ଗଙ୍ଗାରେ ଶବ

ବିହାର ବକ୍ସର ଜିଲାର ଗଙ୍ଗାନଦୀ କୂଳରେ ୪୫ ମୃତଦେହ ଭାସିବାର ଗୋଟିଏ ଦିନ ପରେ ୧୧ ମେ’ରେ ଉତ୍ତରପ୍ରଦେଶ ଗାଜିପୁରଠାରେ ଆହୁରି କିଛି ଶବ ଦେଖିବାକୁ ମିଳିଛି। ଏଗୁଡ଼ିକ କରୋନା ଭୂତାଣୁରେ ଆକ୍ରାନ୍ତ ବୋଲି କୁହାଯାଉଛି। ସ୍ଥାନୀୟ ଲୋକେ ଏସବୁ ଦେଖି ଅଭିଯୋଗ କରିବା ପରେ ମୃତଦେହଗୁଡ଼ିକ କେଉଁଠାରୁ ଆସିଛି ତାହାର ତଦନ୍ତ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି। ମହାମାରୀ ସମୟରେ ଶବଗୁଡ଼ିକୁ ନଦୀ ଭିତରକୁ ଫିଙ୍ଗି ଦିଆଯିବା ଅତ୍ୟନ୍ତ ଗର୍ହିତ ଅପରାଧ। କାରଣ ଏହାଦ୍ୱାରା ସଂକ୍ରମଣ ସ୍ତର ବୃଦ୍ଧି ପାଇବ। ଏତେ ସଂଖ୍ୟକ ମୃତଦେହ ଭାସିଆସିବାର ଅର୍ଥ ଗୋଟିଏ। ଦାହ କରି ଥକିଯାଇଥିବା ଲୋକେ ଏହି ଶବଗୁଡ଼ିକୁ ପାଣିରେ ପକାଇ ଦେଇଛନ୍ତି। କୋଭିଡ୍‌ ସଂକ୍ରମିତ ହୋଇଥିଲେ ଏହା ସମ୍ପୂର୍ଣ୍ଣ ସ୍ଥାନୀୟ ପ୍ରଶାସନର ଭୁଲ ବୋଲି କୁହାଯିବ। ଯେହେତୁ କୋଭିଡ୍‌ ପ୍ରୋଟୋକଲ ଅନୁଯାୟୀ ମୃତଦେହଗୁଡ଼ିକ ସତ୍କାର କରାଯାଉଛି, ସେଭଳି କୁକାର୍ଯ୍ୟ କୌଣସି ଘର ଲୋକ କରି ନ ଥିବେ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା କମ୍‌ କରି ଦେଖାଇବା ଚିନ୍ତାଧାରାରେ ବୁଡ଼ି ରହିଥିବା ସ୍ଥାନୀୟ ପ୍ରଶାସନ ଏପରି ପଦକ୍ଷେପ ନେଇଥାଇପାରେ।
ଏବେ କରୋନାଜନିତ ମୃତଦେହଗୁଡ଼ିକୁ ସତ୍କାର କରିବା ସକାଶେ ଶ୍ମଶାନ ଓ କାଠର ଅଭାବ ଦେଖାଦେଲାଣି। ଏପ୍ରିଲ ୨୮ରେ ଦିଲ୍ଲୀର ଶ୍ମଶାନ ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ କହିଥିଲେ ଯେ, ଏକାଥରେ ବହୁ ଶବ ଆସୁଥିବାରୁ ସେଗୁଡ଼ିକୁ ପୋଡ଼ିବା ସମ୍ଭବ ହେଉନାହିଁ। ସ୍ଥାନାଭାବ ସହିତ କାଠର ଘୋର ଅଭାବ ଦେଖାଦେଇଛି। ଏକ ଆକଳନ କରାଯାଇଛି ଯେ, ଗୋଟିଏ ମୃତଦେହ ପୋଡ଼ା ହେବା ଲାଗି ୩ରୁ ୪ କୁଇଣ୍ଟାଲ କାଠ ଦରକାର ପଡ଼ୁଛି। କେବଳ ନିଗମବୋଧ ଘାଟରେ ଏପ୍ରିଲ ୧ରୁ ୨୩ ମଧ୍ୟରେ ୨,୫୨୬ ଶବ ସତ୍କାର କରାଯାଇଛି, ଯେଉଁଥିରୁ ୨,୦୯୯ ଜଣଙ୍କ ଲାଗି କାଠ ବ୍ୟବହାର କରାଯାଇଥିଲା। ଏଥିଲାଗି ୮,୦୦୦ କୁଇଣ୍ଟାଲ ଲାଗିଥିବା ଉକ୍ତ ଖବରରେ ଦର୍ଶାଯାଇଥିଲା। ଏହାକୁ ମାପଦଣ୍ଡ ଭାବେ ଦେଖି ସରକାରୀ ତଥ୍ୟ ଅନୁଯାୟୀ ହିସାବ କଲେ ଗତ କିଛିଦିନ ହେବ ଦେଶରେ ଦୈନିକ ୪ ହଜାର ଲୋକଙ୍କ ପ୍ରାଣ ଯାଉଥିଲେ କେତେ କାଠ ଖର୍ଚ୍ଚ ହେଉଥିବ ବୁଝାପଡ଼ିଯାଉଛି। ପୁଣି ବେସରକାରୀ ସ୍ତରରେ ମୃତଦେହ ଯଥେଷ୍ଟ ରହୁଛି। ତେଣୁ ଶବଗୁଡ଼ିକୁ ସତ୍କାର ନ କରି ସ୍ଥାନୀୟ ପ୍ରଶାସନ ପାଣିରେ ଭସେଇ ଦେଉଥିବା ନେଇ ହେଉଥିବା ଅଭିଯୋଗର ପ୍ରମାଣ ୧୧ ମେ’ରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରୁ ଜଣାପଡ଼ିଛି ଯେ, ଜଣେ ଆମ୍ବୁଲାନ୍ସ ଡ୍ରାଇଭର ମୃତଦେହଗୁଡ଼ିକୁ ଏକ ପୋଲ ଉପରୁ ପାଣିକୁ ଫିଙ୍ଗି ଦେଉଛନ୍ତି। ଏପରି କି ବିହାରର ଭାଜପା ସାଂସଦ ଜନାର୍ଦ୍ଦନ ସିଂ ସିଗ୍ରିଓ୍ବାଲ ମଧ୍ୟ ଅଭିଯୋଗ କରିଛନ୍ତି, ବିହାର ଓ ଉତ୍ତରପ୍ରଦେଶ ସୀମାନ୍ତ ସରନ୍‌ ନିକଟ ଜଇପ୍ରଭା ସେତୁ ଉପରୁ କୋଭିଡ୍‌ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କୁ ପାଣିକୁ ଫିଙ୍ଗି ଦିଆଯାଇଛି। ଆହୁରି କେତେକେ କହୁଛନ୍ତି, ବିହାରରେ ଲାଗିଥିବା ମୃତଦେହଗୁଡ଼ିକ ଉତ୍ତରପ୍ରଦେଶରୁ ଆସିଛି। ସେସବୁ ସଂଖ୍ୟା ଏବେ ୧୦୦ ଉପରେ କୁହାଗଲାଣି।
ଏଠାରେ କୁହାଯାଇପାରେ ଯେ, ମୃତଦେହଗୁଡ଼ିକ ଉତ୍ତର ଭାରତର ଯେଉଁ ରାଜ୍ୟରୁ ଆସିଥାଉ ପଛେ, ଏହା ପ୍ରମାଣ କରୁଛି ଯେ ସଂଖ୍ୟା ଲୁଚାଇବାର ଉଦ୍ୟମ ଅବ୍ୟାହତ ରହିଛି। କୋଭିଡ୍‌ଜନିତ ମୃତଦେହଗୁଡ଼ିକୁ ନିକଟ ସମ୍ପର୍କୀୟଙ୍କୁ ଦିଆଯାଉ ନ ଥିବାରୁ ସେଗୁଡ଼ିକୁ ପୋଡ଼ିବା ବା ପୋତିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେଥିପାଇଁ ଯେତେଶୀଘ୍ର ହୋଇପାରେ ସେଗୁଡ଼ିକୁ ନଷ୍ଟ କରିବାକୁ ଯାଇ ପ୍ରଶାସନ ଏଭଳି ସହଜ ମାଧ୍ୟମ ବୋଲି ଭାବିନେଉଛି। ଏହା କିନ୍ତୁ ଅସଂଖ୍ୟ ଲୋକଙ୍କ ପାଇଁ ବିପଦର କାରଣ ପାଲଟିବ। ମୁଣ୍ଡରୁ ଦାୟିତ୍ୱ ଖସେଇ ଦେବା ଉଦ୍ଦେଶ୍ୟ ରଖି ଯେଉଁମାନେ ଏଭଳି ପଦକ୍ଷେପ ନେଇଛନ୍ତି, ସେମାନଙ୍କୁ ଖୋଜି ବାହାର କରାଯାଇ ଦଣ୍ଡ ଦିଆଯିବା ଦରକାର। କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଏହି ଘଟଣାକୁ କେବଳ ‘ଦୁର୍ଭାଗ୍ୟଜନକ’ କହି ରହିଗଲେ ଚଳିବ ନାହିଁ। ସେଥିପାଇଁ ଦୃଢ଼ ନିର୍ଦ୍ଦେଶ ଦେଇ ଦୋଷୀଙ୍କୁ କଠୋର ଶାସ୍ତି ଦିଆଇପାରିଲେ ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ମନରେ ଡର ପଶନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri