ବିଷାକ୍ତ ହେଉଛି ଦୟା

ପୁରୁଣା ଭୁବନେଶ୍ୱର,୨୫।୯(ଡି.ଏନ୍‌.ଏ.):ରାଜଧାନୀ ଭୁବନେଶ୍ୱରରେ ପ୍ରବାହିତ ଦୟା ୱେଷ୍ଟ କେନାଲ ଭଳି ଦୟା ନଦୀର ପାଣି ମଧ୍ୟ ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି। ଧଉଳି ପାଦଦେଶରେ ବୋହି ଯାଇଥିବା ଏହି ଐତିହ୍ୟ ତଥା ପବିତ୍ର ନଦୀ ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ପୂର୍ବରୁ ଗାଧୋଇବା, ପିଇବା ଓ କୃଷି କାର୍ଯ୍ୟ ପାଇଁ ଦୟା ଲୋକେ ଦୟା ଉପରେ ନିର୍ଭର କରୁୁଥିଲେ। ହେଲେ ସହରର ଡ୍ରେନ୍‌ ପାଣି ନଦୀକୁ ଛଡ଼ାଯିବା, ମୃତ ପ୍ରାଣୀକୁ ଭସାଇଦେବା ସହ ବିଭିନ୍ନ ଶିଳ୍ପ, କାରଖାନାରୁ ନିର୍ଗତ କେମିକାଲ ଓ ବର୍ଜ୍ୟ ନଦୀପାଣିରେ ମିଶୁଥିବାରୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଲୋକଙ୍କ ପାଇଁ କାଳ ପାଲଟିଛି। ସଚେତନତା ଅଭାବରୁ ପାର୍ବଣ ସମୟରେ ବିଭିନ୍ନ ରାସାୟନିକ ପ୍ରଲେପ ମୂର୍ତ୍ତି ନଦୀରେ ପକାଇବା ଓ ଘରର ପୂଜା ବର୍ଜ୍ୟ ନଦୀକୁ ଫିଙ୍ଗାଯିବା ଦୟାପାଣି ଦୂଷିତ ହେବାର ଅନ୍ୟତମ କାରଣ ହୋଇଛି।
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟର ୧୧ ପ୍ରଦୂଷିତ ନଦୀ ମଧ୍ୟରେ ଦୟା ରହିଛି। ନଦୀଜଳ ଦୂଷିତ ହେଉଥିବାରୁ ବିଏମ୍‌ସି ପକ୍ଷରୁ ପୂର୍ବରୁ ହିଁ ରାସାୟନିକ ପ୍ରଲେପ ମୂର୍ତ୍ତିକୁ ନଦୀରେ ନ ପକାଇବାକୁ କଟକଣା ଜାରି କରାଯାଇଛି। ଏହାବଦଳରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ନଦୀପଠାରେ ଅସ୍ଥାୟୀ ବିସର୍ଜନ ପୋଖରୀ ତିଆରି କରିଛି। ସେହିପରି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଦୟାନଦୀର ବ୍ରିଜତଳେ ଅସ୍ଥାୟୀ ବିସର୍ଜନ ପୋଖରୀ ନିର୍ମାଣ କରାଯାଇଛି। ଏହାସତ୍ତ୍ୱେ କେତେଜଣ ସିଧାସଳଖ ନଦୀରେ ମୂର୍ତ୍ତି ବିସର୍ଜନ କରୁଛନ୍ତି। ନିକଟରେ ଗଣେଶ, ବିଶ୍ୱକର୍ମା, ଖୁଦୁରକୁଣୀ ପୂଜା ହୋଇଥିବାବେଳେ ବିସର୍ଜନ ଦିନ ଲୋକେ ମୂର୍ତ୍ତିକୁ ଦୟା ନଦୀରେ ବିସର୍ଜନ କରିଥିବା ଦେଖିବାକୁ ମିଳୁଛି। ଏଥିସହ ୫ଦିନ ତଳେ ଲଗାଣବର୍ଷା ଯୋଗୁ ଦୟାରେ ବନ୍ୟା ଆସିଥିଲା। ଏହି ବନ୍ୟା ଜଳସ୍ତର ଅପେକ୍ଷାକୃତ କମିଥିବାବେଳେ ସମ୍ପୂର୍ଣ୍ଣ ଗୋଳିଆ ରହିଛି। ଗୋଟିଏ ପଟେ ଗୋଳିଆ ପାଣି ଅନ୍ୟପଟେ ରାସାୟନିକ ପ୍ରଲେପ ଦିଆଯାଇଥିବା ମୂର୍ତ୍ତି ଏଠାରେ ବିସର୍ଜନ କରାଯିବା ଦ୍ୱାରା ଦୟାନଦୀ ପାଣି ବିଷମୟ ହେଉଛି। ତୁରନ୍ତ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଏ ନେଇ ଧଉଳି ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି, ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ପୂର୍ବରୁ ହିଁ ନଦୀ ନିକଟରେ ଅସ୍ଥାୟୀ ପୋଖରୀ ହୋଇଥିଲା। ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଲୋକଙ୍କୁ କଟକଣା ମାନିବାକୁ ନିବେଦନ କରାଯାଇଥିଲା। ପ୍ରଥମେ କେତେଜଣ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିଥିଲେ। କିନ୍ତୁ ପରେ ଲୋକମାନେ ନଦୀରେ ମୂର୍ତ୍ତିକୁ ପକାଇଥିଲେ। ନଦୀଜଳକୁ ପରିଷ୍କାର ରଖିବା ପାଇଁ ଲୋକେ ନିଜେ ସଚେତନ ହେବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri