ହୋଟେଲ ରୁମ୍‌ରୁ ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଦେବଗଡ,୨୪।୬:( ଶଶାଙ୍କ ଶେଖର ଝାଙ୍କର) ଦେବଗଡ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସିଏସସି ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ମମତା ହୋଟେଲରୁ ଉଦ୍ଧାର କରାଯାଇଛି । ଉକ୍ତ ଘଟଣା ସହରରେ ଚର୍ଚ୍ଚାର ବିଷୟ ସାଜିଛି। ମୃତ ବ୍ୟାଙ୍କ ଅଧିକାରୀ ଜଣକ ହେଲେ ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ସୁବାସ ଚନ୍ଦ୍ର ଅଗ୍ରୱାଲ ।

ସୂଚନା ମୁତାବକ ମୃତ ମ୍ୟାନେଜର ସୁବାସ ଗତ ୧୯ ତାରିଖ ଦିନ ବଦଳି ହୋଇ ନୂତନ ଭାବେ ଦେବଗଡ ଷ୍ଟେଟ୍‌ ବ୍ୟାଙ୍କରେ ଯୋଗ ଦେଇଥିଲେ। ସେ ସ୍ଥାନୀୟ ମମତା ହୋଟେଲ ରୁମ ନମ୍ବର ୭୦୩ରେ ରହୁଥିଲେ । ଗୁରୁବାର ରାତିରେ ସେ କାମ ସାରି ହୋଟେଲ ରୁମକୁ ଫେରିଥିଲେ। ଶୁକ୍ରବାର ତାଙ୍କ ପରିବାର ଲୋକ ଅନେକ ଥର ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଫୋନ୍‌ ନ ଉଠେଇବାରୁ ତାଙ୍କ ଭାଇ ହୋଟେଲ ରୁମକୁ ଯାଇଥିେଲେ। ତେବେ ତାଙ୍କ ରୁମ୍‌ ଭିତରୁ ବନ୍ଦ ରହି୍ଥିବା ସେ ଦେଖିବାକୁ ପାଇଥିଲେ। ପରେ କବାଟ ଭାଙ୍ଗିବା ପରେ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଥିଲା । ସେ ଏକ ଧଳା ଓଢଣୀ ବେକରେ ଫାଶ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି । ଦେବଗଡ ଥାନା ପୋଲିସ ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉ କି ଉକ୍ତ ମମତା ହୋଟେଲରେ ୨୦୧୯ମସିହାରେ ଢେଙ୍କାନାଳ ଜିଲା ବଳଭଦ୍ରପୁର ଗ୍ରାମର ବିଜୟ କୁମାର ଷଡଙ୍ଗୀଙ୍କ ମଧ୍ୟ ସନ୍ଦେହ ଜନକ ମତ୍ୟୁ ହେଇଥିଲା। ଏହିପରି ଅନେକ ଘଟଣା ନେଇ ମମତା ହୋଟେଲ ଚର୍ଚ୍ଚାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?