ବେଆଇନ ଭାବେ ଚାଲିଛି ନିଶା ନିବାରଣ କେନ୍ଦ୍ର

ବାରିପଦା,୨ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ଅବାଧରେ ନିଶା ନିବାରଣ କେନ୍ଦ୍ର ଖୋଲାଯାଇଛି। ପରିଚାଳନା ନିମନ୍ତେ କୌଣସି ବ୍ୟବସ୍ଥା ନ ଥିବାରୁ କେନ୍ଦ୍ରକୁ ଅପବ୍ୟବହାର କରାଯାଉଛି। ଏପରିକି ଅନ୍ତେବାସୀଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପରିଚାଳନାଗତ ତ୍ରୁଟି ସୁଧାରିବା ପାଇଁ କୌଣସି ପ୍ରତିବନ୍ଧକ ରହୁନାହିଁ। ନିଶା ନିବାରଣ କେନ୍ଦ୍ର ପାଇଁ ଆବଶ୍ୟକ ନିୟମାବଳୀ ଓ ସର୍ତ୍ତାବଳୀକୁ ଏଡ଼ାଇବାକୁ ଯାଇ ବିଭିନ୍ନ ଟ୍ରଷ୍ଟ୍‌ ଜରିଆରେ କେନ୍ଦ୍ର ପରିଚାଳନା କରୁଥିବା କାରବାରକୁ ରୋକ ଲଗାଇବାକୁ ନେଇ ଜିଲା ପ୍ରଶାସନ ବିଫଳ ହୋଇଛି। ସହରରେ ଏଭଳି ଅନେକ କେନ୍ଦ୍ର ରହିଥିବା ବେଳେ ପୋଲିସ ପ୍ରଶାସନ, ପୌର ପରିଷଦ ଓ ସରକାରୀସ୍ତରରେ କୌଣସି ହିସାବ ନ ଥିବା ସମସ୍ତଙ୍କୁ ଚକିତ କରିଛି।
ସହରର ପାଲବଣି, ଦେବେନ୍ଦ୍ରପୁର, କାଳିକାପୁର, ବାରୁଣୀ ରୋଡ୍‌ ଆଦି ଅଞ୍ଚଳରେ ବେଆଇନ କେନ୍ଦ୍ରଗୁଡ଼ିକ ଖୋଲାଯାଇଛି। ସେଥିମଧ୍ୟରୁ ମାତ୍ର ଗୋଟିଏ ନିଶା ନିବାରଣ କେନ୍ଦ୍ର ସରକାରୀ ସ୍ବୀକୃତିପ୍ରାପ୍ତ। କେନ୍ଦ୍ର ପରିଚାଳନା ପାଇଁ ଆବଶ୍ୟକ ନଥିପତ୍ର ଯାଞ୍ଚ କରା ନ ଯିବାରୁ ଅନିୟମିତତା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ସାମାଜିକ ସୁରକ୍ଷା କାର୍ଯ୍ୟାଳୟ କିମ୍ବା ପୋଲିସ ପକ୍ଷରୁ କୌଣସି ଯାଞ୍ଚ ମଧ୍ୟ କରାଯାଉନାହିଁ। କିଛି ମାସ ପୂର୍ବରୁ କାଳିକାପୁର ଅଞ୍ଚଳର ଏକ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ପ୍ରଶାସନ ପକ୍ଷରୁ ଉକ୍ତ କେନ୍ଦ୍ରକୁ ବନ୍ଦ କରିବା ସହ ମାଲିକକୁ କୋର୍ଟଚାଲାଣ କରାଯାଇଥିଲା। ପରବର୍ତ୍ତୀ ଦିନମାନଙ୍କରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହି ଜିଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି। ଏ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ସୋରେନ୍‌ କୁହନ୍ତି, ନିଶା ନିବାରଣ କେନ୍ଦ୍ରଗୁଡ଼ିକ ଖୋଲିବା ଓ ପରିଚାଳନା କରିବା ସମ୍ପର୍କରେ ବିଭାଗକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ସେହିପରି ପୌରପରିଷଦ ଅଞ୍ଚଳରେ କୌଣସି ବ୍ୟବସାୟ କରିବା ପୂର୍ବରୁ ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ କରାଯାଇଥାଏ। ମାତ୍ର ଏଭଳି କୌଣସି ସଂସ୍ଥାକୁ ଲାଇସେନ୍ସ ପ୍ରଦାନ କରାଯାଇ ନ ଥିବା ବେଳେ ଟିକସ ଆଦାୟକାରୀଙ୍କ ଜରିଆରେ ସମସ୍ତ ନିଶା ନିବାରଣ କେନ୍ଦ୍ରର ଗୃହ ମାଲିକଙ୍କୁ ନୋଟିସ୍‌ ଜାରି କରାଯିବ ବୋଲି ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି। ଏସ୍‌ପି ବି.ଗଙ୍ଗାଧର କହନ୍ତି, ଏ ନେଇ ଏକ କମିଟି ଗଠନ କରାଯାଇ କେନ୍ଦ୍ରଗୁଡ଼ିକରେ ଚଢ଼ାଉ କରାଯିବ। ବେଆଇନ ପରିଚାଳନା କରୁଥିବା କେନ୍ଦ୍ର ଯାଞ୍ଚ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?