Posted inଜାତୀୟ

୭ ଦିନ ପରେ ଇଟାଭାଟିରୁ ଉଦ୍ଧାର ହେଲା ମୃତଦେହ : ହତ୍ୟା ସନ୍ଦେହ

ଜୟପୁର, ୩୦।୧୧- ରାଜସ୍ଥାନ ବାରାନ ଜିଲା ସାମସପୁରରେ ଥିବା ଏକ ଇଟାଭାଟିରୁ ଜଣେ ଯୁବକଙ୍କ ମୃତହେହ ଉଦ୍ଧାର କରାଯାଇଛି। ମୃତକ ହେଲେ କେହେଲି ଭଣ୍ଡୋଲିଆ ଗ୍ରାମର ମହେନ୍ଦ୍ର ମୀନା। ନିଖୋଜ ହେବାର ୭ ଦିନ ପରେ ମହେନ୍ଦ୍ରଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ତାଙ୍କୁ ହତ୍ୟା ପରେ ଇଟାଭାଟିରେ ପୋତି ଦିଆଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ପୋଲିସ କହିଛି, ମହେନ୍ଦ୍ର ନଭେମ୍ବର ୨୨ରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଚଳାଇଥିଲା। ତେବେ ରବିବାର ଶ୍ରମିକମାନେ ଉକ୍ତ ଇଟାଭାଟିରେ କାମ କରୁଥିବାବେଳେ ସେଠାରୁ ପ୍ରବଳ ଦୁର୍ଗନ୍ଧ ବାହାରିଥିଲା। ପରେ ଶ୍ରମିକମାନେ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଞ୍ଚା ଇଟା ଭିତରୁ ମହେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରାବାବୁ ନାଇଡୁ ଏବଂ ପୁଅ ନାରା ଲୋକେଶ ନଜରବନ୍ଦୀ: ଘରେ ଆରମ୍ଭ କଲେ ୧୨ ଘଣ୍ଟିଆ ଅନଶନ

ହାଇଦ୍ରାବାଦ୍‌,୧୧।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରାବାବୁ ନାଇଡୁ ଏବଂ ତାଙ୍କ ପୁଅ ନାରା ଲୋକେଶଙ୍କୁ ବୁଧବାର ନିଜ ଘରେ ନଜରବନ୍ଦୀ କରାଯାଇଛି। ଜଣେ ଟିଡିପି ନେତାଙ୍କ...

ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କଟିଗଲା ବିଦ୍ୟୁତ୍‌: ଇଞ୍ଜିନିୟର ସମେତ ୩ ନିଲମ୍ବିତ

ଲକ୍ଷ୍ନୌ,୨୩।୫: ଉତ୍ତରପ୍ରଦେଶରେ ହଠାତ୍‌ ପାଣିପାଗର ପରିବର୍ତ୍ତନର ପ୍ରଭାବ ୩ ଅଧିକାରୀଙ୍କ ଉପରେ ପଡ଼ିଛି। ରାଜଧାନୀ ଲକ୍ଷ୍ନୌ ସ୍ଥିତ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣରେ ସମୟରେ କରେଣ୍ଟ କଟିଯାଇଥିଲା।...

ମହାରାଷ୍ଟ୍ରରେ ପୁଣିଥରେ ବିଧାନସଭା ନିର୍ବାଚନ ହେବା ଆବଶ୍ୟକ:ଭାଜପା ମନ୍ତ୍ରୀ

ପୁଣେ,୫।୧୧: ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜୟକୁମାର ରାଓ୍ବଲ...

ଏଥର ଦୁର୍ଗାପୂଜାରେ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ର ଝଲକ୍‌

କୋଲକାତା: ଆସୁଛି ପାର୍ବଣ, ଆସୁଛନ୍ତି ମା’। ଦେଶର କୋଣାନୁକୋଣରେ ଜଗଜ୍ଜନନୀଙ୍କ ପୂଜା ଧୁମଧାମ୍‌ରେ ପାଳିତ ହେବାକୁ ଥିବାବେଳେ, କୋଲକାତାର ପୂଜା ପ୍ରସ୍ତୁତି ଉପରେ କିନ୍ତୁ ସାରା...

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା: ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ସାକାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୬।୧: ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ ଯୋଗେ କହିଛନ୍ତି, ସାଧାରଣତନ୍ତ୍ର ଦିବସ ପାଇଁ ଅନେକ...

ଏହି ଭାକ୍ସିନ୍‌ ନେଲେ ଆଉ ହେବନି କରୋନା…

ନୂଆଦିଲ୍ଳୀ,୨୫।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। ଦେଶରେ ସାର୍ବଜନୀକ କରୋନା...

କରୋନା ମହାମାରୀ ଯୋଗୁ ପଛେଇ ଯାଇଛି ଟିବି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୧୯।୯: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣ ଯୋଗୁ ଟିବି କାର୍ଯ୍ୟକ୍ରମ ପଛେଇ ଯାଇଛି। ଏନେଇ ଶନିବାର ରାଜ୍ୟସଭାରେ ଭାଜପା ଏମ୍‌ପି କେ.ଜେ....

ପ୍ରଶାନ୍ତ କିଶୋରଙ୍କ ଯୋଗଦାନ ନେଇ କଂଗ୍ରେସ ନୀରବ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳ ଏପର୍ଯ୍ୟନ୍ତ ଏହା ଉପରେ...

Advertisement
Archives

Model This Week