର ବଡ଼ ଘୋଷଣା: ନେପାଳରେ ଖେଳାଯିବ ବିଶ୍ୱକପ୍‌…

ନୂଆଦିଲ୍ଲୀ,୭।୧୧: ୨୦୨୭ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପକୁ ନେଇ ବଡ଼ ଘୋଷଣା କରିଛି ଆଇସିସି। ଆସନ୍ତା ଡିସେମ୍ବର ୪ରୁ ନେପାଳରେ ଆରମ୍ଭ ହେବ ୱାଲର୍‌ଡ କପ କ୍ୱାଲିଫାୟର…

W, W, W, W…୪ ବଲ୍‌ରେ ୪ ଉଇକେଟ! ଡବଲ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ବୈଷ୍ଣବୀ

ନ୍ୟୁ ଚଣ୍ଡୀଗଡ଼,୭।୧୧: ଭାରତୀୟ ମହିଳା କ୍ରିକେଟ୍‌ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଷ୍ଟାର ସ୍ପିନର ବୈଷ୍ଣବୀ ଶର୍ମା। ମାତ୍ର ୪ଟି ବଲ୍‌ରେ ଲଗାତାର ୪ଟି ଉଇକେଟ ନେଇ…

ରିଲ୍ସ ପାଇଁ ନାବାଳକଙ୍କ ଆଖିରେ ପଟି ବାନ୍ଧି ନିଆଁ ଲଗାଇଲେ

କୋଲକାତା,୭ା୧୧: ସୋସିଆଲ ମିଡିଆ ପାଇଁ ରିଲ୍ସ କରିବା ନିଶାରେ ଜଣେ ନାବାଳକଙ୍କ ଆଖିରେ ପଟି ବାନ୍ଧି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗରେ…

ଓବିସି କ୍ରିମି ଲେୟର ମାପଦଣ୍ଡ ଉପରେ ଆଭିମୁଖ୍ୟ ଦୋହରାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୭ା୧୧: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କ୍ରିମି ଲେୟର ବା ସ୍ବଚ୍ଛଳ ବର୍ଗ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କର ଗତ ମାର୍ଚ୍ଚ ୧୧ର ରାୟକୁ ଦୋହରାଇଛନ୍ତି।…

ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଆଦିବାସୀ ନେତ୍ରୀଙ୍କ ଆତ୍ମହତ୍ୟା

ରାଞ୍ଚତ୍, ୭ା୧୧: ଆଦିବାସୀ ଅଧିକାର କର୍ମୀ ତଥା ନେତ୍ରୀ ନିଶା ଭଗତ ଶୁକ୍ରବାର ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଫେସ୍‌ବୁକ୍‌ରେ ଲାଇଭ ଆସିବା ସମୟରେ ରାଞ୍ଚତ୍ସ୍ଥିତ…

ବାୟୁ ପ୍ରଦୂଷଣ ପାଇଁ ଗାଡ଼ି ଧୂଆଁ ମୁଖ୍ୟ କାରଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୭ା୧୧: ଦିଲ୍ଲୀ-ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ସଙ୍କଟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଗାଡ଼ିମୋଟରରୁ ନିର୍ଗତ ଧୂଆଁକୁ ସର୍ବୋଚ୍ଚ ଅଦାଲତ ବାୟୁ ଗୁଣବତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?