ବ୍ରିଟେନ୍‌ ପାର୍ଲାମେଣ୍ଟରେ ପ୍ରସ୍ତାବ

ଲଣ୍ଡନ, ୨୫।୯: ବ୍ରିଟେନର ହାଉସ୍‌ ଅଫ୍‌ କମନ୍ସରେ କଶ୍ମୀରରେ ମାନବାଧିକାରକୁ ନେଇ ଆଲୋଚନା ପାଇଁ ପ୍ରସ୍ତାବ ଅଣାଯାଇଛି। କଶ୍ମୀର ଉପରେ ସେଠାର ଅଲ୍‌ ପାର୍ଟି ପାର୍ଲାମେଣ୍ଟାରି ଗ୍ରୁପ୍‌ (ଏପିପିଜି) ଏହି ପ୍ରସ୍ତାବ ଆଣିଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦେଶର ଅବିଚ୍ଛେଦ୍ୟ ଅଙ୍ଗ ସମ୍ପର୍କିତ କୌଣସି ପ୍ରସଙ୍ଗ ଯେକୌଣସି ଫୋରମ୍‌ରେ ଉଠାଯିବା ପୂର୍ବରୁ ଉପଯୁକ୍ତ ଯାଞ୍ଚ ଦ୍ୱାରା ଏହାକୁ ସିଦ୍ଧ କରାଯିବା ଆବଶ୍ୟକ ବୋଲି ଭାରତ କହିଛି। ବିଦେଶ, କମନ୍‌ଓ୍ବେଲ୍‌ଥ ଏବଂ ବିକାଶ କାର୍ଯ୍ୟାଳୟ (ଏଫ୍‌ସିଡିଓ)ରେ ଏସିଆ ମନ୍ତ୍ରୀ ଥିବା ଆମଣ୍ଡ ମିଲିଙ୍ଗ୍‌ ପ୍ରତିକ୍ରିୟା ରଖି କହିଛନ୍ତି, କଶ୍ମୀର ଏକ ଦ୍ୱିପାକ୍ଷିିକ ମାମଲା ଯାହା ଉପରେ ବ୍ରିଟେନ ସରକାରଙ୍କ ଆଭିମୁଖ୍ୟ ଅପରବର୍ତ୍ତିତ ରହିଛି। ସରକାର କଶ୍ମୀର ସ୍ଥିତିକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛନ୍ତି। ତେବେ କଶ୍ମୀରବାସୀଙ୍କ ଇଚ୍ଛାକୁ ବିଚାରକୁ ନେଇ ଭାରତ ଓ ପାକିସ୍ତାନ ରାଜନୈତିକ ସମାଧାନ ସୂତ୍ର ବାହାର କରିବା ଉଚିତ। ବ୍ରିଟେନ ସମାଧାନ ପାଇଁ କୌଣସି ପରାମର୍ଶ ଦେବନାହିଁ କିମ୍ବା ମଧ୍ୟସ୍ଥତା କରିବ ନାହିଁ ବୋଲି ମିଲିଙ୍ଗ କହିଛନ୍ତି। ପାକିସ୍ତାନୀ ବଂଶୋଦ୍ଭବ ଲେବର ପାର୍ଟି ଏମ୍‌ପି ନାଜ ଶାହାଙ୍କ ସମେତ ପଛ ବେଞ୍ଚ୍‌ର କେତେଜଣ ଏମ୍‌ପି ଆଲୋଚନାରେ ଭାଗ ନେଇଥିଲେ। ସେମାନେ ବ୍ୟବହାର କରିଥିବା ଭାଷାକୁ ଭାରତ ନିନ୍ଦା କରିଛି। କଶ୍ମୀର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରାଯାଇଥିବାରୁ ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫେରିବ କି ଲକଡାଉନ! ଇବୋଲା ଭୂତାଣୁକୁ ନେଇ ଭାରତରେ ହାଇଆଲର୍ଟ: ଜାଣନ୍ତୁ ସରକାରଙ୍କ ଗାଇଡଲାଇନ

ନୂଆଦିଲ୍ଲୀ, ୨୬।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକରେ ଇବୋଲା ନିବାରଣ, ନିରୀକ୍ଷଣ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମୀକ୍ଷା କରାଯାଇଛି। କେନ୍ଦ୍ର…

ନୀତିନ ନବୀନଙ୍କୁ ଭେଟିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୬।୫: ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ  ପରେ ଦେବାଶିଷ ସାମନ୍ତରାୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ଦେବାଶିଷ ସାମନ୍ତରାୟ ଭାଜପାରେ ଯୋଗଦାନ…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ୱର,୨୬।୫: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ପାହାଳ ଅଞ୍ଚଳ ଏକ ଭଡ଼ା ଘରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଭଦ୍ରକ ବାସୁଦେବପୁର…

ଜିଲାପାଳଙ୍କୁ ବାସି ଜଳଖିଆ ଦେଇ ଫସିଲେ ହୋଟେଲ ମାଲିକ, ପ୍ରଶାସନର ଏକ ଟିମ ହୋଟେଲରେ ପହଞ୍ଚି…

ନବରଙ୍ଗପୁର,୨୬।୫(ସଦାଶିବ ପ୍ରହରାଜ):, ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣିବେଳେ ଜିଲାପାଳ ମହେଶ୍ବର ସ୍ବାଇଁଙ୍କୁ ବାସି ଏବଂ ନିମ୍ନମାନର ଜଳଖିଆ ପ୍ରଦାନ ଘଟଣାକୁ…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଜଣାପଡିଗଲା: ଦେବାଶିଷଙ୍କ ପରେ ଏହି ଏମ୍‌ପି ଛାଡିବେ ବିଜେଡି! କହୁ କହୁ ସତ କହିଦେଲେ ଭାଜପା ନେତା

ଭୁବନେଶ୍ୱର,୨୬।୫: ଭାଙ୍ଗୁଛି ବିଜେଡି। ଦେବାଶିଷଙ୍କ ପରେ ବିଜେଡି ଛାଡି ପାରନ୍ତି ଆଉ କିଛି ଏମ୍‌ପି। ଏନେଇ ଭାଜପା ନେତା ଦାବି କରିଛନ୍ତି। ବିଶେଷ କରି ଉପକୂଳ ଓଡ଼ିଶାର…

ମହୁମାଛି ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬।୫: କନ୍ଦମାଳ ଜିଲା ଖଜୁରିନାଳ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଯୁବକଙ୍କ…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri